ଇଣ୍ଟରନେଟ୍‌ ରେଡିଓ

ଭୁବନେଶ୍ୱର,୨୩ା୭(ବ୍ୟୁରୋ): ୧୯୨୭ ଜୁଲାଇ ୨୩ରେ ଭାରତରେ ପ୍ରଥମଥର ପାଇଁ ରେଡିଓ ପ୍ରସାରଣ ଆରମ୍ଭ ହୋଇଥିଲା। ଇଣ୍ଡିଆନ୍‌ ବ୍ରଡ୍‌କାଷ୍ଟିଂ କମ୍ପାନୀ ନାମକ ଏକ ବେସରକାରୀ ସଂସ୍ଥା ଦ୍ୱାରା ବମ୍ବେ ଷ୍ଟେଶନରୁ ଏହି ପ୍ରସାରଣ କରାଯାଇଥିଲା। ଏହା ପରଠାରୁ ଜୁଲାଇ ୨୩କୁ ପ୍ରତିବର୍ଷ ଦେଶରେ ଜାତୀୟ ପ୍ରସାରଣ ଦିବସଭାବେ ପାଳନ କରାଯାଉଛି। ଦିନଥିଲା ରେଡିଓ ଗଣଯୋଗାଯୋଗର ପ୍ରମୁଖ ଓ ଏକମାତ୍ର ମାଧ୍ୟମ ଥିଲା। ଟେଲିଭିଜନ ଉଦ୍ଭାବନ ପରେ ଏହାର ଚାହିଦା ହ୍ରାସ ପାଇବାକୁ ଲାଗିଲା। ମାତ୍ର ଧୀରେ ଧୀରେ ପୁଣିଥରେ ରେଡିଓର ଲୋକପ୍ରିୟତା ଫେରିଛି। ବ୍ୟସ୍ତବହୁଳ ଜୀବନରେ ଟିଭି ଦେଖିବାକୁ ସମୟ କାଢିପାରୁ ନ ଥିବା ଯୁବପିଢ଼ି ଇଣ୍ଟରନେଟ୍‌ ରେଡିଓ ଶୁଣିବାକୁ ପସନ୍ଦ କରୁଛନ୍ତି। ଓ୍ବେବ୍‌ ରେଡିଓ, ଇ-ରେଡିଓ ତଥା ଅନ୍‌ଲାଇନ୍‌ ରେଡିଓଭାବେ ପରିଚିତ ଏହି ମାଧ୍ୟମ ମନୋରଞ୍ଜନରୁ ଆରମ୍ଭକରି ଦେଶ ବିଦେଶର ଟିକିନିଖି ଖବର ମଧ୍ୟ ଦେଉଛି। ଏପରି କି ଶିକ୍ଷାଭିତ୍ତିକ କାର୍ଯ୍ୟକ୍ରମ ମଧ୍ୟ ଏହା ମାଧ୍ୟମରେ ପ୍ରସାରଣ କରାଯାଇପାରୁଛି।
ଏକ ଅନୁଧ୍ୟାନରୁ ଜଣାପଡିଛି, ବର୍ତ୍ତମାନ ୨୬ ପ୍ରତିଶତରୁ ଊଦ୍ଧର୍‌ବ ଯୁବପିଢ଼ି କୌଣସି ରେଡିଓ ସିଷ୍ଟମ ଅପେକ୍ଷା ଇଣ୍ଟରନେଟ୍‌ ମାଧ୍ୟମରେ ଅନ୍‌ଲାଇନରେ ରେଡିଓ ଶୁଣିବାକୁ ଆଗ୍ରହ ଦେଖାଉଛନ୍ତି। ସେହିପରି ଏପର୍ଯ୍ୟନ୍ତ ବିଶ୍ୱରେ ସମୁଦାୟ ୫୧,୦୦୦ଟି ରେଡିଓ ଷ୍ଟେଶନ ରହିଥିବାବେଳେ କ୍ରମାଗତ ଭାବେ ଏଥିରେ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରୁଛି। ତେଣୁ ଏହା ଉପରେ ନିର୍ଭର କରି ବହୁ ଯୁବତୀଯୁବକ ନିଜ ଭବିଷ୍ୟତ ଗଢୁଥିବା ଦେଖାଯାଉଛିା ବିଶେଷକରି ରେଡିଓ ସାମ୍ବାଦିକତା ଏବଂ ରେଡିଓ ଜକି କ୍ଷେତ୍ରରେ କ୍ୟାରିୟର କରିବାକୁ ଯୁବପିଢି ଆଗ୍ରହ ଦେଖାଉଛନ୍ତି। ଯଦିଓ ବର୍ତ୍ତମାନ କୋଭିଡ୍‌-୧୯ ପରିସ୍ଥିତି ପାଇଁ ଓଡ଼ିଶାରେ ରେଡିଓ ଶିଳ୍ପ ବିଶେଷଭାବେ କ୍ଷତିଗସ୍ତ ହୋଇଛି, ଆଗାମୀ ଦିନରେ ପୁଣିଥରେ ଏହି ଶିଳ୍ପ ମୁଣ୍ଡଟେକି ଛିଡ଼ାହେବ ବୋଲି ଆଶା କରାଯାଉଛି। ଶିକ୍ଷିତ ହାର କମ୍‌ ରହୁଥିବା ଅଞ୍ଚଳରେ ରେଡିଓ ଏବେ ବି ଯୋଗାଯୋଗର ପ୍ରମୁଖ ମାଧ୍ୟମ ହୋଇ ରହିଛି। ଓଡ଼ିଶାରେ ‘ରେଡିଓ ଭୁବନେଶ୍ୱର’, ‘ଓଡ଼ିଆ ରେଡିଓ’ ଓ ‘କ୍ୟୁଟ୍‌ ଏଫ୍‌ଏମ୍‌’ ଭଳି ଇଣ୍ଟରନେଟ୍‌ ରେଡିଓ ବର୍ତ୍ତମାନ ସମୟରେ ବିଶେଷ ଲୋକପ୍ରିୟତା ହାସଲ କରିଛି।

