ଗ୍ରାମଦେବୀଙ୍କ ପାଇଁ ବାଦୁଡ଼ି ସୁରକ୍ଷା

କେନ୍ଦୁଝର, ୨୫ା୮(ସ୍ବ.ପ୍ର.)-କେନ୍ଦୁଝର ଜିଲା ବଣପାହାଡରେ ଏକଦା ବହୁ ଜାତିପ୍ରଜାତିର ପକ୍ଷୀ ଦେଖିବାକୁ ମିଳୁଥିଲେ ା ଜଙ୍ଗଲ କ୍ଷୟ, ପ୍ରଦୂଷଣ ଓ ଶିକାର ଯୋଗୁ ବହୁ ପକ୍ଷୀଙ୍କୁ ଆଉ ଦେଖିବାକୁ ମିଳୁନାହିଁ। ବନ ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଉଥିଲେ ମଧ୍ୟ ପକ୍ଷୀମାନଙ୍କ ସୁରକ୍ଷା କରାଯାଇ ପାରୁ ନ ଥିବାରୁ ପରିବେଶବିତ୍‌ମାନେ ଚିନ୍ତା ପ୍ରକଟ କରିଛନ୍ତି। ଏଭଳି ସୁରକ୍ଷା ଅଭାବରୁ ବାଦୁଡି ବଂଶ ଲୋପ ପାଇବାକୁ ବସିଛି ା ହେଲେ ବାଂଶପାଳ ବ୍ଲକ ତାରମାକାନ୍ତ ଗ୍ରାମର ବନବାସୀମାନେ ବାଦୁଡିର ସୁରକ୍ଷା ଲାଗି ଭିନ୍ନ ଉପାୟ ଆପଣେଇଛନ୍ତି। ଏହି ଗ୍ରାମରେ ପୂଜା ପାଉଛନ୍ତି ଗ୍ରାମଦେବୀ କଣ୍ଡେଇବିରା। ଏହି ଗ୍ରାମଦେବୀ ପରିସରରେ ରହିଛି ବହୁ ପୁରୁଣା ବଟବୃକ୍ଷ ା ବଟବୃକ୍ଷରେ ରହିଛନ୍ତି ଶହ ଶହ ବାଦୁଡି ା ଗ୍ରାମବାସୀଙ୍କ ବିଶ୍ୱାସ ଯେ, ବାଦୁଡିମାନେ ଗ୍ରାମଦେବୀଙ୍କ ଅଂଶ ବିଶେଷ ା ଏଣୁ ଗ୍ରାମବାସୀ ବାଦୁଡିଙ୍କର କ୍ଷତି କରନ୍ତି ନାହିଁ ବରଂ ବାହ୍ୟ ଶିକାରୀଙ୍କଠାରୁ ରକ୍ଷା କରିଥାନ୍ତି। ସ୍ଥାନୀୟ ବାସିନ୍ଦା ରାମଚନ୍ଦ୍ର ବେହେରା କୁହନ୍ତି, ଗ୍ରାମଦେବୀ ଉଭୟ ଗ୍ରାମବାସୀ ଓ ବାଦୁଡିର ସୁରକ୍ଷା କରୁଛନ୍ତି ା ପ୍ରାକୃତିକ ଦୈବି ଦୁର୍ବିପାକ ଆସିଲେ ସେମାନଙ୍କର କ୍ଷତି ହୁଏ ନାହିଁ ବୋଲି ସେମାନଙ୍କ ପ୍ରଗାଢ ବିଶ୍ୱାସ ରହିଛି। କାରଣ ଯାହା ବି ହେଉ ବାଦୁଡି ବଂଶ ରକ୍ଷା ଲାଗି ଗ୍ରାମବାସୀଙ୍କ ଏଭଳି ଉଦ୍ୟମ ନିଶ୍ଚିତ ସ୍ବାଗତଯୋଗ୍ୟ ା ଏଭଳି ଅନ୍ୟାନ୍ୟ ଅଞ୍ଚଳରେ ସୁରକ୍ଷା ପାଇଁ ବନ ବିଭାଗ ପକ୍ଷରୁ ଉଦ୍ୟମ କରିବା ଆବଶ୍ୟକ ବୋଲି ଅବୈତନିକ ବନ୍ୟପ୍ରାଣୀ ତତ୍ତ୍ୱାବଧାରକ ହରେକୃଷ୍ଣ ମହାନ୍ତ କହିଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀ ଅଟଳ, ଗୃହ ଅଚଳ

ଭୁବନେଶ୍ୱର,୧୨।୭(ବ୍ୟୁରୋ): ମମିତା ମେହେର ହତ୍ୟା ଘଟଣାକୁ ନେଇ ଗତ ୫ ଦିନ ହେବ ବିଧାନସଭା ଅଚଳ ହୋଇଛି। ବିରୋଧୀ ଭାଜପା ଏବଂ କଂଗ୍ରେସର ଗୋଟିଏ ଜିଦ୍‌...

ଧ୍ୱଂସସ୍ତୂପରୁ ଜୀବନ ବଞ୍ଚେଇ ଫେରିଛନ୍ତି ଶାଶ୍ୱତ

ସୋର, ୮ା୩(ଡି.ଏନ.ଏ) ରୁଷିଆ ବୋମାମାଡ଼ରେ ଧ୍ୱଂସବିଧ୍ୱଂସ୍ତ ହୋଇପଡିଥିବା ୟୁକ୍ରେନର ପ୍ରମୁଖ ସହର ଖର୍କିଭରୁ ଜୀବନ ବଞ୍ଚେଇ ୭ ଦିନ ପରେ ଘରେ ପହଞ୍ଚିଛନ୍ତି ବାଲେଶ୍ୱର ଜିଲା...

ଆଜି ମୁଖ୍ୟମନ୍ତ୍ରୀଙ୍କ ଅନୁଗୋଳ ଗସ୍ତ

ଅନୁଗୋଳ ଅଫିସ, ୨୯।୧୨: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଅନୁଗୋଳ ଆସିବେ। ଏହି ସରକାରୀ କାର୍ଯ୍ୟକ୍ରମ ଅବସରରେ ସେ ୧,୪୯୨ କୋଟି ଟଙ୍କା ବ୍ୟୟରେ ପ୍ରସ୍ତାବିତ...

କାଳିଆପାଣି ଖଣି ଅଞ୍ଚଳରେ ବେଆଇନ ବାଲି ଡିପୋ; ପୋଲିସ, ପ୍ରଶାସନକୁ ହାତ କରି…

ଯାଜପୁର ଅଫିସ,୨୦ା୧: ଯାଜପୁର ଜିଲା ରନତ୍ଗର୍ଭା ସୁକିନ୍ଦା ଅଞ୍ଚଳରେ ଭୂତଳ ଖଣି କାର୍ଯ୍ୟରେ ଏବେ ପ୍ରଚୁର ପରିମାଣରେ ବାଲିର ଆବଶ୍ୟକ ପଡୁଛି। ଏଥିଯୋଗୁ ବେଆଇନ ବାଲି...

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: କରୋନାରେ ଖବରଦାତାଙ୍କ ମୃତ୍ୟୁ ଘଟିଲେ ମିଳିବ ୧୫ ଲକ୍ଷ ଟଙ୍କା

ଭୁବନେଶ୍ୱର, ୨୭।୪(ବ୍ୟୁରୋ): କରୋନା ଯୋଗୁ ସାରା ବିଶ୍ୱରେ ଏକ ବିରାଟ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇଛି। ଏହି ପରିପ୍ରେକ୍ଷୀରେ କରୋନା ଭାଇରସ ସମ୍ପର୍କରେ ଜନସଚେତନତା ସୃଷ୍ଟି କରିବା...

ରୋଷେଇ କରି ରେକର୍ଡ

କେନ୍ଦୁଝର, ୧୪ ।୮: ଖାଦ୍ୟ ବିଶ୍ୱକୁ ଗୋଟିଏ ଥାଳିରେ ବାନ୍ଧି ରଖିଥାଏ। ଏଭଳି ଚିନ୍ତା ରଖି ପିଲାଦିନରୁ ରୋଷେଇ ପ୍ରତି ଆକୃଷ୍ଟ ହୋଇଥିବା କେନ୍ଦୁଝରର ଝିଅ...

ବେଆଇନ ପାହାଡ଼ ବ୍ଲାଷ୍ଟିଂକୁ ଲଗାମ ନାହିଁ

ନୟାଗଡ଼ ଅଫିସ,୧୭।୧୧: ନୟାଗଡ଼ ଜିଲାରେ ୧୫ଟି କଳାମୁଗୁନି ପଥର ଖଣି ଲିଜ୍‌ ଦିଆଯାଇଛି। ହେଲେ ଲିଜ୍‌ ଖଣିରେ ବେଆଇନ ଖନନ ଓ ବିସ୍ଫୋରଣରେ ଲଗାମ ନ...

ବାଙ୍କୀରେ ପଶିଲା ମହାନଦୀ ପାଣି: ଲୋକେ ଆତଙ୍କିତ

ବାଙ୍କୀ,୨୯।୮(ସ୍ବ.ପ୍ର.): ମହାନଦୀରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। କଟକ ଜିଲା ଡମପଡ଼ା ବ୍ଲକ ଅନ୍ତର୍ଗତ ଗୟଳବାଙ୍କଠାରେ ଶନିବାର ମହାନଦୀର ବନ୍ୟାଜଳ ଘାଇ ଭଙ୍ଗା ପୋଲଦେଇ ବିଲରେ...

Advertisement
Archives

Model This Week