ପୁଅ କେବଳ ଫୋନରେ ଭଜନ ଦେଖେ: ସରୋଜଙ୍କ ମା’

ନୟାଗଡ଼ ଅଫିସ,୨୪।୧୨: ମୋ ପୁଅ ନିର୍ଦ୍ଦୋଶ। ତାକୁ ଚାପରେ ପକାଯାଉଛି। ଫୋନ୍‌ରେ ପୁଅ କେବଳ ଭଜନ ଦେଖେ ବୋଲି ଯଦୁପୁରର ଶିଶୁକନ୍ୟା ପରୀ ଅପହରଣ ଓ ହତ୍ୟା ଘଟଣାରେ କହିଛନ୍ତି ଅଭିଯୁକ୍ତ ସରୋଜ ସେଠୀଙ୍କ ମା’। ଗୁରୁବାର ପୋଖରୀ କୂଳରେ କ୍ରାଇମ୍‌ ସିନ୍‌ ରିକ୍ରିଏସନ କରାଯିବା ପରେ ଏଭଳି ପ୍ରତିକ୍ରିୟା ରଖିଛନ୍ତି ସେ। ଏହାଛଡ଼ା ସରୋଜଙ୍କ ଭଉଣୀ ମଧ୍ୟ ଅଶ୍ଳିଳ ଭିଡିଓ ଦେଖିବା କଥାକୁ ଅସ୍ବିକାର କରିଛନ୍ତି। ଭାଇ କେବଳ କିଛି ସମୟ ପାଇଁ ଫୋନ ଧରନ୍ତି ବୋଲି ସେ କହିଛନ୍ତି। ଏହାଛଡ଼ା ସକାଳୁ ପୋଲିସ ତାଙ୍କୁ ଘର ଭିତରେ ବନ୍ଦ କରି ସିନ୍‌ ରିକ୍ରିଏସନ କରିଥିବାକୁ ନେଇ ସେ ପ୍ରଶ୍ନ ଉଠାଇଛନ୍ତି। କ’ଣ ପାଇଁ ତାଙ୍କୁ ଘରେ ବନ୍ଦ ରଖାଯାଇ ଏଭଳି କରାଗଲା ବୋଲି ସେ ପଚାରିଛନ୍ତି। ଘଟଣାଦିନ ଭଉଣୀଭିଣୋଇଙ୍କ ପାଖରେ ସରୋଜ ଶୋଇଥିଲେ। ଏଣୁ ଅଶ୍ଳିଳ ଭିଡିଓ ଦେଖିବା ଓ ହତ୍ୟା କରିବା କଥା ମିଥ୍ୟା ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଣ୍ଟେନମେଣ୍ଟ ଜୋନ -୧, ଜୋନ -୨ ରେ ସ୍ବାସ୍ଥ୍ୟ ବିଭାଗର ସର୍ଭେ

ଭଣ୍ଡାରିପୋଖରୀ, ୨୩।୪ (ଡି.ଏନ.ଏ.)-ଭଣ୍ଡାରିପୋଖରୀ ବ୍ଲକରେ ଦୁଇ କରୋନା ସଂକ୍ରମିତ ଚିହ୍ନଟ ହେବାପରେ ଦୁଇ ପଞ୍ଚାୟତକୁ ଅବରୋଧ ଅଞ୍ଚଳ ଭାବେ ଘୋଷଣା କରାଯାଇଛି। ବୁଧବାର ଅଗ୍ନିଶମ ବିଭାଗ...

୧୪ କେଜି ଗଞ୍ଜେଇ ଜବତ: ୩ ଗିରଫ

କୋଟଗଡ଼, ୬।୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡା ଥାନା ବାରଖମା-ରେବିଙ୍ଗିଆ ରାସ୍ତା ଗ୍ୟାସ୍‌ ଡିପୋ ନିକଟରେ ବାଲିଗୁଡ଼ା ପୋଲିସ ମଙ୍ଗଳବାର ଚଢ଼ାଉକରି ୧୪ କେଜି ୮୦୦ ଗ୍ରାମ୍‌...

