କରୋନା ମୁକାବିଲା: ଖରିଫ୍ ଋଣ ପରିମାଣ ବୃଦ୍ଧି
ଭୁବନେଶ୍ୱର,୨୨। ୫ (ବ୍ୟୁରୋ): ରାଜ୍ୟ ସରକାର କୋଭିଡ୍-୧୯ର ମୁକାବିଲା ପାଇଁ ଜୋର୍ଦାର ପ୍ରୟାସ ଚଳାଇଛନ୍ତି। ବିଶେଷକରି ରାଜ୍ୟର ଚାଷୀଙ୍କୁ ଅଣ୍ଟା ସଳଖିବା ପାଇଁ ସରକାର ଖରିଫ୍ ଋଣର ପରିମାଣକୁ ବୃଦ୍ଧି କରିଛନ୍ତି। ପୂର୍ବ ଯୋଜନାରେ ଧାର୍ଯ୍ୟ ହୋଇଥିବା ୭୫୦୦ କୋଟିର...
୧୨ ଯୋଡ଼ା ଟ୍ରେନ୍ ଚଲାଇବ ପୂର୍ବତଟ ରେଳପଥ
ଭୁବନେଶ୍ୱର,୨୨।୫(ବ୍ୟୁରୋ): ଜୁନ୍ ପହିଲାରୁ ଟ୍ରେନ୍ ଚଳାଚଳ ପାଇଁ ଅନୁମତି ମିଳିଥିବାବେଳେ ପୂର୍ବତଟ ରେଳପଥ ମୋଟ ୧୨ ଯୋଡ଼ା ଟ୍ରେନ୍ ଚଲାଇବାକୁ ନିଷ୍ପତ୍ତି ନେଇଛି। ଏଥିଲାଗି ଟ୍ରେନ୍ଗୁଡ଼ିକର ତାଲିକା ପ୍ରକାଶ ପାଇଛି। ଏହି ସ୍ବତନ୍ତ୍ର ଟ୍ରେନ୍ ମଧ୍ୟରେ ଭୁବନେଶ୍ୱର-ମୁମ୍ବାଇ କୋଣାର୍କ ଏକ୍ସପ୍ରେସ୍,...
ଆରମ୍ଭ ହେଲା ଟ୍ରେନ୍ ଟିକେଟ୍ ବୁକିଂ: ପ୍ରଥମ ଦିନରେ ୪ ଲକ୍ଷ ୨୩ ହଜାର ୫୫୦ ସିଟ୍ ବୁକ୍
ଭୁବନେଶ୍ୱର,୨୨।୫(ବ୍ୟୁରୋ): ଆସନ୍ତା ଜୁନ୍ ପହିଲାରୁ ଟ୍ରେନ୍ ସେବା ଆରମ୍ଭ ହେବ। ଏଥିପାଇଁ ଗୁରୁବାରଠାରୁ ୨ଶହ ଟ୍ରେନ୍ ପାଇଁ ଟିକେଟ୍ ବୁକିଂ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୬୧ଟି ଟ୍ରେନ୍ରେ ୪ ଲକ୍ଷ ୨୩ ହଜାର ୫୫୦ ସିଟ୍ ପାଇଁ ବୁକିଂ...
ରଥଯାତ୍ରା ବନ୍ଦ ପାଇଁ ହାଇକୋର୍ଟରେ ମାମଲା
କଟକ ଅଫିସ,୨୨।୫: କରୋନା ଭୂତାଣୁ ଯୋଗୁ ଚଳିତ ବର୍ଷ ରଥଯାତ୍ରା ହେବ କି ନାହିଁ, ତାହାକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ତେବେ ଏହା ବନ୍ଦ କରିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଗୁରୁବାର ହାଇକୋର୍ଟରେ ଏକ ଜନସ୍ବାର୍ଥ ମାମଲା ରୁଜୁ...
ବିମାନ ଯାତ୍ରା ପାଇଁ ଏସ୍ଓପି
ଭୁବନେଶ୍ୱର,୨୨।୫(ବ୍ୟୁରୋ): ଦେଶରେ ଘରୋଇ ବିମାନ ସେବା ଆସନ୍ତା ୨୫ ତାରିଖରୁ ଆରମ୍ଭ ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଅନୁମତି ମିଳିବା ପରେ ଗୁରୁବାର ଏନେଇ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଜିଓର୍(ଏସ୍ଓପି) ଜାରି କରାଯାଇଛି। କରୋନା ସଂକ୍ରମଣ ବ୍ୟାପିବାକୁ ଦୃଷ୍ଟିରେ ରଖି ବେସାମରିକ...
ଆହୁରି ବଢ଼ିବ ତାତି
ଭୁବନେଶ୍ୱର,୨୨।୫(ବ୍ୟୁରୋ): ସାମୁଦ୍ରିକ ଝଡ ଅମ୍ଫନ୍ ଦୁର୍ବଳ ହେବା ପରେ ରାଜ୍ୟରେ ଆରମ୍ଭ ହୋଇଯାଇଛି ପ୍ରବଳ ଗ୍ରୀଷ୍ମ ପ୍ରବାହ। ଆଭ୍ୟନ୍ତରୀଣ ଓଡିଶାରେ ପାରଦ ଉପର ମୁହାଁ ହୋଇଛି। ସବୋଚ୍ଚ ତାପମାତ୍ରା ୪୩ ଡିଗ୍ରୀ ସେଲସିୟସ ଉପରକୁ ଉଠି ଯାଇଛି। ଆଞ୍ଚଳିକ ପାଣିପାଗ...
୨୧ଦିନରେ ୭ ଗୁଣ ବଢ଼ିଗଲେ ଆକ୍ରାନ୍ତ
ଭୁବନେଶ୍ୱର, ୨୨।୫ (ବ୍ୟୁରୋ): ତୃତୀୟ ପର୍ଯ୍ୟାୟ ଲକ୍ଡାଉନ୍ଠାରୁ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦ୍ରୁତଗତିରେ ବଢ଼ି ଚାଲିଛି। ବିଶେଷକରି ମେ’ ମାସରେ ସ୍ଥିତି ଅଧିକ ବିଗିଡିବାରେ ଲାଗିଛି। ୨୧ଦିନ ମଧ୍ୟରେ ୭ଗୁଣ ଆକ୍ରାନ୍ତ ବଢ଼ିଛନ୍ତି। ଏପ୍ରିଲ ୩୦ରେ ରାଜ୍ୟରେ ୧୪୩ଜଣ...
ଅମ୍ଫନ୍ରେ ୪୫ ଲକ୍ଷ ଲୋକ ପ୍ରଭାବିତ: ଏନ୍ସିଏମ୍ସିକୁ ସୂଚନା ଦେଲେ ରାଜ୍ୟ ସରକାର
ଭୁବନେଶ୍ୱର,୨୨।୫(ବ୍ୟୁରୋ): ସାମୁଦ୍ରିକ ଝଡ଼ ଅମ୍ଫନ୍ରେ ରାଜ୍ୟର ୧୫୦୦ ପଞ୍ଚାୟତର ୪୪.୮୦ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି। ବାତ୍ୟା ପ୍ରଭାବରେ ପ୍ରାୟ ୧ଲକ୍ଷ ହେକ୍ଟର ଜମିରେ ଫସଲ ନଷ୍ଟ ହୋଇଛି। ଗୁରୁବାର ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଭିଡିଓ...
ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ
ଭୁବନେଶ୍ୱର, ୨୨।୫(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର ଓଡ଼ିଶା ଓ ପଶ୍ଚିମବଙ୍ଗର ବାତ୍ୟା ପ୍ରଭାବିତ ଅଞ୍ଚଳ ଆକାଶମାର୍ଗରୁ ବୁଲି ଦେଖିବେ। ଏଥିସହ ରିଲିଫ ଏବଂ ଥଇଥାନ କାର୍ଯ୍ୟ ପ୍ରସଙ୍ଗରେ ସମୀକ୍ଷା କରିବେ ବୋଲି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ (ପିଏମ୍ଓ) ପକ୍ଷରୁ ଗୁରୁବାର...
ସଙ୍ଗରୋଧ ଗୃହରେ ଧାରଣା ଦେଲେ ପ୍ରବାସୀ
ଭଦ୍ରକ ଅଫିସ, ୨୨ା୫- ଭଦ୍ରକ ଜିଲାର ବିଭିନ୍ନ ସଙ୍ଗରୋଧ ଗୃହରେ ଥିବା ପ୍ରବାସୀ ଓଡ଼ିଆମାନେ ଗୁରୁବାର ଧାରଣା ଦେଇଥିଲେ। ୧୫ ଦିନରୁ ଊର୍ଦ୍ଧ୍ୱ ହେବ ସଂଗରୋଧ ଗୃହରେ ରହିଥିବା ବେଳେ ସେମାନଙ୍କ ସ୍ବାବ ସଂଗ୍ରହ କରାଯାଉ ନ ଥିବାରୁ ଉତ୍ତେଜନା...
ଖୁବଶୀଘ୍ର କ୍ଷୟକ୍ଷତି ଆକଳନ : ଶୁକ୍ରବାର ସୁଦ୍ଧା ଗ୍ରାମାଞ୍ଚଳରେ ବିଦ୍ୟୁତ୍ ସଂଯୋଗ
ଭଦ୍ରକ ଅଫିସ, ୨୨ା୫- ଭଦ୍ରକ ଜିଲାରେ ଅମ୍ଫନ୍ ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ମୁଖ୍ୟତଃ ଚାଳଘର, ଆଜବେଷ୍ଟ ଘର ଓ ବିଦ୍ୟୁତ ଖୁଣ୍ଟ ଗୁଡ଼ିକ ଭୂଇଁରେ ଲୋଟି ପଡ଼ିିଛି। ସମୁଦ୍ରକୂଳିଆ ବାସୁଦେବପୁର, ଚାନ୍ଦବାଲି ଓ ଧାମରା ଅଞ୍ଚଳରେ ବ୍ୟାପକ କ୍ଷତି...
ଝଡ଼ ଆଳରେ ଶତାଧିକ ଗଛ କାଟିନେଲେ ଗ୍ରାମବାସୀ
ଖଇରା,୨୨।୫(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଅର୍ଜୁନପୁର ଗ୍ରାମ ନିଟଟସ୍ଥ ଗୋରୁହାଟ ଚାଲୁଥିବା ଗ୍ରାମ୍ୟ ଜଙ୍ଗଲରୁ ନିକଟସ୍ଥ ଗ୍ରାମବାସୀମାନେ ବୁଧବାର ରାତିରେ ଶହ ଶହ ସଂଖ୍ୟାର ଗଛ କାଟି ନେଇଛନ୍ତି। ଯାହାର ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି କୁହାଯାଉଛି।...
Archives


