ବିନା ଅନୁମତିରେ ସଦର ମହକୁମା ଛାଡ଼ିପାରିବେନି ଅଧିକାରୀ

ଭୁବନେଶ୍ୱର,୧୩।୪(ବ୍ୟୁରୋ): ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜଳ ସମସ୍ୟା ଥିବା ଅଞ୍ଚଳଗୁଡ଼ିକରେ ପାନୀୟଜଳ ଯୋଗାଣ ବ୍ୟବସ୍ଥା ସମ୍ପର୍କରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସମୀକ୍ଷା କରିଛନ୍ତି। ପାନୀୟଜଳ ପାଇଁ ଲୋକମାନେ ଯେପରି ଅସୁବିଧାର ସମ୍ମୁଖୀନ ନ ହୁଅନ୍ତି ସେନେଇ ବିଭାଗ ସଜାଗ ରହିଛି। ଦାୟିତ୍ୱରେ ଥିବା ଅଧିକରୀମାନେ ବିନା ଅନୁମତିରେ ସଦର ମହକୁମା ଛାଡ଼ିପାରିବେ ନାହିଁ ବୋଲି ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଜେନା ସୂଚନା ଦେଇଛନ୍ତି।
ଏହି ଅବସରରେ ମନ୍ତ୍ରୀ ଜେନା କହିଛନ୍ତି, ରାଜ୍ୟର ଗ୍ରାମାଞ୍ଚଳରେ ଯେଉଁଠି ନଳକୂପ ସମ୍ପୂର୍ଣ୍ଣ ଅଚଳ ହୋଇପଡିଥିବ ସେହିସବୁ ସ୍ଥାନରେ ନୂତନ ନଳକୂପ ସ୍ଥାପନ ନିମନ୍ତେ ନିଷ୍ପତ୍ତି ହୋଇଛି। ଏନେଇ ଜିଲାପାଳଙ୍କୁ କ୍ଷମତା ପ୍ରଦାନ କରାଯାଇଛି। ଜଳକ୍ଳିଷ୍ଟ, ନୂତନ ଭାବେ ଗଢ଼ି ଉଠିଥିବା ପଡ଼ାଗ୍ରାମ ଓ ୭୦ରୁ ଅଧିକ ଜନସଂଖ୍ୟା ପାଇଁ ଏକ ନୂତନ ନଳକୂପ ସ୍ଥାପନ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ସୌରଚାଳିତ ନଳକୂପଗୁଡିକୁ ୧୫ଦିନ ମଧ୍ୟରେ ମରାମତି କରି କାର୍ଯ୍ୟକ୍ଷମ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ପ୍ରତି ପଞ୍ଚାୟତ, ବ୍ଲକ, ଜିଲାପାଳଙ୍କ କାର୍ଯ୍ୟାଳୟ, ସମସ୍ତ ଗ୍ରାମ୍ୟ ଜଳ ଯୋଗାଣ ଓ ପରିମଳ କାର୍ଯ୍ୟାଳୟରେ ମରାମତି, ରକ୍ଷଣାବେକ୍ଷଣ ଓ ତଦାରଖ ପାଇଁ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ଆହୁରି ମଧ୍ୟ ପ୍ରତି ଶନିବାର ବ୍ଲକ୍‌ସ୍ତରରେ ଓ ମଙ୍ଗଳବାର ଜିଲାସ୍ତରରେ ସମୀକ୍ଷା କରାଯାଇ ପରିସ୍ଥିତିର ମୁକାବିଲା ପାଇଁ କୁହାଯାଇଛି। ଗ୍ରାମାଞ୍ଚଳରେ ଜଳ ଯୋଗାଣ ସମସ୍ୟା ଜନିତ ଅଭିଯୋଗ ପାଇଁ ଦେୟମୁକ୍ତ ୧୯୧୬ ନମ୍ବରରେ ଅଭିଯୋଗ କରିପାରିବେ। ରାଜ୍ୟର ୧୧୪ଟି ସହରାଞ୍ଚଳ ମଧ୍ୟରୁ ବର୍ତ୍ତମାନ ସୁଦ୍ଧା ୯୪ଟି ସହରାଞ୍ଚଳରେ ୬୫୦ଟି ଜଳକ୍ଳିଷ୍ଟ ସ୍ଥାନକୁ ଚିହ୍ନଟ କରାଯାଇଛି। ମୋଟ ୧୨ଲକ୍ଷ ୧୭ ହଜାର ଗୃହ ମଧ୍ୟରୁ ୮,୩୦,୦୦୦ ଗୃହକୁ ପାନୀୟ ଜଳ ସଂଯୋଗ କରାଯାଇଛି। ସହରାଞ୍ଚଳରେ ଥିବା ୩୬୯୩୨ଟି ନଳକୂପକୁ କାର୍ଯ୍ୟକ୍ଷମ ରଖାଯାଇଛି। ଆବଶ୍ୟକ ସ୍ଥଳେ ଜରୁରୀ ମରାମତି କରାଯାଇ ଜଳ ଯୋଗାଣ ଅବ୍ୟାହତ ରଖିବାକୁ ୧୬୧ ଗୋଟି ଭ୍ରାମ୍ୟମାଣ ଦଳ ନିୟୋଜିତ ହୋଇଛନ୍ତି। ୧୫୬ଟି ନିୟନ୍ତ୍ରଣ କକ୍ଷ ଓ ମୋ ସରକାର କେନ୍ଦ୍ର ସ୍ଥାପନ କରାଯାଇ ପାନୀୟଜଳ ସମ୍ପର୍କିିତ ଅଭିଯୋଗ ଗ୍ରହଣ ଓ ୨୪ ଘଣ୍ଟା ମଧ୍ୟରେ ସମାଧାନ ବ୍ୟବସ୍ଥା କରାଯାଇଛି। ଯୋଗାଇ ଦିଆଯାଉଥିବା ପାଣିର ଗୁଣବତ୍ତା ନିୟମିତ ଭାବେ ପରୀକ୍ଷା କରାଯାଉଛି। ୨୬ ସହର ପାଇଁ ବିଭିନ୍ନ ନଦୀରେ ୩୦ କ୍ରସ୍‌ବନ୍ଧ ନିର୍ମାଣ କରାଯାଇ ଗ୍ରୀଷ୍ମ ସମୟରେ ଜଳ ଯୋଗାଣକୁ ସୁନିଶ୍ଚିତ କରିବା ପାଇଁ ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ସହରାଞ୍ଚଳରେ ପାନୀୟ ସମ୍ପର୍କିତ ସମସ୍ୟା ବା ଅଭିଯୋଗ ନିମନ୍ତେ ୧୫୫୩୫୯ ଏବଂ ୧୮୦୦୩୪୫୬୭୮୪୩ ୨ଟି ଦେୟମୁକ୍ତ ଟେଲିଫୋନ ନମ୍ବର ରହିଛି। ଗ୍ରୀଷ୍ମ ପ୍ରବାହ ସମୟରେ ଜଳଯୋଗାଣ କାର୍ଯ୍ୟରେ କୌଣସି ପ୍ରକାର ଅବହେଳାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ମନ୍ତ୍ରୀ ସତର୍କ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଶନିଙ୍କ ନକ୍ଷତ୍ରରେ ମଙ୍ଗଳ ଗୋଚର: ୪ ରାଶିଙ୍କୁ ବଡ଼ ଡିଲ୍‌ ଅଫର୍‌, ଧନଲାଭ ଯୋଗ

ପୁଷ୍ୟା ନକ୍ଷତ୍ର ହେଉଛି ଶନିଦେବଙ୍କ ନକ୍ଷତ୍ର। ଶନିଙ୍କ ନକ୍ଷତ୍ରରେ ମଙ୍ଗଳଙ୍କ ପ୍ରବେଶ ବିଭିନ୍ନ ରାଶିର ଲୋକଙ୍କ ଜୀବନ ଉପରେ ପ୍ରଭାବ ପକାଇବ। ସୂଚନାଯୋଗ୍ୟ ଯେ, ମଙ୍ଗଳଙ୍କ ଏହି…

ଗୁରୁଦିବସରେ ଶିକ୍ଷା,ଶିକ୍ଷକ ଓ ଶିକ୍ଷାୟତନ

ଦିଗପହଣ୍ଡି,୫|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକ ସ୍ଥିତ ନନ୍ଦିଘୋଷ କଲ୍ୟାଣ ମଣ୍ଡପ ସଭାଗୃହରେ ସ୍ଥାନୀୟ ଗଣ ଅଧିକାର ଓ ଆଇନ ସୁରକ୍ଷା ମଞ୍ଚ…

ନେପାଳ ମାଗିବ ‘Climate Justice’: ବନ୍ୟା କ୍ଷୟକ୍ଷତି ପରେ UN ଯିବେ ପ୍ରଧାନମନ୍ତ୍ରୀ ବାଲେନ ଶାହ

କାଠମାଣ୍ଡୁ,୫।୯: ନେପାଳର ପ୍ରଧାନମନ୍ତ୍ରୀ ବାଲେନ ଶାହ ଚଳିତ ମାସ ଶେଷ ଭାଗରେ ମିଳିତ ଜାତିସଂଘ ସାଧାରଣ ପରିଷଦ (UNGA)ର 81ତମ ଅଧିବେଶନରେ ଉଦବୋଧନ ଦେବା ପାଇଁ ଆମେରିକା…

‘ଝିଅଙ୍କୁ ସ୍କର୍ଟ ପିନ୍ଧାଇ ସ୍କୁଲ ଛାଡନ୍ତୁନି’… ସ୍ୱାସ୍ଥ୍ୟମନ୍ତ୍ରୀ ଦେଲେ ଏମିତି ବୟାନ, ହେଉଛି ଚର୍ଚ୍ଚା

କୋଲକାତା,୫।୯: ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ଶରଦ୍ୱତ ମୁଖାର୍ଜୀ ରାଜ୍ୟର ସମସ୍ତ ସ୍କୁଲକୁ ପରାମର୍ଶ ଦେଇଛନ୍ତି ଯେ, ଡେଙ୍ଗୁ ଋତୁରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ହାତ-ଗୋଡ଼ ସମ୍ପୂର୍ଣ୍ଣ ଘୋଡ଼ାଇ ହୋଇ…

ବଞ୍ଜାରା ଗ୍ୟାଙ୍ଗର ୫ ମହିଳାଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୫।୯: ନୟାପଲ୍ଲୀ ପୋଲିସ ଶନିବାର ବଞ୍ଜାରା ଲୁଟେରା ଗ୍ୟାଙ୍ଗର ୫ଜଣ ମହିଳାଙ୍କୁ ଧରିବାରେ ସକ୍ଷମ ହୋଇଛି। ଗରଫ ସମସ୍ତ ମହିଳା ମହାରାଷ୍ଟ୍ରର ବୋଲି ସୂଚନା ମିଳିଛି। ପୋଲିସ…

୫ ଦିନ ହେଲା ‘ଆଜି ନୁହେଁ, କାଲି ଦେବୁ’ କହି ଭଣ୍ଡାଉଛନ୍ତି ଗ୍ୟାସ ବିତରକ: ସିଲିଣ୍ଡର ରଖି ଗ୍ରାହକଙ୍କ ରାସ୍ତାରୋକ

ରାଜନଗର, ୫।୯(ଭାସ୍କର ରାଉତରାୟ): ଦୀର୍ଘଦିନ ଧରି ରାଜନଗର ଅଞ୍ଚଳରେ ଗ୍ୟାସ ଯୋଗାଣକୁ ନେଇ ଗ୍ରାହକମାନେ ନାନା ସମସ୍ୟାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି। ଗ୍ୟାସ ବିତରକମାନେ ବିଭିନ୍ନ…

ପରିବର୍ତ୍ତନ ହେବ କି RCBର ନାମ? ମୁହଁ ଖୋଲିଲେ ଚେୟାରମ୍ୟାନ ଆର୍ଯ୍ୟମାନ ବିର୍ଲା

ନୂଆଦିଲ୍ଲୀ,୫।୯: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB) IPL 2026 ଟାଇଟଲ ଜିତିଲା। ଏହା ଦଳର ଲଗାତାର ଦ୍ୱିତୀୟ ଟ୍ରଫି। ପୂର୍ବ ସିଜିନ ଆରମ୍ଭ ହେବା ପୂର୍ବରୁ ଫ୍ରାଞ୍ଚାଇଜର…

ନେପାଳ ବନ୍ୟା: ୧୧ ଦିନ ପରେ ଚମତ୍କାର: ପଙ୍କ କାଦୁଅ ଭିତରୁ ଜୀବିତ ଉଦ୍ଧାର ହେଲେ ମହିଳା

କାଠମାଣ୍ଡୁ,୫।୯: ନେପାଳର ନୂଆକୋଟ ଜିଲାର ବେତ୍ରାବତୀ ଅଞ୍ଚଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ସମୟରେ ଏକ ଉଲ୍ଲେଖନୀୟ ଘଟଣା ସାମ୍ନାକୁ ଆସିଛି। ତ୍ରିଶୂଳୀ ନଦୀ ଅଞ୍ଚଳରେ ପ୍ରବଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri