୨୦୦ ଫୁଟ ତଳକୁ ଖସିଲା ପିକ୍‌ନିକ୍‌ ଗାଡ଼ି

ରାଇକିଆ,୪।୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ କରଡା ଘାଟିରେ ମଙ୍ଗଳବାର ଏକ ଅଘଟଣା ଘଟିଛି। ପିକ୍‌ନିକ୍‌ ଯାଉଥିବା ଏକ ଜାଇଲୋ କାର ଘାଟିରେ ଭାରସାମ୍ୟ ହରାଇ ୨୦୦ ଫୁଟ ତଳକୁ ଖସି ପଡିଛି। ଫଳରେ କାରରେ ଥିବା ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। କାରରେ ଥିବା ସମସ୍ତଙ୍କ ଘର ରାଇକିଆ ଥାନା ଗୁମାମହା ପଞ୍ଚାୟତ ଭାଲିଆପଡ଼ା ଗ୍ରାମର। ଖବର ପାଇ ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧର କରି ରାଇକିଆ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଫୁଲବାଣୀ ଏବଂ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ଭାଲିଆପ ଗାଁର ୧୦ ଜଣ ଯୁବକ ଏକ ଜାଇଲୋ କାରରେ ପିକ୍‌ନିକ କରିବାକୁ ଗଞ୍ଜାମ ଜିଲା ସୋର ଦାନ୍ତଲିଙ୍ଗ ତିର୍ଥକ୍ଷେତ୍ରକୁ ଯାଉଥିଲେ। ତେବେ କରଡା ଘାଟିରେ କାରଟି ଭାରସାମ୍ୟ ହରାଇ ପ୍ରାୟ ୨୦୦ ଫୁଟ ତଳକୁ ଖସି ପଡିଥିଲା। ଫଳରେ କାରରେ ଥିବା ଲିଉଦାସ ପରିଚ୍ଛା, ସକିଲ ନାୟକ, ସବିନ୍‌ ଦିଗଲଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିଲା। ହେଲେ ଆହତମାନଙ୍କ ସ୍ବାସ୍ଥ୍ୟ ଅବସ୍ଥା ଉଦ୍‌ବେଗଜନକ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ; ୫ ମୃତ

କୋଲକାତା,୧୭।୮: ପଶ୍ଚିମବଙ୍ଗ ବୀରଭୂମିର ତାରାପୀଠରେ ଏକ ହୋଟେଲରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏଥିରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ପଶ୍ଚିମବଙ୍ଗର ତାରାପୀଠରେ ଏକ ହୋଟେଲରେ…

ଆଜି ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ, ୪ ଘଣ୍ଟା ପରେ ମହାପ୍ରଭୁ…

ପୁରୀ,୧୭ା୮(ଅଜିତ୍‌ କୁମାର ମହାନ୍ତି): ଶ୍ରାବଣ ଶୁକ୍ଳପକ୍ଷ ପଞ୍ଚମୀ ତିଥି ସୋମବାର ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ମହାପ୍ରଭୁଙ୍କ ଶ୍ରୀଅଙ୍ଗଲାଗି ସେବକ ଦଇତାପତିମାନେ ଏହି…

ଏଇ ଭାରତରେ

ଭାରତରେ ମଧ୍ୟାହ୍ନଭୋଜନର ପୌଷ୍ଟିକ ଦିଗକୁ ନେଇ ବହୁସମୟରେ ପ୍ରଶ୍ନ ଉଠୁଛି। ଏଥିପାଇଁ ପ୍ରାୟ ସବୁ ସ୍କୁଲରେ ଶିକ୍ଷକମାନେ ଚିନ୍ତାରେ ପଡ଼ୁଛନ୍ତି। ହେଲେ ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌…

ସୁଖ ପରିଭାଷା

ଡାକ୍ତରୀ ପଢ଼ିବାକୁ ମନା କରିବା ଦ୍ବାରା ମା’ବାପାଙ୍କର ସ୍ବପ୍ନକୁ ଧୂଳିସାତ କରିଦେଇଥିଲେ ମଧ୍ୟ ନିଜ ପସନ୍ଦରେ ଫିଜିକ୍ସ ଅନର୍ସ ରଖି ପଢ଼ିବାର ସୁଯୋଗ ହାସଲ କରିପାରିଥିବାରୁ ବାପୁନ…

କଲରାରେ ଭରି ରହିଛି ଏସବୁ ଉପକାରୀ ଗୁଣ…

ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ଠିକ୍‌ ରହିବା ନିହାତି ଦରକାର। ନ ହେଲେ ଆମେ ରୋଗ ଦ୍ୱାରା ଆକ୍ରାନ୍ତ ହେବାର ଆଶଙ୍କା ଅଧିକ ରହିଛି। ତେବେ…

ଘରେ ଶୋଇଥିବାବେଳେ ଭୁଶୁଡ଼ିଲା କାନ୍ଥ, ଚାଲିଗଲା ଆଈ-ନାତିଙ୍କ ଜୀବନ, ଶବ୍ଦ ଶୁଣି…

ଜଳେଶ୍ୱର,୧୭ା୮(ନବୀନ ସାହୁ): ବାଲେଶ୍ୱର ଜିଲା ଜଳେଶ୍ୱର ବ୍ଲକ ଅନ୍ତର୍ଗତ ନେତୁଆ ପଞ୍ଚାୟତର କପାସଦା ଗ୍ରାମରେ ଏକ ଅତ୍ୟନ୍ତ ଦୁଃଖଦ ଘଟଣା ଘଟିଚି। ଘରେ ଶୋଇଥିବା ଅବସ୍ଥାରେ ହଠାତ୍‌…

ତଳକୁ ଚାହିଁବା ହେଉ

ଭାରତରେ ଗଣତନ୍ତ୍ରର ଅର୍ଥ ଓ ବାସ୍ତବତା ମଧ୍ୟରେ ଥିବା ବ୍ୟବଧାନ ସାଧାରଣ ଜନତାଙ୍କୁ ବିସ୍ମିତ କରିଛି । ମୁଷ୍ଟିମେୟ ଶାସକ ଗୋଷ୍ଠୀ ପାଇଁ ଗଣତନ୍ତ୍ର ଆଜି ପାଲଟିଛି…

୧୩ ଲକ୍ଷ ଫଲୋଅର୍ସ ଥିବା TikTok ଷ୍ଟାରଙ୍କୁ ସର୍ବସାଧାରଣରେ ଗୁଳି କରି ହତ୍ୟା

ଇସଲାମାବାଦ,୧୭।୮: ପାକିସ୍ତାନର ଜଣେ ଲୋକପ୍ରିୟ ଟିକଟକ ଷ୍ଟାର ଶାମସୁ ବିବି (ଉରଫ ଆୟେଶା ଗିଲାମାନା)ଙ୍କୁ ତକ୍ଷଶିଳାରେ ଅଜ୍ଞାତ ବନ୍ଧୁକଧାରୀ ମୋଟରସାଇକେଲରେ ଆସି ଗୁଳି କରି ହତ୍ୟା କରିଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri