ହାତୀପଲଙ୍କ ଉପଦ୍ରବ: ଗ୍ରାମବାସୀ ଆତଙ୍କିତ

ପାଟଣା,୨୫।୮(ସ୍ବ. ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜ୍‌ରେ ୨୩ ଟିକିଆ ହାତୀ ପଲଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି। ହାତୀପଲ ଦିନବେଳେ ଜଙ୍ଗଲ ଭିତରେ ରହୁଥିବାବେଳେ ସାହେଲେ ଗାଁଭିତରକୁ ପଶି ଆଶି ଆତଙ୍କ ଖେଳାଉଛନ୍ତି। ଏହି ହାତୀପଲ ରବିବାର ପୁଣି କରଞ୍ଜିଆ ରେଞ୍ଜରୁ ଆସି ପାଟଣା ରେଞ୍ଜ ର ଗୋରାଣ୍ଡି ଯୋଡି ଓ ଉଦୟପୁର ବିଟ ଅନ୍ତର୍ଗତ ଚାତର ପାଣି, ଗୋଜିଟାଙ୍ଗିରି, ବାଲିତୋଟା, ବରବେଡା, ଲକ୍ଷ୍ମୀପଶୀ, ଜଗନ୍ନଥପୁର ଓ ଖୁଣ୍ଟାପଡା ଗ୍ରାମରେ ପଶି ଉପଦ୍ରବ କରିଛନ୍ତି। ଏହି ହାତୀପଲ ଖୁଣ୍ଟା ପଡା ଗ୍ରାମର ବନ ମାଳି ମୁଣ୍ଡାଙ୍କ ଆଜବେଷ୍ଟସ ଘର, ବରବେଡା ଗ୍ରାମର ପ୍ରଭାକର ମହନ୍ତଙ୍କ ପକ୍କା ଘର ଓ ଗୋଜିଟାଙ୍ଗିରି ଗ୍ରାମର ବୁଧୁ ମୁଣ୍ଡାଙ୍କ ଚାଳ ଘର କାନ୍ଥ ଓ ଆଜବେଷ୍ଟଷ୍ଟେସ କଣା କରିପକାଇବା ସହ ଭାଙ୍ଗି ଦେଇଛନ୍ତି। ହାତୀ ପଲଙ୍କ ଭୟଙ୍କର ଗର୍ଜନରେ ରାତିରେ ଲୋକେ ଭୟରେ ଉଜାଗର ହୋଇ ରହୁଛନ୍ତି। ଏଣେ ବନ ବିଭାଗର ଶତ ଚେଷ୍ଟା ପରେ ବି ପାଟଣା ଓ କରଞ୍ଜିଆ ରେଞ୍ଜରୁ ହାତୀପଲ ହଟୁ ନାହାନ୍ତି। ଏହି ହାତୀ ପଲ ଲୋକଙ୍କ ନିଦ ହଜାଇଦେବା ସହ ବନ ବିଭାଗକୁ ମଧ୍ୟ ୩ ଦିନ ହେବ ନାକେଦମ କରିସାରିଲେଣି। ଘଟଣା ସ୍ଥଳରେ ହାତୀ ଘଉଡାଇବା ଓ ତାଙ୍କ ଗତିବିଧିଉପରେ ନଜର ରଖିବାକୁ ସାହରାପଡା ଫରେଷ୍ଟର ସୁନିତା ବୋଘେଲଙ୍କ ସହ ରାଇଡିହା, ମାଛଗଡ଼, ଉଦୟପୁର ଫରେଷ୍ଟ ଗାର୍ଡ ଓ ପାରା ଷ୍ଟାଫ ଜଗି ରହି କାମ କରୁଥିବା ରେଞ୍ଜର ପବିତ୍ର ମୋହନ ନାୟକ ସୂଚନା ଦେଇଛନ୍ତି। ରବିବାର ୨୩ ଟିକିଆ ହାତୀପଲ ପାଟଣା ରେଞ୍ଜରେ ଉପଦ୍ରବ କରିବା ପରେ ୧୫ଟି ହାତୀ ସୋମବାର ସକାଳୁ ଦେଓ ନଦୀ ପାର ହୋଇ କରଞ୍ଜିଆ ରେଞ୍ଜକୁ ଚାଲି ଯାଇଥିବା ବେଳେ ୮ ହାତୀ ଉଦୟପୁର ବିଟ ଲକ୍ଷ୍ମୀପଶି ଖେସେରା ଜଙ୍ଗଲ ଓ ଜଗନ୍ନଥ ପୁର ଅଞ୍ଚଳରେ ସୋମବାର ଏକର ଏକର ଧାନ ଫସଲ ନଷ୍ଟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ଭାଜପା: ତାଲିକାରେ ପ୍ରଧାନମନ୍ତ୍ରୀ, ୪ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସମେତ ଅଛନ୍ତି ଏହି ହେଭିଓ୍ବେଟ୍‌ ନେତା

ଭୁବନେଶ୍ୱର,୨୩।୪(ସୁନୀତ ମିଶ୍ର): ଭାଜପା ପକ୍ଷରୁ ଓଡ଼ିଶା ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ...

କାଲିଠୁ ପ୍ରଚାର ଆରମ୍ଭ କରିବେ ନବୀନ

ହିଞ୍ଜିଳିକାଟୁ,୨୩।୪(ଦ୍ବିତୀକୃଷ୍ଣ ପଣ୍ଡା): ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକ ବୁଧବାର ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ନିର୍ବାଚନ ପ୍ରଚାର ଆରମ୍ଭ କରିବେ। ମୁଖ୍ୟମନ୍ତ୍ରୀ ଏହି...

ଚାପ ଖେଳିବେ ମହାପ୍ରଭୁ, ଚନ୍ଦନଯାତ୍ରା ପାଇଁ ପୁରୀରେ ପ୍ରସ୍ତୁତି ଆରମ୍ଭ

ପୁରୀ,୨୩।୪: ଶ୍ରୀକ୍ଷେତ୍ରରେ ଆରମ୍ଭ ହେବାକୁ ଯାଉଛି ମହାପ୍ରଭୁ ଜଗନ୍ନାଥଙ୍କ ବିଶ୍ବପ୍ରସିଦ୍ଧ ଚନ୍ଦନଯାତ୍ରା। ଅକ୍ଷୟ ତୃତୀୟାରେ ଆରମ୍ଭ ହେବାକୁ ଥିବା ଏହି ଯାତ୍ରାରେ ୨୧ ଦିନବ୍ୟାପୀ ନରେନ୍ଦ୍ର...

ରାସେଶ୍ୱରୀ ବିଜେଡି ଛାଡିବା ପରେ ବଡ଼ ବୟାନ ଦେଲେ ରୋହିତ ପୂଜାରୀ, କହିଲେ…

ଭୁବନେଶ୍ୱର,୨୩।୪: ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ ଇସ୍ତଫା ଦେଇଛନ୍ତି । ମଙ୍ଗଳବାର ରାସେଶ୍ୱରୀ ବିଜେଡି ଛାଡିବା ପରେ ପ୍ରତିକ୍ରିୟା ରଖିଛନ୍ତି ସମ୍ବଲପୁର ବିଜେଡି...

ନାମାଙ୍କନ ପତ୍ର ଦାଖଲ କଲେ କୋରାପୁଟ ଲୋକ ସଭା ପ୍ରାର୍ଥୀ କୌଶଲ୍ୟା ହିକକା

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ଲୋକସଭା ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକା ମଙ୍ଗଳବାର ନାମାଙ୍କନ ଦାଖଲ କରିଛନ୍ତି। ଜିଲାପାଳ ଭି କୀର୍ତି ଭାସନଙ୍କ ଠାରେ ସେ ନାମାଙ୍କନ...

ନାମାଙ୍କନ ପତ୍ର ଦାଖଲ କଲେ ରଘୁରାମ ପଡାଲ

କୋରାପୁଟ,୨୩।୪(ଅମିତାଭ ବେହେରା): କୋରାପୁଟ ବିଧାନସଭା ଆସନ ନିମନ୍ତେ ବିଜେଡି ପାର୍ଥି ରଘୁରାମ ପଡାଲ ନାମାଙ୍କନ ପତ୍ର ଦାଖଲ କରିଛନ୍ତି। କୋରାପୁଟ ଉପଜିଲାପାଳ ବେଣୁଧର ଶବରଙ୍କୁ ମଙ୍ଗଳବାର...

ରାଜଧାନୀରେ ନିଆଁବର୍ଷା, ନିସ୍ତାର ନାହିଁ

ଭୁବନେଶ୍ୱର, ୨୩।୪: ତତଲା କଡେଇରେ ସିଝୁଛି ପୂରା ଓଡ଼ିଶା । ଡହଡହ ଖରାରେ ଆଉଟୁପାଉଟୁ ହେଉଛନ୍ତି ରାଜ୍ୟବାସୀ । ଗତକାଲି ପରି ଆଜି ମଧ୍ୟ ରାଜଧାନୀ...

କାହିଁକି କଟିଲା ସମୀର ଦାଶଙ୍କ ଟିକେଟ୍‌, ରାଜା ସ୍ବାଇଁଙ୍କ ଭିଡିଓ ଭାଇରାଲ

ପୁରୀ,୨୩।୪: ନିମାପଡାରେ ଦିଲ୍ଲୀପ ନାୟକଙ୍କୁ ବିଜେଡି ଟିକେଟ ଦେବା ପରେ ବିଧାୟକ ସମୀର ଦାଶ ସମର୍ଥକଙ୍କ ଭିତରେ ଅସନ୍ତୋଷ ବଢିବାରେ ଲାଗିଛି । ଏହାରି ଭିତରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri