ରାଜ୍ୟ

ରାହୁରେଖା ଲାଗିହେଲେ ମହାପ୍ରଭୁ

ପୁରୀ ଅଫିସ,୯। ୮: ଶ୍ରୀମନ୍ଦିରରେ ଶନିବାର ମହାପ୍ରଭୁଙ୍କୁ ସୁନା ରାହୁରେଖା ଲାଗି କରାଯାଇଛି। ଦଇତାପତି ସେବକମାନେ ରାହୁରେଖା ଲାଗି କରିଛନ୍ତି। ଭୋଗମଣ୍ଡପ ନୀତି ସମ୍ପନ୍ନ ପରେ ଜୟବିଜୟ ଦ୍ୱାର ବନ୍ଦ କରାଯାଇଥିଲା। ଏହାପରେ ପାଳିଆ ପୁଷ୍ପାଳକ ସେବକମାନେ ରତ୍ନସିଂହାସନ ଉପରକୁ ଉଠି…

ବୁଣାକାରଙ୍କ ସହ ରହିଛି ‘ବୟନିକା’

ଭୁବନେଶ୍ୱର, ୯। ୮ (ବ୍ୟୁରୋ): ଓଡ଼ିଶାର ହସ୍ତତନ୍ତ ପ୍ରତି ଲୋକଙ୍କ ମଧ୍ୟରେ ଆଗ୍ରହ ସୃଷ୍ଟି କରିବା ସହ ବୁଣାକାରଙ୍କ ପାଇଁ କାର୍ଯ୍ୟ କରୁଛି ରାଜ୍ୟ ସରକାରଙ୍କ ‘ବୟନିକା’। ୬୪ବର୍ଷ ଧରି ବୁଣାକାରଙ୍କ ସହ କାର୍ଯ୍ୟ କରି ଆସୁଥିବା ଏହି ସଂସ୍ଥା ଏବେ…

ଡାଏଲିସିସ୍‌ ନ ପାଇ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

କଟକ ଅଫିସ,୯। ୮: ଏସ୍‌ସିବି ଆଇସୋଲେଶନ ୱାର୍ଡରେ ଚିକିତ୍ସା ଅବହେଳାରୁ ଜଣେ କରୋନା ଆକ୍ରାନ୍ତଙ୍କ ମତ୍ୟୁ ଘଟିଥିବା ଅଭିଯୋଗ ହୋଇଛି। ତାଙ୍କର ଡାଏଲିସିସ୍‌ କରାଗଲା ନାହିଁ କି ଆବଶ୍ୟକ ଚିକିତ୍ସା ମଧ୍ୟ ଦିଆଗଲା ନାହିଁ ବୋଲି ପରିବାର ଲୋକେ କହିଛନ୍ତି। ମୃତ୍ୟୁ…

୩ ଦିନ ପ୍ରବଳ ବର୍ଷିବ: ଦକ୍ଷିଣ ଓଡ଼ିଶାରେ ବନ୍ୟା ହେବାର ଆଶଙ୍କା

ଭୁବନେଶ୍ୱର,୯। ୮(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆସନ୍ତା ୩ ଦିନ ଯାଏ ଦକ୍ଷିଣ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହୋଇପାରେ। ୯ ତାରିଖରୁ ଦକ୍ଷିଣ ଓଡ଼ିଶାର ଅଧିକାଂଶ ସ୍ଥାନରେ…

ମହାନଦୀ ଜଳ ବିବାଦ: କେନ୍ଦ୍ରକୁ ଟ୍ରିବ୍ୟୁନାଲ ନୋଟିସ

ଭୁବନେଶ୍ୱର,୯। ୮(ବ୍ୟୁରୋ): ମହାନଦୀ ଉପରମୁଣ୍ଡରେ ଛତିଶଗଡ଼ କେତୋଟି ବ୍ୟାରେଜ ନିର୍ମାଣ କରିଛି ସେ ନେଇ ତଥ୍ୟ ଦେବାକୁ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଶନିବାର କେନ୍ଦ୍ର ସରକାରଙ୍କୁ ନୋଟିସ କରିଛନ୍ତି। ଜଳ ବିବାଦ ଶୁଣାଣି କରି ଓଡ଼ିଶା ସରକାରଙ୍କ ଆବେଦନ ଉପରେ…

ବିଲ୍‌ ସାଇକଲ: କାହିଁକି ଏ ପରିବର୍ତ୍ତନ

ଭୁବନେଶ୍ୱର,୯। ୮(ବ୍ୟୁରୋ): ଉପଭୋକ୍ତାଙ୍କୁ ଉନ୍ନତମାନର ୨୪ ଘଣ୍ଟିଆ ବିଦ୍ୟୁତ୍‌ ସେବା ଯୋଗାଇ ଦେବା ଲକ୍ଷ୍ୟରେ ରାଜ୍ୟର ବିଦ୍ୟୁତ୍‌ ବ୍ୟବସ୍ଥାକୁ ଗୋଟିଏ ପରେ ଗୋଟିଏ ଘରୋଇ ସଂସ୍ଥା ହାତକୁ ଟେକି ଦିଆଯାଉଛି। ପ୍ରଥମେ ଆମେରିକୀୟ କମ୍ପାନୀ ଏଇଏସ୍‌(୧୯୯୯ ରୁ ୨୦୦୧ ), ଏହାପରଠାରୁ…

