ଇଣ୍ଟରନେଟ୍‌ ରେଡିଓ

ଭୁବନେଶ୍ୱର,୨୩ା୭(ବ୍ୟୁରୋ): ୧୯୨୭ ଜୁଲାଇ ୨୩ରେ ଭାରତରେ ପ୍ରଥମଥର ପାଇଁ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। ଇଣ୍ଡିଆନ୍‌ ବ୍ରଡ୍‌କାଷ୍ଟିଂ କମ୍ପାନୀ ନାମକ ଏକ ବେସରକାରୀ ସଂସ୍ଥା ଦ୍ୱାରା ବମ୍ବେ ଷ୍ଟେଶନରୁ ଏହି ପ୍ରସାରଣ କରାଯାଇଥିଲା। ଏହା ପରଠାରୁ ଜୁଲାଇ ୨୩କୁ ପ୍ରତିବର୍ଷ ଦେଶରେ ଜାତୀୟ ପ୍ରସାରଣ ଦିବସଭାବେ ପାଳନ କରାଯାଉଛି। ଦିନଥିଲା ରେଡିଓ ଗଣଯୋଗାଯୋଗର ପ୍ରମୁଖ ଓ ଏକମାତ୍ର ମାଧ୍ୟମ ଥିଲା। ଟେଲିଭିଜନ ଉଦ୍ଭାବନ ପରେ ଏହାର ଚାହିଦା ହ୍ରାସ ପାଇବାକୁ ଲାଗିଲା। ମାତ୍ର ଧୀରେ ଧୀରେ ପୁଣିଥରେ ରେଡିଓର ଲୋକପ୍ରିୟତା ଫେରିଛି। ବ୍ୟସ୍ତବହୁଳ ଜୀବନରେ ଟିଭି ଦେଖିବାକୁ ସମୟ କାଢିପାରୁ ନ ଥିବା ଯୁବପିଢ଼ି ଇଣ୍ଟରନେଟ୍‌ ରେଡିଓ ଶୁଣିବାକୁ ପସନ୍ଦ କରୁଛନ୍ତି। ଓ୍ବେବ୍‌ ରେଡିଓ, ଇ-ରେଡିଓ ତଥା ଅନ୍‌ଲାଇନ୍‌ ରେଡିଓଭାବେ ପରିଚିତ ଏହି ମାଧ୍ୟମ ମନୋରଞ୍ଜନରୁ ଆରମ୍ଭକରି ଦେଶ ବିଦେଶର ଟିକିନିଖି ଖବର ମଧ୍ୟ ଦେଉଛି। ଏପରି କି ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ଏହା ମାଧ୍ୟମରେ ପ୍ରସାରଣ କରାଯାଇପାରୁଛି।
ଏକ ଅନୁଧ୍ୟାନରୁ ଜଣାପଡିଛି, ବର୍ତ୍ତମାନ ୨୬ ପ୍ରତିଶତରୁ ଊଦ୍ଧର୍‌ବ ଯୁବପିଢ଼ି କୌଣସି ରେଡିଓ ସିଷ୍ଟମ ଅପେକ୍ଷା ଇଣ୍ଟରନେଟ୍‌ ମାଧ୍ୟମରେ ଅନ୍‌ଲାଇନରେ ରେଡିଓ ଶୁଣିବାକୁ ଆଗ୍ରହ ଦେଖାଉଛନ୍ତି। ସେହିପରି ଏପର୍ଯ୍ୟନ୍ତ ବିଶ୍ୱରେ ସମୁଦାୟ ୫୧,୦୦୦ଟି ରେଡିଓ ଷ୍ଟେଶନ ରହିଥିବାବେଳେ କ୍ରମାଗତ ଭାବେ ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁଛି। ତେଣୁ ଏହା ଉପରେ ନିର୍ଭର କରି ବହୁ ଯୁବତୀଯୁବକ ନିଜ ଭବିଷ୍ୟତ ଗଢୁଥିବା ଦେଖାଯାଉଛିା ବିଶେଷକରି ରେଡିଓ ସାମ୍ବାଦିକତା ଏବଂ ରେଡିଓ ଜକି କ୍ଷେତ୍ରରେ କ୍ୟାରିୟର କରିବାକୁ ଯୁବପିଢି ଆଗ୍ରହ ଦେଖାଉଛନ୍ତି। ଯଦିଓ ବର୍ତ୍ତମାନ କୋଭିଡ୍‌-୧୯ ପରିସ୍ଥିତି ପାଇଁ ଓଡ଼ିଶାରେ ରେଡିଓ ଶିଳ୍ପ ବିଶେଷଭାବେ କ୍ଷତିଗସ୍ତ ହୋଇଛି, ଆଗାମୀ ଦିନରେ ପୁଣିଥରେ ଏହି ଶିଳ୍ପ ମୁଣ୍ଡଟେକି ଛିଡ଼ାହେବ ବୋଲି ଆଶା କରାଯାଉଛି। ଶିକ୍ଷିତ ହାର କମ୍‌ ରହୁଥିବା ଅଞ୍ଚଳରେ ରେଡିଓ ଏବେ ବି ଯୋଗାଯୋଗର ପ୍ରମୁଖ ମାଧ୍ୟମ ହୋଇ ରହିଛି। ଓଡ଼ିଶାରେ ‘ରେଡିଓ ଭୁବନେଶ୍ୱର’, ‘ଓଡ଼ିଆ ରେଡିଓ’ ଓ ‘କ୍ୟୁଟ୍‌ ଏଫ୍‌ଏମ୍‌’ ଭଳି ଇଣ୍ଟରନେଟ୍‌ ରେଡିଓ ବର୍ତ୍ତମାନ ସମୟରେ ବିଶେଷ ଲୋକପ୍ରିୟତା ହାସଲ କରିଛି।

କୋଭିଡ୍‌-୧୯ରେ ‘କମ୍ୟୁନିଟି ରେଡିଓ’
ଓଡ଼ିଶାରେ ବର୍ତ୍ତମାନର କୋଭିଡ୍‌-୧୯ ସମୟରେ ଲୋକଙ୍କୁ ସଚେତନ କରିବାରେ କମ୍ୟୁନିଟି ରେଡିଓ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଶେଷକରି ଆଭ୍ୟନ୍ତରୀଣ ଓ ଅପହଞ୍ଚ ଅଞ୍ଚଳରେ ଲକ୍‌ଡାଉନ୍‌ ପାଇଁ ଖବରକାଗଜ ପହଞ୍ଚତ୍ ପାରୁ ନ ଥିବା ବେଳେ କମ୍ୟୁନିଟି ରେଡିଓ ଲୋକଙ୍କୁ ଏହି ଭୂତାଣୁ ସମ୍ପର୍କରେ ସଚେତନ କରିପାରିଛି। ପୂର୍ବରୁ ମଧ୍ୟ କମ୍ୟୁନିଟି ରେଡିଓକୁ ଓଡ଼ିଶାର ଏକ ସଫଳ ପ୍ରକଳ୍ପଭାବେ ବିବେଚନା କରାଯାଉଥିଲା। ଏହି ରେଡିଓ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନେ ଆତ୍ମନିର୍ଭରଶୀଳ ହେବାସହ ଶିକ୍ଷା ଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଛାତ୍ରୀଛାତ୍ରମାନେ ଉପକୃତ ହେଉଥିଲେ। ଓଡ଼ିଶାରେ ବର୍ତ୍ତମାନ ୧୭ରୁ ଅଧିକ କମ୍ୟୁନିଟି ରେଡିଓ ଷ୍ଟେଶନ ଥିବାବେଳେ ଏବେ ଏହି ଷ୍ଟେଶନଗୁଡ଼ିକ ଲୋକଙ୍କୁ କରୋନାକୁ ନେଇ ମିଥ୍ୟା ଓ ଗୁଜବ ଖବର ବିଷୟରେ ଅବଗତ କରାଇବା ସହ ସାମାଜିକ ଦୂରତା, ସ୍ବଚ୍ଛତା ସମ୍ପର୍କରେ ସଚେତନ କରିପାରିଛନ୍ତି। ପୁରୀ ଜିଲା ଗୋପ ବ୍ଲକ୍‌ ଅନ୍ତର୍ଗତ ଜୁଣେଇ ଗ୍ରାମର ଏକ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଟିକିନା ରାଉତ ନିଜ ଅଞ୍ଚଳବାସୀଙ୍କୁ କମ୍ୟୁନିଟି ରେଡିଓ ମାଧ୍ୟମରେ ସଚେତନ କରି ଚର୍ଚ୍ଚାକୁ ଆସିଥିଲେ। ସେହିଭଳି କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ଭଦ୍ରକ ଆଦି ଜିଲାର ସରକାରୀ ଅଧିକାରୀମାନେ ମଧ୍ୟ ଏହି ମହାମାରୀ ସମୟରେ ରେଡିଓକୁ ପ୍ରମୁଖ ଗଣ ଯୋଗାଯୋଗର ମାଧ୍ୟମଭାବେ ବ୍ୟବହାର କରିଛନ୍ତି।

ରାଜ୍ୟସ୍ତରୀୟ ପ୍ରତିଯୋଗିତା
ଜାତୀୟ ପ୍ରସାରଣ ଦିବସ ଅବସରରେ ‘ଆଉଟ୍‌ରିଚ୍‌’ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯିବ। ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଏଥିରେ ଭାଗ ନେଇ ପାରିବେ। ତେବେ କୋରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପ୍ରତିଯୋଗିତାକୁ ଚଳିତବର୍ଷ ଅନ୍‌ଲାଇନରେ କରାଯିବ। ଆର୍ଜେଇଙ୍ଗ୍‌, ଚିତ୍ରାଙ୍କନ, ଗୀତ, ନୃତ୍ୟ, ତର୍କ, ଏକକ ଓ ଅଭିନୟ ଆଦିକୁ ଏଥିରେ ସାମିଲ କରାଯାଇଛି। କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରମାନେ ସିନିୟର ଓ ସ୍କୁଲ ଛାତ୍ରୀଛାତ୍ରମାନେ ଜୁନିୟର ବର୍ଗରେ ପ୍ରତିଯୋଗିତାରେ ଭାଗ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?