କରୋନା ମୁକାବିଲା: ଗଜପତି ଜିଲାରେ ସର୍ବାଧିକ ୬୪.୬୭% ଆଣ୍ଟିବଡି ସୃଷ୍ଟି

ଭୁବନେଶ୍ୱର,୨।୧୦(ବ୍ୟୁରୋ): ପୁରୀ, ଭୁବନେଶ୍ୱର, ବ୍ରହ୍ମପୁର ଓ ରାଉରକେଲା ପରେ ଏବେ ଗଜପତି ଜିଲାରେ ସେରୋ ସର୍ଭେ କାର୍ଯ୍ୟ ଶେଷ ହୋଇଛି। ଏହି ଜିଲାରୁ ରାଜ୍ୟର ସର୍ବାଧିକ ୬୫% ଲୋକଙ୍କ ଶରୀରରେ ଆଣ୍ଟିବଡି ସୃଷ୍ଟି ହୋଇଛି। ଟେଷ୍ଟ୍‌ ସମୟରେ ସର୍ବନିମ୍ନ ୪୪ ଓ ସର୍ବାଧିକ ୯୨% ପର୍ଯ୍ୟନ୍ତ ଆଣ୍ଟିବଡି ବଢ଼ିଥିବା ପରିଲକ୍ଷିତ ହୋଇଛି ବୋଲି ଆଞ୍ଚଳିକ ଭେଷଜ ଗବେଷଣା କେନ୍ଦ୍ର(ଆର୍‌ଏମ୍‌ଆର୍‌ସି) ନିର୍ଦ୍ଦେଶିକା ଡା. ସଂଘମିତ୍ରା ପତି ସୂଚନା ଦେଇଛନ୍ତି।
କୋଭିଡ୍‌ ସଂକ୍ରାନ୍ତରେ ଗୁରୁବାର ରାଜ୍ୟ ସରକାରଙ୍କ ପକ୍ଷରୁ ଆୟୋଜିତ ଖବରଦାତା ସମ୍ମିଳନୀରେ ଡା. ପତି କହିଛନ୍ତି, ସେପ୍ଟେମ୍ବର ୧୫ ରୁ ୧୮ ତାରିଖ ପର୍ଯ୍ୟନ୍ତ ଗଜପତି ଜିଲାରେ ଏହି ସେରୋ ସର୍ଭେ କରାଯାଇଥିଲା। ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକକ୍ରମେ ଏବଂ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତଥା ଜିଲା ପ୍ରଶାସନର ସହଯୋଗରେ ଆର୍‌ଏମ୍‌ଆର୍‌ସିର ୫ଟି ଦଳ ପର୍ଯ୍ୟାୟ କ୍ରମେ ସେରୋ ନମୁନା ସଂଗ୍ରହ କରିଥିଲା। ଜିଲାର ବିଭିନ୍ନ ଗୋଷ୍ଠୀରୁ ୯୮୪ ଏବଂ ଅତି ସମ୍ବେଦନଶୀଳ ଲୋକଙ୍କ ମଧ୍ୟରୁ ୫୩୧ ଜଣଙ୍କୁ ମିଶାଇ ସମୁଦାୟ ୧୫୧୫ ନମୁନା ସଂଗ୍ରହ କରାଯାଇଥିଲା। ନମୁନା ପରୀକ୍ଷଣରୁ ଜଣାପଡ଼ିଛି ଯେ, ଜିଲାରେ ୬୪.୬୭% ବା ଦୁଇ-ତୃତୀୟାଂଶ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଛି। ସେହିପରି କୋଭିଡ୍‌ ଯୋଦ୍ଧାଙ୍କ ମଧ୍ୟରେ ୫୪ ପ୍ରତିଶତ ଏବଂ ସ୍ବାସ୍ଥ୍ୟ କର୍ମୀଙ୍କ ମଧ୍ୟରେ ୫୦ ପ୍ରତିଶତଙ୍କଠାରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ଘଟିଛି। ଆଜି ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ କରାଯାଇଥିବା ସେରୋ ସର୍ଭେ ମଧ୍ୟରେ ଏହି ଫଳାଫଳ ସର୍ବାଧିକ ବୋଲି ଡା. ପତି କହିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି, ୯୫ ପ୍ରତିଶତ ଲୋକଙ୍କ ମଧ୍ୟରେ କୌଣସି ଲକ୍ଷଣ ନ ଥିଲା। ପ୍ରଥମଥର ପାଇଁ ମା’ ଓ ଭଉଣୀଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ଆଶାତୀତ ଭାବେ ବୃଦ୍ଧି ପାଇଥିବାର ଜଣାପଡ଼ିଛି। ଅକ୍ଟୋବର ୫ରୁ ମାଲକାନଗିରି ଜିଲାରେ ଏହିଭଳି ସେରୋ ସର୍ଭେ କାର୍ଯ୍ୟ ଆରମ୍ଭ ହେବ। ପରେ ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟରେ ଏବଂ କଟକରେ ମଧ୍ୟ ଏହି ସେରୋ ସର୍ଭେ କରାଯିବ। ନିୟମିତ ବ୍ୟବଧାନରେ ସେରୋ ସର୍ଭେ କରିବାରେ ଭାରତର କେତେକ ରାଜ୍ୟ ମଧ୍ୟରେ ଓଡ଼ିଶା ଅନ୍ୟତମ। ଏହି ସର୍ଭେ ଦ୍ୱାରା କୋଭିଡ୍‌-୧୯ ବିରୋଧରେ ସାମୂହିକ ପ୍ରତିରୋଧକ ଶକ୍ତି ସମ୍ପର୍କରେ ଧାରଣା ମିଳିଥାଏ ବୋଲି ଡା. ପତି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷାର୍ଥୀଙ୍କ ପାଇଁ ବଡ଼ ଖବର: ଅକ୍ଟୋବର ୨୯ରୁ …

କଟକ,୨୯।୮: ଓଡ଼ିଶା ଲୋକସେବା ଆୟୋଗ (OPSC) ପକ୍ଷରୁ ଓଡ଼ିଶା ସିଭିଲ ସର୍ଭିସ (OCS) ମେନ୍ ପରୀକ୍ଷାର ତାରିଖ ଘୋଷଣା କରାଯାଇଛି। ଆସନ୍ତା ଅକ୍ଟୋବର ୨୯ ତାରିଖରୁ ନଭେମ୍ବର…

ନେପାଳରେ ବନ୍ୟା: ୟୁପିରୁ ମିଳିଲାଣି ୧୦ ମୃତଦେହ

ଲକ୍ଷ୍ନୌ,୨୯ା୮: ନେପାଳ ବନ୍ୟାରେ ଭାସିଆସିଥିବା ୧୦ ଜଣଙ୍କ ମୃତଦେହ ପୂର୍ବ ଉତ୍ତରପ୍ରଦେଶର ଗଣ୍ଡକ ନଦୀରୁ ମିଳିଛି। ମହାରାଜଗଞ୍ଜ ଏବଂ କୁଶିନଗର ଜିଲାରୁ ୨ ଦିନରେ ୧୦ ଜଣଙ୍କ…

ନେପାଳ ବନ୍ୟାରେ ସାଙ୍ଘାତିକ ଲୁଟ୍! ଭାସିଆସିଲା ସିନ୍ଦୁକ, ଲୁଟିନେଲେ ୯୨.୭ ଲକ୍ଷ! ମୃତଦେହରୁ ବି ଚୋରି ହେଲା…

କାଠମାଣ୍ଡୁ, ୨୯।୮: ନେପାଳରେ ସମ୍ପ୍ରତି ଆସିଥିବା ବିନାଶକାରୀ ବନ୍ୟା ମଧ୍ୟରେ କିଛି ଚାଞ୍ଜଲ୍ୟକର ଘଟଣା ସାମ୍ନାକୁ ଆସିଛି। ବନ୍ୟା ପାଣିରେ ଭାସିଆସିଥିବା ଏକ ସେଫ୍‌ (ସିନ୍ଦୁକ)ରୁ ଟଙ୍କା…

ୟୁପିରେ ବନ୍ୟା: ପ୍ରଭାବିତ ଅଞ୍ଚଳ ବୁଲିଲେ ଯୋଗୀ, ରିଲିଫ କିଟ୍‌ କଲେ ବଣ୍ଟନ

ଲକ୍ଷ୍ନୌ,୨୯।୮: ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଉତ୍ତରପ୍ରଦେଶର ବନ୍ୟା ପରିସ୍ଥିତିକୁ ଗମ୍ଭୀରତାର ସହ ନେଉଛନ୍ତି। ଚିତ୍ରକୂଟ, ଜାଲୌନ, ହମିରପୁର ଏବଂ ଆଉରିଆରେ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଯୋଗୀ…

ଗ୍ଲେସିଅର୍ ତାଣ୍ଡବ ମଧ୍ୟରେ ଭାରତ ସାଜିଲା ଦେବଦୂତ! ପିଏମ୍ ମୋଦିଙ୍କୁ ‘ଉଦାର’ କହି କୃତଜ୍ଞତା ଜଣାଇଲେ ନେପାଳ ଅର୍ଥମନ୍ତ୍ରୀ!

କାଠମାଣ୍ଡୁ,୨୯।୮: ନେପାଳ-ତିବ୍ବତ ସୀମାରେ ହିମସ୍ଖଳନ ଏବଂ ଗ୍ଲେସିଅର୍ ଫାଟିବା ଯୋଗୁ ଆସିଥିବା ବିନାଶକାରୀ ବନ୍ୟା ନେପାଳରେ ଭୟଙ୍କର ତାଣ୍ଡବ ରଚିଛି। ଏହି ପ୍ରାକୃତିକ ବିପତ୍ତିରେ ବର୍ତ୍ତମାନ ସୁଦ୍ଧା…

ଯୁବପିଢ଼ିଙ୍କ ମଧ୍ୟରେ କ୍ରୀଡ଼ା ପ୍ରତି ଆଗ୍ରହ: ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର

କର୍ଲାମୁଣ୍ଡା, ୨୯।୮ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ଯୋରାଡବରାସ୍ଥିତ ରାଧାମାଧବ ଯୁବକ ସଂଘ ପକ୍ଷରୁ ଶନିବାର ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି।…

ରାଜସ୍ବ ଆଦାୟରେ ଆଗୁଆ, ସୁରକ୍ଷା ଦିଗରେ ପଛୁଆ: ଆରଟିଓଙ୍କ ପାଖରେ ସୂଚନା ମିଳୁନି, କିରାଣି ସର୍ବେସବା, ବୈଠକରେ ସୀମିତ

ଭବାନୀପାଟଣା,୨୯।୮(ଉତ୍ତମ କୁମାର ଦାଶ): ଜିଲା ସ୍ତରରେ ସଡ଼କ ଦୁର୍ଘଟଣା ରୋକିବା ଏବଂ ଯାତାୟତ ବ୍ୟବସ୍ଥାର ସୁଧାର ପାଇଁ ଜିଲା ସ୍ତରରେ ଏକ ସଡ଼କ ସୁରକ୍ଷା ସମିତି କମିଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri