ଏଥର ସଡ଼କ ସୁରକ୍ଷା ଆଇନ ଉଲ୍ଲଂଘନ କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ
ଭୁବନେଶ୍ୱର,୨୫।୮(ବ୍ୟୁରୋ): ଏଥର ସଡ଼କ ସୁରକ୍ଷା ଆଇନ ଉଲ୍ଲଂଘନ କଲେ ରଦ୍ଦ ହେବ ଡ୍ରାଇଭିଂ ଲାଇସେନ୍ସ। ଏ ନେଇ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଟ୍ରାନ୍ସପୋର୍ଟ କମିଶନର ଚିଠି ଲେଖିଛନ୍ତି। ସୁପ୍ରିମକୋର୍ଟ କମିଟିର ନିର୍ଦ୍ଦେଶ ଲାଗୁ କରିବାକୁ ଚିଠିରେ ଲେଖାଯାଇଛି। ୩ ମାସ…
ଡେଙ୍ଗୁ: ହାଟ ଅଞ୍ଚଳ ହଟ୍ସ୍ପଟ୍
ଭୁବନେଶ୍ୱର,୨୫।୮:କୋଭିଡ୍ର ଭୟାବହତା ରାଜଧାନୀରୁ ଦୂର ହୋଇ ନ ଥିବାବେଳେ ଭୁବନେଶ୍ୱର ମହାନଗର ନିଗମ (ବିଏମସି)ର ସମସ୍ତ ୬୭ଟି ଓ୍ବାର୍ଡରେ ଡେଙ୍ଗୁ ଆତଙ୍କ ଦେଖାଦେଇଛି। ଏପରିକି ବସ୍ତିରୁ କଲୋନୀ, କଲୋନୀରୁ ବିଧାୟକଙ୍କ ବାସଭବନ ପର୍ଯ୍ୟନ୍ତ ଡେଙ୍ଗୁ ତା’ର କାୟା ମେଲାଇଛି। ବିଭିନ୍ନ ହାଟଅଞ୍ଚଳରୁ…
ଦିନକରେ କରୋନା ନେଲା ୬୯ ଜୀବନ
ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟରେ ବୁଧବାର କରୋନାରେ ୬୯ ଜଣ ଆଖି ବୁଜିଛନ୍ତି। ଏହା ସହିତ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୭,୫୬୨ ରେ ପହଞ୍ଚିଯାଇଛି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫଳରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା…
ଭୟ ଗୋଡ଼ାଉଛି
ଯାଜପୁର ଅଫିସ,୨୫ା୮: ମନ୍ଦିର ଗଢ଼ିଲେ ନାଁ, ଭାଙ୍ଗିଲେ ବି ନାଁ। ଓଡ଼ିଶା ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ(ଏସ୍ପିସିବି) ଏଭଳି ନୀତିରେ ଚାଲିଛି। ନିକଟରେ ସୂଚନା ପ୍ରଦାନ ଏବଂ ସ୍ବଚ୍ଛତା ପାଇଁ ଓଏସ୍ପିସିବି ୧ ନମ୍ବର ସ୍ଥାନ ହାସଲ କରିବା ପରେ ଏଭଳି…
‘ଖାଉଟି ସାମଗ୍ରୀ ବଣ୍ଟନର ସୋସିଆଲ ଅଡିଟ୍ କର’
କଟକ ଅଫିସ, ୨୫ା୮: ଜାତୀୟ ଖାଦ୍ୟ ସୁରକ୍ଷା ଆଇନ କାର୍ଯ୍ୟକାରୀ ନେଇ ସ୍ବଚ୍ଛତା ନିମନ୍ତେ ଖାଉଟି ସାମଗ୍ରୀ ବଣ୍ଟନର ସୋସିଆଲ ଅଡିଟ କର। ଏହାର ଭିଡିଓଗ୍ରାଫି କରି ରାଜ୍ୟ ଖାଦ୍ୟ କମିଶନଙ୍କ ୱେବସାଇଟରେ ଅପଲୋଡ୍ କର। ଏଥିସହ ଜୁନ ୧ରୁ ଅକ୍ଟୋବର…
ମାଟ୍ରିକ୍ ପାସ୍ କଲେ ସୋରଡ଼ା ବିଧାୟକ
ସୋରଡ଼ା,୨୫ା୮(ଡି.ଏନ୍.ଏ.): ମାଟ୍ରିକ୍ ଅଫଲାଇନ୍ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ଗଞ୍ଜାମ ଜିଲା ସୋରଡ଼ାର ବିଜେଡି ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ମାଟ୍ରିକ୍ ପରୀକ୍ଷାରେ ପାସ୍ କରିଛନ୍ତି। ଷ୍ଟେଟ୍ ଓପେନ ସ୍କୁଲ ଅଫ୍ଲାଇନ ପରୀକ୍ଷାରେ ସମୁଦାୟ ୫୦୦ ମାର୍କରୁ ବିଧାୟକ ସ୍ବାଇଁ ୫ଟି…
ସମ୍ବଲପୁର ଦୂରଦର୍ଶନ କେନ୍ଦ୍ର ବନ୍ଦ ପାଇଁ ଷଡ଼ଯନ୍ତ୍ର
ସମ୍ବଲପୁର,୨୫ା୮ (ବ୍ୟୁରୋ):ସମ୍ବଲପୁରଠାରେ ୧୯୭୮ରେ ସ୍ଥାପିତ ରାଜ୍ୟର ପ୍ରଥମ ତଥା ଦେଶର ଅଷ୍ଟମ ଦୂରଦର୍ଶନ କେନ୍ଦ୍ରକୁ ବନ୍ଦ କରିଦେବା ଲାଗି ଷଡ଼ଯନ୍ତ୍ର କରାଯାଉଛି। କେନ୍ଦ୍ର ସରକାରଙ୍କ ଅଧୀନରେ ଥିବା ଏହି କେନ୍ଦ୍ରର ସମସ୍ତ କର୍ମଚାରୀ, ଅଧିକାରୀଙ୍କୁ ବଦଳି କରିଦିଆଯାଇଛି। ଏହାକୁ ନେଇ ସମଗ୍ର…
୫୦% ସଂରକ୍ଷଣ ସୀମା ହଟୁ: ବିଜେଡି
ଭୁବନେଶ୍ୱର,୨୫ା୮(ବ୍ୟୁରୋ):ପଛୁଆବର୍ଗଙ୍କୁ ନେଇ ରାଜନୀତି ଜୋର ଧରିଛି। ଏହାକୁ ନେଇ ବିଜେଡି ଓ ଭାଜପା ପରସ୍ପର ଉପରେ ଦୋଷ ଲଦାଲଦିରେ ଲାଗିଛନ୍ତି। ଦେଶରେ ଜାତିଭିତ୍ତିକ ଜନଗଣନା ହେଉ ଏବଂ ୫୦% ସଂରକ୍ଷଣ ସୀମା ଉଠାଇ ଦିଆଯାଉ। ବିଜେଡି ଏଭଳି ଦାବି ଉଠାଇଛି। ଏହାସହ…
ରାଜ୍ୟରେ ହଜାରେ ତଳକୁ ଖସିଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା
ଭୁବନେଶ୍ୱର,୨୫।୮(ବ୍ୟୁରୋ): ରାଜ୍ୟରେ କିଛିଦିନ ହେବ କରୋନା ସଂକ୍ରମଣ ମାତ୍ରା କିଛିଟା କମିଛି। ବୁଧବାର ରାଜ୍ୟରେ ୮୮୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୫୧୫ ଜଣ କ୍ୱାରାଣ୍ଟାଇନ୍ ଥିଲେ। ୩୭୨ଟି ହେଉଛି ଲୋକାଲ କେସ। ବାକି ୧୩୧ ଜଣ…
ମାଟ୍ରିକ୍ ପାସ୍ କଲେ ସୋରଡା ବିଧାୟକ; ରହିଲା B2 ଗ୍ରେଡ୍
ସୋରଡା,୨୪।୮(ଡି.ଏନ୍.ଏ.): ମାଟ୍ରିକ ଅଫଲାଇନ୍ ପରୀକ୍ଷାଫଳ ମଙ୍ଗଳବାର ପ୍ରକାଶ ପାଇଛି। ଏଥିରେ ଗଞ୍ଜାମ ଜିଲା ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ବାଇଁ ପାସ କରିଛନ୍ତି। ସେ ୫୦୦ରୁ ୩୪୦ ନମ୍ବର ରଖିଥିବା ବେଳେ ତାଙ୍କୁ B2 ଗ୍ରେଡ୍ ମିଳିଛି। ଇଂରାଜୀରେ ବିଧାୟକ ୧୦୦ରୁ ୪୪…
ଅମାନିଆ ହୋଇ ଡଙ୍ଗା ଧାରରେ ବସିଥିଲେ: ଖସିପଡ଼ିବାରୁ ଜୀବନ ଗଲା
ଚିତ୍ରକୋଣ୍ଡା,୨୪।୮(ଡି.ଏନ୍.ଏ.): ମାଲକାନଗିରି ଜିଲା ଚିତ୍ରକୋଣ୍ଡା ସ୍ବାଭିମାନ ଅଞ୍ଚଳରେ ଡଙ୍ଗାରୁ ନଦୀରେ ଖସିପଡ଼ି ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ବଡ଼ପଡ଼ା ପଞ୍ଚାୟତ ବାଇଲିଗୁମା ଗ୍ରାମର ଘେନୁ ପାଙ୍ଗି(୪୦)। ସୂଚନାନୁଯାୟୀ, ଘେନୁ ଟଙ୍କା ଉଠାଇବାକୁ ନିଜ ଗ୍ରାମରୁ ଚିତ୍ରକୋଣ୍ଡା ବ୍ୟାଙ୍କ ଆସିଥିଲେ l…
ପ୍ରକାଶ ପାଇଲା ମାଟ୍ରିକ୍ ଅଫ୍ଲାଇନ୍ ପରୀକ୍ଷାଫଳ: ପାସ୍ ହାର ୮୦.୮୩%
କଟକ ଅଫିସ,୨୪।୮: ମାଟ୍ରିକ ଅଫ୍ଲାଇନ ପରୀକ୍ଷା ଫଳ ମଙ୍ଗଳବାର ପ୍ରକାଶ ପାଇଛି। ମୋଟ ପାସ ହାର ୮୦.୮୩% ରହିଛି। ପରୀକ୍ଷା ଦେଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୫୨୩୩ ଜଣ ପାସ କରିଥିବା ବେଳେ ୧୪୧ ଜଣ ଫେଲ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୩୧୦୦…
Archives


