ୟେଲୋ ଜୋନ୍‌କୁ ଫେରିଲା ଖୋର୍ଦ୍ଧା

ଭୁବନେଶ୍ୱର,୪।୧(ବ୍ୟୁରୋ): ରାଜ୍ୟରେ ୭ ଶହ ମୁହାଁ ହୋଇଛି କରୋନା ସଂକ୍ରମଣ। ଗତ ୨୪ ଘଣ୍ଟାରେ ୨୫ ଜିଲାରୁ ୬୮୦ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ୱାରେଣ୍ଟାଇନରୁ ୩୯୭, ସ୍ଥାନୀୟ ସଂକ୍ରମିତ ୨୮୩ଜଣ ରହିଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୧୮ ବର୍ଷରୁ କମ୍‌ ବର୍ଗର ୧୧୯ ଜଣ ଅଛନ୍ତି। ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୨୬୩ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେହିଭଳି ସୁନ୍ଦରଗଡ଼ରୁ ୬୯, କଟକ ୫୯, ସମ୍ବଲପୁର ୪୨, ବାଲେଶ୍ୱର ୩୪, ଝାରସୁଗୁଡ଼ା ୨୫, ବରଗଡ଼ ୧୪, ନବରଙ୍ଗପୁର ୧୩, ଗଞ୍ଜାମରୁ ୧୨ ଜଣ ଥିବା ବେଳେ ବାକି ସବୁ ଜିଲାରେ ସଂକ୍ରମିତଙ୍କ ସଂଖ୍ୟା ୧୦ ତଳେ ରହିଛି।

ସଂକ୍ରମଣ ବଢୁଥିବାରୁ ଖୋର୍ଦ୍ଧା ଜିଲା ପୁଣି ୟେଲୋ ଜୋନ୍‌କୁ ଆସିଛି। ଜିଲାରେ ରାଜ୍ୟରେ ଦୈନିକ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ୫୦% ରହୁଛନ୍ତି। ପୂର୍ବରୁ ଏହା ରେଡ୍‌ ଜୋନ୍‌ରେ ରହିଥିଲା। ସଂକ୍ରମଣ କମିବା ପରେ ତାହା ୟେଲୋ ଓ ପରେ ଗ୍ରୀନ ଜୋନ୍‌କୁ ଆସିଥିଲା। କିନ୍ତୁ ଏବେ ପୁଣି ୟେଲୋ ଜୋନ୍‌ରେ ସାମିଲ ହୋଇଛି। ଜିଲାରେ ୧,୧୫୩ ଜଣ ସକ୍ରିୟ ରୋଗୀ ରହିଛନ୍ତି।

ରାଜ୍ୟରେ କରୋନା ବୃଦ୍ଧି ନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡା. ବିଜୟ ମହାପାତ୍ର କହିଛନ୍ତି, ଦିନକୁ ଦିନ ରାଜ୍ୟରେ ସଂକ୍ରମଣ ବଢ଼ୁଛି। ଆଗକୁ ବି ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବ। ଯେହେତୁ ଅନ୍ୟ ରାଜ୍ୟ ବା ସହରରେ ସଂକ୍ରମଣ ବଢ଼ୁଛି, ସେହି ତୁଳନାରେ ଏଠାରେ ସଂକ୍ରମଣ ଡେରିରେ ହେଲେ ମଧ୍ୟ ବଢ଼ିବ। ଏଥିଲାଗି ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଥିବା ସେ କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ବାଇକ୍‌କୁ ଧକ୍କା ଦେଲା ହାଇଓ୍ବା: ପରୀକ୍ଷା ଦେବାକୁ ଯିବା ବାଟରେ ଜଣେ ଛାତ୍ରୀ ମୃତ, ଦୁଇ ଆହତ

ବରଗଡ଼ ଅଫିସ/ଅତାବିରା,୧୩।୧୨(ଡି.ଏନ୍‌.ଏ.): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଅତାବିରା-ଟୋପ ରାସ୍ତାରେ ଶୁକ୍ରବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ କଲେଜ ଛାତ୍ରୀଙ୍କ ମୃତ୍ୟୁ...

ଖୋର୍ଦ୍ଧା-ବଲାଙ୍ଗୀର ରେଳ ପ୍ରକଳ୍ପକୁ ନେଇ ପ୍ରତିକ୍ରିୟା ରଖିଲେ ରେଳମନ୍ତ୍ରୀ

ବଲାଙ୍ଗୀର ଅଫିସ, ୨୩ା୮: କେନ୍ଦ୍ର ରେଳ, ସଞ୍ଚାର ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଜନ ଆଶୀର୍ବାଦ ଯାତ୍ରାରେ ରବିବାର ବଲାଙ୍ଗୀର ଜିଲାର ବିଭିନ୍ନ...

ହାଇ ରିସ୍କ ଥିବା ରାଜ୍ୟର ୯ ଜିଲାରେ ଗଡ଼ିବନି ଘରୋଇ ବସ୍‌

ଭୁବନେଶ୍ୱର,୧୮।୪(ବ୍ୟୁରୋ): ଏପ୍ରିଲ ୧୪ ପରେ ଦେଶରେ ଲକ୍‌ଡାଉନ୍‌ ଅବଧିକୁ ମେ’ ୩ ତାରିଖ ପର୍ଯ୍ୟନ୍ତ କେନ୍ଦ୍ର ସରକାରଙ୍କ ପକ୍ଷରୁ ବୃଦ୍ଧି କରାଯାଇଛି। ଏହି ଦ୍ୱିତୀୟ ପର୍ଯ୍ୟାୟ...

୩୦ ଗାଁର ପିଲାଙ୍କ ପାଠପଢାରେ ବାଧକ ସାଜିଛି ନେଟଓ୍ବର୍କ

ଲାଠୋର,୨୪।୬: ବଲାଙ୍ଗୀର ଜିଲା କରୋନା ମହାମାରୀ ଯୋଗୁଁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ସରକାର ଜୁନ ୨୧ତାରିଖରୁ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ଅନଲାଇନରେ...

ଅଗଷ୍ଟ ୨ ଯାଏ ଅତାବିରା ଶଟଡାଉନ୍‌

ସରଣ୍ଡା,୨୭।୭( ଡି.ଏନ୍‌.ଏ.): ବରଗଡ ଜିଲାରେ କରୋନା ହୁ ହୁ ହୋଇ ବଢ଼ିଚାଲିଛି। ଅତାବିରାରେ ଗୋଷ୍ଟି ସଂକ୍ରମଣ ଦିଗକୁ ଆଗଉ ଥିବାବେଳେ ସୋମବାର ୨୧ ଜଣଙ୍କ ରିପୋର୍ଟ...

ବଧୂହତ୍ୟା ଅଭିଯୋଗ, ସ୍ବାମୀ ଅଟକ

ପାଟପୁର,୨୧ା୮(ଡି.ଏନ.ଏ.): ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଏସ.ଗୋପାଳପୁର କାଳୀମନ୍ଦିର ସାହିରେ ମଙ୍ଗଳବାର ରାତିରେ ଜଣେ ମହିଳାଙ୍କର ସନ୍ଦେହଜନକ ଭାବେ ମୃତ୍ୟୁ ହୋଇଛି। ସେ ହେଲେ ଏସ.ଗୋପାଳପୁର...

ଦୋକାନରେ ତାଲା, ଚୋରାରେ ଖୋଲାମେଲା

ଅନୁଗୋଳ ଅଫିସ, ୨୧।୪ ଲକ୍‌ଡାଉନ୍‌ ଯୋଗୁ ଅନୁଗୋଳ ଜିଲାର ସମସ୍ତ ବିଦେଶୀ ମଦ ଦୋକାନରେ ତାଲା ପଡ଼ିଛି। ତଥାପି ଚୋରା ବଜାରରେ ଖୋଲାମେଲାରେ ବିକ୍ରି ହେଉଛି...

ବଜ୍ରପାତରେ ଗଲା ୬ ଜୀବନ

ଖୁଣ୍ଟା/କୁଆମରା/କେନ୍ଦୁଝର/ରୂପ୍‌ସା,୨୪।୪(ଡି.ଏନ୍‌.ଏ./ସ୍ବ.ପ୍ର)-ମୟୂରଭଞ୍ଜ, କେନ୍ଦୁଝର ଓ ବାଲେଶ୍ୱର ଜିଲାରେ ଶୁକ୍ରବାର କାଳବୈଶାଖୀ ତାଣ୍ଡବ ରଚିଛି। ପ୍ରବଳ ଝଡ଼ତୋଫାନ ସାଙ୍ଗକୁ ବଜ୍ରପାତରେ ୬ ଜଣଙ୍କ ଜୀବନ ଯାଇଛି। ଜଣେ ଗୁରୁତର...

Advertisement
Archives

Model This Week