ଅଧ୍ୟାପକ ନିଯୁକ୍ତିରେ ଓଡ଼ିଆ ପିଲାଙ୍କୁ ଅଣଦେଖା

ଭୁବନେଶ୍ୱର,୨ା୧୦(ବ୍ୟୁରୋ): ବିଧାନସଭା ମୌସୁମୀ ଅଧିବଶେନର ଗୁରୁବାର ତୃତୀୟ ଦିବସ ଶୂନ୍ୟକାଳରେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ, କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏବଂ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ଭିନ୍ନଭିନ୍ନ ପ୍ରଶ୍ନ ମାଧ୍ୟମରେ ରାଜ୍ୟରେ ଅଧ୍ୟାପକ ନିଯୁକ୍ତି କ୍ଷେତ୍ରରେ ରହିଥିବା ଅବ୍ୟବସ୍ଥା ସମ୍ପର୍କରେ କହିଥିଲେ। ରାଜ୍ୟରେ ଅଧ୍ୟାପକ ନିଯୁକ୍ତି କ୍ଷେତ୍ରରେ ଯେଉଁ ନୂତନ ନିୟମ କରାଯାଇଛି ତାହା ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମାକୁ ବେଖାତିର କରୁଛି। ରାଜ୍ୟ ସାଧାରଣ ପ୍ରଶାସନ ବିଭାଗର ସର୍ତ୍ତାବଳୀକୁ ମଧ୍ୟ ଏହା ଖିଲାପ କରୁଥିବା ବିରୋଧୀମାନେ ଅଭିଯୋଗ ଆଣିଥିଲେ।
ଓଡ଼ିଶାର ସମସ୍ତ ସରକାରୀ ଚାକିରିରେ ଓଡ଼ିଆରେ ସପ୍ତମ ପାସ୍‌ ଯୋଗ୍ୟତା ବାଧ୍ୟତାମୂଳକ କରାଯାଇଥିବାବେଳେ ଓଇଏସ୍‌ ଅଧ୍ୟାପକ ନିଯୁକ୍ତିରେ ୭ମ ଶ୍ରେଣୀ ଓଡ଼ିଆ ଭାଷା ଯୋଗ୍ୟତା ବାଧ୍ୟତାମୂଳକ କରାଯାଇ ନାହିଁ। ଓଇଏସ୍‌ ଅଧ୍ୟାପକମାନଙ୍କୁ କ୍ୟାରିୟର ଆସେସ୍‌ମେଣ୍ଟରେ ନିଯୁକ୍ତି ଦେବାର ବ୍ୟବସ୍ଥା କରିଛନ୍ତି। ସେହିଭଳି ପ୍ରୋବେଶନ ପିରିୟଡ ଭିତରେ ସେମାନେ ଓଡ଼ିଆ ପଢିବେ ବୋଲି କୁହାଯାଇଛି। ଏହାଦ୍ୱାରା ଓଡ଼ିଶାର ଯୁବତୀଯୁବକଙ୍କ ପରିବର୍ତ୍ତେ ଅନ୍ୟ ରାଜ୍ୟର ଯୁବତୀଯୁବକ ଚାକିରି ପାଉଛନ୍ତି। ଅଣଓଡ଼ିଆ ଯୁବତୀଯୁବକଙ୍କୁ ରାଜ୍ୟରେ ନିଯୁକ୍ତି ଦେବା ଅଣଓଡ଼ିଆ ଅଫିସରଙ୍କ ଷଡ଼ଯନ୍ତ୍ର ବୋଲି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାଏକ କହିଥିଲେ। ଯେଉଁମାନେ ଓଡ଼ିଆ ବୁଝନ୍ତିନାହିଁ ସେମାନେ ଆସି ଏଠାରେ ପାଠ ପଢ଼ାଉଛନ୍ତି। ମଧ୍ୟପ୍ରଦେଶ, ଛତିଶଗଡ଼ କୌଣସି ସ୍ଥାନରେ ଏଭଳି ବ୍ୟବସ୍ଥା ନାହିଁ। କିନ୍ତୁ ଓଡ଼ିଶା ଅନ୍ୟ ରାଜ୍ୟ ପିଲାଙ୍କ ନିଯୁକ୍ତି ପାଇଁ ଶସ୍ତା ରାଜ୍ୟ ପାଲଟିଛି ବୋଲି ସେ କହିଥିଲେ। ତୁରନ୍ତ ଏହି ନୂତନ ନିୟମକୁ ପ୍ରତ୍ୟାହାର କରାଯାଉ ଏବଂ ପୂର୍ବ ବ୍ୟବସ୍ଥା କାର୍ଯ୍ୟକାରୀ ହେଉ। ନଚେତ୍‌ ରାଜ୍ୟରେ ଛାତ୍ର ଆନ୍ଦୋଳନ ତୀବ୍ର ହେବ ବୋଲି ସେ ଚେତାବନୀ ଦେଇଥିଲେ। ସେହିଭଳି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ମଧ୍ୟ ପ୍ରଦୀପ୍ତଙ୍କୁ ସମର୍ଥନ କରି ନିଯୁକ୍ତି ପାଇବା ପରେ ପରୀକ୍ଷା ଦେବା ବ୍ୟବସ୍ଥାକୁ ତୁରନ୍ତ ଉଚ୍ଛେଦ କରିବାକୁ ଦାବି କରିଥିଲେ। ଓଡ଼ିଆମାନେ ପାଠ ପଢି ବେକାରି ହୋଇ ବସିଥିବାବେଳେ ରାଜ୍ୟ ସରକାର ଅନ୍ୟ ରାଜ୍ୟରୁ ପିଲା ଆଣି ଏଠାରେ ନିଯୁକ୍ତ କରୁଛନ୍ତି। ଓଇଏସ୍‌ ନିଯୁକ୍ତିରେ ୭ମ ଶ୍ରେଣୀ ପର୍ଯ୍ୟନ୍ତ ଓଡ଼ିଆ ପଢିଥିବା ବିଷୟକୁ ବାଧ୍ୟତାମୂଳକ କରିବାକୁ ସେ ଦାବି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଡ୍ୟୁଟି ସାରି ଘରକୁ ଫେରୁଥିବା ବେଳେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ: ୮୦ ହଜାର ଟଙ୍କା ନେଇଗଲେ…