ମା’, ପୁଅଙ୍କୁ ଖଣ୍ଡାରେ ଆକ୍ରମଣ ଘଟଣା: ଜେଜେବିରେ ହାଜର ହେଲେ ନାବାଳକ

ବ୍ରହ୍ମପୁର ଅଫିସ,୨ା୨-ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ପଣ୍ଡା କଲୋନୀରେ ରହୁଥିବା ମୀନାକ୍ଷୀ ମିଶ୍ର ଓ ତାଙ୍କ ପୁଅ ରାଜା ଓରଫ କୃତ୍ତିବାସ ମିଶ୍ରଙ୍କୁ ଆକ୍ରମଣ ଘଟଣାରେ ପୋଲିସ...

ମହିଳାଙ୍କୁ ଗଣବଳାତ୍କାର ଘଟଣା:୪ ଅଭିଯୁକ୍ତ ଗିରଫ

ସମ୍ବଲପୁର,୧୦।୧୨(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ଅଞ୍ଚଳରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଗଣବଳାତ୍କାର କରାଯାଇଥିଲା। ଏହି ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଛି।...

ବେଆଇନ ଶ୍ରମିକ ଚାଲାଣ: ଗୋଟିଏ ଦିନରେ ୪୧ ମଧ୍ୟସ୍ଥି, ଦଲାଲ ଗିରଫ

କଟକ ଅଫିସ,୧୨ା୧୦- ବେଆଇନ ଶ୍ରମିକ ଚାଲାଣ କରୁଥିବା ୪୧ ଜଣ ମଧ୍ୟସ୍ଥି ଓ ଦଲାଲଙ୍କୁ ବଲାଙ୍ଗୀର, ନୂଆପଡ଼ା ଜିଲା ପୋଲିସ ଗିରଫ କରି ଶନିବାର କୋର୍ଟଚାଲାଣ...

‘ବୁଲବୁଲ୍‌’ ପ୍ରଭାବରେ ଅପରାହ୍ନରୁ ଉପକୂଳ ଓଡ଼ିଶାରେ ବଢ଼ିବ ପବନର ବେଗ: ଏସ୍‌ଆର୍‌ସି

ଭୁବନେଶ୍ୱର,୮।୧୧(ବ୍ୟୁରୋ): ବାତ୍ୟା ‘ବୁଲବୁଲ୍‌’ ଶନିବାର ପୂର୍ବାହ୍ନରେ ପାରାଦୀପଠାରୁ ପ୍ରାୟ ୩୫୦ କିମି ଦୂରରେ କେନ୍ଦ୍ରୀଭୂତ ହୋଇଛି। ଏହାର ପ୍ରଭାବରେ ଉତ୍ତର ଉପକୂଳ ଓଡ଼ିଶାରେ ଶୁକ୍ରବାରଠାରୁ ବର୍ଷା...

ରାଜ୍ୟରେ ୧୧୩ କରୋନା ଆକ୍ରାନ୍ତ ଚିହ୍ନଟ: ସୁନ୍ଦରଗଡ଼ରୁ ସର୍ବାଧିକ

ଭୁବନେଶ୍ୱର,୨୩।୩(ବ୍ୟୁରୋ): ରାଜ୍ୟରେ ଦୁଇ ଦିନ ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ସୋମବାର ଅପେକ୍ଷା ମଙ୍ଗଳବାର ରାଜ୍ୟର କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଟିକେ କମ୍‌...

ପୋଖରୀରୁ ହାତଗୋଡ଼ ବନ୍ଧା ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ପୁଅବୋହୂ ହତ୍ୟା କରିଥିବା ଅଭିଯୋଗ

ମହାକାଳପଡ଼ା,୨୭।୧୧(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ଅଧୀନ ବଳିପାଳ ଗ୍ରାମ ପୋଖରୀରୁ ଏକ ମୃତଦେହ ବୁଧବାର ସକାଳେ ଉଦ୍ଧାର କରାଯାଇଛି। ମୃତକ ହେଲେ ଉକ୍ତ ଗ୍ରାମର...

Advertisement
Archives

Model This Week