ରାଜ୍ୟ

ମହାନଦୀକୁ ଡେଇଁପଡ଼ିଲେ ଦମ୍ପତି

କଟକ ଅଫିସ,୫।୬: କଟକ ଯୋବ୍ରା ଆନିକଟ୍‌ ବ୍ରିଜରୁ ମହାନଦୀକୁ ଡେଇଁ ଶୁକ୍ରବାର ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ସ୍ବାମୀ ମଧ୍ୟ ମହାନଦୀକୁ ଡେଇଁ ପଡିଥିଲେ। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ଦମ୍ପତିଙ୍କୁ ଉଦ୍ଧାର କରି…

ଟିକା ପ୍ରାଇସ୍‌ ବିଡିଂ ୯ରେ

ଭୁବନେଶ୍ୱର,୫।୬(ବ୍ୟୁରୋ): ଟିକା ପାଇଁ ଓଡ଼ିଶା ରାଜ୍ୟ ଔଷଧ ନିଗମ (ଓଏସ୍‌ଏମ୍‌ସିଏଲ) ପକ୍ଷରୁ ଡକାଯାଇଥିବା ଗ୍ଲୋବାଲ ଇ-ଟେଣ୍ଡରରେ ୨ ଜଣ ବିଡର ଅଂଶଗ୍ରହଣ କରିଛନ୍ତି। ସେମାନଙ୍କର ବିଡ୍‌କୁ ମୂଲ୍ୟାୟନ କରାଯାଉଛି। ଶୁକ୍ରବାର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ…

ଥମୁନି ମୃତ୍ୟୁସଂଖ୍ୟା: ରାଜ୍ୟରେ ପୁଣି କରୋନା ନେଲା ୪୦ ଜୀବନ

ଭୁବନେଶ୍ୱର,୫।୬(ବ୍ୟୁରୋ): ରାଜ୍ୟରେ ଦୈନିକ ସଂକ୍ରମଣ ସାମାନ୍ୟ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା କିନ୍ତୁ ଦିନକୁ ଦିନ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ କରୋନାଜନିତ ୪୦ଜଣଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୃତ୍ୟୁ ସଂଖ୍ୟା ୨,୯୫୨କୁ ବୃଦ୍ଧି…

ମନ କିଣୁଛି କିଚେନ ଗାର୍ଡେନ

କାମାକ୍ଷାନଗର, ୫।୬  ଗୁଣ୍ଠେରୁ ସାମାନ୍ୟ ଅଧିକ ଜମି। ସବୁଜ କିଆରିରେ ଭରପୂର। କେଉଁଠି ଭେଣ୍ଡି ତ ଆଉ କେଉଁଠି ଜହ୍ନି। ଗୁଆଁର, ବାଇଗଣ, ଝୁଡ଼ଙ୍ଗ, ଅମୃତଭଣ୍ଡା ସାଙ୍ଗକୁ ଭଳିକି ଭଳି ଶାଗର ସବୁଜ କିଆରିରେ ପୂରି ଉଠିଛି ପରିବେଶ। କେଉଁ ଚାଷ…

ସୁଦୃଢ଼ ହେଉଛି ସ୍ବାସ୍ଥ୍ୟ ଭିତ୍ତିଭୂମି

ଅନୁଗୋଳ ଅଫିସ, ୫ା୬ ମହାମାରୀର ଦ୍ୱିତୀୟ ଲହର ଅତି ମାରାତ୍ମକ ସାବ୍ୟସ୍ତ ହେଉଥିବାରୁ ଏହାର ଉଚିତ ମୁକାବିଲା ନିମନ୍ତେ ସ୍ବାସ୍ଥ୍ୟ ଭିତ୍ତିଭୂମି ସୁଦୃଢ଼ ଉପରେ ସର୍ବାଧିକ ଗୁରୁତ୍ୱ ଦିଆଯାଉଛି। ଇତିମଧ୍ୟରେ ଅନୁଗୋଳ ଜିଲାରେ ଅଧିକ କୋଭିଡ୍‌ ହସ୍ପିଟାଲ, କରୋନା କେୟାର ସେଣ୍ଟର…

ଡଷ୍ଟବିନ୍‌ରୁ ଖାଦ୍ୟ ସାଉଁଟୁଛନ୍ତି ମାନସିକ ବିକୃତ ମହିଳା

ସାରସକଣା, ୫ା୬-ମହାମାରୀ କରୋନା କାଳରେ ସାମ୍ନାକୁ ଆସୁଛି ଅନେକ କରୁଣ ଦୃଶ୍ୟ। ମୟୂରଭଞ୍ଜ ଜିଲା ସାରସକଣା ବ୍ଲକ ଝାରପୋଖରିଆ ପଞ୍ଚାୟତ ବମ୍ବେଛକ ବଜାରରେ ଜଣେ ମାନସିକ ବିକୃତ ମହିଳା ଭୋକ ବିକଳରେ ରାସ୍ତାକଡ଼ ଡଷ୍ଟବିନ୍‌ରୁ ଖାଦ୍ୟ ସାଉଁଟି ଖାଉଥିତ୍ବା ଦେଖିବାକୁ ମିଳିଥିଲା।…

ରାଜ୍ୟରେ ୭ହଜାରରୁ ଊର୍ଦ୍ଧ୍ୱ ଆକ୍ରାନ୍ତ ଚିହ୍ନଟ: ଖୋର୍ଦ୍ଧାରୁ ସର୍ବାଧିକ

ଭୁବନେଶ୍ୱର,୫।୬(ବ୍ୟୁରୋ): ଗତ କିଛି ଦିନ ହେଲା ରାଜ୍ୟରେ କରୋନା ମିଟର ତଳମୁହାଁ ହୋଇଛି। ଗତ ୨ଦିନ ହେଲା ରାଜ୍ୟରେ ୭ହଜାରରୁ ଊର୍ଦ୍ଧ୍ୱ ରହିଛି ଆକ୍ରାନ୍ତଙ୍କ ସଂଖ୍ୟା। ଶୁକ୍ରବାର ରାଜ୍ୟରେ ୭,୭୨୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଶନିବାର ଏହି…

ଚିରନିଦ୍ରାରେ ‘ଶଲାବୁଢ଼ା’ ଫେମ୍‌ ଅଭିନେତା

ଭୁବନେଶ୍ୱର/ସୋନପୁର(ବ୍ୟୁରୋ, ନି.ପ୍ର.)୫।୬: ଲୋକପ୍ରିୟ ସମ୍ବଲପୁରୀ ଫିଲ୍ମ ‘ଶଲାବୁଢ଼ା’ ଫେମ୍‌ ତଥା ଜାତୀୟ ପୁରସ୍କାର ପ୍ରାପ୍ତ ଅଭିନେତା ଅଟଳ ବିହାରୀ ପଣ୍ଡାଙ୍କ ପରଲୋକ ଘଟିଛି। ଶୁକ୍ରବାର ବିଳମ୍ବିତ ରାତି ୩ଟା ୪୫ ମିନିଟ୍‌ରେ ବୁର୍ଲା ଭିମ୍‌ସାରରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ…

ମହାମାରୀରେ ଅନାଥ ହୋଇଥିବା ପିଲାଙ୍କୁ ମିଳିବ ଭତ୍ତା

ଭୁବନେଶ୍ୱର,୪।୬: କରୋନା ମହାମାରୀରେ ମା’ ବାପାଙ୍କୁ ହରାଇଥିବା ବର୍ତ୍ତମାନ ସୁଦ୍ଧା ରାଜ୍ୟର ୧୨ ପିଲାଙ୍କୁ ମଧୁବାବୁ ଯୋଜନାରେ ଭତ୍ତା ଦେବାକୁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କେନ୍ଦ୍ରାପଡ଼ା ଏବଂ ମୟୂରଭଞ୍ଜ ଜିଲାରୁ ୩ ଜଣ ଲେଖାଏଁ ପିଲା ଭତ୍ତା ପାଇବେ।…

ବୃଦ୍ଧ ବ୍ୟବସାୟୀଙ୍କୁ ମାଡ଼: ମାଜିଷ୍ଟ୍ରେଟଙ୍କୁ ମହଙ୍ଗା ପଡ଼ିଲା

ଝାରସୁଗୁଡା ଅଫିସ୍‌,୪।୬: କୋଭିଡ୍‌ ତଦାରଖ ମାଜିଷ୍ଟ୍ରେଟ୍‌ ଦାୟିତ୍ୱରେ ଥିବା ଝାରସୁଗୁଡ଼ା ଅତିରିକ୍ତ ତହସିଲଦାର ଯୋଗୀତା ତିର୍କୀ ବୁଧବାର ଜଣେ ବୃଦ୍ଧ ତରଭୂଜ ବିକାଳୀ ଏବଂ ତାଙ୍କର ନାବାଳକ ପୁଅଙ୍କୁ ବାଡିରେ ମାଡ଼ ମାରିଥିଲେ। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରଲା…

‘ପାଖରେ ଟଙ୍କା ନାହିଁ ଘର ଚଳିବ କେମିତି’

ରାଉରକେଲା/ସୁନ୍ଦରଗଡ଼,୪।୬: ଲକଡାଉନ ଓ ଶଟଡାଉନ ଯୋଗୁଁ ଅଧିକ ପ୍ରଭାବିତ ହୋଇଛନ୍ତି ସେଲୁନ ଦୋକାନୀ। ଦୀର୍ଘ ଦିନ ହେଲା ଦୋକାନ ବନ୍ଦ ପଡିଥିବା ବେଳେ ବର୍ତ୍ତମାନ ସେମାନଙ୍କ ପରିବାର ଚଳାଇବା କଷ୍ଟକର ହୋଇପଡିଛି। ରାଉରକେଲାରେ ୧୧ ଶହରୁ ଊର୍ଦ୍ଧ୍ୱ ସେଲୁନ ଦୋକାନ ରହିଛି।…

ଅମ୍ବାଳିଅଠା ନିକଟରେ ସିରିଜ୍‌ ଦୁର୍ଘଟଣା: ୨ ମୃତ; ଡମ୍ପର ଡ୍ରାଇଭରଙ୍କ ହାତ ଗୋଡ଼ ବାନ୍ଧିଦେଲେ ଲୋକେ

ବାଲେଶ୍ୱର ଅଫିସ, ଜଳେଶ୍ୱର(ଡି.ଏନ୍‌.ଏ.),୪।୬: ବାଲେଶ୍ୱର ଜିଲା ଜଳେଶ୍ୱର ୫୭ନଂ ରାଜ୍ୟ ରାଜପଥ ନିକଟରେ ଶୁକ୍ରବାର ଏକ ସିରିଜ୍‌ ଦୁର୍ଘଟଣା ଘଟିଛି। ଏଥିରେ ଦୁଇଜଣଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ଆରୁହା ଗ୍ରାମର ସିଦ୍ଧେଶ୍ୱର ବେହେରା ଓ କୁଳମଣି ବେହେରା। ସୂଚନାନୁଯାୟୀ, ଜଳେଶ୍ୱର…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri