ପୂରଣ ହୋଇପାରିନି ଟିକା ଟାର୍ଗେଟ୍‌

ଅନୁଗୋଳ ଅଫିସ, ୧୩ା୪ ଅନୁଗୋଳ ଜିଲାରେ ଧିମେଇ ଚାଲିଛି କରୋନା ଟିକାକରଣ। କୋଭିଡ୍‌ ଯୋଦ୍ଧାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ଯାଏ, ପ୍ରତିଟି ବର୍ଗରେ ଟିକାଦାନ ପଛୁଆ ରହିଛି। ଏପରିକି ଜିଲାକୁ ଦିଆଯାଇଥିବା ସମସ୍ତ କୋଭିଶିଲ୍ଡ ଡୋଜ୍‌ ଏପ୍ରିଲ୍‌ ୧୧ ତାରିଖ ସୁଦ୍ଧା ଶେଷ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟାର୍ଗେଟ୍‌କୁ ମଧ୍ୟ ପୂରଣ କରାଯାଇପାରି ନାହିଁ। ଫଳରେ ଏଯାଏ ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ସରକାରଙ୍କୁ ରିପୋର୍ଟ ପଠାଯାଇ ନ ଥିବା ସୂଚନା ମିଳିଛି।
ସରକାରୀ ତଥ୍ୟ ଅନୁଯାୟୀ, ଏପ୍ରିଲ ୧୧ ତାରିଖ ସୁଦ୍ଧା ପ୍ରତି ଜିଲାର ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଶିଲ୍ଡ ଟିକା ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୁହାଯାଇଥିଲା। କିନ୍ତୁ ଅନୁଗୋଳ ଜିଲାରେ ଗତ ୧୧ ତାରିଖ ସୁଦ୍ଧା ୫ଶହ ଭାଏଲ ଶୀତଳଭଣ୍ଡାରରେ ମହଜୁଦ ରହିଥିଲା। ଏଥିରେ ୫ ହଜାର ଲୋକଙ୍କୁ ଟିକାକରଣ କରାଯାଇପାରିଥାନ୍ତା। ଟିକା ଅଭାବ ଯୋଗୁ ରାଜ୍ୟର କେତେକ ଜିଲାରେ ଟିକାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବା ବେଳେ ଅନୁଗୋଳ ଜିଲାକୁ ଆସିଥିବା ୧୦ ହଜାର ୩୩୬ ଭାଏଲ୍‌ ମଧ୍ୟରୁ ୫ଶହ ଭାଏଲ ବଳକା ରହିବା ଟିକାଦାନର ଧୀର ଗତିକୁ ଦର୍ଶାଉଛି। ଏହାଛଡ଼ା ଜିଲାର ୨ଲକ୍ଷ ୨୦ ହଜାରରୁ ଊର୍ଦ୍ଧ୍ୱ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ମାତ୍ର ୬୯ ହଜାର ୯୨୪ ଜଣଙ୍କୁ ଟିକା ଲଗାଯାଇଛି। ସେହିପରି ଜିଲାରେ ମୋଟ୍‌ ୧୩ ଲକ୍ଷ ୪୦ ହଜାର ଲୋକ ଥିବାବେଳେ ୪୫ ବର୍ଷରୁ ଊର୍ଦ୍ଧ୍ୱ ୧୧ ପ୍ରତିଶତ ଲୋକ ଟିକା ନେବେ ବୋଲି ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ହେଲେ ଜିଲାର ମୋଟ ୩୬ଟି କେନ୍ଦ୍ରରେ ଯେପରି ଗତିରେ ଟିକାଦାନ ଚାଲିଛି ତାହା କେବେ ପୂରଣ ହେବ ସେ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ କରୋନା ଯୋଦ୍ଧାଙ୍କ ମଧ୍ୟରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୯୮୯୩ ଜଣ, ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୪୪୨୫, ବଅଁରପାଳରେ ୫୮୭୪, ଛେଣ୍ଡିପଦାରେ ୯୦୧୦, ରାଜ କିଶୋରନଗରରେ ୪୬୩୧, ମାଧପୁରରେ ୭୦୩୩, କଣିହଁାରେ ୧୦,୬୨୧, ଖମାରରେ ୨୯୬୬, ଗୋଡ଼ିବନ୍ଧରେ ୬,୨୦୩, ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ୧୩୯୭, ତାଳଚେରରେ ୩୮୭୧, ଆଠମଲ୍ଲିକରେ ୧୯୩୮ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି। ସେହିପରି ଘରୋଇ ହସ୍ପିଟାଲ ସାମଲ କେୟାରରେ ୧୦୫୯ ଜଣ, ଜେଏସ୍‌ପିଏଲ ପ୍ରାଇଭେଟ୍‌ ଲିମିଟେଡରେ ୨୧୪, ସୁରେନ୍ଦ୍ର ହସ୍ପିଟାଲରେ ୨୪୨, ନାଲ୍‌କୋ ହସ୍ପିଟାଲରେ ୩୧୦, କ୍ରିଷ୍ଣା ହସ୍ପିଟାଲରେ ୨ ଓ କ୍ରିଷ୍ଣା କ୍ଲିନିକରେ ୧୯୦ ଜଣ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୫,୨୨୨, ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୬୭୧୧, ବଅଁରପାଳରେ ୯୩୧୪, ଛେଣ୍ଡିପଦାରେ ୧୧,୦୧୮, ରାଜ କିଶୋରନଗରରେ ୫୯୧୨, ମାଧପୁରରେ ୯୧୪୯, କଣିହଁାରେ ୧୨,୯୫୧, ଖମାରରେ ୪୪୭୨, ଗୋଡ଼ିବନ୍ଧରେ ୧୦,୩୮୪, ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ୧୪୬୩, ତାଳଚେରରେ ୪୧୯୨, ଆଠମଲ୍ଲିକରେ ୨୨୯୫ ଜଣଙ୍କୁ ଟିକା ଲଗାଯାଇଛି। ସାମଲ କେୟାର ହସ୍ପିଟାଲ୍‌ରେ ୧୦୫୯, ଜେଏସ୍‌ପିଏଲ ପ୍ରାଇଭେଟ୍‌ ଲିମିଟେଡ୍‌ରେ ୨୧୪, ସୁରେନ୍ଦ୍ର ହସ୍ପିଟାଲରେ ୨୪୨, ନାଲ୍‌କୋ ହସ୍ପିଟାଲରେ ୩୧୦, କ୍ରିଷ୍ଣା ହସ୍ପିଟାଲରେ ୧୦ ଓ କ୍ରିଷ୍ଣା କ୍ଲିନିକରେ ୧୯୧ ଜଣଙ୍କୁ ଗତ ୧୧ ତାରିଖ ସୁଦ୍ଧା ଟିକା ପ୍ରଦାନ କରାଯାଇଛି।
ଜିଲାରେ ବନ୍ଦ ହୋଇନି ଟିକାକରଣ
ଅନୁଗୋଳରେ କରୋନା ଟିକାଦାନ ପ୍ରକ୍ରିୟା ଜାରି ରହିଛି। ମିଳିଥିବା ଟିକା ଶେଷ ହୋଇ ନ ଥିବାରୁ ଏହା ଲୋକଙ୍କୁ ପ୍ରଦାନ କରାଯାଉଛି। କିନ୍ତୁ ତୁରନ୍ତ ଅଧିକ ଭାଏଲ ଜିଲାକୁ ଯୋଗାଇ ଦିଆ ନ ଗଲେ ୩୬ଟି ସେଣ୍ଟରରେ ଟିକାକରଣ କାର୍ଯ୍ୟ ବନ୍ଦ ହୋଇଯିବା ସମ୍ଭାବନା ରହିଛି।
-ଅଭୟ କୁମାର ଦାଶ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ
ପ୍ରଶାସନର ଅବହେଳା ଗ୍ରହଣୀୟ ନୁହେଁ
ରାଜ୍ୟର ବିଭିନ୍ନ ଜିଲାରେ ଟିକା ଅଭାବ ଦେଖାଦେଇଛି। ସେସବୁ ଜିଲାକୁ ଅଧିକ ଡୋଜ୍‌ ପଠାଯିବାକୁ ଦାବି ହେଉଛି। କିନ୍ତୁ ଅନୁଗୋଳ ଜିଲା ପ୍ରଶାସନ ମିଳିଥିବା ଟିକା ସାରିପାରି ନାହିଁ। ଲୋକେ ଆଗ୍ରହ ଦେଖାଉଥିବା ବେଳେ ପ୍ରଶାସନର ଅବହେଳା ଗ୍ରହଣୀୟ ନୁହେଁ।
-ମୀତାରାଣୀ ପ୍ରଧାନ, ଅନୁଗୋଳ
ଜିଲାବାସୀ ସଙ୍କଟରେ ପଡ଼ିବା ଆଶଙ୍କା
ଟିକାଦାନରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିଥିବା ଓ ଅଭାବରେ ଥିବା ଜିଲାକୁ ଅଧିକ ଟିକା ମିଳିବାର ସମ୍ଭାବନା ରହିଛି। ଅନୁଗୋଳ ଜିଲା ପ୍ରଶାସନ ଲକ୍ଷ୍ୟ ପୂରଣ କରିପାରି ନ ଥିବାରୁ ଯଦି କମ୍‌ ଟିକା ମିଳେ ତା’ହେଲେ ଜିଲାବାସୀ ସଙ୍କଟରେ ପଡ଼ିଯିବା ଆଶଙ୍କା ରହିଛି।
-ଅକ୍ଷୟ ମହାରଣା, ଅନୁଗୋଳ
ଅପାରଗତା ଧରାପଡ଼ିଯାଇଛି
ଜିଲା ପ୍ରଶାସନ ପକ୍ଷରୁ ଟାଗେର୍ଟ ଦିଆଯାଇ ଟିକା ଅଣାଗଲା। କିନ୍ତୁ ଧିମା ଗତିରେ ଟିକାକରଣ ଯୋଗୁ ବହୁ ଲୋକ ଏଥିରୁ ବଞ୍ଚତ୍ତ ହୋଇଛନ୍ତି। ଟିକାଦାନ କ୍ଷେତ୍ରରେ ଜିଲା ସ୍ବାସ୍ଥ୍ୟ ବିଭାଗର ଅପାରଗତା ଲୋକଙ୍କ ସମ୍ମୁଖରେ ଧରାପଡ଼ିଯାଇଛି।
-ଦେବାଶିଷ ମିଶ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଚାଞ୍ଜଲ୍ୟକର ଖୁଲାସା କଲେ ଭାଜପା ପ୍ରଭାରୀ: ବିଜେଡି ଛାଡିବେ..

ଭୁବନେଶ୍ୱର,୧୯।୪: ଖୁବଶୀଘ୍ର ବିଜେଡି ଛାଡିବେ ଅନେକ ବଡ଼ ନେତା। ବିଜେଡି ଛାଡୁଥିବା ନେତାମାନେ ଭାଜପାରେ ଯୋଗ ଦେବେ। ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ ସିଂ...

ବିଳମ୍ବିତ ରାତିରେ ଖବରଦାତାଙ୍କୁ ଆକ୍ରମଣ

ଭୁବନେଶ୍ୱର,୧୯।୪(ସତ୍ୟଜିତ ରାଉତ):ବିଳମ୍ବିତ ରାତିରେ ଅସୁରକ୍ଷିତ ହୋଇପଡ଼ିଛି ରାଜଧାନୀ। ଅସାମାଜିକ ଯୁବକମାନେ ପଥଚାରୀଙ୍କୁ ଆକ୍ରମଣ କରିବାକୁ ପଛାଉ ନାହାନ୍ତି। ଗୁରୁବାର ରାତି ପ୍ରାୟ ୧୨ଟା ୫୫ ବେଳେ...

‘କ୍ରୁଜ୍‌’ କ୍ଷେପଣାସ୍ତ୍ରର ସଫଳ ପରୀକ୍ଷଣ

ବାଲେଶ୍ୱର, ୧୯।୪(ମାନସ ବିଶ୍ୱାଳ):ବାଲେଶ୍ୱର ଚାନ୍ଦିପୁରସ୍ଥିତ ପ୍ରତିରକ୍ଷା ଗବେଷଣା ଓ ବିକାଶ ସଙ୍ଗଠନ (ଡିଆରଡିଓ) ପକ୍ଷରୁ ଇଣ୍ଟିଗ୍ରେଟେଡ୍‌ ଟେଷ୍ଟ ରେଞ୍ଜ (ଆଇଟିଆର୍‌)ରୁ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ‘କ୍ରୁଜ୍‌’...

ନବୀନ ନିବାସରେ ବିଜେଡି ପ୍ରାର୍ଥୀଙ୍କ ଭିଡ଼

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ପଞ୍ଚମ ପର୍ଯ୍ୟାୟ ବିଧାନସଭା ଟିକେଟ ଘୋଷଣା ପରେ ଗୁରୁବାର ନବୀନ ନିବାସରେ ବିଜେଡି ଲୋକ ସଭା ଓ ବିଧାନସଭା ପ୍ରାର୍ଥୀଙ୍କ ଭିଡ଼ ଦେଖିବାକୁ ମିଳିଛି।...

ରାଜ୍ୟବାସୀଙ୍କ ମତାମତ ଲୋଡ଼ିଲେ ପାଣ୍ଡିଆନ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):୫-ଟି ଓ ନବୀନ ଓଡ଼ିଶା ଅଧ୍ୟକ୍ଷ କାର୍ତ୍ତିକ ପାଣ୍ଡିଆନ ବିଜେଡି ଇସ୍ତାହାର ପାଇଁ ରାଜ୍ୟବାସୀଙ୍କ ମତାମତ ଲୋଡ଼ିଛନ୍ତି। ଗୁରୁବାର ସାମାଜିକ ଗଣମାଧ୍ୟମ ଜରିଆରେ ସେ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

୪ ସଂସଦୀୟ କ୍ଷେତ୍ରରେ ମହିଳା ଭୋଟର ଅଧିକ

ଭୁବନେଶ୍ୱର,୧୯ା୪(ଅନିଲ ଦାସ):ଆସନ୍ତା ମେ’ ୧୩ ତାରିଖରେ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଏବଂ ବ୍ରହ୍ମପୁର ସଂସଦୀୟ...

ଜଙ୍ଗଲ ନିଆଁ: ୯୯ ପ୍ରତିଶତ ମନୁଷ୍ୟକୃତ

ଭୁବନେଶ୍ୱର, ୧୯।୪(ଅସମାପିକା ସାହୁ):ରାଜ୍ୟରେ ତାତି ସାଙ୍ଗକୁ ବଢୁଛି ଜଙ୍ଗଲ ନିଆଁ ବିପଦ। ଚଳିତବର୍ଷ ଜଙ୍ଗଲରେ ଲାଗିଥିବା ନିଆଁ ବର୍ତ୍ତମାନ ଚିନ୍ତାଜନକ ରହିଛି। ଗତବର୍ଷ ତୁଳନାରେ ଚଳିତବର୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri