୮ ବର୍ଷ ପରେ ନିଖୋଜ ଦିବ୍ୟାଙ୍ଗ ଘରକୁ ଫେରିଲେ

କଣାସ, ୨୩ା୭(ସ୍ବ.ପ୍ର): ଆନ୍ଧ୍ରପ୍ରଦେଶ ଚିତ୍ତୋର ଜିଲା ଅଧୀନ ବଡଗୁଟୁଲିପାଲ୍ଲି ଗ୍ରାମର ପରମେଶ୍ୱରମ୍‌ଙ୍କ ଦିବ୍ୟାଙ୍ଗ ନାବାଳିକା ଝିଅ ମାର୍‌ମା ୮ବର୍ଷ ତଳେ ନିଖୋଜ ହୋଇଯାଇଥିଲେ। ତାଙ୍କୁ ପୁରୀ ରେଳ ଷ୍ଟେଶନରୁ ଉଦ୍ଧାର କରାଯାଇ କଣାସ ବାଳାଶ୍ରମରେ ରଖାଯାଇଥିଲା। ତେବେ କେତେଜଣ ସାମାଜିକ କର୍ମୀଙ୍କ ଉଦ୍ୟମ ଯୋଗୁ ମଙ୍ଗଳବାର ସେ ଘରକୁ ଫେରିଯାଇଛନ୍ତି।
ସୂଚନା ଅନୁଯାୟୀ, ୮ବର୍ଷ ତଳେ ମାର୍ମା କୌଣସି କାରଣରୁ ଟ୍ରେନ୍‌ ଯୋଗେ ପୁରୀ ଚାଲିଆସିଥିଲେ। ସେ ରେଳଷ୍ଟେଶନରେ ଭିକ୍ଷା ମାଗୁଥିବା ଦେଖି ଜିଲା ଶିଶୁ ମଙ୍ଗଳ କମିଟିର କର୍ମକର୍ତ୍ତାମାନେ ତାଙ୍କୁ ଉଦ୍ଧାର କରି କଣାସ ବ୍ଲକ ଦୟାବିହାରସ୍ଥିତ ମୂକ, ବଧିର ଆବାସିକ ବିଦ୍ୟାଳୟରେ ୨୦୧୨ ଜୁଲାଇ ୨୦ରେ ଥଇଥାନ କରାଇଥିଲେ। କର୍ମକର୍ତ୍ତାମାନଙ୍କ ଉତ୍ତମ ସେବା ଓ ଚିକିତ୍ସା ଯୋଗୁ ସେ ନିଜର ବାକ୍‌ ଓ ଶ୍ରବଣ ଶକ୍ତି ଫେରିପାଇଥିଲେ। ପରେ ତାଙ୍କୁ ଉକ୍ତ ଅନୁଷ୍ଠାନ ଦ୍ୱାରା ପରିଚାଳିତ ଶିଶୁ ଯତ୍ନ ବିଭାଗ (ବାଳାଶ୍ରମ)କୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ତାଙ୍କ ଘର ଆନ୍ଧ୍ରପ୍ରଦେଶରେ ବୋଲି ଜଣାପଡ଼ିଥିଲା। ଏ ନେଇ ଜିଲା ଶିଶୁ ସୁରକ୍ଷା ଅଧିକାରୀ ମନୋଜ କୁମାର ତ୍ରିପାଠୀ, ଜିଲା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷ ମହାବୀର ରୁଦ୍ର ନାରୟଣ ସାହୁ ଏବଂ ପିଓ ଏନ୍‌ଆଇସି ସ୍ନିଧାରାଣୀ ସାହୁ ଚିତ୍ତୋର ଜିଲା ଶିଶୁ କଲ୍ୟାଣ କମିଟି ଅଧ୍ୟକ୍ଷଙ୍କୁ ଜଣାଇଥିଲେ। ସେମାନେ ମାର୍ମାଙ୍କ ପରିବାର ସମ୍ପର୍କରେ ଅନୁସନ୍ଧାନ କରି ସମସ୍ତ ବିଷୟ ଅବଗତ କରାଇଥିଲେ। ମାର୍ମାଙ୍କ ଭାଇ ଆର୍‌. ରାଜେନ୍ଦ୍ର ଏବଂ ଏମ୍‌. ମାନି ଗତ ୨୦ତାରିଖରେ ଉକ୍ତ ଅନୁଷ୍ଠାନରେ ପହଞ୍ଚି ଭଉଣୀକୁ ଦେଖି ଖୁସିରେ କାନ୍ଦି ପକାଇଥିଲେ। ପ୍ରତିଷ୍ଠାନ ଓ ଜିଲା ଶିଶୁ କଲ୍ୟାଣ କମିଟି ସହଯୋଗରେ ସେ ମାର୍ମାଙ୍କୁ ସାଥିରେ ଧରି ଘରକୁ ବାହୁଡ଼ିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୁଖ୍ୟମନ୍ତ୍ରୀ ପୁନର୍ବିଚାର କରିବେ ବୋଲି ବିଶ୍ୱାସ: ସମୀର

ଗୋପ, ୧୯ା୪(ଭାରତୀ ଭୂଷଣ ଉପାଧ୍ୟାୟ): ନିମାପଡ଼ା ବିଧାୟକ ସମୀର ରଞ୍ଜନ ଦାଶଙ୍କୁ ବିଜେଡି ପକ୍ଷରୁ ଟିକେଟ ନ ମିଳିବା ନେଇ ଏବେ ତାଙ୍କ ସମର୍ଥକଙ୍କ ମଧ୍ୟରେ...

ଗେଷ୍ଟ ହାଉସ୍‌ରେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ, ଦୁର୍ଗନ୍ଧ ଆସିବା ପରେ…

ଭୁବନେଶ୍ୱର,୧୯।୪(ସତ୍ୟଜିତ୍‌ ରାଉତ): ଭୁବନେଶ୍ୱର ମୈତ୍ରୀ ବିହାର ଥାନା ଅନ୍ତର୍ଗତ ଗଜପତି ନଗରର ସୈନିକ ସ୍କୁଲ ନିକଟ ଏକ ଗେଷ୍ଟ ହାଉସରେ ଜଣେ ବ୍ୟବସାୟୀଙ୍କ ସନ୍ଦେହଜନକ ମୃତ୍ୟୁ...

‘ଏଥର ରାଜ୍ୟରେ ସରକାର ପରିବର୍ତ୍ତନ କରିବେ ଓଡ଼ିଶା ଲୋକ’

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ସମ୍ବଲପୁର ଲୋକ ସଭା ନିର୍ବାଚନମଣ୍ଡଳୀରେ ବିଜେଡିର ଏମ୍‌ପି ପ୍ରାର୍ଥୀ ତଥା ତାଙ୍କ ଦଳର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ(ବବି) ହାରିବା...

ଓଡିଶା ରାଜନୀତିକୁ ନେଇ ଶାହାଙ୍କ ବଡ଼ ବୟାନ, କହିଲେ ନବୀନଙ୍କ ସହ ବଡ଼ ଫାଇଟ୍‌

ନୂଆଦିଲ୍ଲୀ,୧୯।୪: ଆରମ୍ଭ ହୋଇଯାଇଛି ଲୋକ ସଭା ନିର୍ବାଚନ ୨୦୨୪ l ତେବେ ଓଡିଶାରେ ନିର୍ବାଚନ ପାଇଁ ଅଳ୍ପ ଦିନ ବାକି ଥିବାବେଳେ ଗୃହମନ୍ତ୍ରୀ ଅମିତ ଶାହା...

ଭାଜପାରେ ଯୋଗଦେଲେ ପୂର୍ବତନ ଉପବାଚସ୍ପତି, ଗଞ୍ଜାମ ଅଧ୍ୟକ୍ଷା ପ୍ରତିଭା ପାଢ଼ୀ

ଭୁବନେଶ୍ୱର, ୧୯।୪(ସୁନିତ୍‌ ମିଶ୍ର): ପୂର୍ବତନ ଉପବାଚସ୍ପତି ରାମଚନ୍ଦ୍ର ପଣ୍ଡା ନିଜର ଶତାଧିକ ସମର୍ଥକଙ୍କ ଗହଣରେ ବିଜେଡି ଛାଡ଼ି ଶୁକ୍ରବାର ଭାଜପାରେ ସାମିଲ ହୋଇଛନ୍ତି। ଭାଜପା ରାଜ୍ୟ...

ନିମାପଡ଼ା ଆସନରେ ମାଷ୍ଟରଷ୍ଟ୍ରୋକ୍‌ ଖେଳିପାରେ କଂଗ୍ରେସ

ନିମାପଡ଼ା,୧୯ା୪(ରଞ୍ଜନ ପଟ୍ଟନାୟକ): ନିମାପଡ଼ା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭାଜପା ଏବଂ ବିଜେଡି ପ୍ରାର୍ଥୀ ଘୋଷଣା କରିସାରିଥିବା କଂଗ୍ରେସ ପଡ଼ିଛି ପଛରେ। ୨୦୧୯ ନିର୍ବାଚନରେ ଦିଲ୍ଲୀପ ନାୟକକଂଗ୍ରେସରୁ...

ଆଇଏଏସ୍‌ ପରୀକ୍ଷାରେ କେମିତି ପାଇବେ ସଫଳତା? ଆଇପିଏସ ପ୍ରତୀକ ସିଂ ଦେଲେ ଟିପ୍ସ

ଭୁବନେଶ୍ୱର,୧୯।୪: ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରସ୍ତତ ହେଉଛନ୍ତି କି ? ପାଠପଢାରେ ବ୍ୟସ୍ତ ରହି ନିଦ ହେଉନି କି ? ଯଦି ଏଭଳି କରୁଛନ୍ତି...

ଏଥର ରୋଚକ ହେବ ରାଜନୀତି,ସବୁଦଳର ଫୋକସରେ ଯୁବପ୍ରାର୍ଥୀ

ଭୁବନେଶ୍ୱର,୧୯।୪: ନିର୍ବାଚନ ଯେତିକି ପାଖେଇ ଆସୁଛି ସେତିକି ରାଜନୀତି ସରଗରମ ହେଉଛି। ତେବେ ଏହି ଭିତରେ ପ୍ରାର୍ଥୀ ଚୟନରେ ଯୁବପ୍ରାର୍ଥୀଙ୍କୁ ଅଗ୍ରାଧିକାର ଦେଉଛନ୍ତି ରାଜନୈତିକ ଦଳ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri