ଜଗତ୍‌ସିଂହପୁରରେ ଦୁର୍ଗାପୂଜା ବନ୍ଦ

ଜଗତ୍‌ସିଂହପୁର ଅଫିସ, ୨୪ା୮-କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜଗତସିଂହପୁର ଜିଲାରେ ସାର୍ବଜନୀନ ଦୁର୍ଗାପୂଜା ଉପରେ ପ୍ରଶାସନ ପକ୍ଷରୁ କଟକଣା ଲଗାଯାଇଛି। ଏନେଇ ମା’ଦୁର୍ଗା ଓ ହରପାର୍ବତୀ ମେଢ ନିର୍ମାଣ ଉପରେ ଅଙ୍କୁଶ ଲଗାଯାଇଛି । କେବଳ ଔପଚାରିକତା ପୂରଣ ପାଇଁ ମାଟି ଉଠାଯାଇ ଘଟ ପୂଜା କରାଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏ ନେଇ ଜିଲାପାଳ କାର୍ଯ୍ୟାଳୟର ସଦ୍‌ଭାବନା ସଭାଗୃହରେ ସୋମବାର ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ସ୍ପଷ୍ଟ କରାଯାଇଛି ମାଟି ଉଠାଯିବା ସମୟରେ ବାଜା, ବାଣ କିମ୍ବା ଶୋଭାଯାତ୍ରା ଆଦି କରାଯିବ ନାହିଁ । ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଆଯିବ । କୌଣସି ସ୍ଥାନରେ ୪ ଜଣରୁ ଅଧିକ ଲୋକ ଏକାଠି ହୋଇପାରିବେ ନାହିଁ । ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ବୈଠକରେ ଥାନପତି ମହାଦେବ କ୍ଲବ ସଭାପତି ସତ୍ୟବ୍ରତ ମହାପାତ୍ର, ଶ୍ରୀରାମ କ୍ଲବ ସଭାପତି ରନତ୍ାକର ବିଶ୍ୱାଳ, ଷୋଳପୁଅ ମା’ପୂଜା କମିଟିର ସଭାପତି ପ୍ରେମାନନ୍ଦ ପଢିହାରୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପୁରୁଣାଙ୍କୁ ପୁଣି ସୁଯୋଗ

ଭୁବନେଶ୍ୱର, ୪ା୧୦:ରାଜ୍ୟରେ ବେରୋଜଗାରି ବଢ଼ିବାରେ ଲାଗିଛି। ଯୁବଗୋଷ୍ଠୀ ସରକାରୀ ଚାକିରିଟିଏ ପାଇବା ପାଇଁ ଦୀର୍ଘ ବର୍ଷ ଧରି ଅପେକ୍ଷା କରି ରହୁଛନ୍ତି। ସେଣ୍ଟ୍ରାଲ୍‌ ଫର ମନିଟରିଂ...

ରାଜ୍ୟରେ ଆଖି ବୁଜିଲେ ୧୭ ଆକ୍ରାନ୍ତ

ଭୁବନେଶ୍ୱର, ୩।୧୦(ବ୍ୟୁରୋ): ରାଜ୍ୟରେ କରୋନାରେ ଶନିବାର ଆଉ ୧୭ଜଣଙ୍କ ମୃତ୍ୟୁ ଘଟିଛି। ଏ ନେଇ ରାଜ୍ୟ ସ୍ବାସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି...

୧୮ ଯାଏ ପ୍ରବଳ ବର୍ଷିବ

ଭୁବନେଶ୍ୱର, ୧୬।୧୦(ବ୍ୟୁରୋ): ରାଜ୍ୟରେ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବ। ୧୭ରେ ଉପକୂଳ ଓଡ଼ିଶା, ଉତ୍ତର ଆଭ୍ୟନ୍ତରୀଣ ଓଡ଼ିଶାର ଅନେକ ଅଞ୍ଚଳ ଏବଂ...

ଶପଥ ନେଲେ ହାଇକୋର୍ଟର ଦୁଇ ନୂଆ ବିଚାରପତି

କଟକ ଅଫିସ,୮ା୧୦: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ଶୁକ୍ରବାର ଜଷ୍ଟିସ ଯଶୋବନ୍ତ ସିଂହ ଓ ଜଷ୍ଟିସ ଅରିନ୍ଦମ ସିହ୍ନା ଶପଥ ଗ୍ରହଣ କରିଛନ୍ତି। ହାଇକୋର୍ଟର ନୂଆ...

ଏବେ ବି ସହାୟତା ଅପେକ୍ଷାରେ ବିପନ୍ନ

ପୁରୀ ଅଫିସ,୧୩।୧୦:ଓଡ଼ିଶା ପାଇଁ ଅକ୍ଟୋବର ଏବେ ବାତ୍ୟା ମାସ ଭାବେ ଜଣା। ଓଡ଼ିଶାକୁ ଆସୁଥିବା ବାତ୍ୟାର ଅଧିକାଂଶ ପୂର୍ବ ଉପକୂଳର ପୁରୀ ସହରକୁ ଅଳ୍ପବହୁତ ପ୍ରଭାବିତ...

ବିଧାନସଭା ବିବରଣୀ କମ୍ପ୍ୟୁଟରୀକୃତ ହେବ

ଭୁବନେଶ୍ୱର, ୧୬ା୨ (ବ୍ୟୁରୋ):ପୂର୍ବରୁ ଓଡ଼ିଶା ବିଧାନସଭାର ବିବରଣୀ ହାତରେ ଲେଖା ଯାଉଥିଲା ା କିନ୍ତୁ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ନିର୍ଦ୍ଦେଶ କ୍ରମେ ଏଣିକି ହାତଲେଖା...

ବିଧାନସଭା ବନ୍ଦ ଆଶଙ୍କା କରି ସ୍ପଷ୍ଟୀକରଣ ଲୋଡିଲେ ବିରୋଧୀ ଦଳର ନେତା

ଭୁବନେଶ୍ୱର,୨୬।୧୧(ବ୍ୟୁରୋ): ନଭେମ୍ବର ୧୩ ତାରିଖରୁ ଷୋଡଶ ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଛି। ଇତିମଧ୍ୟରେ ଗୃହରେ ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଅତିରିକ୍ତ ବଜେଟ୍‌ ମଧ୍ୟ...

ଅମଳ ବେଳେ ଧାନ ଫସଲରେ ରୋଗପୋକ

କୋକସରା, ୧୧।୧୦(ଡି.ଏନ.ଏ.) କଳାହାଣ୍ଡି ଜିଲା କୋକସରା ବ୍ଲକର ୨୨ପଞ୍ଚାୟତ ମଧ୍ୟରେ ଅଧିକାଂଶ ପଞ୍ଚାୟତ ଅଣଜଳସେଚିତ। ଚାଷୀ କେବଳ ବର୍ଷା ପାଣି ଭରସାରେ ଚାଷ କରିଥାନ୍ତି। ଚଳିତବର୍ଷ...

Advertisement
Archives

Model This Week