ପାରାଦୀପରେ କଣ୍ଟେନର ଆମଦାନୀ-ରପ୍ତାନି ଆରମ୍ଭ

ପାରାଦୀପ,୧୧ା୭(ସ୍ବ.ପ୍ର.): ପାରାଦୀପ ବନ୍ଦରରେ ଶନିବାର ପ୍ରଥମ କରି କଣ୍ଟେନର ଆମଦାନୀ-ରପ୍ତାନି ଆରମ୍ଭ ହୋଇଛି। ସାରେ ବନ୍ଦରର ପିଆଇସିଟି (ପାରାଦୀପ ଇଣ୍ଟରନ୍ୟାଶନାଲ କାର୍ଗୋ ଟର୍ମିନାଲ)ବର୍ଥରେ କଣ୍ଟେନର ବୋଝେଇ ଜାହାଜ ଲାଗିଛି। ମାଲେସିଆର ପୋର୍ଟକ୍ଲାଙ୍ଗ ବନ୍ଦରରୁ ଏମ୍‌ଭି ଦାମୁଭୂମ ନାମକ ଜାହାଜରେ ୧୫୦ ଖାଲି କଣ୍ଟେନର ଆସିଛି। ଏହା ଖଲାସ ହେବାପରେ ୨୩ଟି ମାଲ୍‌ ବୋଝେଇ କଣ୍ଟେନର ମାଲେସିଆକୁ ଯିବ। ସେଠାରୁ ୟୁରୋପ ଦେଶକୁ ଯିବ ବୋଲି ବନ୍ଦର ଅଧ୍ୟକ୍ଷ ରିଙ୍କେଶ ରାୟ ଉଦ୍‌ଘାଟନୀ ଅବସରରେ ସୂଚନା ଦେଇଛନ୍ତି। ପାରାଦୀପ ତୈଳ ବିଶୋଧନାଗାରର ପ୍ରଲିପ୍ରପଲିନ ୟୁନିଟରୁ ଉତ୍ପାଦିତ ପଲିମର ଏଥିରେ ରପ୍ତାନି ହେବ ବୋଲି କୁହାଯାଇଛି। ପୂର୍ବରୁ ଏଭଳି ସୁବିଧା ପାରାଦୀପ ବନ୍ଦରରେ ଉପଲବ୍ଧ ନ ଥିଲା। କଣ୍ଟେନର ଜାହାଜ ଅନ୍ୟ ବନ୍ଦରରେ ଲାଗେ। ସେଠାରୁ ଆନ୍ତଃବନ୍ଦର ପରିବହନ ବ୍ୟବସ୍ଥାରେ ପାରାଦୀପକୁ ଆସେ। ଏବେ ସିଧାସଳଖ ପାରାଦୀପକୁ ଆସିବ। ଏହାଦ୍ବାରା କ୍ଷୁଦ୍ର ଉଦ୍ୟୋଗୀ କମ ଖର୍ଚ୍ଚରେ ଉତ୍ପାଦନ କରିପାରିବେ ବୋଲି ଅଧ୍ୟକ୍ଷ ରାୟ କହିଛନ୍ତି। ଏହି ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ଉପାଧ୍ୟକ୍ଷ ଏ.କେ. ବୋଷ, ପିଆଇସିଟି ଶାଖା ମୁଖ୍ୟ କ୍ୟାପଟେନ ସତ୍ୟବ୍ରତ ଶତପଥୀ ପ୍ରମୁଖ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଚଳିତ ମାସରେ ପାରାଦୀପ ବନ୍ଦର ୨୫.୭୩ ମିଲିୟନ ଟନ ପଣ୍ୟ କାରବାର କରି ଦେଶର ବୃହତ୍‌ ବନ୍ଦର କ୍ଷେତ୍ରରେ ପ୍ରଥମ ସ୍ଥାନ ଅଧିକାର କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଜଣା ବ୍ୟାଧି

ଅଜଣା ବ୍ୟାଧି ଗ୍ରାସ କରିଛି ଜିଲାକୁ। ସଚେତନତା ହେଉଛି ଏହାର ଏକମାତ୍ର ମହୌଷଧି। ହେଲେ ଏହା ପହଞ୍ଚିପାରୁନି ଦୁର୍ନୀତି କବଳିତ ବ୍ୟକ୍ତିବିଶେଷଙ୍କ ପାଖରେ। ଫଳସ୍ବରୂପ ଡିଅଁ।ରୋଗ...

ଉଚ୍ଚ ଶବ୍ଦ ସୃଷ୍ଟିକାରୀ ବାଇକ ଦେଖିଲେ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୧୪।୩(ବ୍ୟୁରୋ): ସାବଧାନ! ଏଣିକି ବାଇକ୍‌ରୁ ଉଚ୍ଚ ଶବ୍ଦ ବାହାରୁଥିଲେ ହେବ କାର୍ଯ୍ୟାନୁଷ୍ଠାନ। ଖୋଜି ଖୋଜି ଧରିବ ପୋଲିସ। ରାଜଧାନୀରେ ଅନେକ ଯୁବକ ବାଇକ୍‌କୁ ମଡେଲିଂ କରିବା...

ନୂଆବର୍ଷରେ ଭିଜିବ ଓଡ଼ିଶା

ଭୁବନେଶ୍ୱର, ୨୯ା୧୨(ବ୍ୟୁରୋ): ନୂଆବର୍ଷରେ ବର୍ଷା ହେବ ବୋଲି ପାଣିପାଗ ବିଭାଗ କହିଛି। ଆସନ୍ତା ୧ରୁ ୩ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେବ।...

ଭାଙ୍ଗିଲେ ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି

ପୁରୀ ଅଫିସ,୨।୭: ଭାଙ୍ଗିଲେ ପୁରୀ ଗୁଣ୍ଡିଚା ମନ୍ଦିର ରୋଷ ଘର ଚୁଲି। ୨୦ରୁ ଅଧିକ ଚୁଲି କୌଣସି ଦୁର୍ବୃତ୍ତ ଭାଙ୍ଗିଦେଇଥିବା ସୂଚନା ମିଳିଛି। ସୁଆର ମହାସୁଆର...

ଚାରା ରୋପଣରେ ଦୁର୍ନୀତି

ଭୁବନେଶ୍ୱର,୨ା୮(ବ୍ୟୁରୋ):ଜଳବାୟୁ ପରିବର୍ତ୍ତନ ସମଗ୍ର ବିଶ୍ୱ ପାଇଁ ବଡ଼ ଆହ୍ବାନ ହୋଇଛି। ଜଙ୍ଗଲ ଧ୍ୱଂସ ଏହାର ଏକ ପ୍ରମୁଖ କାରଣ। ବନୀକରଣ ଉପରେ ସବୁସ୍ତରରେ ଜୋର ଦିଆଯାଉଛି।...

ଖୋଲିଲା ତାମ୍ପରା ଲେକ୍‌ ଭ୍ୟୁ ଫ୍ରଣ୍ଟ୍‌

ଛତ୍ରପୁର,୭।୩(ଡି.ଏନ.ଏ.): ଗଞ୍ଜାମ ଜିଲା ଛତ୍ରପୁର ଉପକଣ୍ଠ ହୁମୁରୀ ତାମ୍ପରା ପର୍ଯ୍ୟଟନ କ୍ଷେତ୍ରକୁ ନୂତନ ରୂପ ମିଳିଛି। ତାମ୍ପରା ଲେକ୍‌ ଭିୟୁ ଫ୍ରଣ୍ଟ୍‌ ପର୍ଯ୍ୟଟକଙ୍କ ପାଇଁ ଟ୍ରାଏଲ...

୩୫ ଓଏଏସ୍‌ ଅଫିସରଙ୍କୁ ବଦଳି କଲେ ସରକାର

ଭୁବନେଶ୍ବର,୧୫ା୧୦(ବ୍ୟୁରୋ): ୧୩୯ଜଣ ଓଏଏସ୍‌ ଅଫିସରଙ୍କୁ ଗୁରୁବାର ବଦଳି କରିବା ପରେ ଶୁକ୍ରବାର ପୁଣି ୩୫ଜଣ ଓଏଏସ୍‌ ଅଫିସରଙ୍କ ବଦଳି ତାଲିକା ପ୍ରକାଶ ପାଇଛି। ତହସିଲଦାର ଓ...

ଦୁଇ ପଡ଼ୋଶୀ ମହିଳାଙ୍କ କଳି, ଜଣଙ୍କର ଜୀବନ ଗଲା

ରାସଗୋବିନ୍ଦପୁର, ୨୬।୧୧ (ଡି.ଏନ.ଏ.)- ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନାଠାରୁ ପ୍ରାୟ ୧୩ କି.ମି. ଦୂର ଅମର୍ଦ୍ଦା ପଞ୍ଚାୟତ ଅଧୀନ ବାଉଁଶୁଣି ଗ୍ରାମରେ ସୋମବାର ସନ୍ଧ୍ୟାରେ ଏକ...

Advertisement
Archives

Model This Week