ପୂରଣ ହୋଇପାରିନି ଟିକା ଟାର୍ଗେଟ୍‌

ଅନୁଗୋଳ ଅଫିସ, ୧୩ା୪ ଅନୁଗୋଳ ଜିଲାରେ ଧିମେଇ ଚାଲିଛି କରୋନା ଟିକାକରଣ। କୋଭିଡ୍‌ ଯୋଦ୍ଧାଙ୍କଠାରୁ ଆରମ୍ଭ କରି ବୟସ୍କଙ୍କ ଯାଏ, ପ୍ରତିଟି ବର୍ଗରେ ଟିକାଦାନ ପଛୁଆ ରହିଛି। ଏପରିକି ଜିଲାକୁ ଦିଆଯାଇଥିବା ସମସ୍ତ କୋଭିଶିଲ୍ଡ ଡୋଜ୍‌ ଏପ୍ରିଲ୍‌ ୧୧ ତାରିଖ ସୁଦ୍ଧା ଶେଷ କରିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ଦିଆଯାଇଥିବା ଟାର୍ଗେଟ୍‌କୁ ମଧ୍ୟ ପୂରଣ କରାଯାଇପାରି ନାହିଁ। ଫଳରେ ଏଯାଏ ଜିଲା ପ୍ରଶାସନ ପକ୍ଷରୁ ଏ ନେଇ ସରକାରଙ୍କୁ ରିପୋର୍ଟ ପଠାଯାଇ ନ ଥିବା ସୂଚନା ମିଳିଛି।
ସରକାରୀ ତଥ୍ୟ ଅନୁଯାୟୀ, ଏପ୍ରିଲ ୧୧ ତାରିଖ ସୁଦ୍ଧା ପ୍ରତି ଜିଲାର ଜିଲାପାଳ ଓ ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୋଭିଶିଲ୍ଡ ଟିକା ସାରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏ ସମ୍ପର୍କିତ ରିପୋର୍ଟ ଦାଖଲ କରିବାକୁ ମଧ୍ୟ କୁହାଯାଇଥିଲା। କିନ୍ତୁ ଅନୁଗୋଳ ଜିଲାରେ ଗତ ୧୧ ତାରିଖ ସୁଦ୍ଧା ୫ଶହ ଭାଏଲ ଶୀତଳଭଣ୍ଡାରରେ ମହଜୁଦ ରହିଥିଲା। ଏଥିରେ ୫ ହଜାର ଲୋକଙ୍କୁ ଟିକାକରଣ କରାଯାଇପାରିଥାନ୍ତା। ଟିକା ଅଭାବ ଯୋଗୁ ରାଜ୍ୟର କେତେକ ଜିଲାରେ ଟିକାଦାନ ପ୍ରକ୍ରିୟା ବାଧାପ୍ରାପ୍ତ ହୋଇଥିବା ବେଳେ ଅନୁଗୋଳ ଜିଲାକୁ ଆସିଥିବା ୧୦ ହଜାର ୩୩୬ ଭାଏଲ୍‌ ମଧ୍ୟରୁ ୫ଶହ ଭାଏଲ ବଳକା ରହିବା ଟିକାଦାନର ଧୀର ଗତିକୁ ଦର୍ଶାଉଛି। ଏହାଛଡ଼ା ଜିଲାର ୨ଲକ୍ଷ ୨୦ ହଜାରରୁ ଊର୍ଦ୍ଧ୍ୱ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ ବୋଲି ସରକାରଙ୍କୁ ଅବଗତ କରାଯାଇଥିଲେ ମଧ୍ୟ ମାତ୍ର ୬୯ ହଜାର ୯୨୪ ଜଣଙ୍କୁ ଟିକା ଲଗାଯାଇଛି। ସେହିପରି ଜିଲାରେ ମୋଟ୍‌ ୧୩ ଲକ୍ଷ ୪୦ ହଜାର ଲୋକ ଥିବାବେଳେ ୪୫ ବର୍ଷରୁ ଊର୍ଦ୍ଧ୍ୱ ୧୧ ପ୍ରତିଶତ ଲୋକ ଟିକା ନେବେ ବୋଲି ସରକାରଙ୍କୁ ରିପୋର୍ଟ ପ୍ରଦାନ କରାଯାଇଛି। ହେଲେ ଜିଲାର ମୋଟ ୩୬ଟି କେନ୍ଦ୍ରରେ ଯେପରି ଗତିରେ ଟିକାଦାନ ଚାଲିଛି ତାହା କେବେ ପୂରଣ ହେବ ସେ ନେଇ ମଧ୍ୟ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। କେବଳ କରୋନା ଯୋଦ୍ଧାଙ୍କ ମଧ୍ୟରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୯୮୯୩ ଜଣ, ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୪୪୨୫, ବଅଁରପାଳରେ ୫୮୭୪, ଛେଣ୍ଡିପଦାରେ ୯୦୧୦, ରାଜ କିଶୋରନଗରରେ ୪୬୩୧, ମାଧପୁରରେ ୭୦୩୩, କଣିହଁାରେ ୧୦,୬୨୧, ଖମାରରେ ୨୯୬୬, ଗୋଡ଼ିବନ୍ଧରେ ୬,୨୦୩, ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ୧୩୯୭, ତାଳଚେରରେ ୩୮୭୧, ଆଠମଲ୍ଲିକରେ ୧୯୩୮ ଜଣଙ୍କୁ ଟିକା ପ୍ରଦାନ କରାଯାଇଛି। ସେହିପରି ଘରୋଇ ହସ୍ପିଟାଲ ସାମଲ କେୟାରରେ ୧୦୫୯ ଜଣ, ଜେଏସ୍‌ପିଏଲ ପ୍ରାଇଭେଟ୍‌ ଲିମିଟେଡରେ ୨୧୪, ସୁରେନ୍ଦ୍ର ହସ୍ପିଟାଲରେ ୨୪୨, ନାଲ୍‌କୋ ହସ୍ପିଟାଲରେ ୩୧୦, କ୍ରିଷ୍ଣା ହସ୍ପିଟାଲରେ ୨ ଓ କ୍ରିଷ୍ଣା କ୍ଲିନିକରେ ୧୯୦ ଜଣ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯାଇଛି। ୪୫ ବର୍ଷରୁ ଊର୍ଦ୍ଧ୍ୱ ଲୋକଙ୍କ ମଧ୍ୟରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ୧୫,୨୨୨, ବନ୍ତଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ୬୭୧୧, ବଅଁରପାଳରେ ୯୩୧୪, ଛେଣ୍ଡିପଦାରେ ୧୧,୦୧୮, ରାଜ କିଶୋରନଗରରେ ୫୯୧୨, ମାଧପୁରରେ ୯୧୪୯, କଣିହଁାରେ ୧୨,୯୫୧, ଖମାରରେ ୪୪୭୨, ଗୋଡ଼ିବନ୍ଧରେ ୧୦,୩୮୪, ପାଲଲହଡ଼ା ଉପଖଣ୍ଡ ଚିକିତ୍ସାଳୟରେ ୧୪୬୩, ତାଳଚେରରେ ୪୧୯୨, ଆଠମଲ୍ଲିକରେ ୨୨୯୫ ଜଣଙ୍କୁ ଟିକା ଲଗାଯାଇଛି। ସାମଲ କେୟାର ହସ୍ପିଟାଲ୍‌ରେ ୧୦୫୯, ଜେଏସ୍‌ପିଏଲ ପ୍ରାଇଭେଟ୍‌ ଲିମିଟେଡ୍‌ରେ ୨୧୪, ସୁରେନ୍ଦ୍ର ହସ୍ପିଟାଲରେ ୨୪୨, ନାଲ୍‌କୋ ହସ୍ପିଟାଲରେ ୩୧୦, କ୍ରିଷ୍ଣା ହସ୍ପିଟାଲରେ ୧୦ ଓ କ୍ରିଷ୍ଣା କ୍ଲିନିକରେ ୧୯୧ ଜଣଙ୍କୁ ଗତ ୧୧ ତାରିଖ ସୁଦ୍ଧା ଟିକା ପ୍ରଦାନ କରାଯାଇଛି।
ଜିଲାରେ ବନ୍ଦ ହୋଇନି ଟିକାକରଣ
ଅନୁଗୋଳରେ କରୋନା ଟିକାଦାନ ପ୍ରକ୍ରିୟା ଜାରି ରହିଛି। ମିଳିଥିବା ଟିକା ଶେଷ ହୋଇ ନ ଥିବାରୁ ଏହା ଲୋକଙ୍କୁ ପ୍ରଦାନ କରାଯାଉଛି। କିନ୍ତୁ ତୁରନ୍ତ ଅଧିକ ଭାଏଲ ଜିଲାକୁ ଯୋଗାଇ ଦିଆ ନ ଗଲେ ୩୬ଟି ସେଣ୍ଟରରେ ଟିକାକରଣ କାର୍ଯ୍ୟ ବନ୍ଦ ହୋଇଯିବା ସମ୍ଭାବନା ରହିଛି।
-ଅଭୟ କୁମାର ଦାଶ, ଜିଲା ମୁଖ୍ୟ ଚିକିତ୍ସାଧିକାରୀ
ପ୍ରଶାସନର ଅବହେଳା ଗ୍ରହଣୀୟ ନୁହେଁ
ରାଜ୍ୟର ବିଭିନ୍ନ ଜିଲାରେ ଟିକା ଅଭାବ ଦେଖାଦେଇଛି। ସେସବୁ ଜିଲାକୁ ଅଧିକ ଡୋଜ୍‌ ପଠାଯିବାକୁ ଦାବି ହେଉଛି। କିନ୍ତୁ ଅନୁଗୋଳ ଜିଲା ପ୍ରଶାସନ ମିଳିଥିବା ଟିକା ସାରିପାରି ନାହିଁ। ଲୋକେ ଆଗ୍ରହ ଦେଖାଉଥିବା ବେଳେ ପ୍ରଶାସନର ଅବହେଳା ଗ୍ରହଣୀୟ ନୁହେଁ।
-ମୀତାରାଣୀ ପ୍ରଧାନ, ଅନୁଗୋଳ
ଜିଲାବାସୀ ସଙ୍କଟରେ ପଡ଼ିବା ଆଶଙ୍କା
ଟିକାଦାନରେ ଧାର୍ଯ୍ୟ ଲକ୍ଷ୍ୟ ପୂରଣ କରିଥିବା ଓ ଅଭାବରେ ଥିବା ଜିଲାକୁ ଅଧିକ ଟିକା ମିଳିବାର ସମ୍ଭାବନା ରହିଛି। ଅନୁଗୋଳ ଜିଲା ପ୍ରଶାସନ ଲକ୍ଷ୍ୟ ପୂରଣ କରିପାରି ନ ଥିବାରୁ ଯଦି କମ୍‌ ଟିକା ମିଳେ ତା’ହେଲେ ଜିଲାବାସୀ ସଙ୍କଟରେ ପଡ଼ିଯିବା ଆଶଙ୍କା ରହିଛି।
-ଅକ୍ଷୟ ମହାରଣା, ଅନୁଗୋଳ
ଅପାରଗତା ଧରାପଡ଼ିଯାଇଛି
ଜିଲା ପ୍ରଶାସନ ପକ୍ଷରୁ ଟାଗେର୍ଟ ଦିଆଯାଇ ଟିକା ଅଣାଗଲା। କିନ୍ତୁ ଧିମା ଗତିରେ ଟିକାକରଣ ଯୋଗୁ ବହୁ ଲୋକ ଏଥିରୁ ବଞ୍ଚତ୍ତ ହୋଇଛନ୍ତି। ଟିକାଦାନ କ୍ଷେତ୍ରରେ ଜିଲା ସ୍ବାସ୍ଥ୍ୟ ବିଭାଗର ଅପାରଗତା ଲୋକଙ୍କ ସମ୍ମୁଖରେ ଧରାପଡ଼ିଯାଇଛି।
-ଦେବାଶିଷ ମିଶ୍ର, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

ଚଳନ୍ତା ଟ୍ରେନ୍‌ରୁ କାଠଯୋଡ଼ି ନଦୀବାଲିକୁ ଖସିପଡ଼ିଲେ ଯୁବକ: ଅଗ୍ନିଶମ ବାହିନୀ ଦ୍ୱାରା ଉଦ୍ଧାର, ଏସ୍‌ସିବିରେ ଭର୍ତ୍ତି

କଟକ, ୨୫ା୬(କାର୍ତ୍ତିକ ସାହୁ): କଟକ କାଠଯୋଡ଼ି ନଦୀ ବ୍ରିଜ୍‌ ଉପରେ ଏକ ରେଳ ଦୁର୍ଘଟଣାରୁ ବର୍ତ୍ତି ଯାଇଛନ୍ତି ଜଣେ ଯୁବକ। ଏକ ଚଳନ୍ତା ଟ୍ରେନ୍‌ରୁ ଜଣେ ଯୁବକ…

ସାଇକେଲରେ ଶବ ବୋହିବା ଘଟଣା: ପ୍ରଶାସନିକ ତତ୍ପରତା,ଶୋକସନ୍ତପ୍ତ ପରିବାରକୁ ଭେଟି…

ପାଇକମାଳ,୨୫।୬(ବଡ଼ ଶତପଥୀ)- ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ କଣ୍ଟାପଡ଼ା ଗ୍ରାମରେ ଘଟିଥିବା ଏକ ଅଭାବନୀୟ ଘଟଣାରେ ଜିଲା ଓ ବ୍ଲକ ପ୍ରଶାସନ ପକ୍ଷରୁ ତୁରନ୍ତ ସହାୟତାର…

ସ୍କୁଲକୁ ବିଳମ୍ବରେ ଆସିବା ପଡ଼ିଲା ମହଙ୍ଗା

ଉମରକୋଟ, ୨୫।୬(ସନ୍ତୋଷ ଶତପଥୀ): ଜଣେ ଶିକ୍ଷକ ସ୍କୁଲକୁ ପ୍ରତିଦିନ ବିଳମ୍ବରେ ଆସୁଥିବା ଅଭିଯୋଗ ହେବା ପରେ ଗୁରୁବାର ଉମରକୋଟ ବିଇଓ ତାଙ୍କର ଦରମା ବନ୍ଦ କରିଛନ୍ତି। ଏଥିସହ…

ଇଚ୍ଛାମୃତ୍ୟୁ ଆବେଦନ ପରେ ଚେତିଲା ପ୍ରଶାସନ: ଯୁବଚାଷୀ ଗୋପାଳକୃଷ୍ଣଙ୍କ ପରିବାରକୁ ୨୦ ହଜାର ଟଙ୍କାର ଚିକିତ୍ସା ସହାୟତା

ବରଗଡ଼,୨୫।୬(ପ୍ରେମାନନ୍ଦ ଖମାରୀ)- ଧାନବିକ୍ରି ଟୋକନ ପାଇବାରୁ ବଞ୍ଚିତ ହେବା ପରେ ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡ ମେଲଛାମୁଣ୍ଡା ଗ୍ରାମର ଯୁବଚାଷୀ ଗୋପାଳକୃଷ୍ଣ ସାହୁ ଇଚ୍ଛାମୃତ୍ୟୁ ପାଇଁ ଆବେଦନ…

ଦୟନୀୟ ଯୋଗାଯୋଗ ବ୍ୟବସ୍ଥା, ଗାଁକୁ ଆସି ପାରିଲାନି ଆମ୍ବୁଲାନ୍ସ

ମାଲକାନଗିରି,୨୫।୬(ଗୌରିଶଙ୍କର ପଣ୍ଡା): ମାଲକାନଗିରି ଜିଲା ଖଇରପୁଟ ବ୍ଲକ ଅଧୀନ ସୀମାନ୍ତ ଗୋବିନ୍ଦପାଲି ପଞ୍ଚାୟତ ଅନ୍ଧାରି ଗାଁରେ ଦୟନୀୟ ଯୋଗାଯୋଗ ବ୍ୟବସ୍ଥାର ଚିତ୍ର ସାମ୍ନାକୁ ଆସିଛି। ଗାଁକୁ ଭଲ…

ପ୍ରେମ ସାଜିଲା କାଳ: ପଶ୍ଚିମବଙ୍ଗ ପ୍ରେମିକାଙ୍କୁ ଓଡ଼ିଶା ଆଣି ହତ୍ୟା କରିଥିଲେ ଝାଡ଼ଖଣ୍ଡର ପ୍ରେମିକ, ସିନ୍ ରିକ୍ରିଏସନ କରି…

ହାଟଡିହୀ,୨୫l୬(ଶୁଭକାନ୍ତ ନାୟକ): ପ୍ରେମର କରୁଣ ପରିଣତି। ପ୍ରେମ ପାଇଁ ଚାଲିଗଲା ଜଣେ ଯୁବତୀଙ୍କ ଜୀବନ। ସମ୍ପର୍କର ମଧୁରତା ଶେଷରେ ମୃତ୍ୟୁର କାରଣ ସାଜିଛି, ଯାହା ହାଟଡିହୀ ଅଞ୍ଚଳରେ…

ମିଳିଲାନି କାନ୍ଧ: ସାଇକେଲରେ ବୁହା ହେଲା ବୁଦ୍ଧାଙ୍କ ମୃତଦେହ

ପାଇକମାଳ,୨୫।୬(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ କଣ୍ଟାପଡ଼ାରେ ଗୁରୁବାର ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। କଣ୍ଟାପଡ଼ାର ବୃଦ୍ଧା ଜୟନ୍ତୀ ବଛା(୮୦)ଙ୍କ ଗୁରୁବାର ସକାଳ ପ୍ରାୟ ୮ଟାରେ…

୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କଲେ ସଂସ୍କୃତି ମନ୍ତ୍ରୀ, ୨ ଚଳଚ୍ଚିତ୍ରକୁ ଶ୍ରେଷ୍ଠ ପୁରସ୍କାର

ଭୁବନେଶ୍ୱର,୨୫।୬: ୨୦୨୩-୨୪ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା କରାଯାଇଛି । ୨୦୨୩ ପାଇଁ ପୁଷ୍କରା ଓ ମାଇଁ ସୁଇଟ୍ ହାଉସ୍‌ ୱାଇଫ୍‌ ଶ୍ରେଷ୍ଠ ଚଳଚ୍ଚିତ୍ର । ୨୦୨୪…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri