ସେଲ୍‌ଫି ନେଲାବେଳେ ନଦୀରେ ଯୁବତୀ ଖସିପଡ଼ିବା ଭିଡିଓ ଭାଇରାଲ

ବାଲିଶଙ୍କରା୧୧।୧: ସୁନ୍ଦରଗଡ଼ ଜିଲା ବାଲିଶଙ୍କରା ବ୍ଲକ ଅନ୍ତର୍ଗତ ଇବ୍‌ନଦୀର ଘୋଘର କନାକୁଣ୍ଡ ଘାଟରେ ଗତ ୩ ତାରିଖରେ ପିକ୍‌ନିକ୍‌ କରିବାକୁ ଯାଇଥିବା ଜଣେ ଯୁବତୀ ସେଲ୍‌ଫି ନେବାବେଳେ ନଦୀ ଭିତରେ ଖସିପଡ଼ିଥିଲେ। ସେହି ସମୟର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡ଼ିଓରେ ଯୁବତୀ ଜଣଙ୍କ ସେଲଫି ନେବା ପାଇଁ ପ୍ରସ୍ତୁତ ହେଉଛନ୍ତି। ସେତିକିବେଳେ ନିକଟରେ ଛିଡ଼ା ହୋଇଥିବା ଜଣେ ଯୁବକ ପଡ଼ିଯିବାରୁ ଯୁବତୀଙ୍କ ଦେହରେ ତାଙ୍କ ହାତ ବାଜି ଯାଇଥିଲା। ପରେ ଯୁବତୀ ଜଣକ କିଭଳି ନଦୀ ଭିତରକୁ ଖସି ପଡ଼ିଥିଲେ ତାହା ଦେଖିବାକୁ ମିଳିଛି। ଘଟଣା ଦିନ ସ୍ଥାନୀୟ ଜଣେ ଯୁବକ ସେଠାରେ ନଦୀର ଦୃଶ୍ୟ ଭିଡ଼ିଓ କରୁଥିବାବେଳେ ଏହି ଦୃଶ୍ୟ ତାଙ୍କ ମୋବାଇଲରେ ରହିଯାଇଥିଲା। ଯାହା ୭ଦିନ ପରେ ଭାଇରାଲ ହେବାରେ ଲାଗିଛି। ପ୍ରକାଶ ଯେ, ଯୁବତୀ ଜଣକ ରାଜଗାଙ୍ଗପୁର କୁମ୍ଭାରପଡ଼ାର ଅବସରପ୍ରାପ୍ତ ବ୍ୟାଙ୍କ ଅଫିସର ଆତ୍ମାରାମ ପ୍ରଜାପତିଙ୍କ କନ୍ୟା ଅନୁପମା (୨୪)। ମା’ କିରଣ ଦେବୀ, ଭାଉଜ ଆରତୀ, ସାଙ୍ଗଙ୍କ ସହ ଅନୁପମା ଘୋଘରଘାଟକୁ ପିକ୍‌ନିକ୍‌ ପାଇଁ ଯାଇଥିଲେ। ସେଠାରେ ଇବ୍‌ ନଦୀରେ ଖସିପଡ଼ିଥିଲେ। ୪ ତାରିଖରେ ତାଙ୍କର ମୃତଦେହ ନଦୀରୁ ଉଦ୍ଧାର କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଜବରଦଖଲ ସହରକୁ ସଙ୍କୁଚିତ କରୁଛି

କେନ୍ଦ୍ରାପଡ଼ା ଅଫିସ,୨୬ା୪:କେନ୍ଦ୍ରାପଡ଼ା ପୌରାଞ୍ଚଳ ମାତ୍ର ୧୪ଟି ଗାଁକୁ ନେଇ ୧୫୩ ବର୍ଷ ପୂର୍ବେ ଗଠନ ହୋଇଥିଲା। କ୍ରମବର୍ଦ୍ଧିଷ୍ଣୁ ରାଜ୍ୟର ଏହି ସର୍ବପୁରାତନ ପୌରାଞ୍ଚଳ ଇତିମଧ୍ୟରେ ବିକଶିତ...

ଜଗନ୍ନାଥ ଦର୍ଶନ ପାଇଁ ଏସ୍‌ଓପି

ପୁରୀ ଅଫିସ, ୧୨ା୮: ଦୀର୍ଘ ଅଢେଇ ମାସ ପରେ କରୋନା କଟକଣା କୋହଳ ଯୋଗୁ ଶ୍ରୀମନ୍ଦିର ଖୋଲିବା ନେଇ ବୁଧବାର ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏସ୍‌ଓପି...

ବାଇକ୍‌ ଲୋନ୍‌ କିସ୍ତି ଶୁଝିବାକୁ ଆସୁଥିଲେ ଦାଦା-ପୁତୁରା, ଦୁର୍ଘଟଣାରେ ଚାଲିଗଲା ଦୁହିଁଙ୍କ ଜୀବନ

କାମାକ୍ଷାନଗର,୫।୫: ଢେଙ୍କାନାଳ ଜିଲା କଙ୍କଡ଼ାହାଡ ଥାନା ବନ୍ଦାଣିଆ ଛକ ନିକଟରେ ଶୁକ୍ରବାର ପୂର୍ବାହ୍ନରେ ଓଡି ୦୬ ଏଲ ୬୧୧୩ ନମ୍ବର ବିଶିଷ୍ଟ ବାଇକ୍‌ ରେ ଭାରସାମ୍ୟ...

ବିଦ୍ୟାଳୟ ନିକଟ ରାସ୍ତା କର୍ଦ୍ଦମାକ୍ତ, ମରାମତି ଦାବି

ବୋଲଗଡ଼,୧୧ା୭(ଡି.ଏନ୍‌.ଏ.)-ବୋଲଗଡ଼ ବ୍ଲକ ବଡ଼କୁମାରୀ ପଞ୍ଚାୟତ ଅନ୍ତର୍ଗତ ହାଟବସ୍ତସ୍ଥିତ ମା’ ଯୋଗମାୟା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟକୁ ଯାଇଥିବା ରାସ୍ତାଟି ବର୍ଷା ଯୋଗୁ ଅତି କର୍ଦ୍ଦମାକ୍ତ ଅବସ୍ଥାରେ ରହିଛି।...

ରାଇସୁଆଁ-ସାହାଡ଼ାପୁର ରାସ୍ତା ଶୋଚନୀୟ

କେନ୍ଦୁଝର,୧୫ା୫(ଡି.ଏନ୍‌.ଏ.): କେନ୍ଦୁଝର ସଦର ବ୍ଲକ୍‌ ରାଇସୁଆଁ-ସାହାଡାପୁର ଗୁରୁତ୍ୱପୂର୍ଣ୍ଣ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିିଛି। ମରାମତି ଅଭାବରୁ ପିଚୁ ଉଠି ମେଟାଲ ଦେଖାଯାଉଛି। ଫଳରେ ଦୈନିକ ଛୋଟବଡ଼...

ଭୁବନେଶ୍ୱରରେ ଆବଶ୍ୟକ ନାହିଁ ଗଞ୍ଜାମ ଫର୍ମୁଲା

ଭୁବନେଶ୍ୱର,୧୯। ୯(ବ୍ୟୁରୋ): ଭୁବନେଶ୍ୱରରେ ଏବେ କରୋନା ସଂକ୍ରମିତ ସଂଖ୍ୟା ହ୍ରାସ ପାଇବାରେ ଲାଗିଛି। ସପ୍ତାହକ ମଧ୍ୟରେ ଭୁବନେଶ୍ୱରରୁ ଦୈନିକ ହାରାହାରି ୩୦୦ରୁ ୪୦୦ ସଂକ୍ରମିତ ଚିହ୍ନଟ...

ଶ୍ୱଶୁରଘର ଅଞ୍ଚଳରୁ ଜ୍ୱାଇଁଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର : ହତ୍ୟା ଅଭିଯୋଗ ଆଣିଲେ ମୃତକଙ୍କ ବାପା

ଧାମନଗର, ୧।୬ (ଡି.ଏନ.ଏ.) – ଭଦ୍ରକ ଜିଲା ଧାମନଗର ଥାନା ଅନ୍ତର୍ଗତ କଲ୍ୟାଣୀନଗରୀ ନିକଟ ରେବ ନଦୀ କୂଳରେ ଏକ ଗଛରେ ଜଣେ ଯୁବକଙ୍କ ମୃତଦେହ...

ଲଗାଣ ବର୍ଷା ଯୋଗୁ ବାହ୍ୟଜଗତରୁ ୨ ପଞ୍ଚାୟତ ବିଚ୍ଛିନ୍ନ

ମାଲକାନଗିରି,୨୩ା୬ (ସ୍ବ.ପ୍ର.)- ମାଲକାନଗିରି ଜିଲାରେ ୨ ଦିନ ଧରି ଲଗାଣ ବର୍ଷା ଜାରି ରହିଛି। ଫଳରେ ଜିଲାର ମାଥିଲି ବ୍ଲକର ୨ଟି ପଞ୍ଚାୟତ ବାହ୍ୟଜଗତରୁ ବିଚ୍ଛିନ୍ନ...

Advertisement
Archives

Model This Week