ନଡ଼ିଆ ଷଡ଼େଇରେ ମାସ୍କ

ପୁରୀ ଅଫିସ,୨ା୧୦: ମହାମାରୀ କରୋନା କବଳରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ମାସ୍କ ନ ପିନ୍ଧି ପଦାକୁ ବାହାରିଲେ ପୋଲିସ ପକ୍ଷରୁ ଜରିମାନା ଆଦାୟ କରାଯାଉଛି। ଭଲ ଭାବେ ମାସ୍କ ପିନ୍ଧିଥିଲେ ସଂକ୍ରମଣଠାରୁ ଦୂରେଇ ରହିହେବ ବୋଲି ଲୋକଙ୍କୁ ସଚେତନ କରାଯାଉଛି। ତେବେ କେବଳ କପଡ଼ାରେ ନୁହେଁ, ଅନେକ ଲୋକ ଭିନ୍ନ ଧରଣର ମାସ୍କ ପିନ୍ଧୁଛନ୍ତି। କଟକର ଜଣେ ବ୍ୟବସାୟୀ ସୁନାରେ ମାସ୍କ ତିଆରି କରି ପିନ୍ଧିଥିବାବେଳେ ସୁରଟର ଜଣେ ହୀରା ବ୍ୟବସାୟୀଙ୍କ ପାଖକୁ ହୀରା ଖଚିତ ମାସ୍କ ପାଇଁ ବରାଦ ଆସିଥିଲା। ସେ ମଧ୍ୟ ହୀରା ଖଚିତ ମାସ୍କ ତିଆରି କରିଥିଲେ। ହେଲେ ଏବେ ପୁରୀ ସହରରେ ନଡ଼ିଆ ଷଡ଼େଇରେ ତିଆରି ମାସ୍କକୁ ନେଇ ବେଶ୍‌ ଚର୍ଚ୍ଚା। ମହାପ୍ରଭୁଙ୍କ ସେବକ ହଜୁରୀ ଭୀମସେନ ଖୁଣ୍ଟିଆ ଏମିତି ଏକ ନିଆରା ମାସ୍କ ପରିଧାନ କରୁଛନ୍ତି।
ଏ ସମ୍ପର୍କରେ ଭୀମସେନ କହିଛନ୍ତି, ତାଙ୍କୁ ଜଣେ ବ୍ୟକ୍ତି ଏହାକୁ ତିଆରି କରି ଉପହାର ଦେଇଛନ୍ତି। ନଡ଼ିଆ ଷଡ଼େଇକୁ ଅତି ସୂକ୍ଷ୍ମ ଭାବେ ଘଷି ପ୍ଲେନ କରାଯାଇଛି। ଭିତରେ ଦୁଇପରସ୍ତ କନା ରହିଛି। ନିଃଶ୍ୱାସ ପ୍ରଶ୍ୱାସରେ କୌଣସି ଅସୁବିଧା ହେଉନାହିଁ। କିଏ ସୁନା ତ ଆଉ କିଏ ହୀରା ଖଚିତ ମାସ୍କ ପିନ୍ଧୁଥିବା ଆମେ ଶୁଣିଛୁ। ମାତ୍ର ଏହା ସମ୍ପୂର୍ଣ୍ଣ ଦେଶୀ କାରିଗରି କୌଶଳରେ ତିଆରି କରାଯାଇଛି। ନଡ଼ିଆକୁ ଆମେ ଶ୍ରୀଫଳ ବୋଲି କହିଥାଉ। ଏଥିରେ ତିଆରି ମାସ୍କ ପିନ୍ଧିବାକୁ ଭଲ ଲାଗୁଛି ବୋଲି ଭୀମସେନ କହିଛନ୍ତି

ମହାମାରୀ କରୋନା କବଳରୁ ରକ୍ଷା ପାଇବା ପାଇଁ ସାମାଜିକ ଦୂରତା ଏବଂ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି। ବିଶେଷକରି ମାସ୍କ ନ ପିନ୍ଧି ପଦାକୁ ବାହାରିଲେ ପୋଲିସ ପକ୍ଷରୁ ଜରିମାନା ଆଦାୟ କରାଯାଉଛି। ଭଲ ଭାବେ ମାସ୍କ ପିନ୍ଧିଥିଲେ ସଂକ୍ରମଣଠାରୁ ଦୂରେଇ ରହିହେବ ବୋଲି ଲୋକଙ୍କୁ ସଚେତନ କରାଯାଉଛି। ତେବେ କେବଳ କପଡ଼ାରେ ନୁହେଁ, ଅନେକ ଲୋକ ଭିନ୍ନ ଧରଣର ମାସ୍କ ପିନ୍ଧୁଛନ୍ତି। କଟକର ଜଣେ ବ୍ୟବସାୟୀ ସୁନାରେ ମାସ୍କ ତିଆରି କରି ପିନ୍ଧିଥିବାବେଳେ ସୁରଟର ଜଣେ ହୀରା ବ୍ୟବସାୟୀଙ୍କ ପାଖକୁ ହୀରା ଖଚିତ ମାସ୍କ ପାଇଁ ବରାଦ ଆସିଥିଲା। ସେ ମଧ୍ୟ ହୀରା ଖଚିତ ମାସ୍କ ତିଆରି କରିଥିଲେ। ହେଲେ ଏବେ ପୁରୀ ସହରରେ ନଡ଼ିଆ ଷଡ଼େଇରେ ତିଆରି ମାସ୍କକୁ ନେଇ ବେଶ୍‌ ଚର୍ଚ୍ଚା। ମହାପ୍ରଭୁଙ୍କ ସେବକ ହଜୁରୀ ଭୀମସେନ ଖୁଣ୍ଟିଆ ଏମିତି ଏକ ନିଆରା ମାସ୍କ ପରିଧାନ କରୁଛନ୍ତି।
ଏ ସମ୍ପର୍କରେ ଭୀମସେନ କହିଛନ୍ତି, ତାଙ୍କୁ ଜଣେ ବ୍ୟକ୍ତି ଏହାକୁ ତିଆରି କରି ଉପହାର ଦେଇଛନ୍ତି। ନଡ଼ିଆ ଷଡ଼େଇକୁ ଅତି ସୂକ୍ଷ୍ମ ଭାବେ ଘଷି ପ୍ଲେନ କରାଯାଇଛି। ଭିତରେ ଦୁଇପରସ୍ତ କନା ରହିଛି। ନିଃଶ୍ୱାସ ପ୍ରଶ୍ୱାସରେ କୌଣସି ଅସୁବିଧା ହେଉନାହିଁ। କିଏ ସୁନା ତ ଆଉ କିଏ ହୀରା ଖଚିତ ମାସ୍କ ପିନ୍ଧୁଥିବା ଆମେ ଶୁଣିଛୁ। ମାତ୍ର ଏହା ସମ୍ପୂର୍ଣ୍ଣ ଦେଶୀ କାରିଗରି କୌଶଳରେ ତିଆରି କରାଯାଇଛି। ନଡ଼ିଆକୁ ଆମେ ଶ୍ରୀଫଳ ବୋଲି କହିଥାଉ। ଏଥିରେ ତିଆରି ମାସ୍କ ପିନ୍ଧିବାକୁ ଭଲ ଲାଗୁଛି ବୋଲି ଭୀମସେନ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଗଣିତ ଦକ୍ଷତା ବୃଦ୍ଧି ପାଇଁ ରୂପରେଖ ପ୍ରସ୍ତୁତ

ଭୁବନେଶ୍ୱର, ୨୫।୪(ଅସମାପିକା ସାହୁ)ଗଣିତ ଶିକ୍ଷାରେ କିପରି ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ବିଦ୍ୟାଳୟର ଛାତ୍ରୀଛାତ୍ର ଦକ୍ଷ ହେବା ସହ ଉନ୍ନତ ପ୍ରଦର୍ଶନ କରିବେ ସେଥିପାଇଁ ବିଦ୍ୟାଳୟ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri