ସଂସ୍କୃତି ବିଭାଗକୁ ଅଣଦେଖା

ଢେଙ୍କାନାଳ ଅଫିସ,୧୩ା୪ ଐତିହ୍ୟ, କଳା, ସ୍ଥାପତ୍ୟ, ସଂସ୍କୃତି ପାଇଁ ଢେଙ୍କାନାଳ ଜିଲା ରାଜ୍ୟ ଓ ଜାତୀୟସ୍ତରରେ ବେଶ୍‌ ପରିଚିତ। କିନ୍ତୁ ଗତ ୬ବର୍ଷ ହେଲା ଜିଲା ସଂସ୍କୃତି ବିଭାଗକୁ ଅଣଦେଖା କରି ରଖାଯାଇଛି। ଫଳରେ ଜିଲା ସଂସ୍କୃତି ପରିଷଦ ଗଠନ ହୋଇପାରୁ ନ ଥିବାରୁ ଢେଙ୍କାନାଳ ମହୋତ୍ସବ ଭଳି ସାଂସ୍କୃତିକ ଉତ୍ସବର ଆୟୋଜନ ହୋଇପାରୁନାହିଁ। ଦେଢବର୍ଷ ହେବ କରୋନା ସଂକ୍ରମଣ ଏ କ୍ଷେତ୍ରରେ ଆଉ ଏକ ପ୍ରତିବନ୍ଧକ ସାଜିଛି।
ସଂସ୍କୃତି ପରିଷଦ ଗଠନ ନ ହେବାରୁ ଜିଲାର ସାଂସ୍କୃତିକ ବିକାଶ ପାଇଁ କେଉଁ ସୂତ୍ରରୁ କେତେ ଅର୍ଥ ଅନୁଦାନ ମିଳିଲା ଏବଂ ତାହା କିପରି ଭାବରେ ବ୍ୟୟ ହେଲା ତାହା ସାଧାରଣ ନାଗରିକଙ୍କ ପକ୍ଷେ ଜାଣିବା ମଧ୍ୟ ସମ୍ଭବପର ହେଉନାହିଁ। ସେହିପରି ପରିଷଦର କୌଣସି ବୈଠକ ଅନୁଷ୍ଠିତ ହେଉନାହିଁ। ଏହାକୁ ନେଇ ଢେଙ୍କାନାଳ ଜିଲାର ବିଭିନ୍ନ ସାହିତ୍ୟ ଓ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ଜିଲାର ବିଭିନ୍ନ ସାଂସ୍କୃତିକ ଅନୁଷ୍ଠାନ କର୍ମକର୍ତ୍ତାମାନେ ତୁରନ୍ତ ସଂସ୍କୃତି ପରିଷଦ ଗଠନ ପାଇଁ ସୋମବାର ଜିଲାପାଳଙ୍କୁ ଭେଟି ଏକ ଦାବିପତ୍ର ପ୍ରଦାନ କରିଛନ୍ତି। ପ୍ରତ୍ୟେକ ଜିଲାରେ ଜିଲା ସଂସ୍କୃତି ବିଭାଗ ଆନୁକୂଲ୍ୟରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ ପାଇଁ ଜିଲା ସଂସ୍କୃତି ପରିଷଦ ରହିଛି। ଜିଲା ସଂସ୍କୃତି ପରିଷଦର କାର୍ଯ୍ୟକାଳ ୩ବର୍ଷ। ପ୍ରତି ୩ ମାସରେ ଥରେ ପରିଷଦ ବୈଠକ ବସିବା କଥା। କିନ୍ତୁ ୨୦୧୬ ମସିହାରୁ ଗୋଟିଏ ବି ବୈଠକ ବସିନାହିଁଁ। ଜିଲାପାଳ ସଂସ୍କୃତି ପରିଷଦ ଅଧ୍ୟକ୍ଷ ଥିବାବେଳେ ଅତିରିକ୍ତ ଜିଲାପାଳ ଏହାର ଉପାଧ୍ୟକ୍ଷ। କିନ୍ତୁ ଢେଙ୍କାନାଳ ଭଳି ସଂସ୍କୃତି ସମ୍ପନ୍ନ ଜିଲାରେ ଏଥିରେ ବ୍ୟତିକ୍ରମ କେଉଁ ସ୍ବାର୍ଥରେ ବୋଲି ସାଧାରଣରେ ଆଲୋଚନାର ବିଷୟ ହୋଇଛି। ଢେଙ୍କାନାଳ ମହୋତ୍ସବ କୋରାପୁଟ ଜିଲାର ପରବ, ନବରଙ୍ଗପୁର ଜିଲାର ମଣ୍ଡେଇ ମହୋତ୍ସବ ଭଳି ବହୁ ପୁରୁଣା। ଢେଙ୍କାନାଳ ମହୋତ୍ସବରେ ରାଜ୍ୟର ବିଭିନ୍ନ ସଂସ୍କୃତି ସମ୍ପନ୍ନ ଜିଲାର କଳାକାରମାନେ ଲୋକନୃତ୍ୟ ପରିବେଷଣ କରିଥାନ୍ତି। କୋରାପୁଟ, କଳାହାଣ୍ଡି, ମାଲକାନଗିରି, ନବରଙ୍ଗପୁର, ବରଗଡ, ସମ୍ବଲପୁର, ପୁରୀ ସମେତ ଢେଙ୍କାନାଳ ଜିଲାର ପ୍ରସିଦ୍ଧ ଲୋକନୃତ୍ୟ ପରିବେଷଣ ଦର୍ଶକମାନଙ୍କୁ ବେଶ୍‌ ଆକର୍ଷିତ କରିଥାଏ। କିନ୍ତୁ ସଂସ୍କୃତି ପରିଷଦ ଗଠନ ନ ହେବା ଯୋଗୁ ଢେଙ୍କାନାଳ ମହୋତ୍ସବ ହୋଇପାରୁ ନାହିଁ। ଜଣେ ଅଧିକାରୀ ଓ ଦୁଇଜଣ କର୍ମଚାରୀଙ୍କୁ ନେଇ ସଂସ୍କୃତି ବିଭାଗ ଚାଲିଥିବାରୁ କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ମଧ୍ୟ ହୋଇପାରୁ ନାହିଁ। ତେଣୁ ଜିଲା ସଂସ୍କୃତି ପରିଷଦ ତୁରନ୍ତ ଗଠନ ପାଇଁ ବିଭିନ୍ନ ସାଂସ୍କୃତିକ ସଙ୍ଗଠନ ପକ୍ଷରୁ ଜିଲାପାଳଙ୍କ ନିକଟରେ ଦାବି କରାଯାଇଛି। ଏ ସଂକ୍ରାନ୍ତରେ ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା କୁହନ୍ତି, କରୋନା ସ୍ଥିତି ସୁଧୁରିବା ପରେ ଜିଲା ସଂସ୍କୃତି ପରିଷଦର ପୁନର୍ଗଠନ ପାଇଁ ପଦକ୍ଷେପ ନିଆଯିବ।

ଅନିୟମିତତା ସହ ସମାନ
୬ବର୍ଷ ହେଲା ସଂସ୍କୃତି ପରିଷଦ ନ ଥାଇ ସଂସ୍କୃତି ବିଭାଗରେ ଅନୁଦାନ କିଭଳି ଖର୍ଚ୍ଚ ହେଉଛି, ତାହା ଜଣାପଡୁନି। ଏହା ଅନିୟମିତତା ସହିତ ସମାନ। ଢେଙ୍କାନାଳ ମହୋତ୍ସବ ଭଳି ରାଜ୍ୟର ଏକ ପ୍ରସିଦ୍ଧ ସାଂସ୍କୃତିକ ମହୋତ୍ସବ ବନ୍ଦ ରହିଛି। ଜିଲାର ଲୋକ ପ୍ରତିନିଧି ଓ ଜିଲାପାଳ ଦୃଷ୍ଟି ନ ଦେବା ଦୁର୍ଭାଗ୍ୟଜନକ।
-କୃଷ୍ଣ କୁମାର ମିଶ୍ର, ସଭାପତି, ନଟରାଜ ସଙ୍ଗୀତ ମହାବିଦ୍ୟାଳୟ

ପୂର୍ବ ଗୌରବ ବଜାୟ ରଖାଯାଉ
କରୋନା କଟକଣା ପାଇଁ ନୁହେଁ, ସଂସ୍କୃତି ପରିଷଦ ଗଠନ ନ ହେବା ଯୋଗୁ ଦୀର୍ଘବର୍ଷ ହେଲା ଜିଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରୁନାହିଁ। ସଂସ୍କୃତି ପରିଷଦ ଜିଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ କରିବା କଥା। ତେଣୁ ଏହାକୁ ପୁନର୍ଗଠନ କରି ଢେଙ୍କାନାଳର ପୂର୍ବ ଗୌରବକୁ ବଜାୟ ରଖାଯାଉ।
-ଶତ୍ରୁଘ୍ନ ମାଟି, ସଦସ୍ୟ, କଳା ପରିଷଦ
ପ୍ରତିଭାଙ୍କୁ ସମ୍ମାନ ଦିଆଯାଇପାରୁନି
ଢେଙ୍କାନାଳ ମହୋତ୍ସବର ଗରିମା ରହିଛି। ବିଭିନ୍ନ କ୍ଷେତ୍ରରେ କୃତିତ୍ୱ ଅର୍ଜନ କରିଥିବା ପ୍ରତିଭାମାନଙ୍କୁ ଏଥିରେ ରାଜ୍ୟସ୍ତରୀୟ କପିଳାସ ସମ୍ମାନ ପ୍ରଦାନ କରାଯାଇଥାଏ। କିନ୍ତୁ ୬ବର୍ଷ ହେବ ଢେଙ୍କାନାଳ ଜିଲା ସଂସ୍କୃତି ପରିଷଦକୁ ଅଣଦେଖା କରାଯାଉଛି। ଏହାର କାରଣ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
-ପରେଶ ଚନ୍ଦ୍ର ପଟ୍ଟନାୟକ, ସମ୍ପାଦକ, ଶିଳ୍ପୀ, କବିଭୂଷଣ ସ୍ମୃତି ସଂସଦ
ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇପାରୁନି
ଜିଲା ସଂସ୍କୃତି ପରିଷଦ ଗଠନ ନ ହେବା ଦୁଃଖର ବିଷୟ। ଏହାଦ୍ୱାରା ସାହିତ୍ୟ ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରୁ ନାହିଁ। ତୁରନ୍ତ ଏ ନେଇ କିପରି ପଦକ୍ଷେପ ନିଆଯାଇପାରିବ ସେ ଦିଗରେ ଜିଲାପାଳ ପଦକ୍ଷେପ ନେଲେ ଢେଙ୍କାନାଳ ଜିଲାବାସୀ ଉପକୃତ ହୋଇପାରିବେ।
-କବି ମନୋରଞ୍ଜନ ନନ୍ଦ, ପୂର୍ବତନ ଜିଲା ସାହିତ୍ୟ ଏକାଡେମୀ ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?