ରୋଜଗାର ଚିନ୍ତାରେ ମାଛଧରାଳୀ

ଭଦ୍ରକ ଅଫିସ, ୨୫ା୮- କରୋନା ପ୍ରଭାବରେ ଦେଶରେ ସବୁ ବର୍ଗର ଲୋକ ପ୍ରଭାବିତ ହୋଇଥିବା ବେଳେ ମାଛଧରାଳୀ ମଧ୍ୟ ଏଥିରୁ ବାଦ୍‌ ପଡ଼ିନାହାନ୍ତି। ସବୁ ଶ୍ରେଣୀର ଲୋକଙ୍କ ପାଇଁ ବିଭିନ୍ନ ଯୋଜନା ପ୍ରଣୟନ କରାଯାଇଛି। ହେଲେ ମତ୍ସ୍ୟଜୀବୀଙ୍କ ପାଇଁ ସରକାରୀ ସହାୟତା ସମୁଦ୍ରକୁ ଶଙ୍ଖେ। ଏଣୁ ୬ ମାସ ଧରି ରୋଜଗାର ହରାଇଛନ୍ତି ସମୁଦ୍ର କୂଳିଆ ମାଛଧରାଳୀମାନେ। ଏପଟେ କୋଭିଡ୍‌ ସଙ୍କଟ ସାଙ୍ଗକୁ ପ୍ରକୃତି ଦାଉ ସାଧୁଛି ବୋଲି ମତ ରଖିଛନ୍ତି ସେମାନେ। କୋଭିଡ୍‌ କାରଣରୁ ମାର୍ଚ୍ଚଠାରୁ ଲକ୍‌ଡାଉନ ଓ ଶଟ୍‌ଡାଉନ ଫଳରେ ବଜାର ମାନ୍ଦା ପଡ଼ିଛି। କେଉଁ ମାସରେ ବଜାର ସକାଳୁ ୧୦ଟା ପର୍ଯ୍ୟନ୍ତ ଖୋଲିଲା ତ କେତେବେଳେ ମଧ୍ୟାହ୍ନ ୨ଟା ପର୍ଯ୍ୟନ୍ତ। ଫଳରେ ସମୁଦ୍ରରୁ ଧରି ଆଣିଥିବା ମାଛର ବଜାର ଚାହିଦା ରହିଲା ନାହିଁ। ଯେଉଁ ମାଛ କେଜି ପିଛା ୧୦୦ ଟଙ୍କାରେ ବିକ୍ରି ହେଉଥିଲା ତାହା ଏବେ ଅଧା ଦରରେ ବେପାରୀମାନେ ନେଉଛନ୍ତି। ଯେଉଁ ବେପାରୀ ୫ କୁଇଣ୍ଟାଲ ମାଛ ନେଉଥିଲେ ସେମାନେ ଏବେ କୁଇଣ୍ଟାଲ ମାଛ ବି ନେଉନାହାନ୍ତି। ସ୍ଥାନୀୟ ବ୍ୟବସାୟୀ ସମୁଦ୍ର ମାଛ ନେବାକୁ ଅମଙ୍ଗ ହେଉଛନ୍ତି। ଫଳରେ ମାଛଧରାକୁ ବେଉସା କରି ଚଳୁଥିବା ଭଦ୍ରକ ଜିଲାର ବାସୁଦେବପୁର ଓ ଚାନ୍ଦବାଲି (ଧାମରା) ଅଞ୍ଚଳର ହଜାର ହଜାର ପରିବାର ଦାଦନ ଖଟିବା ପାଇଁ ଯିବାକୁ ଚିନ୍ତା କଲେଣି।
ବଙ୍ଗୋପସାଗରର ୫୦ କି.ମି. ପର୍ଯ୍ୟାପ୍ତ ସମୁଦ୍ର ବେଳାଭୂମି ଉପରେ ନିର୍ଭର କରି ୨ଟି ବ୍ଲକ ଅଧୀନ ୧୨୮ଟି ଗାଁର ଲୋକେ ଏହି ବେଉସା କରି ଚଳନ୍ତି। ଏହି ଗାଁଗୁଡ଼ିକର ମୋଟ ୧୬,୫୨୭ ପରିବାରର ୮୭,୫୯୩ ଲୋକ ମାଛଧରି ପରିବାର ପ୍ରତିପୋଷଣ କରନ୍ତି। ଏଥିରୁ ୩୦,୬୫୮ ପୁରୁଷ, ୨୯,୭୮୨ ମହିଳା ଓ ୨୭,୧୫୩ ଶିଶୁ ମାଛଧରା ଆୟ ଉପରେ ନିର୍ଭର କରିଥାନ୍ତି। ଏହି ୨ଟି ବ୍ଲକର ମୋଟ ୨୯,୧୯୭ ମାଛ ଧରାଳୀ ଥିବା ଜିଲା ମତ୍ସ୍ୟବିଭାଗ ଗଣନା କରିଛି। ବାସୁଦେବପୁର ବ୍ଲକରେ ମୋଟ ୨୫୪ଟି ମାଛଧରା ଡଙ୍ଗା ଥିବା ବେଳେ ଧାମରା ଅଞ୍ଚଳର ୪୦୨ ଏହିଭଳି ମୋଟ ୬୫୬ ଯନ୍ତ୍ରଚାଳିତ ଡଙ୍ଗା ସମୁଦ୍ରରେ ମାଛଧରା କାର୍ଯ୍ୟ ପାଇଁ ନିୟୋଜିତ ହେଉଛି। କୋଭିଡ୍‌ କଟକଣା କାରଣରୁ ଅଧିକାଂଶ ଡଙ୍ଗାରେ ମାଛଧରାଳିମାନେ ସମୁଦ୍ରକୁ ଯାଆନ୍ତି ନାହିଁ। ଜେଟି ମାନଙ୍କରେ ଡଙ୍ଗା ଗୁଡ଼ିକ ଲଙ୍ଗର ପକାଇ ଅଟକି ରହୁଥିବା ଦୃଶ୍ୟ ଦେଖିବାକୁ ମିଳେ।
ଅନ୍ୟପକ୍ଷେ ସମୁଦ୍ରକୂଳିଆ ଜିଲା ହୋଇଥିବାରୁ ପ୍ରାୟ ସମୟ ଘୂର୍ଣ୍ଣିଝଡ଼ ମାଛଧରାଳୀଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରୁଛି। ଅଦିନିଆ ବର୍ଷା, ଘୂର୍ଣ୍ଣିଝଡ଼ ଏମାନଙ୍କ ପାଇଁ ଅଭିଶାପ ପାଲଟୁଛି। ଫେବୃୟାରୀରେ ଲଗାଣ ବର୍ଷା, ମେ’ ପ୍ରଥମ ସପ୍ତାହରେ ଲଗାଣ ବର୍ଷା, ତୃତୀୟ ସପ୍ତାହରେ ଅମ୍ଫାନ୍‌ ବାତ୍ୟା, ଅଗଷ୍ଟ ମାସରେ ୨୦ରୁ ୨୨ ତାରିଖ ଲଘୁଚାପ ଜନିତ ବର୍ଷା ସେମାନଙ୍କ ପାଇଁ କାଳ ସାଜିଛି। ଏହି କାରଣରୁ ଜିଲାରେ କେତେବେଳେ ରେଡ୍‌ ୱାର୍ନିଂ ତ କେତେବେଳେ ୟେଲୋ ୱାର୍ନିଂ ଦାଉ ସାଧୁଛି। ଏହି ସମୟରେ ସମୁଦ୍ରକୁ ଯାଇ ପାରୁନାହାନ୍ତି ମାଛଧରାଳୀ। ଏନେଇ ମାଛଧରାଳୀ ସୁବ୍ରତ ମାନା କୁହନ୍ତି ସରକାରୀ ସ୍ତରରେ ମାଛଧରାଳୀଙ୍କ ପାଇଁ ସ୍ବତନ୍ତ୍ର ସହାୟତା ଯୋଜନା ନାହିଁ। ପ୍ରଶାସନର କଟକଣା ଓ ପ୍ରକୃତିର ଦାଉ କାରଣରୁ ୬ ମାସ ଧରି ଆମେ ସମସ୍ୟା ଭୋଗୁଛୁ। ଏଣୁ ଏଥିପ୍ରତି ସ୍ବତନ୍ତ୍ର ଦୃଷ୍ଟି ଦେବା ଆବଶ୍ୟକ। ଜିଲା ମତ୍ସ୍ୟ ଅଧିକାରୀ ସନ୍ତୋଷ କୁମାର ଦଳେଇ କୁହନ୍ତି, ସରକାରଙ୍କ ପକ୍ଷରୁ ସେମାନଙ୍କ ଆର୍ଥିକ ମାନଦଣ୍ଡ ବୃଦ୍ଧି ନିମନ୍ତେ ବିଭିନ୍ନ ସହାୟତା ପ୍ରଦାନ କରାଯାଉଛି। ଯଦିଓ କୋଭିଡ୍‌କୁ ନେଇ କୌଣସି ଯୋଜନା ନାହିଁ କିନ୍ତୁ ସେମାନଙ୍କୁ ଅନ୍ୟ ସମୟରେ ସରକାରଙ୍କ ବିଭିନ୍ନ ସବ୍‌ସିଡି ଯୋଜନା ପ୍ରଦାନ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଳାକାରଙ୍କ ତଥ୍ୟ ରଖିବ ‘ଆମ ଶିଳ୍ପୀ: ଆମ ଗର୍ବ’

ଭୁବନେଶ୍ୱର, ୨୩।୯(ବ୍ୟୁରୋ):ପାରମ୍ପରିକ କଳା ଓ କଳାକାରଙ୍କ ବିକାଶ ପାଇଁ ନୂଆ ପଦକ୍ଷେପ ଗ୍ରହଣ କରିବ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ। କଳା ଓ...

କରୋନାରେ ୧୫ ଜୀବନ ଗଲା

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୫ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୧୧୯୬କୁ ବୃଦ୍ଧି ହୋଇଛି। ଏ ନେଇ...

‘କ୍ଷେତ୍ର ପରିଦର୍ଶନରେ ଯାଇ ବାସ୍ତବ ସ୍ଥିତି ଅନୁଧ୍ୟାନ କର’

ବାଲେଶ୍ୱର ଅଫିସ, ୧।୧୦-ରାଜ୍ୟ ଖାଦ୍ୟ ଯୋଗାଣ, ଖାଉଟି କଲ୍ୟାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ସୋମବାର ବାଲେଶ୍ୱର ଗସ୍ତରେ ଆସି ବାଲେଶ୍ୱର ଓ...

ବିନା ହେଲ୍‌ମେଟ୍‌ରେ ବାଇକ୍‌ ରାଲି ଘଟଣା: ନୋଟିସ ପୂର୍ବରୁ ଦେଲେ ଜରିମାନା ୪୦ ବିଜେଡି କର୍ମୀ

ଭୁବନେଶ୍ୱର, ୭।୧(ବ୍ୟୁରୋ):ବିନା ହେଲ୍‌ମେଟ୍‌ରେ ରାଜଧାନୀରେ ବାଇକ୍‌ ରାଲି କରିଥିବା ଆଉ ୪୦ଜଣ ବିଜେଡି କର୍ମୀ ଜରିମାନା ଦେଇଛନ୍ତି। ସୋମବାର ଭୁବନେଶ୍ୱର-ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ...

ଗୋଚର ଜମିକୁ ଜେସିବି ଦ୍ୱାରା ସଫା କରିବା ନେଇ ଅଭିଯୋଗ: ସବର୍ଣ୍ଣ, ଅସବର୍ଣ୍ଣ ମଧ୍ୟରେ ବିବାଦ

ରଣପୁର,୨୯ା୬(ସ୍ବ.ପ୍ର.): ଅନ୍ୟ ଏକ ଗ୍ରାମର ଅସବର୍ଣ୍ଣ ଜାତିର ଲୋକେ ସବର୍ଣ୍ଣଙ୍କ ଗୋଚର ଜମିକୁ ଜେସିବି ଲଗାଇ ସଫା କରିବା ଘଟଣାକୁ ନେଇ ରଣପୁର ଅଞ୍ଚଳରେ ୨...

ଗୋଟିଏ ରାତିରେ ୪ ଗାଡ଼ି କାଚ ଭାଙ୍ଗିଲେ ଦୁର୍ବୃତ୍ତ

କଟକ ରୋଡ,୧୩ା୨(ଡି.ଏନ୍‌.ଏ.): ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧେଶ୍ୱରୀ କଲୋନୀ ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ କେହି ଦୁର୍ବୃତ୍ତ ୪ଟି ଗାଡ଼ିର କାଚ ଭାଙ୍ଗିଦେଇଥିବା ଜଣାପଡିଛି। ଏ...

୪ବର୍ଷ ପରେ କମିଲେ ପର୍ଯ୍ୟଟକ

ଭୁବନେଶ୍ୱର,୨୦।୯(ବ୍ୟୁରୋ): ଗତ କିଛିବର୍ଷ ଧରି ରାଜ୍ୟକୁ କ୍ରମାଗତ ଭାବେ ପର୍ଯ୍ୟଟକଙ୍କ ଆଗମନ ବୃଦ୍ଧି ପାଉଥିଲା। କେବଳ ଘରୋଇ ପର୍ଯ୍ୟଟକ ନୁହେଁ, ବିଦେଶୀ ପର୍ଯ୍ୟଟକଙ୍କ କ୍ଷେତ୍ରରେ ମଧ୍ୟ...

୧୧ ଟଙ୍କାର କାମ ପାଇଁ ନେଉଥିଲେ ୧୫ ଶହ

ବ୍ରଜରାଜନଗର,୧୯।୧: ଝାରସୁଗୁଗୁଡ଼ା ଜିଲା ରାଜପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ସ୍ବାସ୍ଥ୍ୟକର୍ମୀ ଭରତ ଘାସି ମଙ୍ଗଳବାର ୧୫ ଶହ ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ...

Advertisement
Archives

Model This Week