ବେଲପଡାରେ ଡବଲ ମର୍ଡର: ଗାଁରେ ଉତ୍ତେଜନା, ପୋଲିସ ମୁତୟନ

ବେଲପଡା,୧୧ା୭(ଡି.ଏନ.ଏ.)-ବଲାଙ୍ଗୀର ଜିଲା ବେଲପଡା ଥାନା ଅଧୀନ ମୁଣ୍ଡାଗଁାରେ ଏକ ଡବଲ ମର୍ଡର ଘଟଣା ଘଟିଛି ା ଟଙ୍କା ଦେଣନେଣକୁ କେନ୍ଦ୍ର କରି ଶନିବାର ଅପରାହ୍ନରେ ଏହି ଦୁଃଖଦ ଘଟଣା ଘଟିଛି ା ଦୁଇ ପରିବାର ସଦସ୍ୟଙ୍କ ମଧ୍ୟରେ ହଣାକଟା ପରେ ବାପ ପୁଅଙ୍କ ଜୀବନ ଯାଇଛି। ମୃତକ ହେଲେ ମୋତିଲାଲ ବନଛୋର(୫୮) ଓ ତାଙ୍କ ପୁଅ ଛନ୍ଦମଣି ବନଛୋର (୩୦)। ଏଥିରେ କୈଳାସ ବନଛୋର(୩୦), ହେମନ୍ତ ବନଛୋର(୨୬), ବାଲ୍ମିକୀ ରାଉତ(୬୦) ତାଙ୍କ ପୁଅ ଫକୀର ରାଉତ(୩୫), ମଙ୍ଗଳ ରାଉତ(୩୦) ଓ ଘାସିରାମ ରାଉତ(୨୬) ପ୍ରମୁଖ ଉଭୟ ପକ୍ଷର ୬ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ବେଲପଡା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବାଲ୍ମିକୀ ଓ ଫକୀରଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ବଲାଙ୍ଗୀର ଡାକ୍ତରଖାନା ସ୍ଥାନାନ୍ତର କରାଯାଇଛି ା ଗାଁରେ ଉତ୍ତେଜନା ଲାଗି ରହିଥିବାରୁ ଘଟଣାସ୍ଥଳରେ ମୋତିଲାଲଙ୍କ ମୃତଦେହ ପଡି ରହିଛି ା ପାଟଣାଗଡ଼ ଏସ୍‌ଡିପିଓ ସୁରେଶ ନାୟକ, ବେଲପଡା ଥାନା ଅଧିକାରୀ ସଚ୍ଚିଦାନନ୍ଦ ବରିହା ସେଠାରେ ପହଞ୍ଚି ତନାଘନା ଚଳାଇଛନ୍ତି। ଘଟଣାସ୍ଥଳରେ ପୋଲିସ ଫେର୍ସ ମୁତୟନ କରାଯାଇଛି ା
ପୋଲିସ ସୂତ୍ରରୁ ପ୍ରକାଶ ଯେ, ବାଲ୍ମିକ ରାଉତଙ୍କ ପୁଅ ଫକୀର ରାଉତ ଜଣେ ଟ୍ରାକ୍ଟର ଡ୍ରାଇଭର। ମୋତିଲାଲ ଗତ କିଛିଦିନ ତଳେ ଏକ ଟ୍ରାକ୍ଟର ଲିଜସୂତ୍ରରେ ଆଣିଥିଲେ ା ଫକୀର ସେହି ଟ୍ରାକ୍ଟରର ଚଳାଉ ଥିଲେ। ଟ୍ରାକ୍ଟର ମାଲିକ ମୋତିଲାଲ କୁଆଡେ ତାଙ୍କୁ ୧୦ ମାସର ଦରମା ଦେଇ ନ ଥିଲେ। ଏହାକୁ ନେଇ ନେଇ ଫକୀର ଓ ମୋତିଲାଲଙ୍କ ମଧ୍ୟରେ ବିଭିନ୍ନ ସମୟରେ ପାଟିତୁଣ୍ଡ ହେଉଥିଲା। କିଛିଦିନ ପୂର୍ବରୁ ମୋତିଲାଲ ତାଙ୍କୁ ଅଳ୍ପ ଟଙ୍କା ଦେଇଥିଲେ ା ତେବେ ଅବଶିଷ୍ଟ ଟଙ୍କାକୁ ନେଇ ବିବାଦ ଲାଗି ରହିଥିଲା ା ଏହି ଘଟଣାକୁ କେନ୍ଦ୍ର କରି ଶନିବାର ଅପରାହ୍ନରେ ଦୁଇ ପରିବାର ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ା ଉଭୟ ପକ୍ଷ ମାରଣାସ୍ତ୍ର ଧରି ଗାଁ ଶେଷମୁଣ୍ଡ ଜୋର ପାଖରେ ମୁହଁାମୁହିଁ ହୋଇଥିଲେ ା ଫକୀରଙ୍କ ଭାଇ ମଙ୍ଗଲ ଏକ ତାବଲି(ମାରଣାସ୍ତ୍ର)ରେ ମୋତିଲାଲଙ୍କୁ ହଠାତ୍‌ ଆକ୍ରମଣ କରିଥିଲେ। ଫଳରେ ଘଟଣାସ୍ଥଳରେ ମୋତିଲାଲ ଟଳି ପଡିଥିଲେ। ପରେ ମଙ୍ଗଳ ଛନ୍ଦମଣିଙ୍କୁ ବି ଆକ୍ରମଣ କରିଥିଲେ। ଗାଁ ଲୋକଙ୍କଠାରୁ ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଡାକ୍ତରଖାନାକୁ ଆଣିଥିଲେ ା ହେଲେ ଛନ୍ଦମଣିଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, ଓଡ଼ିଶାରେ ତିନି ବର୍ଷ ଯାଏ ଖୋଲିବନି ନୂଆ ମଦ ଦୋକାନ

ଭୁବନେଶ୍ବର,୫।୧୦: ଭୁବନେଶ୍ୱରରେ ‘ଜୀବନ ଜିନ୍ଦାବାଦ-୨.୦’ର ଶୁଭାରମ୍ଭ ହୋଇଛି । ଏହି ଅବସରରେ ରାଜ୍ୟରୁ ନିଶା ମୂଳପୋଛ ପାଇଁ ମୁଖ୍ୟମନ୍ତ୍ରୀ ବଡ଼ ଘୋଷଣା କରିଛନ୍ତି । ଆଗାମୀ ୩…

ଠିକାଦାର ପ୍ରୀତି: ୮୪.୪୨ କୋଟି କ୍ଷତି, ୩୫୨.୭୩ କୋଟି ରାସ୍ତା କାମର ନାହିଁ ଦ୍ରବ୍ୟ ରସିଦ୍‌

ଭୁବନେଶ୍ୱର,୫ା୧୦(ରବିନାରାୟଣ ଜେନା): ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ରାସ୍ତା ନିର୍ମାଣ କାର୍ଯ୍ୟରେ କିଭଳି ଅପମିଶ୍ରିତ ଆଲକାତରା ବ୍ୟବହାର ନ ହେବ ସେଥିପାଇଁ ଅର୍ଥ ବିଭାଗ ପକ୍ଷରୁ ସ୍ବତନ୍ତ୍ର…

ଛାତ୍ର ସଂସଦ ନିର୍ବାଚନ; ଘୋଷଣା ହୋଇନି, ଦ୍ୱନ୍ଦ୍ୱ ବି ଛିଡୁନି

ଭୁବନେଶ୍ୱର,୫ା୧୦(ସୁନିତ୍‌ ମିଶ୍ର): ଓଡ଼ିଶାରେ ଗତ ୮ ବର୍ଷ ହେବ ଛାତ୍ର ସଂସଦ ନିର୍ବାଚନ ହୋଇନାହିଁ । ଭାଜପା ରାଜ୍ୟରେ ସରକାରକୁ ଆସିବା ପୂର୍ବରୁ ଓଡ଼ିଶାରେ ଛାତ୍ର ସଂସଦ…

ପାଣିପାଗ ବିଭାଗର ବଡ଼ ସୂଚନା, ଆସନ୍ତା ୪ ଦିନ ଯାଏ ଏହି ଜିଲାରେ କଲବଲ କରିବ ତାତି

ଭୁବନେଶ୍ୱର,୫ା୧୦(ବନ୍ଦନା ସେଠୀ): ରାଜ୍ୟରେ ଏବେ ତାପମାତ୍ରା ବଢ଼ୁଛି । ଖରାତାତି ସାଙ୍ଗକୁ ଗରମ ଗୁଳୁଗୁଳି ଅନୁଭୂତ ହେଉଛି । ଆସନ୍ତା ୩/୪ ଦିନ ପର୍ଯ୍ୟନ୍ତ ଏଭଳି ସ୍ଥିତି…

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

କେନ୍ଦୁଝରରେ ଧରିତ୍ରୀ ଖବରଦାତାଙ୍କୁ ଆକ୍ରମଣ, ଅଭିଯୁକ୍ତକୁ ବାନ୍ଧିଲା ପୋଲିସ

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ରାମଚନ୍ଦ୍ରପୁର ଥାନା ଅଞ୍ଚଳରେ ଜଣେ ବରିଷ୍ଠ ଖବରଦାତାଙ୍କୁ ଆକ୍ରମଣ ହୋଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?