ମୃତ ବ୍ୟକ୍ତିଙ୍କ ନାଁରେ ୧.୧୮ କୋଟି ଟଙ୍କା ଚଳୁ କରିଦେଲେ ଏଲ୍‌ଆଇସି ଏଜେଣ୍ଟ୍‌

ଭୁବନେଶ୍ୱର,୭ା୧୦(ବ୍ୟୁରୋ): ମୃତ ବ୍ୟକ୍ତିଙ୍କ ନାଁରେ ବୀମା କରି ଫସିଛନ୍ତି ଜଣେ ଏଲ୍‌ଆଇସି ଏଜେଣ୍ଟ। ୪ ମୃତ ବ୍ୟକ୍ତିଙ୍କ ନାଁରେ ଏଜେଣ୍ଟ ଜଣକ ୨୩ଟି ବୀମା ପଲିସି କରି ୧କୋଟି ୧୮ ଲକ୍ଷ ଟଙ୍କା ଚଳୁ କରି ଦେଇଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗକୁ ଆଧାର କରି ଜଣେ ଏଲ୍‌ଆଇସି ଏଜେଣ୍ଟଙ୍କୁ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖା ଗିରଫ କରିଛି।

ଖୋର୍ଦ୍ଧା ଏଲଆଇସି କାର୍ଯ୍ୟାଳୟର ଏଜେଣ୍ଟ୍‌ କବିରାଜ ବେହେରା । ତାଙ୍କ ଘର ପୁରୀ ଜିଲା କଣାସ ଥାନା ଅନ୍ତର୍ଗତ ଝଡ଼ାକଟା ଗାଁରେ। କ୍ରାଇମବ୍ରାଞ୍ଚ ତାଙ୍କୁ ଗିରଫ କରି ଅଧିକ ଖୋଳତାଡ଼ ଚଳାଇଛି ।

କବିରାଜ ୨୦୧୩ରୁ ୨୦୧୯ ମଧ୍ୟରେ ଏହି ଠକେଇ କରିଛନ୍ତି । ଚଞ୍ଚକତା କରି ୪ ଜଣ ମୃତ ବ୍ୟକ୍ତିଙ୍କ ନାଁରେ ସେ ୨୩ଟି ବୀମା କରିଥିଲେ । ପଲିସିଗୁଡ଼ିକୁ ୨-୫ ବର୍ଷ ଯାଏ ସଚଳ ରଖି ପ୍ରିମିୟମ ଭରୁଥିଲେ କବିରାଜ । ଏହାପରେ ମିଛ ମୃତ୍ୟୁ ପ୍ରମାଣପତ୍ର ଦେଇ ବୀମା ରାଶି ପାଇଁ କ୍ଲେମ କରୁଥିଲେ । ୫ଟି ପଲିସି ଉପରେ ଡେଥ୍‌ କ୍ଲେମ୍‌ ଦ୍ୱାରା ଏଲ୍‌ଆଇସି ୧ କୋଟି ୧୮ ଲକ୍ଷ ଟଙ୍କା ଦେଇଛି ।

ଏନେଇ କ୍ରାଇମବ୍ରାଞ୍ଚ ଅର୍ଥନୈତିକ ଅପରାଧ ଶାଖାରେ ଖୋର୍ଦ୍ଧା ଏଲ୍‌ଆଇସି ଶାଖା ପକ୍ଷରୁ ଅଭିଯୋଗ ହୋଇଥିଲା।ଖୋଳତାଡ଼ ବେଳେ କବିରାଜଙ୍କ କାରନାମା ଲୋକଲୋଚନକୁ ଆସିଥିଲା।

ଚଢ଼ାଉ ବେଳେ ତାଙ୍କ ଘରୁ କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ସହ ନୋମିନିଙ୍କ ଜାଲ ପ୍ରମାଣପତ୍ର ଜବତ ହୋଇଛି । ଭୂତ ବ୍ୟକ୍ତିଙ୍କ ଦସ୍ତଖତ ସମ୍ବଳିତ କାଗଜପତ୍ର ବି ଜବତ କରିଛି କ୍ରାଇମବ୍ରାଞ୍ଚ । ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ ସେ ବିଷୟରେ ଅଧିକ ତଦନ୍ତ ଚାଲିଛି।


Enter your email to get our daily news in your inbox.

All Right Reserved By Dharitri.Com

ଗୋରୁପଲ ଉପରେ ମାଡିଗଲା ଟ୍ରକ୍‌, ୬ ମୃତ

ହିଞ୍ଜିଳିକାଟୁ,୧୮।୭(ଡି.ଏନ୍‌.ଏ.)- ହିଞ୍ଜିଳିକାଟୁ ସହରରେ ବୁଧବାର ବିଳମ୍ବିତ ରାତିରେ ଏକ ସିମେଣ୍ଟ ବୋଝେଇ ଟ୍ରକ ରାସ୍ତା ଉପରେ ଶୋଇଥିବା ଗୋରୁପଲଙ୍କ ଉପରେ ମାଡିଯିବାରୁ ୬ଗୋରୁଙ୍କ ମୃତ୍ୟୁ ଘଟିଛି।...

ଅଧାଗଢ଼ା ରହିଗଲା ବ୍ରହ୍ମତାଳଧ୍ୱଜ ରଥ: ଝୁଲଣ ଘରେ ମାଉସୀମା’ ଆଡ଼ପ ମଣ୍ଡପ

କେନ୍ଦ୍ରାପଡ଼ା ଅଫିସ,୧୯ା୬: କେନ୍ଦ୍ରାପଡ଼ା ଜିଲା ଇଚ୍ଛାପୁରଠାରେ ପ୍ରସ୍ତୁତ ହେଉଥିବା ବ୍ରହ୍ମତାଳଧ୍ୱଜ ରଥ ଅଧାଗଢ଼ା ହୋଇ ରହିଗଲା। ଚଳିତବର୍ଷ ତୁଳସୀ କ୍ଷେତ୍ରାଧିପତି ଶ୍ରୀ ବଳଦେବଜୀଉ ଏହି ରଥରେ...

ବିଏମ୍‌ସି କମିଶନରଙ୍କ ଅଚାନକ ସହର ପରିମଳ ବ୍ୟବସ୍ଥା ଯାଞ୍ଚ: ସ୍ବଚ୍ଛତା ନ ରଖିଲେ ଭଙ୍ଗାହେବ ଦୋକାନ

ଭୁବନେଶ୍ୱର,୨୮।୨(ବ୍ୟୁରୋ): ସହରକୁ ପରିଷ୍କାର, ସ୍ବଚ୍ଛତା ରଖ, ଦୋକାନ ସାମ୍ନାରେ ଡଷ୍ଟବିନ୍‌ ରଖ। ଲୋକଙ୍କୁ ସେଥିରେ ବ୍ୟବହୃତ ସାମଗ୍ରୀ ପକାଇବା ପାଇଁ କୁହ ନଚେତ୍‌ ଭୁବନେଶ୍ୱର ମହାନଗର...

ଛୁଟିଦିନରେ ବି ନେତାଜୀ ସଂଗ୍ରହାଳୟ ଖାଁ ଖାଁ

ପୁରୀ ଅଫିସ,୨୦।୧: ଦୀର୍ଘ ୩ ବର୍ଷ ଧରି ଅଦାଲତି ବିବାଦରେ ଛନ୍ଦି ହେବା ପରେ ଗତବର୍ଷ ଜାନୁୟାରୀ ୧୫ରେ ଲୋକାର୍ପିତ ହୋଇଥିଲା ନେତାଜୀ ସଂଗ୍ରହାଳୟ। ଇତିମଧ୍ୟରେ...

ସଙ୍ଗରୋଧ ଗୃହରେ ସନ୍ତାନ ଜନ୍ମ

ବେଗୁନିଆପଡ଼ା,୧୩ା୫(ଡି.ଏନ୍‌.ଏ.)- ଗଞ୍ଜାମ ଜିଲା ବେଗୁନିଆପଡା ବ୍ଲକ ଅନ୍ତର୍ଗତ ମର୍ଦ୍ଦକୋଟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ ଗୃହରେ ରହିଥିବା ପ୍ରବାସୀ ଓଡ଼ିଆଙ୍କ ମଧ୍ୟରୁ ସନ୍ତୋଷିନୀ ପ୍ରଧାନଙ୍କର ମଙ୍ଗଳବାର...

କୋଟିଆ ବିବାଦ: ସୁପ୍ରିମକୋର୍ଟ ପୂର୍ବତନ ବିଚାରପତିଙ୍କ ପରାମର୍ଶ ଲୋଡ଼ିଲେ ରାଜ୍ୟ ସରକାର

ଭୁବନେଶ୍ୱର,୪।୩(ବ୍ୟୁରୋ): କୋଟିଆ ଅଞ୍ଚଳକୁ ନେଇ ଓଡ଼ିଶା ଓ ଆନ୍ଧ୍ର ମଧ୍ୟରେ ବିବାଦ ଲାଗି ରହିଛି। ଏହି ମାମଲା ଏବେ ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ରାଜ୍ୟ ସରକାର...

୨୪ ଘଣ୍ଟା ଭିତରେ ଧରା ପଡ଼ିଲେ ୫ ଡକାୟତ

ନୂଆପଡା ଅଫିସ,୧୬ା୪- କରୋନା ମୁକାବିଲା କାମରେ ପୋଲିସ ନିଦ ହଜି ଯାଇଛି। ହେଲେ ଅସାମାଜିକ ବ୍ୟକ୍ତି ଏହାର ସୁଯୋଗରେ ଅପରାଧିକ କାର୍ଯ୍ୟକଳାପ ଚଳାଇଛନ୍ତି। ନୂଆପଡ଼ା ଜିଲା...

କଟକରେ କରୋନା କାୟା: ଚିହ୍ନଟ ହେଲେ ଆଉ ୧୦ ଆକ୍ରାନ୍ତ

କଟକ ଅଫିସ,୧୧।୭: କଟକ ସହରରେ ଶନିବାର ଆଉ ୧୦ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୪ ଇନ୍‌ଷ୍ଟିଚ୍ୟୁଶନାଲ କ୍ୱାରାଣ୍ଟାଇନ୍‌, ୫ ହୋମ୍‌ କ୍ୱାରାଣ୍ଟାଇନ୍‌...

Advertisement


Archives

Model This Week