ବେଲପଡାରେ ଡବଲ ମର୍ଡର: ଗାଁରେ ଉତ୍ତେଜନା, ପୋଲିସ ମୁତୟନ

ବେଲପଡା,୧୧ା୭(ଡି.ଏନ.ଏ.)-ବଲାଙ୍ଗୀର ଜିଲା ବେଲପଡା ଥାନା ଅଧୀନ ମୁଣ୍ଡାଗଁାରେ ଏକ ଡବଲ ମର୍ଡର ଘଟଣା ଘଟିଛି ା ଟଙ୍କା ଦେଣନେଣକୁ କେନ୍ଦ୍ର କରି ଶନିବାର ଅପରାହ୍ନରେ ଏହି ଦୁଃଖଦ ଘଟଣା ଘଟିଛି ା ଦୁଇ ପରିବାର ସଦସ୍ୟଙ୍କ ମଧ୍ୟରେ ହଣାକଟା ପରେ ବାପ ପୁଅଙ୍କ ଜୀବନ ଯାଇଛି। ମୃତକ ହେଲେ ମୋତିଲାଲ ବନଛୋର(୫୮) ଓ ତାଙ୍କ ପୁଅ ଛନ୍ଦମଣି ବନଛୋର (୩୦)। ଏଥିରେ କୈଳାସ ବନଛୋର(୩୦), ହେମନ୍ତ ବନଛୋର(୨୬), ବାଲ୍ମିକୀ ରାଉତ(୬୦) ତାଙ୍କ ପୁଅ ଫକୀର ରାଉତ(୩୫), ମଙ୍ଗଳ ରାଉତ(୩୦) ଓ ଘାସିରାମ ରାଉତ(୨୬) ପ୍ରମୁଖ ଉଭୟ ପକ୍ଷର ୬ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବେଲପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲ୍ମିକୀ ଓ ଫକୀରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ବଲାଙ୍ଗୀର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ା ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ମୋତିଲାଲଙ୍କ ମୃତଦେହ ପଡି ରହିଛି ା ପାଟଣାଗଡ଼ ଏସ୍‌ଡିପିଓ ସୁରେଶ ନାୟକ, ବେଲପଡା ଥାନା ଅଧିକାରୀ ସଚ୍ଚିଦାନନ୍ଦ ବରିହା ସେଠାରେ ପହଞ୍ଚି ତନାଘନା ଚଳାଇଛନ୍ତି। ଘଟଣାସ୍ଥଳରେ ପୋଲିସ ଫେର୍ସ ମୁତୟନ କରାଯାଇଛି ା
ପୋଲିସ ସୂତ୍ରରୁ ପ୍ରକାଶ ଯେ, ବାଲ୍ମିକ ରାଉତଙ୍କ ପୁଅ ଫକୀର ରାଉତ ଜଣେ ଟ୍ରାକ୍ଟର ଡ୍ରାଇଭର। ମୋତିଲାଲ ଗତ କିଛିଦିନ ତଳେ ଏକ ଟ୍ରାକ୍ଟର ଲିଜସୂତ୍ରରେ ଆଣିଥିଲେ ା ଫକୀର ସେହି ଟ୍ରାକ୍ଟରର ଚଳାଉ ଥିଲେ। ଟ୍ରାକ୍ଟର ମାଲିକ ମୋତିଲାଲ କୁଆଡେ ତାଙ୍କୁ ୧୦ ମାସର ଦରମା ଦେଇ ନ ଥିଲେ। ଏହାକୁ ନେଇ ନେଇ ଫକୀର ଓ ମୋତିଲାଲଙ୍କ ମଧ୍ୟରେ ବିଭିନ୍ନ ସମୟରେ ପାଟିତୁଣ୍ଡ ହେଉଥିଲା। କିଛିଦିନ ପୂର୍ବରୁ ମୋତିଲାଲ ତାଙ୍କୁ ଅଳ୍ପ ଟଙ୍କା ଦେଇଥିଲେ ା ତେବେ ଅବଶିଷ୍ଟ ଟଙ୍କାକୁ ନେଇ ବିବାଦ ଲାଗି ରହିଥିଲା ା ଏହି ଘଟଣାକୁ କେନ୍ଦ୍ର କରି ଶନିବାର ଅପରାହ୍ନରେ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ା ଉଭୟ ପକ୍ଷ ମାରଣାସ୍ତ୍ର ଧରି ଗାଁ ଶେଷମୁଣ୍ଡ ଜୋର ପାଖରେ ମୁହଁାମୁହିଁ ହୋଇଥିଲେ ା ଫକୀରଙ୍କ ଭାଇ ମଙ୍ଗଲ ଏକ ତାବଲି(ମାରଣାସ୍ତ୍ର)ରେ ମୋତିଲାଲଙ୍କୁ ହଠାତ୍‌ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ମୋତିଲାଲ ଟଳି ପଡିଥିଲେ। ପରେ ମଙ୍ଗଳ ଛନ୍ଦମଣିଙ୍କୁ ବି ଆକ୍ରମଣ କରିଥିଲେ। ଗାଁ ଲୋକଙ୍କଠାରୁ ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାକୁ ଆଣିଥିଲେ ା ହେଲେ ଛନ୍ଦମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ନବୀନ, ପାଣ୍ଡିଆନଙ୍କ ମଝିରେ ଫଟୋ ଉଠାଇଲେ ସୁର, ବିଜେଡିରେ ହେବେ କି ସାମିଲ!

ଭୁବନେଶ୍ୱର,୨୫।୪: ବିଧାୟକ ସୁର ରାଉତରାୟଙ୍କୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ଆଉ ଏକ ଖବର ସାମ୍ନାକୁ ଆସିଛି। ଜଟଣୀରେ ଥିବା ବିଜେଡି କାର୍ଯ୍ୟାଳୟରେ ସୁର...

ମେ ଦ୍ୱିତୀୟ ସପ୍ତାହ ଆରମ୍ଭ ଯାଏଁ ଜାରି ରହିବ ତାତି!

ଭୁବନେଶ୍ୱର,୨୫।୪: ସମଗ୍ର ଓଡ଼ିଶାରେ ପ୍ରଚଣ୍ଡ ତାତି ଜାରି ରହିଛି। ସକାଳ ୮ଟା ରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ଗୁରୁବାର ପୂର୍ବାହ୍ନ ୧୧ଟା ୩୦ ସୁଦ୍ଧା...

ପୋଖରୀରେ ଗାଧୋଇବା ବେଳେ ବୁଡ଼ିଗଲେ ଦୁଇ ଭଉଣୀ

ଗୋପ,୨୫ା୪(ଭାରତୀ ଭୂଷଣ): ପୋଖରୀରେ ଗାଧୋଇବା ହେଲା କାଳ। ଦୁଇ ଭଉଣୀ ଗୁରୁବାର ପୋଖରୀରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି। ପୁରୀ ଜିଲା ଗୋପ ଥାନା ଡଭାର ଗାଁରେ...

ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌

ଭୁବନେଶ୍ୱର,୨୫।୪: ଏମ୍‌ପି ସୁରେଶ ପୂଜାରୀଙ୍କ ଘର ପରିସରରେ ଖସିଲା ଡ୍ରୋନ୍‌। ବେଲପାହାଡ଼ ଗାନ୍ଧି ଛକ ଆମ୍ବଝର ନିକଟ ଭଡ଼ା ଘର ପରିସରରେ ଡ୍ରୋନ୍‌ ପଡିଥିବା ସୂଚନା...

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ଢାଳି ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri