ଷ୍ଟାର୍ଟଅପ୍‌ ଏବେ ଷ୍ଟପ୍‌

ଭୁବନେଶ୍ୱର,୧୨।୭: କୋଭିଡ୍‌-୧୯ ସମଗ୍ର ଦେଶରେ ବ୍ୟବସାୟ କରିବା ଢାଞ୍ଚାକୁ ସମ୍ପୂର୍ଣ୍ଣ ଭାବେ ବଦଳାଇ ଦେଇଛି। ଅଧିକାଂଶ ବିଜ୍‌ନେସ୍‌ର ମ୍ୟାନେଜମେଣ୍ଟ ପ୍ରାକ୍ଟିସ୍‌ ପରିବର୍ତ୍ତନ ହୋଇଥିବା ବେଳେ ଅଧାରୁ ଅଧିକ ଷ୍ଟାର୍ଟଅପ୍‌ ଏବଂ ସୂକ୍ଷ୍ମ, ଲଘୁ ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ଷ୍ଟପ୍‌ ବା ବନ୍ଦ ହେବା ଅବସ୍ଥାକୁ ଆସିଯାଇଛି। ଉଭୟ ବିଜ୍‌ନେସ୍‌-ଟୁ-ବିଜ୍‌ନେସ୍‌(ବିଟୁବି) ଏବଂ ବିଜ୍‌ନେସ୍‌-ଟୁ-କନ୍‌ଜ୍ୟୁମର୍‌(ବିଟୁସି) ଷ୍ଟାର୍ଟଅପ୍‌ କୋଭିଡ୍‌ ଲକ୍‌ଡାଉନ୍‌ ପାଇଁ ବ୍ୟାପକ କ୍ଷତି ସହିଛନ୍ତି। ଏଭଳିସ୍ଥଳେ ଓଡ଼ିଶାର ଚିତ୍ର ଆହୁରି ଖରାପ ହୋଇପଡ଼ିଛି। ରାଜ୍ୟରେ ବହୁ କମ୍‌ସଂଖ୍ୟକ ଓ୍ବାର୍କିଂ କ୍ୟାପିଟାଲ ଲୋନ୍‌ ବା କ୍ୟାଶ୍‌ କ୍ରେଡିଟ୍‌ ଆକାଉଣ୍ଟ ଥିବା ଷ୍ଟାର୍ଟଅପ୍‌ ରହିଥିବାବେଳେ ଲକ୍‌ଡାଉନ୍‌ରେ ବ୍ୟବସାୟ ବନ୍ଦ ଯୋଗୁ ଓଡ଼ିଶାର ଷ୍ଟାର୍ଟଅପ୍‌ଗୁଡ଼ିକ ସର୍ବାଧିକ କ୍ଷତି ସହିଛନ୍ତି। ହେଲେ ଏଭଳିସ୍ଥଳେ ରାଜ୍ୟରେ ଷ୍ଟାର୍ଟଅପ୍‌ କଲ୍‌ଚର୍‌ର ବିକାଶ ପାଇଁ କାର୍ଯ୍ୟ କରୁଥିବା ଓଡ଼ିଶା ଷ୍ଟାର୍ଟଅପ୍‌ ସେଲ୍‌ ଶୋଇରହିଛି। ଏହି ସେଲ୍‌ କୌଣସି ପଞ୍ଜୀକୃତ ଷ୍ଟାର୍ଟଅପ୍‌ ନିକଟରେ ପହଞ୍ଚତ୍ପାରିନାହିଁ କି କାହାକୁ ଆର୍ଥିକ ସହାୟତା ଦେଇନାହଁି ବୋଲି ଓଡ଼ିଶା ଆସେମ୍ଲି ଅଫ୍‌ ସ୍ମଲ୍‌ ଆଣ୍ଡ୍‌ ମିଡିୟମ୍‌ ଏଣ୍ଟରପ୍ରାଇଜେସ୍‌(ଓଏଏସ୍‌ଏମ୍‌ଇ) ଅଭିଯୋଗ କରିଛି। ଉଭୟ ଗ୍ରାମୀଣ ଓ ସହରାଞ୍ଚଳରେ ଥିବା ଛୋଟ ବଡ଼ ଉଦ୍ୟୋଗୀ ଏବଂ ସଂସ୍ଥା ଏପର୍ଯ୍ୟନ୍ତ କୌଣସି ପ୍ରକାର ସହାୟତା କିମ୍ବା ଯୋଜନା ଦ୍ୱାରା ଲାଭବାନ ହୋଇ ନ ଥିବା କୁହାଯାଇଛି। ରାଜ୍ୟ ଷ୍ଟାର୍ଟଅପ୍‌ ସେଲ୍‌ କେବଳ ଏକ ଫାର୍ସ ବୋଲି ଓଏଏସ୍‌ଏମ୍‌ଇ ପକ୍ଷରୁ କୁହାଯାଇଛି। ନିକଟରେ ଦେଶର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ ଅର୍ଥନୀତିକୁ ଟ୍ରାକ୍‌କୁ ଫେରାଇ ଆଣିବା ପାଇଁ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ର ସକାଶେ ଯେଉଁ ବୃହତ୍‌ ପାଣ୍ଠିର ଘୋଷଣା କରିଥିଲେ, ସେଥିରୁ ଓଡ଼ିଶାର ଉଦ୍ୟୋଗୀମାନଙ୍କ ପକେଟ୍‌କୁ ଟଙ୍କାଏ ମଧ୍ୟ ଆସିନାହିଁ ବୋଲି ଅଭିଯୋଗ ହୋଇଛି।

‘ଷ୍ଟାର୍ଟଅପ୍‌ ଓଡ଼ିଶା’ ତଥ୍ୟ ମୁତାବକ ରାଜ୍ୟରେ ୬୬୨ ପଞ୍ଜୀକୃତ ଷ୍ଟାର୍ଟଅପ୍‌ ଅଛି। ଏଗୁଡ଼ିକ ମଧ୍ୟରୁ ଏବେ ପ୍ରାୟ ୫୦୦ଟି ବନ୍ଦ ହେବା ଅବସ୍ଥାରେ ରହିଛି। ୧୦% ଅର୍ଥାତ୍‌ ମାତ୍ର ୭୦ରୁ ୮୦ଟି ଷ୍ଟାର୍ଟଅପ୍‌ ବହୁ କଷ୍ଟେମଷ୍ଟେ ଚାଲିଥିବା ଓଏଏସ୍‌ଏମ୍‌ଇ ତଥ୍ୟରୁ ଜଣାପଡ଼ିଛି। ରାଜ୍ୟରେ ଆଇଟି କ୍ଷେତ୍ରରେ ସର୍ବାଧିକ ପଞ୍ଜୀକୃତ ଷ୍ଟାର୍ଟଅପ୍‌ ରହିଛି। କୋଭିଡ୍‌-୧୯ ଲକ୍‌ଡାଉନ୍‌ ପାଇଁ ୯୦% ଟେକ୍‌ ଷ୍ଟାର୍ଟଅପ୍‌ ନିଜର ଆୟ ହରାଇଛନ୍ତି। ସେହିଭଳି ୩୦ରୁ ୪୦% ଷ୍ଟାର୍ଟଅପ୍‌ ଏବେ ଅସ୍ଥାୟୀ ଭାବେ କାର୍ଯ୍ୟ ବନ୍ଦ ରଖିଛନ୍ତି। ଏଭଳିସ୍ଥଳେ କିଛିଟା ଆଇଟି ଷ୍ଟାର୍ଟଅପ୍‌ ନୂଆ ବିଜ୍‌ନେସ୍‌ କରିବାକୁ ପ୍ରସ୍ତୁତ ହେଉଛନ୍ତି। ହେଲେ ରାଜ୍ୟ କିମ୍ବା କେନ୍ଦ୍ର ସରକାରଙ୍କ ପକ୍ଷରୁ କୌଣସି ସହାୟତା ମିଳୁ ନ ଥିବାରୁ ହାତ ବାନ୍ଧି ବସିଛନ୍ତି। ଅନ୍ୟପକ୍ଷରେ ଓଡ଼ିଶାରେ ଟୁରିଜମ୍‌, ଇ-କମର୍ସ, ଇ-ଲର୍ନିଂ ସେକ୍ଟରରେ ବହୁ ପଞ୍ଜୀକୃତ ଏବଂ ଅଣପଞ୍ଜୀକୃତ ଷ୍ଟାର୍ଟଅପ୍‌ କାମ କରୁଛନ୍ତି। ଟୁରିଜମ୍‌ ତଥା ଟ୍ରାଭେଲ୍‌ ଇଣ୍ଡଷ୍ଟ୍ରି ସହ ଜଡ଼ିତ ଷ୍ଟାର୍ଟଅପ୍‌ଗୁଡ଼ିକର ବ୍ୟବସାୟ ସମ୍ପୂର୍ଣ୍ଣ ବନ୍ଦ ହୋଇପଡ଼ିଛି। ଆଡ୍‌ ଫିଲ୍ମ, ପ୍ରମୋଶନାଲ ଆକ୍ଟିଭିଟି, ଟୁର୍‌ ଓ ଟ୍ରାଭେଲ ଏଜେନ୍ସି କ୍ଷେତ୍ରରେ ସେବା ଯୋଗାଉଥିବା ୫୦ରୁ ଊର୍ଦ୍ଧ୍ୱ ଷ୍ଟାର୍ଟଅପ୍‌ର ଅବସ୍ଥା ଖରାପ ହୋଇପଡ଼ିଥିବା ବେଳେ ଏହା ସ୍ଥାୟୀ ଭାବେ ବନ୍ଦହେବା ଅବସ୍ଥାରେ ରହିଛି। ସେହିଭଳି ଇ-କମର୍ସ ଷ୍ଟାର୍ଟଅପ୍‌ ଓଡ଼ିଶାରେ ସବୁଠାରୁ ଅଧିକ ରହିଛି। କିନ୍ତୁ ସେଗୁଡ଼ିକ ମଧ୍ୟ ସ୍ଥାଣୁ ଅବସ୍ଥାକୁ ଚାଲିଗଲାଣି। ପନିପରିବା, ଗ୍ରସେରୀ, ମାଛ, ମାଂସ ଏବଂ ଅନ୍ୟାନ୍ୟ ଖାଦ୍ୟପଦାର୍ଥ ଡେଲିଭରି କରୁଥିବା ଇ-କମର୍ସ ଓ୍ବେବ୍‌ସାଇଟ୍‌ ଆଉ କ୍ଷତି ସହି ନ ପାରି ଶେଷରେ ନିଜକୁ ‘ସ୍ବିଗି’ ଏବଂ ‘ଜୋମାଟୋ’ ଭଳି ବଡ଼ ବଡ଼ ଡେଲିଭରି ପ୍ଲାର୍ଟଫର୍ମ ସହ ଅନୁବନ୍ଧିତ ହୋଇଛନ୍ତି। ଫଳରେ ଲାଭାଂଶର ଏକ ବଡ଼ ଅଂଶ ସଂସ୍ଥା ହାତରୁ ଚାଲିଯାଉଛି, ଯେଉଁଥିପାଇଁ କର୍ମଚାରୀ ଛଟେଇ କରିବାକୁ ସେମାନେ ବାଧ୍ୟ ହେଉଛନ୍ତି। ଏହାଫଳରେ ରାଜ୍ୟ ବହୁ ନିଯୁକ୍ତି ସୁଯୋଗ ମଧ୍ୟ ହରାଇଥିବା କୁହାଯାଇଛି। ପ୍ରାୟ ବର୍ଷେ ହେଲା ଦେଶରେ ଲାଗି ରହିଥିବା ଆର୍ଥିକ ମାନ୍ଦାବସ୍ଥା ଓ ଅନାଦାୟ ଋଣ ଯୋଗୁ ରାଷ୍ଟ୍ରାୟତ୍ତ ବ୍ୟାଙ୍କ୍‌ଗୁଡ଼ିକ ଷ୍ଟାର୍ଟଅପ୍‌କୁ ଋଣ ଦେଉ ନ ଥିଲେ। ଏବେ କରୋନା ପାଇଁ ଏଭଳି ସ୍ଥିତି ହୋଇଛି ଯେ, ଷ୍ଟାର୍ଟଅପ୍‌ଗୁଡ଼ିକ ପାଖରେ ଋଣ ଆଣିବା ଲାଗି ବ୍ୟାଙ୍କ୍‌କୁ ଦେଖାଇବାକୁ ସମ୍ପତ୍ତି ନାହିଁ। ଏନେଇ ‘ଇ ମିଟ୍‌’ ଫାଉଣ୍ଡର୍‌ ସୌମ୍ୟରଞ୍ଜନ ପଣ୍ଡା କହିଛନ୍ତି, କ୍ୟାଶ୍‌ ଏବଂ କ୍ୟାଶ୍‌ ଫ୍ଲୋ ନ ଥିବାରୁ ଛୋଟ ଛୋଟ ଷ୍ଟାର୍ଟଅପ୍‌ ସର୍ବାଧିକ ପ୍ରଭାବିତ ହୋଇଛନ୍ତି। ଘରଭଡ଼ାରୁ ଆରମ୍ଭକରି କର୍ମଚାରୀଙ୍କ ବେତନ, ଭେଣ୍ଡର୍‌ ପେମେଣ୍ଟ ଏବଂ ଅନ୍ୟାନ୍ୟ ଖର୍ଚ୍ଚ ଠିକ୍‌ ସମୟରେ ଦେବା ଆମପାଇଁ କଷ୍ଟକର ହୋଇପଡ଼ୁଛି। ବଡ଼ ବଡ଼ କମ୍ପାନୀ କଷ୍ଟେମଷ୍ଟେ ଚଳିଯାଉଛନ୍ତି। ହେଲେ ଆମ ପାଖେ ଏତେ ଜରୁରିକାଳୀନ ପାଣ୍ଠି ନାହିଁ ଯେ ଆମେ ୩ରୁ ୬ ମାସ ଯାଏ ବ୍ୟବସାୟ ନ କରି ସବୁ ଖର୍ଚ୍ଚ ତୁଲାଇ ପାରିବୁ। ସବୁଠାରୁ ବଡ଼ କଥା ହେଲା ସପ୍ଲାଏ ଚେନ୍‌ ଏବେ ସମ୍ପୂର୍ଣ୍ଣଭାବେ ଅସଜଡ଼ା ହୋଇଯାଇଥିବାରୁ ବ୍ୟବସାୟକୁ ପୁଣିଥରେ ପୂର୍ବଭଳି ଛିଡ଼ାକରିବା ଅସମ୍ଭବ ବୋଲି ସେ କହିଛନ୍ତି। ଓଏଏସ୍‌ଏମ୍‌ଇ ମହାସଚିବ ସାତ୍ତ୍ୱିକ ସ୍ବାଇଁ କହିଛନ୍ତି, ଓଡ଼ିଶାର ପ୍ରାୟ ୯୦% ଷ୍ଟାର୍ଟଅପ୍‌ ଏବେ ଡିଫଲ୍ଟରେ ଚାଲିଛନ୍ତି। ଫଣ୍ଡିଂ ଏବଂ ସରକାରୀ ସହାୟତା ଅଭାବରୁ ଆଉ କିଛିଦିନ ମଧ୍ୟରେ ସେଗୁଡ଼ିକ ସବୁଦିନ ପାଇଁ ବନ୍ଦ ହୋଇଯିବ। କ୍ୟାଶ୍‌ କ୍ରେଡିଟ୍‌ ଆକାଉଣ୍ଟ ନ ଥିବାରୁ ଆମ ଷ୍ଟାର୍ଟଅପ୍‌ଗୁଡ଼ିକ କେନ୍ଦ୍ର ସରକାରଙ୍କ ପ୍ୟାକେଜ୍‌ରେ କୌଣସି ସହାୟତା ପାଇପାରୁନାହାନ୍ତି। ଓଡ଼ିଶା ଷ୍ଟାର୍ଟଅପ୍‌ ପଲିସି କେବଳ ଏକ ଫାର୍ସ। ଅନ୍ୟ ରାଜ୍ୟର ଷ୍ଟାର୍ଟଅପ୍‌ ସେଲ୍‌ଗୁଡ଼ିକ ଉଦ୍ୟୋଗୀମାନଙ୍କୁ ବ୍ୟକ୍ତିଗତସ୍ତରରେ ସହାୟତା ପାଇଁ ପଦକ୍ଷେପ ନେଉଥିବା ଆମ ଷ୍ଟାର୍ଟଅପ୍‌ ସେଲ୍‌ର ଅଫିସରମାନେ କେବଳ ସରକାରଙ୍କଠାରୁ ମାସିକ ଦରମା ନେବାରେ ବ୍ୟସ୍ତ ଥିବା ସେ କହିଛନ୍ତି।

ଅନ୍ୟପକ୍ଷରେ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ସୁଦୃଢ଼ କରିବା ପାଇଁ ଗୁରୁବାର ବିଭାଗୀୟ ବୈଠକରେ ଆଲୋଚନା ହୋଇଛି। ଷ୍ଟାର୍ଟଅପ୍‌ ଏବଂ ଏମ୍‌ଏସ୍‌ଏମଇକୁ ୧୦୦୦ କୋଟି ଟଙ୍କା ଋଣ ଦିଆଯାଇଥିବା ସୂଚନା ଦିଆଯାଇଛି। ସ୍ଥାନୀୟ ଉଦ୍ୟୋଗଗୁଡ଼ିକୁ ଅଗ୍ରାଧିକାର ଭିତ୍ତିରେ ପ୍ରୋତ୍ସାହିତ କରାଯିବା ବ୍ୟବସ୍ଥା ହାତକୁ ନିଆଯାଇଛି। ଧାର୍ଯ୍ୟ କରାଯାଇଥିବା ୨୮୦୦ କୋଟି ଟଙ୍କାର ଋଣ ପ୍ରଦାନକୁ ୩୧ ଜୁଲାଇରେ ସାରିବାକୁ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦିଆଯାଇଥିବା ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ବିଭାଗ ପକ୍ଷରୁ କୁହାଯାଇଛି।

ସସ୍ମିତା ପାଇକରାୟ


Enter your email to get our daily news in your inbox.

All Right Reserved By Dharitri.Com

ଗେମ୍ ବି ମାନିଲା ହାର୍! କ୍ୟାଣ୍ଡି କ୍ରଶ୍‌ର ‘The End’ କରି ବିଶ୍ୱ ରେକର୍ଡ କଲେ ବିହାର ଯୁବକ

ସିୱାନ୍: ସାଧାରଣତଃ ଘରେ ପିଲାମାନେ ମୋବାଇଲ୍‌ରେ ଗେମ୍ ଖେଳିଲେ ଅଭିଭାବକମାନେ ଗାଳିଗୁଲଜ କରିବା ସହ “ପାଠ ନପଢ଼ି ଗେମ୍ ଖେଳିଲେ ଭବିଷ୍ୟତ ନଷ୍ଟ ହୋଇଯିବ” ବୋଲି ତାଚ୍ଛଲ୍ୟ…

ଗଛ ମୂଳରେ ପଡ଼ିଛି ଚପଲ, ଉପରେ ଝୁଲୁଛି ଅଜଣା ଯୁବକଙ୍କ ମୃତଦେହ

ବଲାଙ୍ଗୀର,୮ା୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ କୁସମେଲପଞ୍ଚାୟତର ଜାମୁଟିଆ ଗାଁ ନିକଟ ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଗୁରୁବାର ଜବତ ହୋଇଛି।…

ଇଣ୍ଡି ମେଣ୍ଟର ବନ୍ଦ ଡାକରା: ଗାଡ଼ିମୋଟର ଫେରାଇଦେଲେ ବିକ୍ଷୋଭକାରୀ

ପାଟଣା,୮ା୧୦(ବୀର କିଶୋର ଦାଶ): ଇଣ୍ଡିମେଣ୍ଟର ଭାରତ ବନ୍ଦ ଡାକରାକୁ ସମର୍ଥନ କରି ପାଟଣା ଓ ସାହାର ପଡ଼ା ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ କଂଗ୍ରେସ ପକ୍ଷରୁ ପିକେଟିଂ…

୨୩ ଦିନରେ ବଦଳିବ ଭାଗ୍ୟ! ଗୁରୁ-ବୁଧଙ୍କ କୃପାରେ ଲାଭବାନ ହେବେ ୫ ରାଶି

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କ ଚଳନକୁ ବେଶ୍ ଗୁରୁତ୍ୱ ଦିଆଯାଏ । ବିଶେଷକରି ଦେବଗୁରୁ ବୃହସ୍ପତି ବା ଗୁରୁ ଗ୍ରହଙ୍କ ସ୍ଥିତିରେ ପରିବର୍ତ୍ତନ ଆସିଲେ ଏହାର ପ୍ରଭାବ ରାଶିଚକ୍ରର…

ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ଚାଞ୍ଚଲ୍ୟକର ମନ୍ତବ୍ୟ ଦେଲେ କପିଳ ଦେବ: କ୍ରିକେଟ୍‌ ଜଗତ ସ୍ତବ୍ଧ

ନୂଆଦିଲ୍ଲୀ,୮।୧୦: କ୍ରିକେଟ ଜଗତରେ ପାଦ ଥାପିବା ପରଠାରୁ ନିଜ ପ୍ରତିଭାର ଝଲକ ଦେଖାଇ ଆସୁଛନ୍ତି ଯୁବ ବ୍ୟାଟର୍‌ ବୈଭବ ସୂର୍ଯ୍ୟବଂଶୀ। ବୟସ ମାତ୍ର ୧୫ ବର୍ଷ ହୋଇଥିବା…

ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌ ମୁଖ୍ୟ ପ୍ରସଙ୍ଗ ନେଇ କଂଗ୍ରେସର ବନ୍ଦ ଡାକରା

କେନ୍ଦୁଝର,୮ା୧୦(ନରେଶ ଚନ୍ଦ୍ର ପଟ୍ଟନାୟକ): ଏମ୍‌ଏମ୍‌ଡିଆର, ଏସ୍‌ଆଇଆର୍‌-୨୦୨୬, ପାଠ୍ୟପୁସ୍ତକ ତ୍ରୁଟି ଏବଂ ବନ୍ୟା ସମସ୍ୟା ପ୍ରସଙ୍ଗକୁ ନେଇ ବୁଧବାର ଓଡ଼ିଶା ବନ୍ଦ ଡାକରା ପରିପ୍ରେକ୍ଷୀରେ କେନ୍ଦୁଝରରେ ବନ୍ଦ ପାଳନ…

ମୃତ୍ୟୁ ପରେ ମୋତେ ଏମିତି କରିବ, କ’ଣ ଥିଲା ନାନା ପାଟେକରଙ୍କ ଶେଷ ଇଚ୍ଛା? ୨୦୨୩ରେ ପ୍ରକାଶ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ

ମୁମ୍ବାଇ,୮।୧୦: ବଲିଉଡରେ ଏପରି କିଛି ଅଭିନେତା ଅଛନ୍ତି ଯେଉଁମାନେ କେବଳ ପରଦାରେ ଚରିତ୍ର ରୂପାୟନ କରିବାଠାରୁ ଊର୍ଦ୍ଧ୍ୱକୁ ଯାଇ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି…

ବୋରିଆ ସ୍କୁଲରେ ଶିକ୍ଷକ ଅଭାବ: ପାଠପଢ଼ାରେ ବ୍ୟାଘାତ

କେସିଙ୍ଗା, ୮।୧୦(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବୋରିଆ ଗ୍ରାମରେ ଜାତୀୟ ରାଜପଥ-୨୬ କଡ଼ରେ ଥିବା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଅଭାବକୁ ନେଇ ଅସନ୍ତୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?