ରାଜ୍ୟ

ଘରକୁ ଫେରିପାରୁ ନ ଥିଲେ ୩ ସନ୍ତାନ ଜନ୍ମ ଦେଇଥିବା ପ୍ରସୂତୀ: ମହିଳାଙ୍କୁ ସହଯୋଗର ହାତ ବଢାଇଲେ ପ୍ରଭାତ

କଟକ ଅଫିସ,୧୨।୪: ଏସ୍‌ସିବି ମେଡିିକାଲରୁ ଡିସଚାର୍ଜ ହୋଇଥିଲେ ମଧ୍ୟ ଘରକୁ ଫେରି ପାରୁ ନ ଥିବା ଜଣେ ମହିଳାଙ୍କୁ ସହାୟତାର ହାତ ବଢ଼ାଇଛନ୍ତି ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳ। ପ୍ରଭାତଙ୍କ ନିଃଶୁଳ୍କ ଆମ୍ବୁଲାନ୍ସ ସେବା ଜରିଆରେ ମହିଳା ଓ ତାଙ୍କ…

ଲକ୍‌ଡାଉନ୍‌ ପ୍ରଭାବ: କ୍ଷତି ସହୁଛନ୍ତି ପରିବା ଚାଷୀ

କଟକ ଅଫିସ୍‌,୧୨।୪: କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ତରଫରୁ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏହାର ପ୍ରଭାବ ଜନଜୀବନ ଉପରେ ଗଭୀର ଭାବେ ପଡ଼ିିଛି। ବିଶେଷ ଭାବେ ପରିବା ଚାଷୀମାନେ ଏବେ ପ୍ରବଳ କ୍ଷତି…

ଜୋମାଟୋରୁ ଖାଦ୍ୟ ଅର୍ଡର କରି ଗାଳି ଶୁଣିଲେ ଡାକ୍ତର, ଥାନାରେ ଏତଲା

ଭୁବନେଶ୍ୱର,୧୨।୪ (ବ୍ୟୁରୋ): କରୋନା ଲଢ଼େଇ ପାଇଁ ସମସ୍ତେ ଅଣ୍ଟା ଭିଡିଛନ୍ତି। ବିଶେଷକରି ଏହି ଲଢ଼େଇରେ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି ଡାକ୍ତର ଓ ସ୍ବାସ୍ଥ୍ୟ କର୍ମୀ। ସେମାନଙ୍କୁ ଦୁର୍ବ୍ୟବହାର କଲେ କଡ଼ା କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ହେଲେ ଲକ୍‌ଡାଉନ୍‌ ସମୟରେ…

ଡରାଉଛି ସହରର ଶୂନ୍ୟତା

କଟକ ଅଫିସ,୧୨।୪: ଗହଳଚହଳ ଭିତରେ ଦିନରାତି କଟେ। ସେତେବେଳେ ଚୋର, ତସ୍କରଙ୍କ ଭୟ ରହୁଥିଲା। ସେଥିପାଇଁ ସବୁବେଳେ ସଜାଗ ରହୁଥିଲୁ। ମନରେ ଏତେଟା ଡର ନ ଥିଲା। ଏବେ ଯେଉଁ ଆଡେ ଚାହିଁବ ସିଆଡ଼େ ପୋଲିସ। ମାଳମାଳ ଖାକି ପୋଷାକଙ୍କ ଭିଡ଼…

‘ଭାରତ ପଢ଼େ ଅନ୍‌ଲାଇନ୍‌’: କୁଳପତି, ଅଧ୍ୟକ୍ଷକଙ୍କ ପରାମର୍ଶ ଲୋଡ଼ିଲା ୟୁଜିସି

ଭୁବନେଶ୍ୱର, ୧୨।୪(ବ୍ୟୁରୋ): କରୋନା ସଂକ୍ରମଣ ଏଡ଼ାଇବା ପାଇଁ ଲକ୍‌ଡାଉନ୍‌ ଜାରି ରହିଛି। ଏଥିଯୋଗୁ ସ୍କୁଲ୍‌ ଓ ପାଠପଢ଼ା ବନ୍ଦ ରହିଛି। ଏହା ପିଲାଙ୍କ ଭବିଷ୍ୟତ ପ୍ରସଙ୍ଗ ହୋଇଥିବାରୁ ଅନ୍‌ଲାଇନ୍‌ ପାଠ ପଢ଼ିବା ନିମନ୍ତେ ୟୁନିଭର୍ସିଟି ଗ୍ରାଣ୍ଟ କମିଶନ(ୟୁଜିସି) ପ୍ରୟାସ ଆରମ୍ଭ କରିଛି।…

ହ୍ବାଟ୍ସଆପ୍‌ରେ ବରିଷ୍ଠଙ୍କ କଥା ବୁଝିବେ ପୋଲିସ

ଭୁବନେଶ୍ୱର,୧୨।୪ (ବ୍ୟୁରୋ): କମିଶନରେଟ ପୋଲିସକୁ ଏବେ ଘାରିଛି ବରିଷ୍ଠ ନାଗରିକଙ୍କ ଚିନ୍ତା। କାରଣ ଏମାନଙ୍କୁ କରୋନା ଭୂତାଣୁ ସଂକ୍ରମଣ କରିବାର ଅଧିକ ଆଶଙ୍କା ରହୁଛି। ଯଦିଓ ଓଡ଼ିଶାରେ ଏପରି ସ୍ଥିତିର ନଜିର ନାହିଁ, ତଥାପି ସମ୍ଭାବନାକୁ ଦୃଷ୍ଟିରେ ରଖି ତତ୍ପରତା ପ୍ରକାଶ…

ଶିକ୍ଷକଙ୍କ ଘରକୁ ଯିବ ନବମ ପରୀକ୍ଷା ଖାତା: ସ୍କୁଲ୍‌ରୁ ଅଭିଭାବକ ଘରକୁ ନେବେ ବହି

ଭୁବନେଶ୍ୱର, ୧୨।୪(ବ୍ୟୁରୋ): କରୋନା ପାଇଁ ସବୁ କ୍ଷେତ୍ର ପ୍ରଭାବିତ ହୋଇଛି। ଏଥିପଯୋଗୁ ସ୍କୁଲ୍‌, କଲେଜ ବନ୍ଦ ରହିଥିବାରୁ ପିଲାଙ୍କ ପାଠପଢ଼ା ଓ ପରୀକ୍ଷା ଗୁରୁତର ବାଧାପ୍ରାପ୍ତ ହୋଇଛି। ଅନେକ ପରୀକ୍ଷାକୁ ବନ୍ଦ କରାଯିବା ସହିତ କିଛି ପରୀକ୍ଷାକୁ ସ୍ଥଗିତ ମଧ୍ୟ ରଖାଯାଇଛି।…

‘ସପ୍ତାହକୁ ୩ ଦିନ ତୋଳାହେଉ କେନ୍ଦୁପତ୍ର’

ଭୁବନେଶ୍ୱର,୧୨।୪(ବ୍ୟୁରୋ): ସାରା ଦେଶରେ କରୋନା ମୁକାବିଲା ପାଇଁ ଲକ୍‌ଡାଉନ ଜାରି ରହିଛି। ଓଡ଼ିଶାରେ ମଧ୍ୟ ଚଳିତ ମାସ ୩୦ତାରିଖ ଯାଏ ଲକ୍‌ଡାଉନ ଅବଧିକୁ ବୃଦ୍ଧି କରାଯାଇଛି। ଏଥିଯୋଗୁ କେନ୍ଦୁପତ୍ର ସଂଗ୍ରହ, ବିକ୍ରୟ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ସାମାଜିକ ଦୂରତା ରକ୍ଷାକରି ଯଦି…

ଲକ୍‌ଡାଉନ ଯୋଗୁ ଏମ୍‌ଏସ୍‌ଏମ୍‌ଇ ପ୍ରଭାବିତ: କେନ୍ଦ୍ରୀୟ ସହାୟତା ଲୋଡ଼ିିଲା ରାଜ୍ୟ

ଭୁବନେଶ୍ୱର,୧୨।୪(ବ୍ୟୁରୋ): ବିଶ୍ୱବ୍ୟାପୀ କରୋନାଜନିତ ଭୟାବହତାକୁ ନେଇ ରାଜ୍ୟରେ ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ(ଏମ୍‌ଏସ୍‌ଏମ୍‌ଇ)କ୍ଷେତ୍ର ପ୍ରାୟତଃ ବନ୍ଦ ହୋଇ ପଡ଼ିଥିବା ଯୋଗୁ ଏ କ୍ଷେତ୍ରରେ ଅଚଳାବସ୍ଥା ସୃଷ୍ଟି ହୋଇଛି । ଏ ନେଇ ଶନିବାର ବିଭାଗୀୟ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର…

ସୁନ୍ଦରଗଡ଼ ଜିଲାରେ ପ୍ରଥମ ୨ କରୋନା ଆକ୍ରାନ୍ତ ଚିହ୍ନଟ: ବିଶ୍ରାରେ ପହଞ୍ଚିଲେ ସ୍ବାସ୍ଥ୍ୟ ଅଧିକାରୀ

ସୁନ୍ଦରଗଡ଼,୧୨।୪(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲାରେ ପ୍ରଥମ ଥର ପାଇଁ ଦୁଇଜଣ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଶନିବାର ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ହୋଇଥିବା ନମୂନା ପରୀକ୍ଷଣ ରିପୋର୍ଟରେ ୪ଜଣ ପଜିଟିଭ୍‌ ରହିଥିଲେ। ତେବେ ସେଥିରୁ ୨ଜଣ ସୁନ୍ଦରଗଡ଼ ଜିଲା ବିଶ୍ରା…

‘ମୁକାବିଲା ପାଇଁ ସଚେତନତାକୁ ଗୁରୁତ୍ୱ’

ଭୁବନେଶ୍ୱର,୧୨।୪(ବ୍ୟୁରୋ): କୋଭିଡ୍‌-୧୯ ସଂକ୍ରମଣ ପରିପ୍ରେକ୍ଷୀରେ ଗ୍ରାମାଞ୍ଚଳରେ ସଚେତନତା ସୃଷ୍ଟି ଏବଂ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମଗୁଡ଼ିକୁ ରାଜ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି। ଏଥିପାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ପ୍ରତିନିିଧିମାନଙ୍କୁ ଅବଗତ କରାଇବା ପାଇଁ ଗତ ମାର୍ଚ୍ଚ ୧୯, ୨୦ ଓ ୨୧ ତାରିଖରେ ଗ୍ରାମପଞ୍ଚାୟତ,…

ତାସ୍‌ ନ ଖେଳିବାକୁ ବାଗ୍‌ଚୀଙ୍କ ପରାମର୍ଶ

ଭୁବନେଶ୍ୱର, ୧୨।୪(ବ୍ୟୁରୋ): କରୋନା ସଂକ୍ରମଣ ରୋକିବା ପାଇଁ ସାମାଜିକ ଦୂରତ୍ୱ ହେଉଛି ବଡ଼ ଅସ୍ତ୍ର। ରାଜ୍ୟ ସରକାର ବାରମ୍ବାର ଏହାକୁ ଗୁରୁତ୍ୱ ଦେଉଥିବାବେଳେ ଅନେକ ପାଳନ କରୁନାହାନ୍ତି। ଲକ୍‌ଡାଉନ୍‌ ସମୟରେ ବିଶେଷକରି ଗ୍ରାମାଞ୍ଚଳରେ ତାସ୍‌ ଖେଳ ଆସର ଜମିଥିବା ଖବର ସରକାରଙ୍କ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri