ବେକାବୁ କରୋନା: ଆଜି ରାଜ୍ୟରେ ୧୧,୭୩୨ ପଜିଟିଭ୍ ଚିହ୍ନଟ; ପୁଣି ଖୋର୍ଦ୍ଧାରୁ ସର୍ବାଧିକ
ଭୁବନେଶ୍ୱର,୧୬।୫(ବ୍ୟୁରୋ): ଥମିବାର ନାଁ ନେଉନାହିଁ କରୋନା ସଂକ୍ରମଣ। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୭୩୨ ନୂତନ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏଥିରୁ ୬୫୬୯ କ୍ୱାରାଣ୍ଟାଇନ୍ରୁ ଥିବା ବେଳେ ୫୧୬୩ ଲୋକାଲ କେସ ରହିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ ସଂକ୍ରମିତଙ୍କ…
ଜ୍ବଳନ୍ତା ଟ୍ରାନ୍ସଫର୍ମରରୁ ଯୁବକଙ୍କୁ ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ
ବରଗଡ଼ ଅଫିସ,୧୫।୫: ବରଗଡ଼ ଜିଲା ଭଟଲି ବ୍ଲକ ମୁରୁମକେଲ ଗ୍ରାମରେ ଶନିବାର ଜ୍ବଳନ୍ତା ବିଦ୍ୟୁତ୍ ଟ୍ରାନ୍ସଫର୍ମରରୁ ଅର୍ଦ୍ଧଦଗ୍ଧ ଅବସ୍ଥାରେ ଜଣେ ଯୁବକଙ୍କୁ ଭଟଲି ଅଗ୍ନିଶମ ବିଭାଗ କର୍ମଚାରୀମାନେ ଉଦ୍ଧାର କରି ଥିଲେ। ପରେ ଅଗ୍ନିଶମ କର୍ମଚାରୀ ନିଜ ଗାଡିରେ ଆହତ ଯୁବକଙ୍କୁ…
ଉଠିିଲା ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରାର ଥାଳ
ସମ୍ବଲପୁର,୧୫ା୫(ବ୍ୟୁରୋ): ସମ୍ବଲପୁରର ପ୍ରସିଦ୍ଧ ଶୀତଳଷଷ୍ଠୀ ଯାତ୍ରା ପାଇଁ ଶନିବାର ଥାଳ ଉଠିଛି। କରୋନା କଟକଣାରେ ପରମ୍ପରା ଅନୁସାରେ କାର୍ଯ୍ୟ ସମ୍ପନ୍ନ ହୋଇଛି। ପ୍ରମୁଖ ଶୈବପୀଠ ବାଲିବନ୍ଧା ସୋମନାଥ ବାବା, ନନ୍ଦପଡ଼ା ଶ୍ରୀ ଶ୍ରୀ ବମ୍ବରାଡ ବାଲୁଙ୍କେଶ୍ୱର ବାବା, ଝାଡୁଆପଡ଼ା ଲୋକନାଥ ବାବା,…
ଖାଇ ପାରିଲେନି ବାହାଘର ଭୋଜି
ସାରସକଣା,୧୫ା୫: ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ଝାରପୋଖରିଆ ଗ୍ରାମରେ ଏକ ବିବାହ ଉତ୍ସବରେ କୋଭିଡ୍ ଗାଇଡ୍ଲାଇନ୍ ଉଲ୍ଲଂଘନ ହୋଇଥିବା ଅଭିଯୋଗ ହୋଇଥିଲା। ଖବର ପାଇ ଝାରପୋଖରିଆ ଥାନା ଆଇଆଇସି ସୁଦର୍ଶନ ଗାଙ୍ଗୋଇ ଏବଂ ସାରସକଣା ତହସିଲଦାର ସତ୍ୟବାନ ନାଏକ ବିବାହ…
ଘରେ ପହଞ୍ଚିବ ଟିକା
ଛତ୍ରପୁର,୧୫।୫: କରୋନା ଟିକା ପାଇଁ ବରିଷ୍ଠ ନାଗରିକ ହଇରାଣ ହେଉଛନ୍ତି। ଟିକାକରଣ କେନ୍ଦ୍ରରେ ଘଣ୍ଟା ଘଣ୍ଟା ଧରି ଧାଡ଼ିରେ ଠିଆ ହେବାକୁ ପଡ଼ୁଛି। ଏଭଳି ଅସୁବିଧାକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲା ବ୍ରହ୍ମପୁର ମହାନଗରରେ ଘରେ ବରିଷ୍ଠ ନାଗରିକମାନଙ୍କୁ ଟିକା ଦେବା…
କରୋନା ମୁକାବିଲା ପାଇଁ ଉପଦେଷ୍ଟା କମିଟି ଗଠନ କଲେ ରାଜ୍ୟ ସରକାର
ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଇ ଚାଲିଥିବା ବେଳେ ୧୦ ଜିଲାରେ ସଂକ୍ରମଣ ହାର କମିଥିବା ରାଜ୍ୟ ମୁଖ୍ୟ ଶାସନ ସଚିବ ସୁରେଶ ମହାମାତ୍ର ଶନିବାର ଅପରାହ୍ନରେ ପ୍ରେସ୍ମିଟ୍ରେ ସୂଚନା ଦେଇଛନ୍ତି। ବିଶେଷକରି ଆରମ୍ଭରୁ ଅଧିକ ପ୍ରଭାବିତ ଥିବା ପଶ୍ଚିମ…
କଟକ, ଭୁବନେଶ୍ୱରର ୨୧୦ ପୋଲିସ କରୋନା ସଂକ୍ରମିତ
ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ଉପରେ ରହୁଛି। ସବୁଠୁ ବଡ଼ କଥା ହେଲା ଟୁଇନ୍ ସିଟି ଅର୍ଥାତ୍ କଟକ ଓ ଭୁବନେଶର ପୋଲିସ ଶିବିରରେ ମଧ୍ୟ କରୋନା ପ୍ରବେଶ କରିଛି। କମିଶନରେଟ୍ ପୋଲିସର ୨୧୦ରୁ ଅଧିକ…
ଅକ୍ଷୟ ତୃତୀୟା ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୫।୫(ବ୍ୟୁରୋ): ସାରା ରାଜ୍ୟରେ ପବିତ୍ର ଅକ୍ଷୟ ତୃତୀୟା ପାଳନ କରାଯାଉଛି। ଆଜି ଚଷା ପୁଅ ଅକ୍ଷିମୁଠି ଅନୁକୂଳ କରିଛି। ଜମିରେ ବିହନ ବୁଣି ଚାଷୀ ଚାଷ କାର୍ଯ୍ୟ ଆରମ୍ଭ କରିଛି। ହଳଦୀ, ଚନ୍ଦନ, ସିନ୍ଦୂର ବୋଳା ଧାନ ବିହନକୁ ମୁଣ୍ଡରେ ଥୋଇ…
ସାଢ଼େ ୪ଟାରେ ମୁଖ୍ୟ ସଚିବଙ୍କ ପ୍ରେସମିଟ
ଭୁବନେଶ୍ୱର,୧୫।୫(ବ୍ୟୁରୋ): ରାଜ୍ୟରେ କରୋନା ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। କରୋନା ମୁକାବିଲା ପାଇଁ ସରକାର ରାଜ୍ୟ୧୪ଦିନିଆ ଲକ୍ଡାଉନ ଘୋଷଣା କରିଛନ୍ତି। ହେଲେ ବି ପରିସ୍ଥିତିରେ ସଙ୍ଗୀନ ହେବାରେ ଲାଗିଛି। ଯାହାକୁ ନେଇ ଶନିବାର ଅପରାହ୍ନ ସାଢ଼େ ୪ଟାରେ ମୁଖ୍ୟ ଶାସନ ସଚିବ…
ଆମ୍ବୁଲାନ୍ସରେ ଲାଗିଲା ଜିପିଏସ୍
ଭୁବନେଶ୍ୱର,୧୫ା୫(ବ୍ୟୁରୋ): କରୋନା ସଂକ୍ରମିତଙ୍କୁ ଯଥାଶୀଘ୍ର କୋଭିଡ୍ କେୟାର ହସ୍ପିଟାଲ(ସିଏଚ୍ସି) ଓ କୋଭିଡ୍ କେୟାର ସେଣ୍ଟର(ସିସିସି)କୁ ପଠାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ (ବିଏମ୍ସି) ଆଉ ଏକ ପଦକ୍ଷେପ ହାତକୁ ନେଇଛି। ଏବେ କୋଭିଡ୍ ସଂକ୍ରମିତଙ୍କୁ ହସ୍ପିଟାଲ ପଠାଇବା ପାଇଁ ୬୪ଟି ଆମ୍ବୁଲାନ୍ସ…
ରୋଷେଇବେଳେ ଗ୍ୟାସ୍ ଲିକ୍, ପୋଡ଼ିଗଲେ ୮
ଭୁବନେଶ୍ୱର,୧୫ା୫(ବ୍ୟୁରୋ): ଖଣ୍ଡଗିରି ଥାନା ଅନ୍ତର୍ଗତ ପାତ୍ରପଡ଼ା ଅଞ୍ଚଳରେ ରୋଷେଇ ଚାଲିଥିବାବେଳେ ଗ୍ୟାସ୍ ଲିକ୍ ହୋଇ ନିଆଁ ଲାଗିଯିବାରୁ ୪ ପରିବାରର ୮ଜଣ ପୋଡ଼ିଯାଇ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କ ମଧ୍ୟରେ ୫ଜଣ ମହିଳା ରହିଛନ୍ତି। ଆହତମାନେ ହେଲେ ପବିତ୍ର ସ୍ବାଇଁ, ପ୍ଲାବନ…
ମାସ୍କର ଠିକ୍ ବ୍ୟବହାର ବିଶଲ୍ୟକରଣୀ ଭଳି କାମ କରିବ
ଭୁବନେଶ୍ୱର, ୧୫ା୫(ବ୍ୟୁରୋ): କରୋନା ଭୂତାଣୁ ବାୟୁ ମାଧ୍ୟମରେ ବ୍ୟାପୁଛି। ତେଣୁ ଠିକ୍ ଭାବେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ। ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଆୟୋଜିତ ପରାମର୍ଶଭିତ୍ତିକ କାର୍ଯ୍ୟକ୍ରମରେ ଶୁକ୍ରବାର କଟକ ଏସ୍ସିବି ମେଡିକାଲର ପ୍ରଫେସର…
Archives