ରାଜ୍ୟରେ ଖୋଲିବ ୬୫ ସିଭିଲ୍‌ ଜଜ୍‌ କୋର୍ଟ

କଟକ ଅଫିସ,୮ା୮ -ରାଜ୍ୟରେ ଆଉ ୬୫ଟି ସିଭିଲ୍‌ ଜଜ୍‌ କୋର୍ଟ (ଜୁନିୟର ଡିଭିଜନ୍‌) ତଥା ପ୍ରଥମଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ୍‌ (ଜେଏମ୍‌ଏଫ୍‌ସି) କୋର୍ଟ ଖୋଲାଯିବ। ଏନେଇ ଓଡ଼ିଶା ହାଇକୋର୍ଟର ସ୍ବତନ୍ତ୍ର ଅଧିକାରୀ (ପ୍ରଶାସନିକ)ଙ୍କ ପକ୍ଷରୁ ୨୩ଟି ଜିଲାର ଜିଲା ଜଜ୍‌ମାନଙ୍କୁ ଚିଠି…

ଚଳିତ ବର୍ଷ କଟକରେ ହେବ ନିରାଡମ୍ବର ଦୁର୍ଗାପୂଜା

କଟକ ଅଫିସ, ୮।୮-ଚଳିତ ବର୍ଷ କଟକ ସହରରେ ନିରାଡମ୍ବର ଭାବେ ଦୁର୍ଗାପୂଜା ଅନୁଷ୍ଠିତ ହେବ। ଶନିବାର ପୂଜାକମିଟି ସହ ପ୍ରଶାସନର ବୈଠକ ପରେ ଏହି ନିଷ୍ପତି ନିଆଯାଇଛି। ମା ଦୁର୍ଗାଙ୍କ ପାଇଁ ମାଟିଆଣିବା ନିରାଡମ୍ବର ହେବ। ବିନା ଶୋଭାଯାତ୍ରାରେ ପ୍ରତି କମିଟିର…

ଆଜି ସୁସ୍ଥ ହେଲେ ୧୫୪୪ କରୋନା ଆକ୍ରାନ୍ତ: ଏହି ଜିଲାରୁ ସର୍ବାଧିକ ସୁସ୍ଥ…

ଭୁବନେଶ୍ୱର,୮।୮(ବ୍ୟୁରୋ)-ରାଜ୍ୟରେ ଶନିବାର ଆଉ ୧୫୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୫୬୦ ଜଣ ସୁସ୍ଥ ହୋଇଥିବାବେଳେ ଖୋର୍ଦ୍ଧାରୁ ୨୦୩, କୋରାପୁଟରୁ ୧୪୩, ଗଜପତିରୁ ୭୫, ନୟାଗଡରୁ ୬୨, ସୁନ୍ଦରଗଡରୁ ୫୯, କନ୍ଧମାଳରୁ ୪୧, କଟକରୁ ୩୭, କଳାହାଣ୍ଡିରୁ ୩୬,…

କଟକରୁ ଆଉ ୭୬ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୮।୮-କଟକ ସହରରୁୁ ଶନିବାର ପୁଣି ୭୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିମଧ୍ୟରୁ ୪୬ ଜଣ ପୁଣି ମାଲଗୋଦାମ ବେହେରା ସାହି କଣ୍ଟେନମେଣ୍ଟ ଜୋନରୁ ଚିହ୍ନଟ ହୋଇଛନ୍ତି। ସେହିପରି ହୋମ କ୍ୱାରାଣ୍ଟାଇନରୁ ୭, ସରକାରୀ କ୍ୱାରାଣ୍ଟାଇନରୁ ୭ ଏବଂ ୧୬…

ଭୁବନେଶ୍ୱରରେ ବଢୁଛି ସଂକ୍ରମଣ: ଆଉ ୧୯୦ ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର,୮।୮(ବ୍ୟୁରୋ)-ରାଜଧାନୀରେ ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖା। ଶନିବାର ଭୁବନେଶ୍ୱରରେ ଆଉ ୧୯୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ୧୯୦ ଜଣଙ୍କ ମଧ୍ୟରେ କ୍ୱାରାଣ୍ଟାଇନରୁ ୧୩୮ ଜଣ ଚିହ୍ନଟ ହୋଇଥିବାବେଳେ ୫୨ ଲୋକାଲ କଣ୍ଟାକ୍ଟ କେସ। କପିଳେଶ୍ୱର କଞ୍ଚସାହିରୁ…

ବରଗଡ଼ ଏମ୍‌ପିଙ୍କୁ କରୋନା

ବରଗଡ଼ ଅଫିସ,୮।୮: ବରଗଡ଼ ଏମ୍‌ପି ତଥା ଭାଜପା ନେତା ସୁରେଶ ପୂଜାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏନେଇ ସେ ନିଜେ ଟୁଇଟ୍‌ କରି ସୂଚନା ଦେଇଛନ୍ତି। କୋଭିଡ-୧୯ ଲକ୍ଷଣ ନ ଥାଇ ମଧ୍ୟ ସେ ଶୁକ୍ରବାର ନିଜର ପରୀକ୍ଷା କରାଇଥିଲେ। ଶନିବାର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri