ଭିମ୍‌ସାର ଡାକ୍ତରଙ୍କ ପଦୋନ୍ନତିକୁ ନେଇ ବିବାଦ

ସମ୍ବଲପୁର,୨୩ା୭(ବ୍ୟୁରୋ): ସମ୍ବଲପୁର ଜିଲା ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ (ଭିମ୍‌ସାର)ରେ ପ୍ରଫେସର ଓ ଆସୋସିଏଟ ପ୍ରଫେସର ପଦୋନ୍ନତିରେ ଚଞ୍ଚକତା ହୋଇଥିବା ଅଭିଯୋଗ ହୋଇଛି। ଏଥିପାଇଁ ପଦୋନ୍ନତିର ମାତ୍ର ଦିନକ ପରେ ସେହି ନିର୍ଦ୍ଦେଶ ବାତିଲ କରାଯାଇଛି। ଭିମ୍‌ସାର ନିର୍ଦ୍ଦେଶକ ଲଲିତ ମେହେରଙ୍କୁ କେତେଜଣ ଡାକ୍ତର ଏ ସମ୍ପର୍କରେ ଅଭିଯୋଗ କରିବା ପରେ ସେ ପଦୋନ୍ନତି ଆଦେଶକୁ ବାତିଲ କରିଛନ୍ତି।
୨୦୧୮ ଅକ୍ଟୋବରରେ କେତେଜଣ ଡାକ୍ତରଙ୍କ ପଦୋନ୍ନତି ପାଇଁ ପ୍ରକିୟା ଆରମ୍ଭ ହୋଇଥିଲା। ପରିଚାଳନା କମିଟି ଓ ପଦୋନ୍ନତି ଚୟନ କମିଟି ଏଥିପାଇଁ ସ୍ବୀକୃତି ପ୍ରଦାନ କରିଥିଲେ। ହେଲେ ବିଭିନ୍ନ କାରଣରୁ ପଦୋନ୍ନତି ତାଲିକା ସମ୍ପୂର୍ଣ୍ଣ ହୋଇ ନ ଥିଲା। କିନ୍ତୁ ଗତ ମଙ୍ଗଳବାର ତରବରିଆ ଭାବେ ତାଲିକାଭୁକ୍ତ ଡାକ୍ତରମାନଙ୍କୁ ପଦୋନ୍ନତି ଦିଆଯାଇଥିଲା। ଡାକ୍ତର ସୁନିଲ କୁମାର ବେହେରା, ଡାକ୍ତର ବୁତୁଙ୍ଗେଶ୍ୱର ପ୍ରଧାନ, ଡାକ୍ତର ପ୍ରକାଶ ଚନ୍ଦ୍ର ପଣ୍ଡା, ଡାକ୍ତର ଦୁଲାଲ କିଶୁନ ସୋରେନ, ଡାକ୍ତର ବ୍ରଜବିହାରୀ ପଣ୍ଡା, ଡାକ୍ତର କବିତାମଞ୍ଜରୀ ମାଝି, ଡାକ୍ତର ସୁନିଲ କୁମାର ଶର୍ମା, ଡାକ୍ତର ସଚ୍ଚିଦାନନ୍ଦ ପାଣ୍ଡେ, ଡାକ୍ତର ଲଗେନ୍ଦ୍ର କୁମାର ସିଂ, ଡାକ୍ତର ବିପିନ କିଶୋର କୁଲୁ, ଡାକ୍ତର ସଞ୍ଜୟ କୁଜୁର, ଡାକ୍ତର ସୀତାଂଶୁ କୁମାର ମେହେର ଓ ଡାକ୍ତର ମହେନ୍ଦ୍ର ଏକ୍କାଙ୍କ ନାମ ପଦୋନ୍ନତି ତାଲିକାରେ ରହିଥିଲା। ଏଥିରୁ ଡାକ୍ତର ଏକ୍କାଙ୍କ ଅଭିଜ୍ଞତା ଓ ପଦୋନ୍ନତି ସମୟ ହୋଇ ନ ଥିବା ଅଭିଯୋଗ ହେବା ପରେ ନିର୍ଦ୍ଦେଶକ ଏକ ନିର୍ଦ୍ଦେଶନାମା ଜାରି କରି ତାଙ୍କ ପଦୋନ୍ନତିକୁ ବାତିଲ କରିଛନ୍ତି। ତେବେ ଏ ସମ୍ପର୍କରେ ନିର୍ଦ୍ଦେଶକ ମେହେର କହିଛନ୍ତି, ଏହା ପୁରୁଣା ପଦୋନ୍ନତି ପ୍ରକିୟା ଥିଲା। ତେଣୁ ସେ ଅନୁମୋଦନ କରିଦେଇଥିଲେ। ହେଲେ ପଦୋନ୍ନତି ହୋଇଥିବା ଡାକ୍ତର ଏକ୍କା ଏଥିପାଇଁ ଯୋଗ୍ୟ ନୁହନ୍ତି। ଭୁଲବଶତଃ ତାଙ୍କ ପଦୋନ୍ନତି କରାଯାଇଥିଲା। ତେଣୁ ତାଙ୍କ ପଦୋନ୍ନତିକୁ ବାତିଲ କରାଗଲା। ସୂଚନାଯୋଗ୍ୟ, ବର୍ଷକ ପରେ ପଦୋନ୍ନତି ତାଲିକା ଓ ସ୍ବୀକୃତି ବାତିଲ ହୋଇଯିବାର ନିୟମ ରହିଛି। ହେଲେ କାହା ସ୍ବାର୍ଥରେ ପଦୋନ୍ନତି ଦିଆଗଲା, ଚୟନ କମିଟି, ପରିଚାଳନା କମିଟି, ପଦୋନ୍ନତି କମିଟିର ସ୍ବୀକୃତି ନ ନେଇ କିଭଳି ଏହି ତାଲିକା ବାତିଲ କରାଗଲା ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲୋକେ ପିଇବେ ଖୋଲା କୂଅ ପାଣି

ଯାଜପୁର ଅଫିସ,୨୩।୪: ଖରାର ପ୍ରକୋପ ସହିତ ତାଳ ଦେଇ ବିଭିନ୍ନ ଅଞ୍ଚଳରେ ପାନୀୟ ଜଳ ସଙ୍କଟ ବଢ଼ି ଚାଲିଛି। ଭୂତଳ ଜଳସ୍ତର କମିବାରେ ଲାଗିଛି। ଫଳରେ...

ପ୍ରଶାସନର ନୀରବତାକୁ ନେଇ ପ୍ରଶ୍ନ

ଅନୁଗୋଳ ଅଫିସ, ୨୬।୬ ରୋଗୀଙ୍କୁ ସୁବିଧା ଯୋଗାଇବା ଉଦ୍ଦେଶ୍ୟରେ ଜିଲା ମୁଖ୍ୟ ଚିକିତ୍ସାଳୟରେ ୩୮ ଶୀତତାପ ନିୟନ୍ତ୍ରକ (ଏସି) ଲଗାଯାଇଥିଲା। ଜିଲା ଖଣିଜ ପାଣ୍ଠି (ଡିଏମ୍‌ଏଫ୍‌)ରୁ...

ଲାଞ୍ଚ ନେଇ କ୍ୟାସିୟର ଗିରଫ

ବାରିପଦା ଅଫିସ,୨୫।୯: ମୟୂରଭଞ୍ଜ ଜିଲା ବାରିପଦା ଗ୍ରାମ୍ୟ ଉନ୍ନୟନ ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ କ୍ୟାସିୟର ଅଜୟ କୁମାର ସେଜପଡା ବୁଧବାର ଲାଞ୍ଚ ନେଉଥିବା...

ଆର୍ଥିକ ମେରୁଦଣ୍ଡ ଦୋହଲାଉଛି ବିପର୍ଯ୍ୟୟ

ଭୁବନେଶ୍ୱର,୧୪।୯(ବ୍ୟୁରୋ): ବିଭିନ୍ନ ସମୟରେ ଦେଖାଦେଉଥିବା ପ୍ରାକୃତିକ ବିପର୍ଯ୍ୟୟ ରାଜ୍ୟ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଉଛି। ଗୋଟିଏ ପରେ ଗୋଟିଏ ବିପର୍ଯ୍ୟୟ ବ୍ୟକ୍ତିଗତ ଓ ସାମଗ୍ରିକ ବିକାଶ...

ପୁରୀରୁ ପୁଣି ୨ କରୋନା ପଜିଟିଭ୍‌ ଚିହ୍ନଟ: ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୮ରେ ପହଞ୍ଚିଲା

ପୁରୀ ଅଫିସ,୪ା୬: ପୁରୀ ଜିଲାରୁ ଗୁରୁବାର ପୁଣି ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯୮ରେ ପହଞ୍ଚିଛି।...

ନୂଆ ଚିହ୍ନଟ ୧୪୩ ଆକ୍ରାନ୍ତ ମଧ୍ୟରେ ଗଞ୍ଜାମର ସର୍ବାଧିକ

ଭୁବନେଶ୍ୱର,୩।୬(ବ୍ୟୁରୋ): ରାଜ୍ୟରେ ବୁଧବାର ଚିହ୍ନଟ ନୂଆ ୧୪୩ ଆକ୍ରାନ୍ତଙ୍କ ବିଷୟରେ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର। କେନ୍ଦ୍ରାପଡ଼ାରୁ ଚିହ୍ନଟ ସମସ୍ତ ୯ କ୍ୱାରାଣ୍ଟାଇନ୍‌ ସେଣ୍ଟରର। ସେଥିରୁ...

ଶେରଗଡ଼ରେ ବିଶୋଧନ ପ୍ରକ୍ରିୟା ଆରମ୍ଭ

ଶେରଗଡ଼,୧୦।୪(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ଅଞ୍ଚଳରେ ଶୁକ୍ରବାରଠାରୁ ଅଗ୍ନିଶମ ବିଭାଗ ପକ୍ଷରୁ ବିଶୋଧନ ପ୍ରକ୍ରିୟା ଆରମ୍ଭ ହୋଇଛି। ବିଡିଓ ସୁରଞ୍ଜନ କୁମାର ସାହୁ, ତହସିଲଦାର ଡ....

୨୮୮୦ ସ୍ବାବ ଯାଞ୍ଚ

କେନ୍ଦୁଝର, ୨୧।୫(ସ୍ବ.ପ୍ର.)-କେନ୍ଦୁଝର ଜିଲାରେ କରୋନା ସ୍ଥିତ ଅନ୍ୟ ଜିଲା ଅପେକ୍ଷା ନିୟନ୍ତ୍ରଣରେ ରହିଛି। ଅଦ୍ୟାବଧି ୧୯ ତାରିଖ ସୁଦ୍ଧା ଜିଲାରୁ ୨୮୮୦ ଜଣଙ୍କ ସ୍ବାବ ଟେଷ୍ଟ...

Advertisement
Archives

Model This Week