ବାଲି ମାଫିଆଙ୍କ ସହ ବାର୍ତ୍ତାଳାପର ଅଡିଓ ଭାଇରାଲ:ବଦଳିଲେ ଭଣ୍ଡାରିପୋଖରୀ ଥାନାଧିକାରୀ

ଭଦ୍ରକ ଅଫିସ, ୨୫ା୮- ବାଲି ମାଫିଆଙ୍କୁ ସୁହାଇଲା ଭଳି ଥାନାଧିକାରୀଙ୍କ କଥାବାର୍ତ୍ତାର ଅଡିଓ ରେକର୍ଡ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏନେଇ ବିବାଦୀୟ ହୋଇପଡ଼ିଛନ୍ତି ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନାଧିକାରୀ ସନାତନ ସାହୁ। ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ଏସ୍‌ପି ରାଜେଶ ପଣ୍ଡିତ ପ୍ରାଥମିକ ତଦନ୍ତ କରି ଥାନାଧିକାରୀ ସାହୁଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରିଛନ୍ତି।
ଭଣ୍ଡାରିପୋଖରୀ ତହସିଲ ଅଧୀନ ବାଲିପୋଖରୀସ୍ଥିତ ବୈତରଣୀ ନଦୀପଠାରୁ ପ୍ରତ୍ୟେକ ଦିନ ବେଆଇନ ଭାବେ ବାଲିଖନନ ହେଉଛି। ଟନ୍‌ ଟନ୍‌ ବାଲି ତାଡ଼ି ଚୋରାରେ ବିକ୍ରି କରି ମାଫିଆ ମାଲାମାଲ ହେଉଛନ୍ତି। ଫଳରେ ସରକାରଙ୍କର ଲକ୍ଷ ଲକ୍ଷ ଟଙ୍କା ରାଜସ୍ବ ହାନୀ ହେବା ସହ ନଦୀ ପଠା ମଧ୍ୟ ଖାଇଗଲାଣି। ଏପରିସ୍ଥଳେ ବାଲି ମାଫିଆଙ୍କ ସହ ଥାନା ଅଧିକାରୀ ସୁମ୍ପର୍କ ସ୍ଥାପନ କରିଥିବା ଭାଇରାଲ ଅଡିଓରୁ ଜାଣିବାକୁ ମିଳିଛି। ଥାନାଧିକାରୀଙ୍କ ସହ କଥା ହେଉଥିବା ବ୍ୟକ୍ତିଙ୍କୁ ଡକାଇ ଏସ୍‌ପି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାର ତଦନ୍ତ ଜାରି ରହିଛି ଓ ବିବାଦୀୟ ଥାନାଧିକାରୀ ସାହୁଙ୍କୁ ଜିଲା ମୁଖ୍ୟାଳୟକୁ ବଦଳି କରାଯାଇଥିବା ଏସ୍‌ପି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଡ଼ିଲା କୋଭିଡ୍‌ ଟିକା ଏକ୍ସପ୍ରେସ୍‌

ଅନୁଗୋଳ ଅଫିସ,୨୨।୧ ଅନୁଗୋଳ ଜିଲାରେ କୋଭିଡ୍‌ ଟିକାକରଣକୁ ଶତ ପ୍ରତିଶତ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଜିଲା କାର୍ଯ୍ୟାଳୟ ପରିସରରୁ ଟିକା ଏକ୍ସପ୍ରେସ୍‌ର ଶୁଭାରମ୍ଭ କରାଯାଇଛି। ଜିଲାରେ...

ମୁଣ୍ଡଳିରେ ଫସିଥିବା ଦନ୍ତାର ପତ୍ତା ମିଳୁନି

କଟକ ଅଫିସ/ବାରଙ୍ଗ(ଡି.ଏନ୍‌.ଏ.),୨୪।୯: ମହାନଦୀର ମୁଣ୍ଡଳି ବ୍ରିଜ ନିକଟରେ ଫସି ରହିଥିବା ହାତୀର ପତ୍ତା ମିଳୁନାହିଁ। ତେବେ ଶୁକ୍ରବାର ବିଳମ୍ବିତ ରାତିରେ ହାତୀଟି ମହାନଦୀ ତଳଆଡକୁ ଭାସିଯାଇଥିବା...

ବାଲିମାଫିଆ ଗୋଷ୍ଠୀଙ୍କ ମଧ୍ୟରେ ସଂଘର୍ଷ

ଭଣ୍ଡାରିପୋଖରୀ,୧୪।୧୨(ଡି.ଏନ.ଏ.)- ଭଦ୍ରକ ଜିଲା ଭଣ୍ଡାରିପୋଖରୀ ଥାନା ଅଧୀନ ଷୋଳମପୁର ପଞ୍ଚାୟତ ମଣିନାଥପୁରସ୍ଥିତ ବୈତରଣୀ ନଦୀ ଘାଟରୁ ନିୟମିତ ବାଲି ଚୋରା ଚାଲାଣ ନେଇ ବିଭିନ୍ନ ସମୟରେ...

ଆଉ ୨ ଦିନ ଘନ କୁହୁଡ଼ି: ୟେଲୋଓ୍ବାର୍ନିଂ ଜାରି କଲା ପାଣିପାଗ ବିଭାଗ

ଭୁବନେଶ୍ୱର,୨୩ା୧(ବ୍ୟୁରୋ): ରାଜ୍ୟରେ ଶୀତର ପ୍ରକୋପ ହ୍ରାସ ପାଇଛି। ଅଧିକାଂଶ ସ୍ଥାନରେ ପାରଦ ୧୨ ଡିଗ୍ରୀ ସେଲସିୟସ ଉପରେ ରହିଛି। କେତେକ ସ୍ଥାନରେ ସର୍ବନିମ୍ନ ତାପମାତ୍ରା ୨୦...

ମୋ ସରକାର ଲକ୍ଷ୍ୟ ନିରନ୍ତର ସେବା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୯ା୧୨(ବ୍ୟୁରୋ): କେବଳ ଜନସାଧାରଣଙ୍କ ସନ୍ତୋଷ ନୁହେଁ, ନିରନ୍ତର ଉତ୍ତମ ସେବା ହେଉଛି ରାଜ୍ୟ ସରକାରଙ୍କ ଲକ୍ଷ୍ୟ। ତେଣୁ ଲୋକଙ୍କ ସମସ୍ୟାର ସମାଧାନ ପାଇଁ ଆମ ସମସ୍ତଙ୍କୁ...

ଅନ୍ୟ ରାଜ୍ୟକୁ ବସ୍‌ ସେବା ବନ୍ଦ: ୫୦ ପ୍ରତିଶତ କର୍ମଚାରୀରେ ଚାଲିବ ଅଫିସ୍‌

ଭୁବନେଶ୍ୱର, ୧୫।୪(ବ୍ୟୁରୋ): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟବ୍ୟାପୀ ନାଇଟକର୍ଫ୍ୟୁ ଜାରି...

ନିଯୁକ୍ତି ସତ୍ତ୍ୱେ ନିଅଣ୍ଟ

ବଇଣ୍ଡା,୫ା୭: ଅନୁଗୋଳ ଜିଲା ଆଠମଲ୍ଲିକ ଉପଖଣ୍ଡରେ ୨୭ ଡାକ୍ତର ପଦବୀ ଖାଲି ଥିଲା। କରୋନା ସମୟରେ ଏତେ ସଂଖ୍ୟକ ଡାକ୍ତର ନଥିବା ଯୋଗୁ ଆଠମଲ୍ଲିକ ଓ କିଶୋରନଗର...

ଧାରଣାରତ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ: ଅଭିଯୁକ୍ତ କୋର୍ଟଚାଲାଣ

ଭୁବନେଶ୍ୱର, ୭।୧୦(ବ୍ୟୁରୋ): ଧାରଣାରତ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ ହୋଇଛି। ଅନ୍ୟ କୌଣସି ନୁହେଁ ବରଂ ରାଜଧାନୀ ଭୁବନେଶ୍ୱେରର ଲୋୟର ପିଏମ୍‌ଜିରେ ଘଟିଛି ଏହି ଘଟଣା। କୋରାପୁଟ...

Advertisement
Archives

Model This Week