ରାଜ୍ୟ

ଓଏଚ୍‌ଆର୍‌ସି ଅଧ୍ୟକ୍ଷ ଦାୟିତ୍ୱ ନେଲେ ଜଷ୍ଟିସ ବିଜୟ ପଟେଲ

ଭୁବନେଶ୍ୱର, ୨।୧୨(ବ୍ୟୁରୋ): ଜଷ୍ଟିସ ବିଜୟ କ୍ରିଷ୍ଣ ପଟେଲ ମଙ୍ଗଳବାର ଓଡ଼ିଶା ମାନବ ଅଧିକାର ଆୟୋଗ (ଓଏଚ୍‌ଆରସି)ର ଅଧ୍ୟକ୍ଷ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଗଠିତ ଏକ କମିଟି ରାଜ୍ୟପାଳ ଗଣେଶୀ ଲାଲଙ୍କ ନିକଟରେ ଜଷ୍ଟିସ୍‌ ପଟେଲଙ୍କ…

ଓଏମ୍‌ସି ଗ୍ରାହକ ପରିଚାଳନା ସେବା ଶୁଭାରମ୍ଭ

ଭୁବନେଶ୍ୱର,୨ା୧୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ଭିଡିଓ କନଫରେନ୍ସ ଜରିଆରେ ୫-ଟି କାର୍ଯ୍ୟକ୍ରମ ଅନ୍ତର୍ଗତ ଓଡ଼ିଶା ଖଣି ନିଗମ(ଓଏମ୍‌ସି)ର ଗ୍ରାହକ ସମନ୍ବିତ ପରିଚାଳନା ସେବା(ସିଆଇଏମ୍‌ଏସ୍‌) ଏବଂ ଷ୍ଟକ୍‌ୟାର୍ଡ ପରିଚାଳନା ବ୍ୟବସ୍ଥା(ଏସ୍‌ଏମ୍‌ଏସ୍‌)ର ଶୁଭାରମ୍ଭ କରିଛନ୍ତି। ବର୍ତ୍ତମାନ ଓଏମ୍‌ସି ଦେଶର ଦ୍ରୁତ ଅଭିବୃଦ୍ଧି ସାଧାରଣ…

ଶୁଭଶ୍ରୀ ‘ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା’

ଭୁବନେଶ୍ୱର, ୨ା୧୨(ବ୍ୟୁରୋ): ୨୦୨୦ ବର୍ଷ ପାଇଁ ‘ଫେମିନା ମିସ୍‌ ଇଣ୍ଡିଆ ଓଡ଼ିଶା’ ଟାଇଟଲ୍‌ ଜିତିଛନ୍ତି ବଲାଙ୍ଗୀରର ଶୁଭଶ୍ରୀ ରାୟଗୁରୁ। କୋଭିଡ୍‌ ସଂକ୍ରମଣ ଲାଗି ଚଳିତବର୍ଷ ଭିଡିିଓ କନ୍‌ଫରେନ୍ସ ମାଧ୍ୟମରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିରେ ଦେଶର ଶ୍ରେଷ୍ଠ ୩୧ ଜଣ…

ନାବାଳିକାଙ୍କୁ ବଳାତ୍କାର ପରେ ବିଷ ଘଟଣାରେ ୨ ଅଟକ

ସଜନାଗଡ଼, ୨ା୧୨(ଡି.ଏନ.ଏ.): ବାଲେଶ୍ୱର ଜିଲା ନୀଳଗିରି ଅଞ୍ଚଳରେ ଥିବା ଏକ ଇଟାଭାଟିରେ ଜଣେ ନାବାଳିକାଙ୍କୁ ବଳାତ୍କାର ପରେ ବିଷ ପିଆଇ ଦିଆଯାଇଥିଲା। ପରେ ମେଡିକାଲରେ ବିଷକ୍ରିୟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏନେଇ ତାଙ୍କ ଦାଦା ନୀଳଗିରି ଥାନାରେ ଏତଲା ଦେଇଥିଲେ। ଏତଲାକୁ…

ପୁଣି ନାଗାର୍ଜୁନ ବେଶ ସାମଗ୍ରୀ ଗାଏବ

ପୁରୀ ଅଫିସ,୨ା୧୨: ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶର ଚନ୍ଦ୍ର, ସୂର୍ଯ୍ୟ ଗାଏବ ଘଟଣା ପରେ ସୋମବାର ଜଣେ ସେବାୟତ କିଛି ବେଶ ସାମଗ୍ରୀ ନେଉଥିବା ଜଣାପଡ଼ିଥିଲା। ବାଘଛାଲ ଓ ଦୁଇଟି ଓଳମାଳ ଗାଏବ ହେବା ନେଇ ଆଲୋଚନା ଚାଲିଥିବାବେଳେ ମଙ୍ଗଳବାର କଦମ୍ବ…

ଗ୍ରାମାଞ୍ଚଳରେ ଦୁର୍ନୀତିର ଚିତ୍ର: ମାସେ ବି ତିଷ୍ଠିଲାନି

ଯାଜପୁର ଅଫିସ/ ଭୁବନେଶ୍ୱର,୨ା୧୨(ବ୍ୟୁରୋ): ରାଜ୍ୟର ଗ୍ରାମାଞ୍ଚଳ ଲୋକଙ୍କୁ ସହଜରେ ପାନୀୟ ଜଳ ଯୋଗାଇଦେବା ଲକ୍ଷ୍ୟରେ ବିଭିନ୍ନ ସ୍ଥାନରେ ହ୍ୟାଣ୍ଡପମ୍ପ ଟ୍ୟୁବ୍‌ୱେଲ୍‌ରେ ସୌରଚାଳିତ ପମ୍ପ ସଂଯୋଗ କରାଯାଇଛି। ଏଥିପାଇଁ ଗୋଟିଏ ପ୍ରକଳ୍ପ ପିଛା ୨.୮ ଲକ୍ଷରୁ ୪.୫୭ ଲକ୍ଷ ଟଙ୍କା ଯାଏ ଖର୍ଚ୍ଚ…

ଖୋଲିବାକୁ ମନା ସତ୍ତ୍ୱେ ଚାଲିଥିଲା ସ୍କୁଲ, ରାଜଧାନୀର ଏହି ସରସ୍ବତୀ ବିଦ୍ୟା ମନ୍ଦିରକୁ ସିଲ୍‌ କଲା ବିଏମ୍‌ସି

ଭୁବନେଶ୍ୱର,୧।୧୨(ବ୍ୟୁରୋ): ରାଜଧାନୀର ଚିନ୍ତାମଣୀସ୍ବର ଲେନ୍‌-୬ ଅଞ୍ଚଳରେ ଥିବା ଏକ ସ୍କୁଲ କୋଭିଡ ଗାଇଡଲାଇନ୍‌ ଉଲ୍ଲଂଘନ କରିଆସୁଥିଲା। ଏହାକୁ ନେଇ ସାଇ ସରସ୍ବତୀ ବିଦ୍ୟା ମନ୍ଦିରକୁ ମଙ୍ଗଳବାର ବିଏମ୍‌ସି ସିଲ୍‌ କରିଛି। ସରକାରଙ୍କ ଗାଇଡଲାଇନ୍‌ ଅନୁଯାୟୀ ଏବେ ସ୍କୁଲ ତଥା ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନକୁ…

ପୂର୍ବ ଶତ୍ରୁତାକୁ ନେଇ ଘର ଉପରକୁ କରିଥିଲେ ଗୁଳିମାଡ଼: ୫ ଅଭିଯୁକ୍ତଙ୍କୁ ବାନ୍ଧିଲା ପୁରୁଷୋତ୍ତମପୁର ପୋଲିସ

ପୁରୁଷୋତ୍ତମପୁର, ୧।୧୨(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଚିଙ୍ଗୁଡିଘାଇ ଗ୍ରାମରେ ପୂର୍ବ ଶତ୍ରୁତାକୁ ନେଇ ଗୁଳିକାଣ୍ଡ ଘଟଣା ଘଟିଛି। ଏଥିରେ କେହି ଆହାତ ହୋଇ ନ ଥିଲେ ହେଁ ପୋଲିସ ଘଟଣସ୍ଥଳରୁ ଫୁଟିଥିବା ଗୁଳିର ଦୁଇଟି ଖୋକା ସହ ଗୋଟିଏ…

ନୟାଗଡ଼ରେ ଅରୁଣ ବୋଥ୍ରା

ନୟାଗଡ଼ ଅଫିସ,୧।୧୨: ପରୀ ମୃତ୍ୟୁ ଘଟଣାର ତଦନ୍ତ ପାଇଁ ଏସ୍‌ଆଇଟି ମୁଖ୍ୟ ଅରୁଣ ବୋଥ୍ରା ମଙ୍ଗଳବାର ନୟାଗଡ଼ରେ ପହଞ୍ଚିଛନ୍ତି। ନୟାଗଡ଼ ସର୍କିଟ ହାଉସ୍‌ରେ ପୂର୍ବରୁ ୪ଜଣିଆ ଟିମ୍‌ ଉପସ୍ଥିତ ଥିଲେ। ଏହାପରେ ବୋଥ୍ରାଙ୍କ ଟିମ୍‌ ପରିର ଗାଁ ଯଦୁପୁର ଯାଇ ମା’ବାପାଙ୍କୁ…

ଅଭୟକାନ୍ତଙ୍କ ଡ୍ରାଇଭରଙ୍କୁ ଭିଜିଲାନ୍ସ ଜେରା

ଭୁବନେଶ୍ୱର, ୧।୧୨(ବ୍ୟୁରୋ): ବଢ଼ିଲା ଅତିରିକ୍ତ ପିସିସିଏଫ ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କ ଅଡୁଆ । ତାଙ୍କ ସମ୍ପତ୍ତି ନେଇ ଏସଆଇଟି ଖୋଲତାଡ ଜାରିରଖିଛି । ଏହି ମାମଲାରେ ମଙଙ୍ଗଳବାର ଅଭୟ କାନ୍ତଙ୍କ ଡ୍ରାଇଭରଙ୍କୁ ଭିଜିଲାନ୍ସ ଜେରା କରିଛି…

ରାଜ୍ୟରେ ୪୦୦ ତଳକୁ ଖସିଲା କରୋନା ପଜିଟିଭ୍‌ ସଂଖ୍ୟା , ୫ ମୃତ

ଭୁବନେଶ୍ୱର,୧।୧୨(ବ୍ୟୁରୋ): ରାଜ୍ୟରେ କିଛିଦିନ ହେବ ଲଗାତାର କରୋନା ପଜିଟିଭ୍‌ ସଂଖ୍ୟା କମିବାର ଲାଗିଛି। ମଙ୍ଗଳବାର ରାଜ୍ୟରେ ୩୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୫ଜଣଙ୍କ ମୃତ୍ୟୁ ଘଟିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୨୧୯ କ୍ୱାରାଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ ୧୫୯ ଜଣ ଲୋକାଲ…

ସାଇନାଥକୁ କଳା ତାଲିକାଭୁକ୍ତ କଲା ବିଏମ୍‌ସି

ଭୁବନେଶ୍ୱର,୧।୧୨(ବ୍ୟୁରୋ): ଲୋକଙ୍କ ପାଇଖାନା ଟାଙ୍କିରୁ ସଂଗୃହୀତ ମଳକୁ ଡ୍ରେନ୍‌ରେ ଛାଡ଼ିବା ଶେଷରେ ମହଙ୍ଗା ପଡିଛି। ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ସେସ୍‌ପୁଲ୍‌ ଅପରେଟିଂ ଏଜେନ୍ସି ସାଇନାଥ ଫାବ୍ରିକ କେୟାର ପ୍ରାଇଭେଟ୍‌ ଲିମିଟେଡ୍‌କୁ କଳା ତାଲିକାଭୁକ୍ତ କରିବା ସହ ଏହାର ନିର୍ଦ୍ଦେଶକଙ୍କ ନାମରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri