କଟକ କୋର୍ଟରେ ହାଜର ହେଲେ ଧଳସାମନ୍ତ ଭ୍ରାତା

କଟକ ଅଫିସ, ୨୫ା୧୨:ଗ୍ୟାଙ୍ଗଷ୍ଟର ସୁଶାନ୍ତ ଓ ସୁଶୀଲ ଧଳସାମନ୍ତଙ୍କୁ କମିଶନରେଟ ପୋଲିସ କଟକ ଏସ୍‌ଡିଜେଏମ୍‌(ସଦର) କୋର୍ଟରେ ଗୁରୁବାର ହାଜର କରିଛି। ଉଭୟଙ୍କୁ ୩ଦିନ ରିମାଣ୍ଡରେ ନେବାକୁ ପୋଲିସ ଅଦାଲତରେ ଆବେଦନ କରିଥିବାବେଳେ କୋର୍ଟ ୨ଦିନ ଅର୍ଥାତ୍‌ ୨୫ ଓ ୨୬ତାରିଖ ପାଇଁ ଅନୁମତି ଦେଇଛନ୍ତି। ଧଳସାମନ୍ତ ଭ୍ରାତାଙ୍କୁ ରିମାଣ୍ଡରେ ନେବାବେଳେ ପୋଲିସ ବନ୍ଧୁକ କାରବାର ନେଇ ଅଧିକ ପଚରାଉଚରା କରିବ ବୋଲି ସୂଚନା ମିଳିଛି। ପ୍ରକାଶ ଯେ, ଗତ ୧୦ତାରିଖରେ ବନ୍ଧୁକ ଚୋରାଚାଲାଣ କରୁଥିବା ଅଭିଯୋଗ ଆଧାରରେ ଧଳସାମନ୍ତ ଭ୍ରାତାଙ୍କ ୮ ସହଯୋଗୀଙ୍କୁ ଗିରଫ କରାଯାଇ ସେମାନଙ୍କଠାରୁ ବନ୍ଧୁକ ଓ ଗୁଳି ଜବତ କରାଯାଇଥିଲା। ପରେ ଅଭିଯୁକ୍ତଙ୍କ ସୂଚନା ଆଧାରରେ ଧଳସାମନ୍ତ ଭ୍ରାତାଙ୍କ କଟକ ସିଡିଏସ୍ଥିତ ବାସଭବନରେ ଚଢ଼ାଉ କରାଯାଇ ଘର ଇଣ୍ଟେରିୟର ଡିଜାଇନ୍‌ ଭାଙ୍ଗି ୧୬ଟି ବନ୍ଧୁକ ଓ ୧୦୯୫ ଗୁଳି ଜବତ କରିଥିଲା। କମିଶନରେଟ ପୋଲିସ ଉଭୟଙ୍କୁ ରିମାଣ୍ଡରେ ଆଣି ଅଧିକ ବନ୍ଧୁକ ଚୋରାଚାଲାଣ ସାମ୍ରାଜ୍ୟର ଖୋଳତାଡ଼ କରିବାକୁ କୋର୍ଟରେ ଆବେଦନ କରିଥିଲା। ପ୍ରକାଶ ଯେ, ୨୦୧୬ରେ ଉଭୟ ଧଳସାମନ୍ତଭ୍ରାତା ଗିରଫ ହୋଇ ଭୁବନେଶ୍ୱର ଝାରପଡ଼ା ଜେଲରେ ଥିଲେ। ସେତେବେଳେ ଜେଲ ଭିତରୁ ଆପରାଧିକ କାର୍ଯ୍ୟ ଚଳାଉଥିବା ନେଇ ଅଭିଯୋଗ ହୋଇଥିଲା। ତେଣୁ ୨୦୧୮ ମାର୍ଚ୍ଚ ମାସରେ ସୁଶାନ୍ତଙ୍କୁ ବଲାଙ୍ଗୀର ଜିଲା କାରାଗାରକୁ ସ୍ଥାନାନ୍ତର କରାଯାଇଥିଲା ା


Enter your email to get our daily news in your inbox.

All Right Reserved By Dharitri.Com

ମଙ୍ଗସପୁରକୁ ସଟ୍‌ଡାଉନ୍‌ ଘୋଷଣା କଲେ ସରପଞ୍ଚ

ସୁନ୍ଦରଗଡ଼, ୩୦।୫(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ଟାଙ୍ଗରପାଲି ବ୍ଲକ ଅନ୍ତର୍ଗତ ମଙ୍ଗସପୁର ସଂଗରୋଧ କେନ୍ଦ୍ରରେ ୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ସେହି ଗ୍ରାମକୁ ସଟ୍‌...

କରୋନା ପ୍ରତିରୋଧ ପ୍ରସ୍ତୁତିର ସମୀକ୍ଷା କଲେ ଆରଡିସି

ସୋନପୁର,୨।୫(ନି.ପ୍ର.): କରୋନା ଭୂତାଣୁ ସଂକ୍ରମଣକୁ ରୋକିବା ପାଇଁ ସୁବର୍ଣ୍ଣପୁର ଜିଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ମାନ ନିଆଯାଇଛି। ଶନିବାର ସମ୍ବଲପୁର ଆରଡିସି ତଥା କୋଭିଡ-୧୯...

ପାଣି ପାଇଁ ରାଜପଥରେ ହାତୀପଲ, ଲୋକେ ଆତଙ୍କିତ

ଦାରିଙ୍ଗବାଡ଼ି,୫।୪(ଡି.ଏନ୍‌.ଏ.): କନ୍ଧମାଳ-ଗଞ୍ଜାମ ସୀମାବର୍ତ୍ତୀ ସୋରଡ଼ା ବନାଞ୍ଚଳର ୫୯ନଂ ଜାତୀୟ ରାଜପଥ କଡ଼ରେ ହାତୀପଲ ଦେଖିବାକୁ ମିଳିଛି ା ଏହାକୁ ନେଇ ରାଜପଥରେ ଯାତାୟାତ କରୁଥିବା ଯାତ୍ରୀମାନେ...

ଛୁଟିରେ ଚାଲିଛି ଡ୍ରେନ୍‌ ନିର୍ମାଣ

ଆନନ୍ଦପୁର, ୭।୧୦ (ସ୍ବ.ପ୍ର.)- ପାର୍ବଣ ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଛୁଟିରେ ରହିଥିବା ବେଳେ ଏହି ସମୟରେ ଖପରାଖାଇ-ଘସିପୁରା ଭିଆଇପି ରୋଡ୍‌ର ଡ୍ରେନ୍‌ ନିର୍ମାଣ କାର୍ଯ୍ୟ...

ହାଇକୋର୍ଟଙ୍କ ନିର୍ଦ୍ଦେଶ ପ୍ରତିବାଦରେ କୋର୍ଟ ବର୍ଜନ

ଭବାନୀପାଟଣା,୨୦।୧୦(ଡି.ଏନ୍‌.ଏ.): ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ କୋର୍ଟ ବର୍ଜନକୁ ଅବମାନନା ଦର୍ଶାଇ ବିଭିନ୍ନ ଓକିଲ ସଂଘକୁ ନୋଟିସ ଦିଆଯାଇଛି। ଏହାର ପ୍ରତିବାଦରେ ଭବାନୀପାଟଣା ଓକିଲ ସଂଘ ପକ୍ଷରୁ...

ଗଜା ହେଉନି ଅଦା ବିହନ

ନୂଆପଡା ଅଫିସ,୨୯ା୬:  ନୂଆପଡା ଜିଲାର ଜଳବାୟୁକୁ ଦୃଷ୍ଟିରେ ରଖି ଅଦା ଭଳି ଅର୍ଥକରୀ ଫସଲକୁ ପ୍ରୋତ୍ସାହିତ କରିବାକୁ ଜିଲା କୃଷି ବିଭାଗ ଅଣ୍ଟା ଭିଡିଛି। ତେବେ...

ରଜରେ ମାତିଲେ ଦୁର୍ବୃତ୍ତ: ବେକରୁ ଝାମ୍ପିନେଲେ ସୁନା ଚେନ

ବାଲିଅନ୍ତା,୧୪।୬(ଡି.ଏନ.ଏ.)-: ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳର ପୂର୍ବତନ ନାଏବ ସରପଞ୍ଚ ମୁରଲୀଧର ପରିଡ଼ାଙ୍କ ବେକରୁ ଦୁଇଜଣ ଦୁର୍ବୃତ୍ତ ସୁନା ଚେନ ଲୁଟି ନେଇଥିବା ରବିବାର ଅଭିଯୋଗ...

ପୂଜକ-ମ୍ୟାନେଜିଂ ଟ୍ରଷ୍ଟି ଆଲୋଚନା ବିଫଳ

ରଘୁନାଥପୁର, ୧୦ା୧(ଡି.ଏନ.ଏ.): ଜଗତ୍‌ସିଂହପୁର ଜିଲା ରଘୁନାଥପୁର ବ୍ଲକ କେରେକେରାସ୍ଥିତ ପ୍ରଭୁ ଗୋରଖନାଥ ପୀଠରେ ପ୍ରସାଦ ବ୍ୟବସ୍ଥାକୁ ନେଇ ଲାଗି ରହିଥିବା ବିବାଦ ଥମିବାର ନଁା ଧରୁନି।...

Advertisement


Archives

Model This Week