ହରିଶଙ୍କର ସୌନ୍ଦର୍ଯ୍ୟକରଣ ପାଇଁ ଚାରାରୋପଣ
ଖପ୍ରାଖୋଲ, ୧୧ା୮(ଡି.ଏନ.ଏ.) ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ହରିଶଙ୍କର ପୀଠର ସୌନ୍ଦର୍ଯ୍ୟକରଣ ପାଇଁ ସାମ୍ବାଦିକ ସଂଘ ଓ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ତରଫରୁ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡିଓ ତରଣୀ ସୁନା, ଖପ୍ରାଖୋଲ ଥାନା ଆଇଆଇସି ଜ୍ୟୋତିରଞ୍ଜନ…
ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ସାଢେ ୭ କୋଟି ଦାନ କଲେ ବାଗ୍ଚୀ ଦମ୍ପତି
ଭୁବନେଶ୍ୱର,୧୦।୮(ବ୍ୟୁରୋ)-ମୋ ସ୍କୁଲ ଅଧ୍ୟକ୍ଷା ସୁସ୍ମିତା ବାଗ୍ଚୀ ଏବଂ ଓଡ଼ିଶା ଦକ୍ଷତା ବିକାଶ ପରିଷଦର ଅଧ୍ୟକ୍ଷ ସୁବ୍ରୋତ ବାଗ୍ଚୀ ସୋମବାର ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ ୭କୋଟି ୫୦ଲକ୍ଷ ଟଙ୍କା ଦାନ କରିଛନ୍ତି। କୋଭିଡ୍-୧୯ ଦ୍ୱାରା ପ୍ରଭାବିତ ପୁରୀ ଜିଲାର ଅସହାୟ ବୃଦ୍ଧା, ମହିଳାମାନଙ୍କ…
ରାଜ୍ୟରେ ଆଉ ୧୨୩୬ କରୋନା ଆକ୍ରାନ୍ତ ସୁସ୍ଥ: ଜାଣନ୍ତୁ କେଉଁ ଜିଲାରୁ କେତେ…
ଭୁବନେଶ୍ୱର,୧୦।୮(ବ୍ୟୁରୋ)-ରାଜ୍ୟରେ ସୋମବାର ଆଉ ୧୨୩୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ସୁସ୍ଥ ହୋଇଥିବା କରୋନା ଆକ୍ରାନ୍ତଙ୍କ ଭିତରୁ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୪୬୧ ଜଣ ଅଛନ୍ତି। ସେହିପରି ଗଞ୍ଜାମରୁ ୧୮୨, ରାୟଗଡାରୁ ୮୩, କନ୍ଧମାଳରୁ ୭୪, ମାଲକାନଗିରିରୁ ୫୧, ଅନୁଗୋଳରୁ…
ପିଜି ନାମଲେଖା ପାଇଁ ଏକକ ପ୍ରବେଶିକା ପରୀକ୍ଷା: ଜାଣନ୍ତୁ କେବେଠାରୁ କରିବେ ଆବେଦନ…
ଭୁବନେଶ୍ୱର(ବ୍ୟୁରୋ),୧୦ା୮-ରାଜ୍ୟର ସମସ୍ତ ସରକାରୀ ବିଶ୍ୱବିଦ୍ୟାଳୟ ଓ କଲେଜର ସ୍ନାତକୋତ୍ତର(ପିଜି) ପାଠ୍ୟକ୍ରମରେ ନାମଲେଖା ଲାଗି ଆସନ୍ତା ୧୨ ତାରିଖରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। କରୋନା ସଂକ୍ରମଣ ପରିସ୍ଥିତିକୁ ଦୃଷ୍ଟିରେ ରଖି ଚଳିତବର୍ଷ ଏକକ ପ୍ରବେଶିକା ପରୀକ୍ଷା କରାଯାଇ ଯୋଗ୍ୟତା ଭିତ୍ତିରେ ଛାତ୍ରୀଛାତ୍ରଙ୍କ…
୭ ଶିଳ୍ପୀଙ୍କୁ ଧର୍ମପଦ ପୁରସ୍କାର
ଭୁବନେଶ୍ୱର(ବ୍ୟୁରୋ),୧୦ା୮- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଅଧୀନ ଓଡ଼ିଶା ଲଳିତକଳା ଏକାଡେମୀ ପକ୍ଷରୁ ଚିତ୍ରକଳା, ସ୍ଥାପତ୍ୟ ଓ ଭାସ୍କର୍ଯ୍ୟକଳା କ୍ଷେତ୍ରରେ ପ୍ରଦାନ କରାଯାଉଥିବା ରାଜ୍ୟର ସର୍ବୋଚ୍ଚ ସମ୍ମାନ ‘ଧର୍ମପଦ ପୁରସ୍କାର’ ସୋମବାର ପ୍ରଦାନ କରାଯାଇଛି। ଜୀବନବ୍ୟାପୀ ସାଧନା ଓ…
ପେନ୍ସନ୍ ପାଇଁ ଟ୍ରଲିରେ ଆସିଲେ ବୃଦ୍ଧ
ତିହିଡ଼ି, ୧୦ା୮(ସ୍ବ.ପ୍ର.)-ଭଦ୍ରକ ଜିଲା ତିହିଡ଼ି ୟୁକୋ ବ୍ୟାଙ୍କ ଶାଖାରୁ ପେନସନ ନେବା ପାଇଁ ଜଣେ ଅସହାୟ ବୃଦ୍ଧ ଟ୍ରଲିରେ ବୁହାହୋଇ ବ୍ୟାଙ୍କକୁ ଆସିଥିବା ଦେଖିବାକୁ ମିଳିଥିଲା। ସେ ଜଣେ ଅବସରପ୍ରାପ୍ତ ଶିକ୍ଷକ ପଦନ ଚରଣ ନାୟକ(୭୫)। ତାଙ୍କ ଘର ସିନ୍ଦୋଳ ଗ୍ରାମରେ।…
ବାଲେଶ୍ୱର ପରେ ଭଦ୍ରକରୁ ଉଦ୍ଧାର ହେଲା ହଳଦିଆ କଇଁଛ
ଚାନ୍ଦବାଲି, ୧୦ା୮(ଡି.ଏନ.ଏ.)-ଭଦ୍ରକ ଜିଲା ଚାନ୍ଦବାଲି ବେନ୍ତାଳପୁର ଗଁାର ଏକ ଚାଷ ଜମିରୁ ସୋମବାର ଏକ ହଳଦିଆ ରଙ୍ଗର କଇଁଛ ଉଦ୍ଧାର କରାଯାଇଛି । ବେନ୍ତାଳପୁର ଗଁାର ଚାଷୀ ନିରାକର ମହାନ୍ତି ତାଙ୍କ ଜମିରେ ହଳ କରୁଥିବା ସମୟରେ ଏହି କଇଁଛକୁ ଧରିଥିଲେ।…
ସେପ୍ଟେମ୍ବର ୧୪ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା
ଭୁବନେଶ୍ୱର,୧୦।୮(ବ୍ୟୁରୋ)-ସେପ୍ଟେମ୍ବର ୧୪ରୁ ୨୨ ଯାଏ ହେବ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା ଅନୁଷ୍ଠିତ ହେବ। ସେହିପରି ସେପ୍ଟେମ୍ବର ୧୪ରୁ ୨୪ ଯାଏ ଓପନ ଲର୍ଣ୍ଣିଂ ସ୍କୁଲର ସପ୍ଲିମେଣ୍ଟାରୀ ପରୀକ୍ଷା ହେବ। ଏ ନେଇ ସୋମବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜାନ…
ଅଗଷ୍ଟ ଶେଷ ସୁଦ୍ଧା ପଦୋନ୍ନତି ପାଇବେ ୫୬ ହଜାର ଶିକ୍ଷକ
ଭୁବନେଶ୍ୱର,୧୦।୮(ବ୍ୟୁରୋ)-ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅଧୀନସ୍ଥ ସମସ୍ତ ବ୍ୟବସ୍ଥାକୁ ଚଳଚଞ୍ଚଳ କରାଯିବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମକୁ ଅଧିକ କ୍ରିୟାଶୀଳ କରିବାକୁ ପଦକ୍ଷେପ ନିଆଯାଇଥିବା ବିଭାଗୀୟ ସଚିବ ସତ୍ୟବ୍ରତ ସାହୁ ପ୍ରକାଶ କରିଛନ୍ତି। ଏହାସହ ଚଳିତମାସ ଶେଷସୁଦ୍ଧା…
ରାଜଧାନୀରେ ଆଉ ୧୩୩ କରୋନା ପଜିଟିଭ: ଜାଣନ୍ତୁ କେଉଁଠି କେତେ…
ଭୁବନେଶ୍ୱର,୧୦।୮(ବ୍ୟୁରୋ)-ରାଜଧାନୀ ଭୁବନେଶ୍ୱରରୁ ସୋମବାର ଆଉ ୧୩୩ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ୧୩୩ମଧ୍ୟରୁ ୯୬ ଜଣ କ୍ୱାରାଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩୭ ଲୋକାଲ କଣ୍ଟାକ୍ଟ କେସ ରହିଛି। ଆଇଆରସି କଲୋନୀରୁ ୫ ଜଣ, ନୟାପଲ୍ଲୀ କ୍ରିଷ୍ଣା ଟାଓ୍ବାରରୁ ୭ ଜଣ, ପଳାଶୁଣିରୁ…
କଟକରେ ଆଉ ୫୩ କରୋନା ଆକ୍ରାନ୍ତ ଚିହ୍ନଟ
କଟକ ଅଫିସ, ୧୦।୮-ସୋମବାର କଟକରୁ ପୁଣି ୫୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୫୩ ଆକ୍ରାନ୍ତଙ୍କ ମଧ୍ୟରୁ କଣ୍ଟେନମେଣ୍ଟ ଜୋନରୁ ୧୯ ଜଣ ଚିହ୍ନଟ ହୋଇଥିବାବେଳେ କ୍ୱାରାଣ୍ଟାଇନରୁ ୨୪ ଓ ୧୦ ଲୋକାଲ କଣ୍ଟାକ୍ଟ କେସ ରହିଛି। ଚୌଧୁରୀ ବଜାରରୁ…
୧୨ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ
ଭୁବନେଶ୍ୱର, ୧୦।୮: ଆସନ୍ତା ୧୨ ତାରିଖରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷାଫଳ। ମଧ୍ୟାହ୍ନ ସାଢ଼େ ୧୨ଟାରେ ସିଏଚ୍ଏସ୍ଇ ଅଫିସରେ ପ୍ରକାଶ ପାଇବ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେହିପରି…
Archives


