ରାଜ୍ୟ

ଆଉ ନିର୍ବାଚନ ଲଢିବେନି ଦାମ ରାଉତ: କହିଲେ, ଲୋକଙ୍କ ପାଇଁ କାମ ଜାରି ରହିବ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ବରିଷ୍ଠ ଭାଜପା ନେତା ଦାମ ରାଉତ ରାଜନୀତିରୁ ସନ୍ୟାସ ନେଇଛନ୍ତି। ଫଳରେ ତାଙ୍କ ୪୫ ବର୍ଷ ରାଜନୀତି କ୍ୟାରିୟର ସମାପ୍ତ ହୋଇଛି। ନିର୍ବାଚନ ଲଢିବାକୁ ଆଉ ବୟସ ନାହିଁ, କିନ୍ତୁ ବଞ୍ଚିଥିବା ଥିବା ଯାଏ ଲୋକଙ୍କ ପାଇଁ ସେବା କରିବି…

ବିଜେପୁର ଉପନିର୍ବାଚନ: ପ୍ରକାଶ ପାଇଲା ଷ୍ଟାର ପ୍ରଚାରକ ତାଲିକା; ବିଜେଡିର ମଙ୍ଗ ଧରିବେ ନବୀନ,କଂଗ୍ରେସର ସୋନିଆ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ଆସନ୍ତା ଅକ୍ଟୋବର ୨୧ରେ ବିଜେପୁର ଉପନିର୍ବାଚନ। ଏନେଇ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଗୁରୁବାର ଷ୍ଟାର ପ୍ରଚାରକ ତାଲିକା ପ୍ରକାଶ ପାଇଛି। ବିଜେଡି ଏବଂ କଗ୍ରେସ ୪୦ଜଣଙ୍କୁ ଷ୍ଟାର ପ୍ରଚାରକ କରିଥିବା ବେଳେ ଭାଜପା ୨୪ଜଣଙ୍କୁ କରିଛି। ବିଜେଡି ପକ୍ଷରୁ…

ଅଷ୍ଟପୁର ଅଞ୍ଚଳରେ ଭୟଙ୍କର ବିସ୍ଫୋରଣ, ରେମୁଣା ପୋଲିସର ତଦନ୍ତ ଆରମ୍ଭ

ବାଲେଶ୍ୱର ଅଫିସ, ୩।୧୦: ବାଲେଶ୍ୱର ଜିଲା ରେମୁଣା ଥାନା ଅଧୀନ ଅଷ୍ଟପୁର ଅଞ୍ଚଳରେ ଗୁରୁବାର ଭୟଙ୍କର ବିସ୍ଫୋରଣ ହୋଇଛି। ବିସ୍ଫୋରଣରେ ଘରର ଆସବାବପତ୍ର ଭାଙ୍ଗିରୁଜି ଯାଇଥିବା ସହ ଉପର ମହଲା ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡ଼ିଛି। ଏଥିରେ କେହି ମୃତାହାତ ହୋଇନାହାନ୍ତି।…

ଶ୍ରୀମନ୍ଦିରରେ ଏନ୍‌ଆଇଏ ଡିଜି

ପୁରୀ ଅଫିସ,୩।୧୦: ଏନ୍‌ଆଇଏ ଡିଜି ଯୋଗେଶ ଚନ୍ଦ୍ର ମୋଦି ଗୁରୁବାର ଶ୍ରୀମନ୍ଦିରକୁ ଆସି ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ମଧ୍ୟାହ୍ନ ପ୍ରାୟ ୧୨ଟାରେ ଡିଜି ସିଂହଦ୍ୱାର ନିକଟରେ ପହଞ୍ଚିବା ପରେ ବରିଷ୍ଠ ପୋଲିସ ଅଧିକାରୀ ଏବଂ ପ୍ରଶାସନିକ ଅଧିକାରୀମାନେ ତାଙ୍କୁ ସ୍ବାଗତ କରିଥିଲେ।…

ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟିତ୍ରୀ

ଭୁବନେଶ୍ୱର,୩।୧୦(ବ୍ୟୁରୋ): ଭିଜିଲାନ୍ସ ଜାଲରେ କୋଟିପତି ଶିକ୍ଷୟିତ୍ରୀ। ଆୟ ବର୍ହିଭୁତ ସମ୍ପତ୍ତି ଠୂଳ ଅଭିଯୋଗରେ ସ୍ଥାନୀୟ ୟୁନିଟ୍‌-୬ ସିଟି ସ୍କୁଲର ସହକାରୀ ଶିକ୍ଷୟିତ୍ରୀ ତିଳୋତ୍ତମା ମହାନ୍ତିଙ୍କ ଘରେ ଗୁରୁବାର ଭିଜିଲାନ୍ସ ପକ୍ଷରୁ ଚଢ଼ାଉ କରାଯାଇଛି। ୩ ସ୍ଥାନରେ ଏକକାଳୀନ ରେଡ୍‌ ଜାରି ରହିଛି।…

ମଠ, ମନ୍ଦିର ଭଙ୍ଗାଯିବା ବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ଜରୁରୀ: ସୁପ୍ରିମକୋର୍ଟ

ପୁରୀ ଅଫିସ,୩।୧୦: ଶ୍ରୀମନ୍ଦିର ସଂସ୍କାର ମାମଲାରେ ଗୁରୁବାର ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶ ଦେଇଛନ୍ତି। ଐତିହ୍ୟ ସମ୍ପନ୍ନ ମଠ,ମନ୍ଦିର ଭଙ୍ଗା ବେଳେ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେବାଜରୁରୀ। ଏପରିକି ବରିଷ୍ଠ ସେବାୟତଙ୍କ ପରାମର୍ଶ ମଧ୍ୟ ନେବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏହାଛଡ଼ା ବର୍ତ୍ତମାନ ସୁଦ୍ଧା…

ଲୋକ ସଭା ନିର୍ବାଚନ ଲଢ଼ିବେ ନାହିଁ ଭକ୍ତ ଦାସ

ଭବାନୀପାଟଣା,୩ା୧୦(ଡି.ଏନ.ଏ.): ଆଉ ମୁଁ ଲୋକ ସଭା ନିର୍ବାଚନ ଲଢିବି ନାହିଁ। ବିଧାନସଭା ନିର୍ବାଚନ ଲଢିବା ପାଇଁ ଆଶାବାଦୀ ଅଛି। ଲୋକଙ୍କ ସମସ୍ୟା ସମାଧାନ ପାଇଁ ମୁଁ ସଂଗ୍ରାମ କରିବି ବୋଲି ପୂର୍ବତନ ଏମ୍‌ପି ଭକ୍ତଚରଣ ଦାସ କହିଛନ୍ତି। ମଙ୍ଗଳବାର ସ୍ଥାନୀୟ ଏକ…

ଖଦି ବୋର୍ଡ ପକ୍ଷରୁ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ

ଭୁବନେଶ୍ୱର, ୩ା୧୦(ବ୍ୟୁରୋ): ଖଦି ଆନ୍ଦୋଳନର ମୂଳଦୁଆ ଓଡ଼ିଶାରୁ ପଡ଼ିଥିଲା। ଆନ୍ଦୋଳନକୁ ବ୍ୟାପକ କରିବାରେ ଓଡ଼ିଶାର ପ୍ରମୁଖ ଭୂମିକା ରହିଥିଲା। ଓଡ଼ିଶା ମୋତେ ଖଦି ଶିକ୍ଷା ଦେଇଥିବା ମହାତ୍ମା ଗାନ୍ଧୀ ନିଜେ ମୁକ୍ତକଣ୍ଠରେ ସ୍ବୀକାର କରିଥିଲେ। ଓଡ଼ିଶାର ଘୋର ଦାରିଦ୍ର୍ୟ ତାଙ୍କୁ ଛୋଟ…

ପୂଜା ଛୁଟିରେ ୨ ଦିନ ଖୋଲିବ ଆର୍‌ଟିଓ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ଚଳିତ ମାସ ୫ରୁ ୮ ତାରିଖ ଯାଏ ସରକାରୀ ଛୁଟି ଦିବସ ରହିଛି। ତେଣୁ ଏହି ସମୟରେ ନୂଆ ଗାଡ଼ି ପଞ୍ଜୀକରଣ କାର୍ଯ୍ୟ ବାଧା ପାଇବ। ତେଣୁ ଦୁଇ ଦିନ ଅର୍ଥାତ ୫ ଏବଂ ୭ ତାରିଖରେ ଅପରାହ୍ନ ୩ଟାରୁ…

ରେଳ ଷ୍ଟେଶନ ସ୍ବଚ୍ଛତା ସର୍ଭେ: ୯ରୁ ୮୭କୁ ଖସିଲା ଭୁବନେଶ୍ୱର

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ରାଜସ୍ଥାନର ଜୟପୁର, ଯୋଧପୁର ଓ ଦୁର୍ଗାପୁରା ହେଉଛି ଦେଶର ସବୁଠାରୁ ସ୍ବଚ୍ଛ ରେଳ ଷ୍ଟେଶନ। ପ୍ରଥମ, ଦ୍ୱିତୀୟ ଓ ତୃତୀୟରେ ଯଥାକ୍ରମେ ଏହି ଷ୍ଟେଶନଗୁଡିକ ରହିଛି। ବୁଧବାର ଦେଶର ୭୨୦ ଷ୍ଟେଶନକୁ ନେଇ କରାଯାଇଥିବା ଏହି ସ୍ବଚ୍ଛତା ସର୍ଭେର ଫଳାଫଳ…

ବରଦାନ ସାବ୍ୟସ୍ତ ହେବ ପ୍ଲାଷ୍ଟିକ ନିଷେଧ

ଭୁବନେଶ୍ୱର,୩ା୧୦(ବ୍ୟୁରୋ): ସାରା ରାଜ୍ୟରେ ବୁଧବାରଠାରୁ ପ୍ଲାଷ୍ଟିକ ବ୍ୟବହାରକୁ ନିଷେଧ କରାଯାଇଛି। ଏଥିପାଇଁ ରାଜ୍ୟ ପ୍ରଶାସନର ସମସ୍ତ ବିଭାଗ ତତ୍ପରତା ପ୍ରକାଶ କରିଛନ୍ତି। ହେଲେ ଏହା କେତେ ଫଳପ୍ରଦ ହେବ, ତାହା ଭବିଷ୍ୟତରେ ଜଣାପଡ଼ିବ। ଅପରପକ୍ଷରେ ପ୍ଲାଷ୍ଟିକ ନିଷେଧ ଫଳରେ ରାଜ୍ୟରେ କେନ୍ଦୁ…

‘ମୁଁ ସଫେଇବାଲା’ ଅଭିଯାନ ଆରମ୍ଭ

ଭୁବନେଶ୍ୱର, ୩ା୧୦(ବ୍ୟୁରୋ): ପରିଚ୍ଛନ୍ନତା ଏକ ମାନସିକତା। ଆସନ୍ତୁ ଶପଥ ନେବା, ନିଜ ପରିବେଶ ଓ ସହରକୁ ସଫାସୁତୁରା ରଖିବା। ସ୍ବଚ୍ଛତାରେ ସାମୂହିକ ପରିବର୍ତ୍ତନ ଆଣିବା ଲାଗି ଏମିତି ସ୍ଲୋଗାନ ସହ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଆରମ୍ଭ କରିଛ ‘ମୁଁ ସଫେଇବାଲା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?