ବଲାଙ୍ଗୀର, ୨୬।୫ (ସୁନିଲ କୁମାର ମହାନ୍ତି): ଜଣେ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ଅପହରଣ କରି ତାଙ୍କ ଠାରୁ ସ୍କୁଟି ସହ ୮୦ ହଜାର ଟଙ୍କା ଲୁଟିନେଇଥିବା ଅଭିଯୋଗ…

ଏଡିଏମଙ୍କ କ୍ୟାମ୍ପ କୋର୍ଟ ପୁଣି ଆରମ୍ଭ: ଲୋକଙ୍କୁ ତ୍ୱରିତ ସେବା ଦେବାକୁ ନିର୍ଦ୍ଦେଶ

ଭଞ୍ଜନଗର, ୨୬।୫ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଏଡିଏମ ଦେବଦତ୍ତ ପଣ୍ତା ମଙ୍ଗଳବାର ଭଞ୍ଜନଗର ଉପଜିଲାପାଳଙ୍କ କାର୍ଯ୍ୟାଳୟରେ କ୍ୟାମ୍ପ କୋର୍ଟ ଆୟୋଜନ କରିଥିଲେ। ଏହି ସମୟରେ ସେ…

ମଣିଷ ଶରୀରରେ ଆଜି ବି ଅଛି ତୃତୀୟ ଆଖି! ବୈଜ୍ଞାନିକ କଲେ ଚମକାଇଦେଲା ଭଳି ଖୁଲାସା

ଆପଣ ଭଗବାନ ଶିବଙ୍କର ତୃତୀୟ ନୟନ ବା ତ୍ରିନେତ୍ର ବିଷୟରେ ନିଶ୍ଚୟ ଶୁଣିଥିବେ, କିନ୍ତୁ ଆପଣ କେବେ ମଣିଷର ତୃତୀୟ ଆଖି ବିଷୟରେ ଶୁଣିଛନ୍ତି କି? ଆଜ୍ଞା…

IPL ପରେ MI ଛାଡି ଏହି ଟିମ୍‌କୁ ଯିବେ ପାଣ୍ଡ୍ୟା! ଏହି ଖେଳାଳିଙ୍କ ବଡ଼ ସଙ୍କେତ ପରେ କ୍ରିକେଟଜଗତରେ ହଇଚଇ

ନୂଆଦିଲ୍ଲୀ, ୨୬।୫: ଆଇପିଏଲ (IPL) ୨୦୨୬ରେ ମୁମ୍ବାଇ ଇଣ୍ଡିଆନ୍ସର ପ୍ରଦର୍ଶନ ଭଲ ରହିନାହିଁ ଏବଂ ଏହା ପରଠାରୁ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱ ଉପରେ ପ୍ରଶ୍ନବାଚୀ ସୃଷ୍ଟି ହେବାରେ…

ବରଗଡ଼ ଏମ୍‌ପିଙ୍କ ବଡ଼ ଘୋଷଣା: ଲିପସିତ୍ , ପ୍ରୀତମଙ୍କୁ ଗୁରୁଦାୟିତ୍ବ

ବରଗଡ଼,୨୬।୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଲୋକସଭା ସାଂସଦ (MP) ପ୍ରଦୀପ କୁମାର ପୁରୋହିତ ସୋମବାର ବରଗଡ଼ ଜିଲାର ବରଗଡ଼ ଓ ପଦ୍ମପୁର ଉପଖଣ୍ଡ ପାଇଁ ତାଙ୍କ ପ୍ରତିନିଧି (NOMINEE)…

ଏହି ବଡ଼ ସହରରେ ଆଜିଠୁ ୧୪ ଦିନିଆ ‘କର୍ଫ୍ୟୁ’: କଣ ଖୋଲା, କଣ ବନ୍ଦ? ଲାଗିଲା କଡ଼ା କଟକଣା

ନୂଆଦିଲ୍ଲୀ,୨୬।୫: ମହାରାଷ୍ଟ୍ରର ପୁଣେ ସହରରେ ୧୪ ଦିନ ପାଇଁ କର୍ଫ୍ୟୁ ଲାଗୁ କରାଯାଉଛି। ଏହି ସମୟ ମଧ୍ୟରେ ଅନେକ କଟକଣା ବଳବତ୍ତର ରହିବ। ମେ ୨୬ ତାରିଖ…

ଦେବାଶିଷଙ୍କ ଉପରେ ବର୍ଷିଲେ ମହେଶ: କାଇଁ କହୁନାହାନ୍ତି ତ ପାଣ୍ଡିଆନଙ୍କ ପାଇଁ…

ଭୁବନେଶ୍ୱର,୨୬।୫ ରାଜ୍ୟସଭା ଏମ୍ ପି ଦେବାଶିଷ ସାମନ୍ତରାୟ ବିଜେଡି ଛାଡ଼ି ଭାଜପାରେ ଯୋଗଦାନ  ପରେ ରାଜନୈତିକ ମହଳରେ ପ୍ରତିକ୍ରିୟା ଜୋର ଧରିଛି। ଏହାକୁ ନେଇ ବିଜେଡି ନେତା…

କ୍ୱାଲିଫାୟର-୧: ହୋଇପାରେ ହାଇସ୍କୋରିଂ ମ୍ୟାଚ୍‌

ଧର୍ମଶାଳା,୨୬ା୫; ହିମାଚଳ ପ୍ରଦେଶ କ୍ରିକେଟ ଆସୋସିଏସନ ଷ୍ଟାଡିୟମ ଧର୍ମଶାଳାରେ ମଙ୍ଗଳବାର କ୍ୱାଲିଫାୟର-୧ ମ୍ୟାଚ୍‌ ଖେଳାଯିବ। ଡିଫେଣ୍ଡିଂ ଚାମ୍ପିୟନ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆର୍‌ସିବି) ଏବଂ ଗୁଜରାଟ ଟାଇଟନ୍ସ(ଜିଟି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri