ରାଜ୍ୟ

ଦୀପାବଳି ଖୁସି ବଦଳରେ ଚାଷୀଙ୍କୁ ଚିନ୍ତା, ୨୫୦ ଏକର ଜମି ଜଳମଗ୍ନ

କାଶୀନଗର,୨୭ା୧୦(ଡି.ଏନ୍‌.ଏ.): ଲଘୁଚାପ ପ୍ରଭାବରେ ଗତ ୩ ଦିନର ଲଗାଣ ବର୍ଷା ଚାଷୀଙ୍କ ବର୍ଷକର ଶ୍ରମ ଉପରେ ଦାଉ ସାଧିଛି। ଉଜାଡ଼ିଦେଇଛି ଏକର ଏକର ଫସଲ। ଅମଳ ବେଳ ସମୟରେ କାଶୀନଗର ବ୍ଲକ୍‌ ଓ ଏନ୍‌ଏସିର ପ୍ରାୟ ୨୫୦ ଏକର ଜମିରେ ଧାନଚାଷ…

ଶ୍ରୀମନ୍ଦିର ସୁରକ୍ଷା ଜୋନ୍‌: ପୁଣି ୫ ପରିବାର ଜମି ହସ୍ତାନ୍ତର କଲେ

ପୁରୀ ଅଫିସ,୨୭ା୧୦: ଶ୍ରୀମନ୍ଦିର ସୁରକ୍ଷା ଜୋନରୁ ଜମି ଅଧିଗ୍ରହଣ ଜାରି ରହିଛି। ଗତ ୨୧ ତାରିଖରେ ପ୍ରଥମକରି ୫ ପରିବାର ସରକାରଙ୍କୁ ପ୍ରତ୍ୟକ୍ଷ ଜମି ବିକିଥିବାବେଳେ ୨୨ତାରିଖରେ ୬ ପରିବାର ଏଥିରେ ସାମିଲ ହୋଇଥିଲେ। ଶୁକ୍ରବାର ପୁଣି ୫ ପରିବାର ପ୍ରଶାସନ…

କଣ୍ଢେଇ ନାଚରେ ପର୍ଯ୍ୟଟନ ସଚେତନ କରୁଛନ୍ତି ତେଲେଙ୍ଗାନାର ମାଧବୀଲତା

କୋରାପୁଟ,୨୭ା୧୦(ସ୍ବ.ପ୍ର.): ପ୍ରତି ଗ୍ରାମ ଓ ସହରାଞ୍ଚଳରେ ରୋଡ ଶୋ ହେଉଛି। ପାରମ୍ପରିକ ଷ୍ଟେଜ ଶୋ କରାଯାଉଛି। ଏହି ଶୋଗୁଡ଼ିକରେ କଣ୍ଢେଇ ନାଚ ପ୍ରଦର୍ଶନ କରି ପର୍ଯ୍ୟଟନସ୍ଥଳୀ ସମ୍ପର୍କରେ ଲୋକଙ୍କୁ ସଚେତନ କରୁଛନ୍ତି ତେଲେଙ୍ଗାନାର ଜଣେ ମହିଳା। ସେ ହେଲେ ଜି. ମାଧବୀଲତା।…

ଆଜି ଦୀପାବଳି: ପୟା ଶ୍ରାଦ୍ଧ ଲାଗି ପୁରୀରେ ଶ୍ରଦ୍ଧାଳୁଙ୍କ ଭିଡ଼

ପୁରୀ ଅଫିସ,୨୭।୧୦: ପବିତ୍ର ଦୀପାବଳି ଅବସରରେ ରବିବାର ଶ୍ରୀକ୍ଷେତ୍ରରେ ପୟା ଶ୍ରାଦ୍ଧ ଦେବା ଲାଗି ଶ୍ରଦ୍ଧାଳୁଙ୍କ ଭିଡ଼ ଲାଗି ରହିଛି । ବାଇଶି ପାହାଚରେ ଶ୍ରାଦ୍ଧ ଦେବା ପାଇଁ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ହଜାର ହଜାର ଭକ୍ତ ପୁରୀକୁ ଆସିଥିବା ଦେଖିବାକୁ…

ଚିକିତ୍ସା ପରେ ଫେରିବେ ଆଣ୍ଡାମାନର ନାବିକ: ୨୬ ଦିନ ସମୁଦ୍ର ପାଣି ପିଇ ବଞ୍ଚିଥିଲେ

ବ୍ରହ୍ମଗିରି/କୃଷ୍ଣପ୍ରସାଦ, ୨୭ା୧୦(ଡି.ଏନ୍‌.ଏ.): ଅଥଳ ସମୁଦ୍ର ମଧ୍ୟରେ ହେଲା ସାମୁଦ୍ରିକ ଝଡ଼। ବୋଟ୍‌ରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ଦିଗହରା ହୋଇ ପହଞ୍ଚିଲେ ମ୍ୟାନ୍‌ମାର ଉପକୂଳରେ। ସାଙ୍ଗରେ ଥିଲେ ସାଥୀ ନାବିକ ଦିବ୍ୟରଞ୍ଜନ ବିଶ୍ୱାସ। ସେଠାରୁ ତଟ ସୁରକ୍ଷା ବାହିନୀଙ୍କ ସହାୟତାରେ କିଛି ବାଟ…

କଣ୍ଠଶିଳ୍ପୀମାନେ ଓଡ଼ିଶାର ପରମ୍ପରାକୁ ନ ଭୁଲନ୍ତୁ: ଶ୍ୟାମାମଣୀ

କଟକ ଜିଲା ବାଙ୍କୀ ବ୍ଲକ ଅନ୍ତର୍ଗତ ସୁବର୍ଣ୍ଣପୁର ଗ୍ରାମରେ ୧୯୩୮ ଡିସେମ୍ବର ୨୧ରେ ଜନ୍ମଗ୍ରହଣ କରିଥିଲେ ବିଶିଷ୍ଟ ଓଡ଼ିଶୀ କଣ୍ଠସଙ୍ଗୀତ ଶିଳ୍ପୀ ଡ. ଶ୍ୟାମାମଣୀ ଦେବୀ। ସେ ପିଲାବେଳେ ଘର ପିଣ୍ଡାରେ ବସି ପାଲାଗୀତ ଶୁଣିଶୁଣି ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇଥିଲେ।…

ଓଏଚ୍‌ଆର୍‌ସିରେ ୪୦ ପ୍ରତିଶତ କର୍ମଚାରୀ ପଦ ଖାଲି: ରାଜ୍ୟପାଳଙ୍କ ଦୃଷ୍ଟି ଆକର୍ଷଣ କଲେ ଆଇନଜୀବୀ

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ରାଜ୍ୟ ମାନବୀକ ଅଧିକାର କମିଶନ(ଓଏଚ୍‌ଆର୍‌ସି)ଙ୍କ କାର୍ଯ୍ୟାଳୟରେ ୬୯ ପଦବୀ ରହିଥିବାବେଳେ ୪୦ ପ୍ରତିଶତ ଅର୍ଥାତ୍‌ ୨୭ଟି ଖାଲି ପଡିଛି। ଏହାକୁ ପୂରଣ କରାଯାଉ ନ ଥିବାରୁ ମାମଲାଗୁଡ଼ିକର ଫଇସଲାରେ ଅହେତୁକ ବିଳମ୍ବ ଘଟୁଛି। ଏନେଇ ଆଇନଜୀବୀ ବିଶ୍ୱପ୍ରିୟ କାନୁନ୍‌ଗୋ, ବିଜୟ…

ଗୋଟିଏ ନମ୍ବରରେ ଏକାଧିକ ଗାଡ଼ି ଚାଲିବା ଘଟଣା: ଗାଡ଼ି ମାଲିକଙ୍କ ନାମରେ ମାମଲା ରୁଜୁ

ଭୁବନେଶ୍ୱର,୨୭ା୧୦(ବ୍ୟୁରୋ): ଗୋଟିଏ ନମ୍ବରରେ ଏକାଧିକ ଗାଡି ଚାଲିବା ଘଟଣାରେ ଲିଙ୍ଗରାଜ ଥାନାରେ ଗାଡ଼ି ମାଲିକଙ୍କ ନାମରେ ମାମଲା ରୁଜୁ ହୋଇଛି। ଟ୍ରାଫିକ ଥାନାର ଅଧିକାରୀ ସୁରେନ୍ଦ୍ର ଭଳଙ୍କ ଅଭିଯୋଗକ୍ରମେ ପୋଲିସ କେସ୍‌ ନଂ.୨୦୪/୧୯ରେ ମାମଲା ରୁଜୁ କରିବା ସହ ଦଫା ୪୨୦,…

ବିଦେଶୀ ପାଳିଲେ ଦୀପାବଳି: ଶବ୍ଦ, ପ୍ରଦୂଷଣ ମୁକ୍ତ ପରିବେଶର ବାର୍ତ୍ତା ବାଣ୍ଟିଲେ

କୋଣାର୍କ, ୨୭ା୧୦(ଡି.ଏନ୍‌.ଏ.): କୋଣାର୍କସ୍ଥିତ କାମତ ହୋଟେଲ ଇଣ୍ଡିଆ ଲିମିଟେଡ୍‌ ସହଯୋଗରେ ରାମଚଣ୍ଡୀସ୍ଥିତ ଲୋଟସ ରିସୋର୍ଟ ପକ୍ଷରୁ ବିଦେଶୀ ପଯର୍‌ୟଟକମାନଙ୍କୁ ନେଇ ଦୀପାବଳି ପାଳନ କରାଯାଇଛି। ଏକ ସଚେତନତା ଧର୍ମୀ ଓ ନିଆରା ପରମ୍ପରାରେ କୋଣାର୍କ ସୂଯର୍‌ୟମନ୍ଦିର ମୂଖ୍ୟଫାଟକ ସମ୍ମୁଖରେ ଏହା ପାଳନ…

ୟୁଏସ୍‌ଆଇର ଇକୋଫ୍ରେଣ୍ଡଲି ଦୀପାବଳି: କାର୍ଯ୍ୟକ୍ରମରେ ଯୋଗଦେଲେ ଟ୍ରାଫିକ ଡିସିପି

ଭୁବନେଶ୍ୱର,୨୭ା୧୦: ୟୁନାଇଟେଡ୍‌ ଫର ସୋସିଆଲ୍‌ ଇଣ୍ଟରେଷ୍ଟ(ୟୁଏସ୍‌ଆଇ) ଫାଉଣ୍ଡେଶନ ପକ୍ଷରୁ ସ୍ଥାନୀୟ ଖାରବେଳନଗରସ୍ଥିତ ଉତ୍କଳ ଦୃଷ୍ଟିହୀନ ସଂଘ ପରିସରରେ ଇକୋଫ୍ରେଣ୍ଡଲି ଦୀପାବଳି ପାଳିତ ହୋଇଯାଇଛି। ଉତ୍କଳ ଦୃଷ୍ଟିହୀନ ସଂଘର ମିଳିତ ସହଯୋଗରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଟ୍ରାଫିକ ଡିସିପି ସାଗରିକା ନାଥ ଏବଂ…

ଏସ୍‌ସିବି ମେଡିକାଲ: ମୃତଦେହକୁ ନେଇ ସନ୍ଦେହ

କଟକ ଅଫିସ, ୨୭ା୧୦: ଏସ୍‌ସିବି ମେଡିକାଲରେ ମୃତ୍ୟୁ ଘଟୁଥିବା ଅସହାୟ ଓ ଅପରିଚିତ ରୋଗୀଙ୍କୁ ନେଇ ପୁଣି ବିବାଦ ଉପୁଜିଛି। ଦୁଇଟି ଆରଟିଆଇ ତଥ୍ୟକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି। ସାମାଜିକ କର୍ମୀ ଅଚ୍ୟୁତ କୁମାର ସାହୁ ୨୦୧୮ ଅକ୍ଟୋବର ଓ…

ବାତ୍ୟା ଫନୀ ପ୍ରତିଶ୍ରୁତି ଅଧିକାରୀ ଭୁଲିଗଲେ: ଲଘୁଚାପ ବର୍ଷାରେ ବେସାହାରା ୫ ପରିବାର

ପୁରୁଣା ଭୁବନେଶ୍ୱର/ପିପିଲି, ୨୭ା୧୦(ଡି.ଏନ.ଏ.): ଗରିବଙ୍କ ପାଇଁ ଦରଦ ଦେଖାଉଥିବା ନେତା ଓ ପ୍ରଶାସକଙ୍କ ଅସଲ ମୁଖା ଗୋଟିଏ ଲଘୁଚାପ ବର୍ଷା ପଦାରେ ପକାଇ ଦେଲା। ଲଘୁଚାପ ବର୍ଷାରେ ବେସାହାରା ହୋଇଥିବା ୫ ଦଳିତ ପରିବାର ବାରମ୍ବାର ରାଜନୈତିକ ଆକ୍ରୋଶ କାରଣରୁ କୌଣସି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri