ଲକ୍ଡାଉନ୍ ନିୟମରେ ସାମାନ୍ୟ ପରିବର୍ତ୍ତନ: କୃଷିକାର୍ଯ୍ୟ ପାଇଁ କୋହଳ, ଭୁବନେଶ୍ୱର ପାଇଁ ପରବର୍ତ୍ତି ସମୟରେ ଆସିବ ସ୍ବତନ୍ତ୍ର ନିୟମ
ଭୁବନେଶ୍ୱର,୧୩।୪(ବ୍ୟୁରୋ): ଆସନ୍ତା ୧୫ରୁ ଏପ୍ରିଲ ୩୦ ତାରିଖ ଯାଏ ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ରହିବ। ଏହି ସମୟରେ ପୂର୍ବ ଭଳି ଯାନବାହାନ, ଦୋକାନବଜାର ଓ ଅନ୍ୟାନ୍ୟ ପ୍ରତିଷ୍ଠାନ ଉପରେ କଟକଣା ବଳବତ୍ତର ରହିବ। ତେବେ ଏହି ସମୟରେ ଚାଷ…
କରୋନା ଆକ୍ରାନ୍ତ ସୁସ୍ଥ ହେବା ପରେ କଳାହାଣ୍ଡିବାସୀ ଆଶ୍ୱସ୍ତ
ଧର୍ମଗଡ଼,୧୩ା୪(ଡି.ଏନ୍.ଏ.) : କଳାହାଣ୍ଡି ଜିଲାର ଜଣେ କୋଭିଡ୍ ପଜିଟିଭ ଆକ୍ରାନ୍ତ ବର୍ତ୍ତମାନ ସୁସ୍ଥ ହୋଇଥିବା ଜଣାପଡ଼ିଛି । ଏ ନେଇ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଟୁଇଟ୍ ମାଧ୍ୟମରେ ସୂଚନା ଦିଆଯାଇଛି। ଏନେଇ ଜିଲାବାସୀଙ୍କୁ କିଛିଟା ଆଶ୍ୱସ୍ତି ମିଳିଛି। ଗୋଲାମୁଣ୍ଡା ବ୍ଲକ…
ରାଜ୍ୟବାସୀଙ୍କ ପାଇଁ ଖୁସି ଖବର: ସୁସ୍ଥ ହେଲେ ଆଉ ଜଣେ କରୋନା ଆକ୍ରାନ୍ତ, ମୋଟ୍ ୧୩ ସୁସ୍ଥ
ଭୁବନେଶ୍ୱର,୧୩ା୪(ବ୍ୟୁରୋ) : ରାଜ୍ୟବାସୀଙ୍କ ପାଇଁ ଏକ ପୁଣି ଏକ ଖୁସି ଖବର ଆସିଛି। କଳାହାଣ୍ଡିରୁ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଏବେ ସୁସ୍ଥ ହୋଇଛନ୍ତି। ଏନେଇ ରବିବାର ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ୍ ଜରିଆରେ ପ୍ରକାଶ…
କଣ୍ଟେନ୍ମେଣ୍ଟ ଜୋନ୍ରୁ ହଟିଲା ପଟାପୋଲ
କଟକ ଅଫିସ୍,୧୩ା୪: କଟକ ସହରର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଗତ ୪ ତାରିଖରେ ପଟାପୋଲ ଅଞ୍ଚଳକୁ କଣ୍ଟେନ୍ମେଣ୍ଟ ଜୋନ୍ ଭାବେ ଘୋଷଣା କରାଯାଇଥିଲା। ସଂକ୍ରମଣ ରୋକିବା ପାଇଁ ଏହି ପଦକ୍ଷେପ ନିଆଯାଇଥିଲା। ତେବେ ପ୍ରଥମ ଆକ୍ରାନ୍ତ ସୁସ୍ଥ…
ଯାଜପୁର: ବ୍ରହ୍ମବରଦାରୁ ଉଠିଲା ସଟ୍ଡାଉନ୍, ଲକ୍ଡାଉନ୍ ବଳବତ୍ତର; ଖୋଲିଲା କିଛି ଅତ୍ୟାବଶ୍ୟକୀୟ ସାମଗ୍ରୀ ଦୋକାନ
ରସୁଲପୁର,୧୩ା୪(ଡି.ଏନ୍.ଏ.): ଯାଜପୁର ଜିଲା ରସୁଲପୁର ବ୍ଲକ ବ୍ରହ୍ମବରଦା ଅଞ୍ଚଳରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଥିଲେ। ଏଥିପାଇଁ ଜିଲା ପ୍ରଶାସନ ପକ୍ଷରୁ ବ୍ରହ୍ମବରଦା ଅଞ୍ଚଳର ୩କିମି ପରିଧି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବରେ ଘୋଷଣା କରାଯାଇଥିଲା। ଏଥିପାଇଁ ଏହି ଅଞ୍ଚଳକୁ ଲକ୍ଡାଉନରୁ…
ରାଜ୍ୟବାସୀଙ୍କୁ ଓଡ଼ିଆ ନବବର୍ଷର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୩ା୪(ବ୍ୟୁରୋ): ଆଜି ହେଉଛି ପଣାସଂକ୍ରାନ୍ତି ବା ଓଡ଼ିଆ ନବବର୍ଷ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। ଏହି ବାର୍ତ୍ତାରେ ସେ ଲେଖିଛନ୍ତି, ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ମହିମାରୁ ପ୍ରତିଟି ଜୀବନ ସୁରକ୍ଷିତ ରହୁ। ମହାମାରୀ…
ଖୋର୍ଦ୍ଧା: ୩୬ ମନ୍ଦିରରେ ୧୪୪ ଧାରା, ଜରିପୁଟ ସଙ୍କଟମୋଚନ ମନ୍ଦିରରେ ୧୦ଦିନ କଟକଣା
ଖୋର୍ଦ୍ଧା ଅଫିସ,୧୩ା୪: ଖୋର୍ଦ୍ଧା ଜିଲାର ୩୬ଟି ମନ୍ଦିର ଓ ଶୈବପୀଠରେ ୧୪୪ ଧାରା ଜାରି କରାଯାଇଛି। ସୋମବାର ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଥିବାରୁ ସମ୍ପୃକ୍ତ ପୀଠସ୍ଥଳିଗୁଡ଼ିକରେ ଭକ୍ତଙ୍କ ସମାଗମ ଆଶଙ୍କାରେ ପ୍ରଶାସନ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। କରୋନା…
ଆଜି ମହାବିଷୁବ ସଂକ୍ରାନ୍ତି, ଓଡ଼ିଆ ନବବର୍ଷ: ମନ୍ଦିରରେ ନାହିଁ ଭକ୍ତଙ୍କ ଭିଡ଼
ଭୁବନେଶ୍ବର,୧୩ା୪(ବ୍ୟୁରୋ) : ଆଜି ହେଉଛି ମହାବିଷୁବ ସଂକ୍ରାନ୍ତି ବା ହନୁମାନ ଜୟନ୍ତୀ। ଏଥିସହିତ ଓଡ଼ିଆ ନବବର୍ଷ ମଧ୍ୟ। ମାତ୍ର କରୋନା ମୁକାବିଲା ପାଇଁ ଚାଲିଥିବା ଲକ୍ଡାଉନ୍ ଯୋଗୁ କୌଣସି ମନ୍ଦିରରେ ଭିଡ଼ ନାହିଁ। ଚାରିଆଡ଼େ ଖାଁ ଖାଁ। ଲୋକେ ଘରେ ରହି…
ମାସ୍କ ନ ପିନ୍ଧି ଜରିମାନା ଗଣିଲେ ୧୬୦ଜଣ
ଭୁବନେଶ୍ୱର,୧୩ା୪(ବ୍ୟୁରୋ): କରୋନାକୁ ନେଇ ଯେତେ କଟକଣା, ସେତେ ଧରାପଡୁଛନ୍ତି ଅମାନିଆ। ତେବେ ପ୍ରଥମଥର ପାଇଁ ମାସ୍କ ନ ପିନ୍ଧି ଜରିମାନା ଗଣିଛନ୍ତି ୧୬୦ଜଣ। ମାସ୍କ ବାଧ୍ୟତାମୂଳକ କରାଯାଇଥିଲେ ମଧ୍ୟ ରବିବାର ଏମାନେ ନିୟମ ନ ମାନି ସହରରେ ବୁଲୁଥିଲେ। ପୋଲିସ ବିଭିନ୍ନ…
‘ହାତପାଆନ୍ତାରେ ସହାୟତା ପହଞ୍ଚାଇବାକୁ ପ୍ରାଥମିକତା’
ଭୁବନେଶ୍ୱର,୧୩ା୪(ବ୍ୟୁରୋ): ରାଜ୍ୟର ୧୯,୦୫୯ ପରିବାରର ୫୧,୭୭୬ ଜଣଙ୍କୁ ଗତ ମାର୍ଚ୍ଚ ୨୧ରୁ ଏପ୍ରିଲ ୧୧ ତାରିଖ ମଧ୍ୟରେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି। ସେହିଭଳି ଯୋଗ୍ୟ ହିତାଧିକାରୀ ଚୟନ କରାଯାଇ ଅନ୍ତର୍ଭୁକ୍ତ କରାଯିବା ପ୍ରକ୍ରିୟା ଜାରି ରହିଛି। ଖାଦ୍ୟ…
ଡାକ୍ତର, ସ୍ବାସ୍ଥ୍ୟକର୍ମୀଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ନିର୍ଦ୍ଦେଶ
ଭୁବନେଶ୍ୱର,୧୩ା୪(ବ୍ୟୁରୋ): କରୋନା(କୋଭିଡ୍-୧୯) ମହାମାରୀ ସମଗ୍ର ବିଶ୍ୱକୁ କବଳିତ କରିଛି। ଦେଶରେ ଏହି ମାରାତ୍ମକ ରୋଗ ବେଳକୁବେଳ ଭୟଙ୍କର ହେବାରେ ଲାଗିଛି। ଏହି ରୋଗର ଚିକିତ୍ସା କରିବା ସହିତ ସ୍କ୍ରିନିଂ ଏବଂ ସ୍ବାବ୍ ନମୁନା ପରୀକ୍ଷା କରିବା ଭଳି ବିପଜ୍ଜନକ କାର୍ଯ୍ୟରେ ଡାକ୍ତର…
ଏମ୍ଏସ୍ଏମ୍ଇ: ସ୍ବାସ୍ଥ୍ୟ ସାମଗ୍ରୀ ଉତ୍ପାଦନ ଉପରେ ଗୁରୁତ୍ୱ
ଭୁବନେଶ୍ୱର,୧୩ା୪(ବ୍ୟୁରୋ): କରୋନା ଭୂତାଣୁ ସଂକ୍ରମଣ ବିଶ୍ୱ ଅର୍ଥନୀତି ଉପରେ ଗଭୀର ପ୍ରଭାବ ପକାଇଛି। ବୃହତ୍ ଶିଳ୍ପ ଉତ୍ପାଦନ ବନ୍ଦ ରହିଛି। ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସାମଗ୍ରୀକୁ ବାଦ୍ ଦେଇ ଅନ୍ୟ କୌଣସି ଉତ୍ପାଦନ ହେଉନାହିଁ। ଅପରପକ୍ଷରେ ସାରା ବିଶ୍ୱରେ ସୃଷ୍ଟି ହୋଇଥିବା ସ୍ବାସ୍ଥ୍ୟ…
Archives