କୋଭିଡ୍‌-୧୯ରେ ‘କମ୍ୟୁନିଟି ରେଡିଓ’
ଓଡ଼ିଶାରେ ବର୍ତ୍ତମାନର କୋଭିଡ୍‌-୧୯ ସମୟରେ ଲୋକଙ୍କୁ ସଚେତନ କରିବାରେ କମ୍ୟୁନିଟି ରେଡିଓ ପ୍ରମୁଖ ଭୂମିକା ଗ୍ରହଣ କରିଛି। ବିଶେଷକରି ଆଭ୍ୟନ୍ତରୀଣ ଓ ଅପହଞ୍ଚ ଅଞ୍ଚଳରେ ଲକ୍‌ଡାଉନ୍‌ ପାଇଁ ଖବରକାଗଜ ପହଞ୍ଚତ୍ ପାରୁ ନ ଥିବା ବେଳେ କମ୍ୟୁନିଟି ରେଡିଓ ଲୋକଙ୍କୁ ଏହି ଭୂତାଣୁ ସମ୍ପର୍କରେ ସଚେତନ କରିପାରିଛି। ପୂର୍ବରୁ ମଧ୍ୟ କମ୍ୟୁନିଟି ରେଡିଓକୁ ଓଡ଼ିଶାର ଏକ ସଫଳ ପ୍ରକଳ୍ପଭାବେ ବିବେଚନା କରାଯାଉଥିଲା। ଏହି ରେଡିଓ ମାଧ୍ୟମରେ ଗ୍ରାମାଞ୍ଚଳର ମହିଳାମାନେ ଆତ୍ମନିର୍ଭରଶୀଳ ହେବାସହ ଶିକ୍ଷା ଭିତ୍ତିକ ବିଭିନ୍ନ କାର୍ଯ୍ୟକ୍ରମ ଜରିଆରେ ଛାତ୍ରୀଛାତ୍ରମାନେ ଉପକୃତ ହେଉଥିଲେ। ଓଡ଼ିଶାରେ ବର୍ତ୍ତମାନ ୧୭ରୁ ଅଧିକ କମ୍ୟୁନିଟି ରେଡିଓ ଷ୍ଟେଶନ ଥିବାବେଳେ ଏବେ ଏହି ଷ୍ଟେଶନଗୁଡ଼ିକ ଲୋକଙ୍କୁ କରୋନାକୁ ନେଇ ମିଥ୍ୟା ଓ ଗୁଜବ ଖବର ବିଷୟରେ ଅବଗତ କରାଇବା ସହ ସାମାଜିକ ଦୂରତା, ସ୍ବଚ୍ଛତା ସମ୍ପର୍କରେ ସଚେତନ କରିପାରିଛନ୍ତି। ପୁରୀ ଜିଲା ଗୋପ ବ୍ଲକ୍‌ ଅନ୍ତର୍ଗତ ଜୁଣେଇ ଗ୍ରାମର ଏକ ସ୍ବୟଂ ସହାୟକ ଗୋଷ୍ଠୀର ସଦସ୍ୟା ଟିକିନା ରାଉତ ନିଜ ଅଞ୍ଚଳବାସୀଙ୍କୁ କମ୍ୟୁନିଟି ରେଡିଓ ମାଧ୍ୟମରେ ସଚେତନ କରି ଚର୍ଚ୍ଚାକୁ ଆସିଥିଲେ। ସେହିଭଳି କଳାହାଣ୍ଡି, ବଲାଙ୍ଗୀର, ନୂଆପଡ଼ା, ଭଦ୍ରକ ଆଦି ଜିଲାର ସରକାରୀ ଅଧିକାରୀମାନେ ମଧ୍ୟ ଏହି ମହାମାରୀ ସମୟରେ ରେଡିଓକୁ ପ୍ରମୁଖ ଗଣ ଯୋଗାଯୋଗର ମାଧ୍ୟମଭାବେ ବ୍ୟବହାର କରିଛନ୍ତି।

ରାଜ୍ୟସ୍ତରୀୟ ପ୍ରତିଯୋଗିତା
ଜାତୀୟ ପ୍ରସାରଣ ଦିବସ ଅବସରରେ ‘ଆଉଟ୍‌ରିଚ୍‌’ ପକ୍ଷରୁ ପ୍ରତିବର୍ଷ ଭଳି ଚଳିତବର୍ଷ ରାଜ୍ୟସ୍ତରୀୟ ପ୍ରତିଯୋଗିତା ଆୟୋଜନ କରାଯିବ। ସ୍କୁଲ, କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରମାନେ ଏଥିରେ ଭାଗ ନେଇ ପାରିବେ। ତେବେ କୋରୋନା ପରିସ୍ଥିତିକୁ ଦୃଷ୍ଟିରେ ରଖି ଏହି ପ୍ରତିଯୋଗିତାକୁ ଚଳିତବର୍ଷ ଅନ୍‌ଲାଇନରେ କରାଯିବ। ଆର୍ଜେଇଙ୍ଗ୍‌, ଚିତ୍ରାଙ୍କନ, ଗୀତ, ନୃତ୍ୟ, ତର୍କ, ଏକକ ଓ ଅଭିନୟ ଆଦିକୁ ଏଥିରେ ସାମିଲ କରାଯାଇଛି। କଲେଜ ଓ ବିଶ୍ୱବିଦ୍ୟାଳୟ ଛାତ୍ରୀଛାତ୍ରମାନେ ସିନିୟର ଓ ସ୍କୁଲ ଛାତ୍ରୀଛାତ୍ରମାନେ ଜୁନିୟର ବର୍ଗରେ ପ୍ରତିଯୋଗିତାରେ ଭାଗ ନେଇପାରିବେ।


Enter your email to get our daily news in your inbox.

All Right Reserved By Dharitri.Com

ଦଳରେ ମିଶୁମିଶୁ ମିଳିଗଲା ଟିକେଟ

ଭୁବନେଶ୍ୱର,୧୨।୪: ଭାଜପା ମଙ୍ଗଳବାର ୨୧ ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏହି ତାଲିକାରେ କୋରାପୁଟ ଜିଲା ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀ ପାଇଁ ପୂର୍ବତନ ବିଧାୟକ କୈଳାଶ...

ଏଥର ବି ଝୁଲି ରହିଲା କଟକର ୨ ଆସନ

ଭୁବନେଶ୍ୱର,୧୬।୪: ଓଡ଼ିଶାରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନ ପାଇଁ ଦ୍ବିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଭାରତୀୟ ଜନତା ପାର୍ଟି (ଭାଜପା)। ଏଥର...

ଭାଜପା ପ୍ରାର୍ଥୀ ତାଲିକାରେ ଆଉ ୨୧ ଜଣଙ୍କ ନାଁ: ୨ଟି ସ୍ଥାନରେ ବଦଳିଲେ ପ୍ରାର୍ଥୀ

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ଏଥିରେ ୨ ବିଧାନସଭା ପ୍ରାର୍ଥୀଙ୍କୁ ଭାଜପା ବଦଳାଇଛି। ରଣପୁର ଏବଂ ପଟାଙ୍ଗୀ...

ଭାଜପା ପ୍ରାର୍ଥୀ ତାଲିକା: ରାଉଲକେଲାରୁ ଲଢିବେ ଦିଲ୍ଲୀପ ରାୟ

କରିଛି। ରାଉଲକେଲାରୁ ଭାଜପା ଦିଲ୍ଲୀପ ରାୟଙ୍କୁ ଟିକେଟ୍‌ ଦେଇଛି। ଦିଲ୍ଲୀପ ରାୟ ଭାଜପାରୁ ପ୍ରାର୍ଥୀ ହୋଇଥିବା ବେଳେ ବିଜେଡି ସାରଦା ପ୍ରସାଦ ନାୟକଙ୍କୁ ଟିକେଟ୍‌ ଦେଇଛି।...

ଘୋଷଣା ହେଲା ଭାଜପା ବିଧାନସଭା ପ୍ରାର୍ଥୀ ତାଲିକା, ଜାଣନ୍ତୁ କେଉଁଠୁ କିଏ ପାଇଲେ ଟିକେଟ୍‌

ଭୁବନେଶ୍ୱର,୧୬।୪: ମଙ୍ଗଳବାର ଭାଜପା ଆଉ ୨୧ ବିଧାନସଭା ପ୍ରାର୍ଥୀ ତାଲିକା ପ୍ରକାଶ କରିଛି। ରାଉଲକେଲାରୁ ପ୍ରାର୍ଥୀ ହୋଇଛନ୍ତି ଦିଲ୍ଲୀପ ରାୟ। ସେହିପରି ପାଟଣାରୁ ଅଖିଲ ଚନ୍ଦ୍ର...

ଯାଜପୁର ବସ୍‌ ଦୁର୍ଘଟଣାର କାରଣ ଜଣାପଡିଲା: ଏମିତି ହୋଇଥିଲା ଦୁର୍ଘଟଣା

ଭୁବନେଶ୍ୱର,୧୫ା୪: ଯାଜପୁର ଜିଲା ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥର ବାରବାଟୀ ଛକ ନିକଟ ଓଭରବ୍ରିଜ୍‌ରୁ ‘କାଳିଆନନା’ ନାମକ ଏକ ଘରୋଇ ଯାତ୍ରୀବାହୀ ବସ୍‌...

ମରୀଚି କୁଣ୍ଡ ପାଣି ନିଲାମ: ଏତିକି ଟଙ୍କା ଦେଇ ପ୍ରଥମ ଗରାପାଣି କିଣିଲେ ଏହି ମହିଳା

ପୁରୁଣା ଭୁବନେଶ୍ୱର,୧୬ା୪(ସୁବାସ ଚନ୍ଦ୍ର ପ୍ରଧାନ):ରୁକୁଣା ରଥ ପ୍ରତିଷ୍ଠା ପାଇଁ ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରୀଚି କୁଣ୍ଡରୁ ପାଣି ଆସିଥିଲା। ସୋମବାର ବିଳମ୍ବିତ ରାତିରେ ଏହି...

ସିଝୁଛି ସାରା ଓଡ଼ିଶା: ସକାଳ ୮ ସୁଦ୍ଧା ତାପମାତ୍ରା ୩୪ ପାର୍‌

ଭୁବନେଶ୍ୱର,୧୬।୪(ଅସମାପିକା ସାହୁ): ଦିନକୁ ଦିନ ବଢ଼ିବାରେ ଲାଗିଛି ତାପମାତ୍ରା। ଗରମ ସହ ଗୁଳୁଗୁଳିରେ ଲୋକେ ଛଟପଟ ହେଉଥିବାବେଳେ ସିଝୁଛି ସାରା ଓଡ଼ିଶା। ସକାଳ ୮ଟା ପରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri