ଅର୍ଥ ଅଛି, ଅନୁମତି ନାହିଁ

ବଇଣ୍ଡା, ୨୫ା୮(ଡି.ଏନ୍‌.ଏ.)ବହୁ ଆପତ୍ତି ଅଭିଯୋଗ ପରେ ୨ ବ୍ଲକକୁ ଯୋଡ଼ୁଥିବା ୯.୪ କିଲୋମିଟର ସଡ଼କକୁ ପକ୍କା କରିବା ପାଇଁ ସରକାର ଅର୍ଥ ଯୋଗାଇ ଦେଇଛନ୍ତି। ପୂର୍ତ୍ତ ବିଭାଗ ପକ୍ଷରୁ ଏ ନେଇ ଟେଣ୍ଡର ମଧ୍ୟ କରାଯାଇଛି। ହେଲେ କୋଭିଡ୍‌ କଟକଣା ପାଇଁ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇପାରୁ ନାହିଁ। ଫଳରେ ପୂର୍ବପରି କାଦୁଅ ରାସ୍ତାକୁ ନେଇ ଦୁର୍ଦ୍ଦଶା ଭୋଗୁଛନ୍ତି ଅନୁଗୋଳ ଜିଲା କିଶୋରନଗର ଓ ଆଠମଲ୍ଲିକ ବ୍ଲକର ୧୫ ଖଣ୍ଡ ଗ୍ରାମବାସୀ।
ଆଠମଲ୍ଲିକ ବ୍ଲକ ଜରପଡାଠାରୁ ମନ୍ଦରବାହାଳ ଯାଏ ଲମ୍ବିଥିବା ଏହି ମାଟି ରାସ୍ତା ବ୍ଲକର କୃତ୍ତିବାସପୁର, କୁରୁମଟାପ ପଞ୍ଚାୟତ ଓ କିଶୋରନଗର ବ୍ଲକର ବିଲେଇନାଳୀ ପଞ୍ଚାୟତକୁ ସଂଯୋଗ କରୁଛି। ପୂର୍ବରୁ ଏହି ରାସ୍ତା ପଞ୍ଚାୟତ ଅଧୀନରେ ଥିଲା। ୨୦୧୯ ଜାନୁୟାରୀ ୧୪ରେ ଏହା ପୂର୍ତ୍ତ ବିଭାଗକୁ ହସ୍ତାନ୍ତର କରାଯାଇଥିଲା। ଏହାପରେ ଏହି ରାସ୍ତା ଉପରେ ନିର୍ଭରଶୀଳ ଦୁଇ ବ୍ଲକର ମନ୍ଦରବାହାଳ, ବିଲେଇନାଳୀ, ବଡଗୋବିନ୍ଦପୁର, ଗରୁଡ, ଭେଜିଗୋଠ, ଧଉରାଗୋଠ, ଜାମ୍ବୁଖୋଳ, ଜରପଡା, କୃତ୍ତିବାସପୁର, ଦାମବାହାଳ, ତିଳେଶ୍ୱର, ତେନ୍ତୁଳିପଥର, ହାଟପଦା, କୁରୁମଟାପ ଆଦି ୧୫ ଖଣ୍ଡ ଗ୍ରାମର ଲୋକେ ଉପକୃତ ହେବେ ବୋଲି ଆଶା କରିଥିଲେ। ଦୀର୍ଘବର୍ଷ ଧରି ସେମାନେ ମାଟି କାଦୁଅ ମଧ୍ୟରେ ଯାତାୟାତ କରୁଥିବାରୁ ପକ୍କା ସଡ଼କଟିଏ ପାଇଁ ଦାବି କରିଥିଲେ। ବାରମ୍ବାର ଏ ନେଇ ଲୋକ ପ୍ରତିନିଧି ଓ ପ୍ରଶାସନର ଦୃଷ୍ଟି ଆକର୍ଷଣ ପରେ ପୂର୍ତ୍ତ ବିଭାଗ ପକ୍ଷରୁ ଜରପଡାଠାରୁ ଭାୟା ଗରୁଡ, ଜାମ୍ବୁଖୋଳ ଦେଇ ମନ୍ଦରବାହାଳ ପର୍ଯ୍ୟନ୍ତ ୯ କିଲୋମିଟର ୪ ଶହ ମିଟର ରାସ୍ତାକୁ ପକ୍କା କରାଯିବାକୁ ନିଷ୍ପତ୍ତି ହୋଇଥିଲା। ମୋଟ୍‌ ୭ କୋଟି ୫୯ ଲକ୍ଷ ଟଙ୍କାର ଟେଣ୍ଡର କରାଯାଇଥିଲା। କିନ୍ତୁ ଏହାପରଠାରୁ ଆଉ ପ୍ରକ୍ରିୟା ଆଗେଇପାରି ନାହିଁ କି ରାସ୍ତା ନିର୍ମାଣ ଆରମ୍ଭ ହୋଇପାରି ନାହିଁ। ଫଳରେ ପାଣି କାଦୁଅ ମଧ୍ୟରେ ପଶି ଲୋକଙ୍କୁ ପୂର୍ବପରି ଯାତାୟାତ କରିବାକୁ ପଡ଼ୁଛି। ରାସ୍ତାର ଅନେକ ସ୍ଥାନ ଅତି ଶୋଚନୀୟ ଅବସ୍ଥାରେ ଥିବାରୁ ବଡ଼ ଗାଡ଼ି ପଶିବା ତ ଦୂରର କଥା ରୋଗୀ ଆଣିବାକୁ ଆମ୍ବୁଲାନ୍ସ ଯାଇପାରୁ ନାହିଁ। ତୁରନ୍ତ ପୂର୍ତ୍ତ ବିଭାଗ ପକ୍ଷରୁ ରାସ୍ତା କାମ ଆରମ୍ଭ କରା ନ ଗଲେ ଆନ୍ଦୋଳନକୁ ଓହ୍ଲାଇବେ ବୋଲି କୁରୁମଟାପ ଗ୍ରାମବାସୀ ଚେତାବନୀ ଦେଇଛନ୍ତି। ସମସ୍ୟା ସମ୍ପର୍କରେ ବଇଣ୍ଡା ପୂର୍ତ୍ତ ବିଭାଗ ଏସ୍‌ଡିଓ ଦାମୋଦର କୈବର୍ତ୍ତ କହିଛନ୍ତି, ଜରପଡାଠାରୁ ମନ୍ଦରବାହାଳ ପର୍ଯ୍ୟନ୍ତ ରାସ୍ତା ପକ୍କା କରାଯିବାକୁ ଟେଣ୍ଡର ସରିଛି। ହେଲେ କୋଭିଡ୍‌ କଟକଣା ମଧ୍ୟରେ କିପରି କାର୍ଯ୍ୟ କରାଯିବ ସେ ନେଇ ଆବଶ୍ୟକ ଅନୁମତି ସରକାରଙ୍କ ଠାରୁ ଆସିନାହିଁ। ଠିକା ସଂସ୍ଥା ସହ ଚୁକ୍ତିନାମା କରାଯାଇ ନ ଥିବା ଯୋଗୁ କାମ ଆରମ୍ଭ ହୋଇପାରୁନାହିଁ ବୋଲି ଏସ୍‌ଡିଓ ପ୍ରକାଶ କରିଛନ୍ତି।
ବିକାଶରେ ସହାୟକ ହେବ
ପକ୍କା ରାସ୍ତା ନିର୍ମାଣ ହେଲେ ଦୁଇ ବ୍ଲକ ମଧ୍ୟରେ ଦୂରତା ହ୍ରାସ ପାଇବ। ଏହା ଉପରେ ନିର୍ଭର କରୁଥିବା ୧୫ ଖଣ୍ଡ ଗଁାରେ ବ୍ୟବସାୟିକ ଭିତ୍ତିଭୂମି ମଧ୍ୟ ସୁଦୃଢ଼ ହେବ। ଗଁା ଅର୍ଥନୀତି ବିକାଶରେ ଏହି ସଡ଼କ ବେଶ୍‌ ସହାୟକ ହୋଇପାରିବ।
-ସୁମନ୍ତ ବେହେରା, କୁରୁମଟାପ
ତ୍ୱରିତ ପଦକ୍ଷେପ ନିଆଯାଉ
ଏହି ରାସ୍ତା ଉପରେ ନିର୍ଭର କରୁଥିବା ଗ୍ରାମବାସୀ ପ୍ରତିବର୍ଷ ବର୍ଷାଦିନେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବାରମ୍ବାର ଅଭିଯୋଗ ପରେ ସରକାର ପକ୍କା ସଡ଼କ ପାଇଁ ପଦକ୍ଷେପ ନେଇଥିଲେ ବି ଏଯାଏ କାର୍ଯ୍ୟ ଆରମ୍ଭ ହୋଇପାରିନାହିଁ।
– ସୌମ୍ୟରଞ୍ଜନ ନାୟକ, ଦାମଦରପୁର
ଆମ୍ବୁଲାନ୍ସ ଆସିପାରୁନି
ବର୍ଷା ସମୟରେ ଏହି ରାସ୍ତାରେ ଯାତାୟାତ କଷ୍ଟକର ହୋଇପଡ଼ୁଛି। ଆମ୍ବୁଲାନ୍ସ ମଧ୍ୟ ରୋଗୀ ନେବାକୁ ଆସିପାରୁ ନାହିଁ। ଦୁଇଟି ବ୍ଲକକୁ ଏହା ସଂଯୋଗ କରୁଥିବାରୁ ସରକାର ପକ୍କା ସଡ଼କ କିପରି ନିର୍ମାଣ କରାଯିବ ତାହା ଉପରେ ଗୁରୁତ୍ୱ ଦିଅନ୍ତୁ।
– ଫକୀର ସାହୁ, ଗରୁଡ଼ଗ୍ରାମ
ଜଙ୍ଗଲିଆ ଅଞ୍ଚଳ ଯୋଗୁ ଅବହେଳା
ଜଙ୍ଗଲିଆ ଅଞ୍ଚଳ ହୋଇଥିବାରୁ ପ୍ରଶାସନ ୧୫ ଖଣ୍ଡ ଗ୍ରାମବାସୀଙ୍କ ଦାବିକୁ ସେପରି ଗୁରୁତ୍ୱ ଦେଉନାହିଁ। ସେଥିପାଇଁ ଅର୍ଥ ମଞ୍ଜୁର ଓ ଟେଣ୍ଡର ହୋଇସାରିଥିବା ସତ୍ତ୍ୱେ ନିର୍ମାଣ କାର୍ଯ୍ୟ କରାଯାଉ ନାହିଁ। ସ୍ଥାନୀୟ ଲୋକପ୍ରତିନିଧି ଏଥିପ୍ରତି ଦୃଷ୍ଟି ଦିଅନ୍ତୁ।
– କାହ୍ନୁ ପ୍ରଧାନ, ଖଡ଼କବାହାଳ
କାଦୁଅରେ ଆଉ କେତେଦିନ
ସରକାର ସବୁ ଗ୍ରାମକୁ ପକ୍କା ସଡ଼କ ନିର୍ମାଣ କରୁଛନ୍ତି। କିନ୍ତୁ ଏହି ୯ କିଲୋମିଟର ରାସ୍ତା କେବେ ପକ୍କା ହେବ ତାହାକୁ ହଜାର ହଜାର ଲୋକ ଅପେକ୍ଷା କରିଛନ୍ତି। କାଦୁଅ ଭିତରେ ଆଉ କେତେଦିନ ଚାଲି ଯିବାକୁ ପଡ଼ିବ ତାହା ସରକାର ଜାଣନ୍ତି।
-ଦେବଦତ୍ତ ଦେହୁରୀ, ଜରପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

କାଲି କେତେବେଳେ ମିଳିବ ସୁଭଦ୍ରା ଟଙ୍କା? ଜାଣନ୍ତୁ ଫଟାଫଟ୍‌ କେମିତି କରିବେ ଚେକ୍‌…

ଭୁବନେଶ୍ୱର,୨୭।୮: ରାଜ୍ୟର ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ ଏକ ବଡ଼ ଖୁସି ଖବର। ପବିତ୍ର ରାଖୀ ପୂର୍ଣ୍ଣିମା ଅବସରରେ ରାଜ୍ୟ ସରକାର ‘ସୁଭଦ୍ରା’ ଯୋଜନାର ୫ମ କିସ୍ତି…

ପ୍ରେମ ନା ପ୍ରତାରଣା? ନାବାଳିକାଙ୍କ ସହ ବାରମ୍ବାର ଅନୈତିକ ସମ୍ପର୍କ ରଖି କଲେ ଗର୍ଭବତୀ, ଶେଷରେ କୋର୍ଟ ଚାଲାଣ!

ହାଟଡ଼ିହି/ଛେନାପଦୀ, ୨୭।୮(ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ସୋସୋ ଥାନା ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକାଙ୍କୁ ଗର୍ଭବତୀ କରିବା ଅଭିଯୋଗରେ ପୋଲିସ ଅଭିଯୁକ୍ତକୁ ଗିରଫ କରି…

“ସେ ମୋର କିଛି କ୍ଷତି କରିବନି”: ୫ ମାସ ଧରି ନାଗସାପ ସହ ଗୋଟିଏ କୋଠରୀରେ ରହୁଛନ୍ତି ଯୁବକ !

ମୋହନା, ୨୭।୮ (ମନ୍ମଥ ମିଶ୍ର): ଦୀର୍ଘ ୫ ମାସ ଧରି ଗୋଟିଏ କୋଠରୀରେ ବିଷଧର ନାଗସାପ ଓ ମଣିଷ ଏକାଠି ରାତି ବିତାଉଥିବା ଭଳି ଏକ ସ୍ତାବ୍ଧ…

ଗଭୀର ସମୁଦ୍ରରୁ ଉଦ୍ଧାର ହେଲା ଟ୍ରଲର: ବଞ୍ଚିଛନ୍ତି ମତ୍ସ୍ୟଜୀବୀ, ୩ ତାରିଖରୁ ଥିଲେ ନିଖୋଜ

ଭୋଗରାଇ,୨୭।୮(ପ୍ରଦୀପ ଦାସ): ବାଲେଶ୍ୱର ଜିଲା ଭୋଗରାଇ ସୀମାନ୍ତ ପଶ୍ଚିମବଙ୍ଗ ଦୀଘା ଉପକୂଳ ଗଭୀର ସମୁଦ୍ରରୁ ଆନ୍ଧ୍ରପ୍ରଦେଶର ଏକ ମାଛ ଧରା ଟ୍ରଲର ଭାସମାନ ଅବସ୍ଥାରେ ବିପଦରେ ଥିବା…

‘ଏମ୍‌ଭି ଓସେନ ୱିନର୍‌’ ଜାହାଜ ବୁଡ଼ି ଘଟଣା, ପାରାଦୀପରେ ପହଞ୍ଚିଲେ ୨ ନାବିକ

ପାରାଦୀପ,୨୭।୮(ଶରତ ରାଉତ): ଗତ ୨୨ ତାରିଖରେ ବଙ୍ଗୋପସାଗର ପୋର୍ଟବ୍ଲେୟାର ସୀମାରେ ବୁଡି ଯାଇଥିବା ପଣ୍ୟବାହୀ ଜାହାଜ ଏମଭି ଓସେନ୍ ଓ୍ବିନରର ୨ ଜଣ ଉଦ୍ଧାର ନାବିକ ଗୁରୁବାର…

ଜଗମୋହନ ମୀନାଙ୍କ ଇସ୍ତଫା ପତ୍ର ଗ୍ରହଣ କଲେ ରାଜ୍ୟ ସରକାର: ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପଠାଇଲେ…

ଭୁବନେଶ୍ୱର,୨୭।୮: ଭୁବନେଶ୍ବର ଡିସିପି ଜଗମୋହନ ମୀନାଙ୍କ ଇସ୍ତଫା ଗୃହୀତ ହୋଇଛି। ୩୭ ବର୍ଷୀୟ ଜଗମୋହନଙ୍କ ଇସ୍ତଫାପତ୍ରକୁ ଗ୍ରହଣ କରି ସ୍ବରାଷ୍ଟ୍ର ମନ୍ତ୍ରଣାଳୟକୁ ପଠାଇଛନ୍ତି ରାଜ୍ୟ ସରକାର। ସୂଚନାଯୋଗ୍ୟ,…

ବଙ୍ଗୋପସାଗରରେ ଆସୁଛି ଆଉ ଏକ ଲଘୁଚାପ: ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୭।୮: ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ ଆସୁଛି। ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ପାର୍ଶବର୍ତ୍ତୀ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରେ ସକ୍ରିୟ ଥିବା ଜଣାପଡ଼ିଛି। ଏହାର ପ୍ରଭାବରେ…

ପୁଣି ବନ୍ଦ ହେଲା ୪ ସ୍ଲୁଇସ ଗେଟ: ହୀରାକୁଦ ଜଳଭଣ୍ଡାରରେ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ

ସମ୍ବଲପୁର,୨୭।୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ କ୍ରମଶଃ ହ୍ରାସ ପାଇବାରେ ଲାଗିଛି। ଫଳରେ ଗୁରବାର ୍ଯଯଯାହ୍ନରେ ପୁଣି ୪ଟି ସ୍ଲୁଇସ ଗେଟକୁ ବନ୍ଦ କରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri