ଅଭିଯୁକ୍ତ ଛାତ୍ରଙ୍କୁ ୩ ଦିନ ରିମାଣ୍ଡ

ନୟାଗଡ଼ ଅଫିସ,୨୩ା୧୨: ଏସ୍‌ଆଇଟି ସୋମବାର ଗିରଫ କରିଥିବା କଲେଜ ଛାତ୍ରଙ୍କୁ କୋର୍ଟରେ ହାଜର କରିବା ସହ ରିମାଣ୍ଡ ପାଇଁ ଆବେଦନ କରିଥିଲା। ଏଥିପାଇଁ କୋର୍ଟ ୩ ଦିନ ଅନୁମତି ପ୍ରଦାନ କରିଛନ୍ତି। ୨୨, ୨୩ ଓ ୨୪ ତାରିଖ ଯାଏ ଗିରଫ ଛାତ୍ର ଏସ୍‌ଆଇଟି ହେପାଜତରେ ରହିବେ। ୨୫ ତାରିଖରେ ତାଙ୍କୁ କୋର୍ଟରେ ହାଜର କରାଯିବା ପରେ ଜେଲକୁ ପଠାଯିବ। ଏନେଇ ନୟାଗଡ଼ ଜେଲ ସୁପରିଣ୍ଟେଣ୍ଡେଣ୍ଟ ଉମେଶ ବଳବନ୍ତରାୟ କହିଛନ୍ତି, କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ଏସ୍‌ଆଇଟି ସମ୍ପୃକ୍ତ ଛାତ୍ରଙ୍କୁ ରିମାଣ୍ଡରେ ନେଇଛି।
ପରୀକୁ ନ୍ୟାୟ ମିଳିନାହିଁ : ଅଶୋକ
ପରୀ ଅପହରଣ ଓ ହତ୍ୟା ଘଟଣାରେ ଏସ୍‌ଆଇଟି ଜଣେ କଲେଜ ଛାତ୍ରଙ୍କୁ ଗିରଫ କରି ଜେଲ ପଠାଇବା ପରେ ପରୀର ମା’ସୌଦାମିନୀ ଓ ବାପା ଅଶୋକ ସାହୁ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି, ପରୀକୁ ନ୍ୟାୟ ମିଳିନାହିଁ ବରଂ ଜଣେ ନିରୀହ କଲେଜ ଛାତ୍ରଙ୍କୁ ହତ୍ୟାକାରୀ ବୋଲି ଚିତ୍ରଣ କରାଯାଇଛି। ଯଦି ସମ୍ପୃକ୍ତ କଲେଜ ଛାତ୍ର ନିଜ ଘରେ ପରୀକୁ ହତ୍ୟା କଲେ ଓ ପୋଖରୀରେ ଫୋପାଡିଲେ, ତେବେ ତାଙ୍କ ମା’ଭଉଣୀ ଜାଣି ନ ପାରିବା ଆଶ୍ଚର୍ଯ୍ୟ କଥା। ପରୀର ମୃତଦେହ ଜବତ ବେଳେ କେମିକାଲ ଗନ୍ଧ ବାହାରୁଥିଲା। ହେଲେ ମୃତଦେହରେ କୌଣସି କେମିକାଲ ବ୍ୟବହାର ହୋଇ ନ ଥିବା ଏସ୍‌ଆଇଟି କହିଛି। ଆମକୁ ଏସ୍‌ଆଇଟି ନ୍ୟାୟ ଦେଇପାରିଲା ନାହିଁ। ଆଗକୁ ଆଉ କାହାକୁ ଏହି ଘଟଣାରେ ଏସ୍‌ଆଇଟି ଛନ୍ଦିବ କହି ହେବ ନାହିଁ। ଏଣୁ ସିବିଆଇ ତଦନ୍ତ କରାଗଲେ ହତ୍ୟାକାରୀ ଚିହ୍ନଟ ହେବେ।ଆମେ ସିବିଆଇ ତଦନ୍ତ ଦାବିରେ ଭାଜପା ସହ ଆନ୍ଦୋଳନରେ ପୂର୍ବପରି ସାମିଲ ହୋଇ ରହିଛୁ ବୋଲି ସମ୍ପୃକ୍ତ ଦମ୍ପତି କହିଛନ୍ତି ା
ଏସ୍‌ଆଇଟି ବିରୋଧରେ ଥାନାରେ ଅଭିଯୋଗ
ମୋ ପୁଅ ନିର୍ଦ୍ଦୋଷ। ତାକୁ ମାରପିଟ୍‌ କରି ଭୟ ଦେଖାଇ ଫସାଇ ଦିଆଯାଇଛି। ପ୍ରକୃତ ହତ୍ୟାକାରୀଙ୍କୁ ଗିରଫ କରାଯାଉ। ଏକଥା ମୁଁ ନୁହେଁ, ପରୀର ମା’ ମଧ୍ୟ କହୁଛନ୍ତି। ହେଲେ ଦୁଇ ମା’ର ବେଦନାକୁ କେହି ବୁଝୁନାହାନ୍ତି। ପରୀ ମୋର ବି ଝିଅ। ପରୀକୁ ହତ୍ୟା କରିଥିଲେ ମୋ ପୁଅକୁ କେବେବି କ୍ଷମା ଦେଇ ନ ଥା’ନ୍ତି। ପରୀ ପରି ମୋର ଦୁଇ ଝିଅ ଅଛନ୍ତି। ମୋ ପୁଅ ଗଁାର କୌଣସି ଝିଅକୁ ଆଜିଯାଏ ଖରାପ ବ୍ୟବହାର କରିନାହିଁ। ଏଣୁ ମୁଁ ସତ୍ୟ ଉନ୍ମୋଚନ ପାଇଁ ନୟାଗଡ ସଦର ଥାନାରେ ଏସ୍‌ଆଇଟି ଟିମ୍‌ ଓ ମୁଖ୍ୟ ଅରୁଣ ବୋଥ୍ରାଙ୍କ ବିରୋଧରେ ଅଭିଯୋଗ କରିଛି। ଏସ୍‌ଆଇଟି ଉପରେ ମୋର ଆଉ ଭରସା ନାହିଁ। ସିବିଆଇ ତଦନ୍ତ ହେଲେ ସତ ପଦାକୁ ଆସିବ ବୋଲି ଗିରଫ ଛାତ୍ରଙ୍କ ମା’ କହିଛନ୍ତି।
ପରୀର ଲେଗିନ୍ସ ପୋଖରୀରୁ ମିଳିଲା
ପରୀର ଶାର୍ଟ ମିଳିଥିଲା। ହେଲେ ଲେଗିନ୍ସ ମିଳି ନ ଥିଲା ା ଗିରଫ ଛାତ୍ର ପରୀର ଲେଗିନ୍ସକୁ ପୋଖରୀରେ ପକାଇ ଦେଇଥିବା ଏସ୍‌ଆଇଟିକୁ କହିବା ପରେ ପୋଖରୀରୁ ପାଣି ବାହାର କରିବା କାମ ଆରମ୍ଭ ହୋଇଥିଲା ା ଲେଗିନ୍ସ ଖୋଜିବା ପାଇଁ ନୟାଗଡ ଦମକଳ ବାହିନୀ ମୋଟର ଲଗାଇ ମଙ୍ଗଳବାର ଜଳ ନିଷ୍କାସନ କରୁଥିଲା । ସକାଳୁ ଜଳ ନିଷ୍କାସନ ଚାଲୁ ରହିଥିଲା ା ରାତି ପ୍ରାୟ ୯ଟା ବେଳେ ପୋଖରୀର ସବୁ ପାଣି ବାହାର କରାଯିବା ପରେ ପରୀର ଲେଗିନ୍ସ ଖୋଜା କାମ ଆରମ୍ଭ ହୋଇଥିଲା ା ଶେଷରେ ପୋଲିସ ସେହି ଲେଗିନ୍ସ ପାଇଛି ବୋଲି ସଦରଥାନା ଆଇଆଇସି ଶରତ ପାତ୍ର କହିଛନ୍ତି ା ଏସ୍‌ଆଇଟିର ଗୁମର ଖୋଲିବ କଂଗ୍ରେସ
ଜିଲା କଂଗ୍ରେସ ସଭାପତି ତଥା ଆଇନଜୀବୀ ରଣଜିତ୍‌ ଦାଶ କହିଛନ୍ତି, ଏସ୍‌ଆଇଟି ଆଇନ ମୁତାବକ ଗଠନ କରାଗଲା ନାହିଁ। ଏବେବି ଏସ୍‌ଆଇଟି ପରୀକୁ ନ୍ୟାୟ ଦେଇପାରିବ ନାହିଁ। ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରାଙ୍କ ତଦନ୍ତର ବ୍ୟାଖ୍ୟା ହତ୍ୟାକାରୀକୁ ଖସିଯିବା ପାଇଁ ବାଟ ଦେଖାଇଛି। ଏସ୍‌ଆଇଟି ମୁଖ୍ୟ କହିଛନ୍ତି, ହତ୍ୟା ନେଇ ପର୍ଯ୍ୟାପ୍ତ ପ୍ରମାଣ ରହିଛି। ତାଙ୍କର ଏ କଥା ସହ ମୁଁ ଏକମତ ନୁହଁ। ଏନେଇ କଂଗ୍ରେସ ବୁଧବାର ମୁହଁ ଖୋଲି ଏସ୍‌ଆଇଟିର କିଛି ଗୁମର କଥାକୁ ପଦାରେ ପକାଇବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ୟୁକ୍ରେନ୍‌-ରୁଷିଆ ଯୁଦ୍ଧ: ୟୁକ୍ରେନ୍‌ର ଡ୍ରୋନ ଆକ୍ରମଣରେ ଜଳିଗଲା ରୁଷିଆର ବଡ଼ ଗୋଦାମ ଘର

ମସ୍କୋ,୧୬ା୮: ରୁଷିଆ ୟୁକ୍ରେନ୍‌ ଉପରେ ଜୋର୍‌ଦାର ଏୟାରଷ୍ଟ୍ରାଇକ୍‌ କରିଥିବା ବେଳେ କିଭ୍‌ ମଧ୍ୟ ଏହାର କଡ଼ା ଜବାବ ଦେଇଛି। ମସ୍କୋ ଅଞ୍ଚଳରେ ୟୁକ୍ରେନ୍‌ ଓଜନଦାର ଡ୍ରୋନ୍‌ ଯୋଗେ…

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

UGC NET 2026: ପରୀକ୍ଷା ନେଇ ବଡ଼ ଖବର: ଏହି ୩ବିଷୟରେ ପୁନଃ ପରୀକ୍ଷା ଦେବେ ଛାତ୍ରୀଛାତ୍ର!

ନୂଆଦିଲ୍ଲୀ,୧୬।୮: UGC-NET ଜୁନ୍ ୨୦୨୬ ପରୀକ୍ଷାକୁ ନେଇ ବଡ଼ ଖବର ସାମ୍ନାକୁ ଆସିଛି । ସୂଚନା ଅନୁସାରେ, ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (NTA) ଇଂରାଜୀ, କମର୍ସ ଏବଂ…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri