ରାଜ୍ୟ

ଶାଶୁଙ୍କ ହତ୍ୟା ପାଇଁ ବିଷ ମଗାଇଥିଲେ ବୋହୂ, ଅଡିଓ ରେକର୍ଡ ଭାଇରାଲ

ଜୁନାଗଡ଼,୨୨।୧୦(ଡି.ଏନ.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅଞ୍ଚଳରେ ଜଣେ ବୋହୂ ତାଙ୍କ ଶାଶୁଙ୍କୁ ବିଷ ଦେଇ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଔଷଧ ଦୋକାନୀ ଏବଂ ମହିଳାଙ୍କ ମଧ୍ୟରେ ବିଷ ବାବଦାରେ ହୋଇଥିବା ଫୋନ କଲ୍‌ର ଅଡିଓ ଭାଇରାଲ ହେବା ପରେ…

ଲୁଟିବାକୁ ଆସି ନେଲେ ଖାଲି ବ୍ୟାଗ

ଝାରସୁଗୁଡ଼ା ଅଫିସ,୨୨ା୧୦: ଝାରସୁଗୁଡ଼ା ଜିଲା ବନହରପାଲି ଥାନା ବନ୍ଧବାହାଲ ଏମ୍‌ସିଏଲ୍‌ ମାର୍କେଟ୍‌ କମ୍ପ୍ଲେକ୍ସରେ ଶୁକ୍ରବାର ରାତି ପ୍ରାୟ ସାଢେ ୮ଟାରେ ଦୁର୍ବୃତ୍ତମାନେ ଗୁଳି ଫୁଟାଇ ଜଣେ ସୁନା ଦୋକାନୀଙ୍କ ନିକଟରୁ ଏକ ବ୍ୟାଗ୍‌ ଲୁଟ୍‌ ଫେରାର ହୋଇଯାଇଛନ୍ତି। ଖବରପାଇ ବ୍ରଜରାଜନଗର ଏସ୍‌ଡିପିଓ…

ଦିବ୍ୟଶଙ୍କରଙ୍କ ବାସଭବନ ଉପରେ ଅଣ୍ଡା ମାଡ଼

ଭବାନୀପାଟଣା,୨୨।୧୦(ସ୍ବ.ପ୍ର.): ମମିତା ମେହେର ହତ୍ୟା ଘଟଣାରେ ଆଇନ ଓ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବିରେ ଶୁକ୍ରବାର ଭବାନୀପାଟଣାଠାରେ ଯୁବ ଓ ଛାତ୍ର କଂଗ୍ରେସର ହୋହଲ୍ଲା କରିଥିବା ଦେଖିବାକୁ ମିଳିଛି। ଭବାନୀପାଟଣାସ୍ଥିତ ମନ୍ତ୍ରୀ ଦିବ୍ୟ…

ଯନ୍ତାରେ ପଡ଼ିଲା ମଣିଷ ଖିଆ ବାଘ

ଉମରକୋଟ/ରାଇଘର, ୨୨।୧୦(ସ୍ବ.ପ୍ର./ଡି.ଏନ୍‌.ଏ): ଛତିଶଗଡ଼ ସିହାଓ୍ବା ଜଙ୍ଗଲରେ ରହି ଲୋକଙ୍କୁ ମାରୁଥିବା କଲରାପତରିଆ ବାଘକୁ ସେଠାକାର ବନବିଭାଗ କାବୁ କରିଛି। ବାଘଟିକୁ ବର୍ତ୍ତମାନ ବନ ବିଭାଗ କାର୍ଯ୍ୟାଳୟରେ ରଖାଯାଇଛି। ଜନବସତି ସହ ସମ୍ପର୍କ ନ ଥିବା ଘଞ୍ଚ ଜଙ୍ଗଲରେ ବାଘଟିକୁ ଛଡ଼ାଯିବ ବୋଲି…

ଶଗଡ଼ରେ ପହଞ୍ଚିଲେ ଡାକ୍ତରୀ ଦଳ

ରାୟଗଡ଼ା ଅଫିସ,୨୨ା୧୦-ରାୟଗଡ଼ା ଜିଲାକୁ କରୋନାମୁକ୍ତ କରିବାକୁ ପ୍ରଶାସନର ଉଦ୍ୟମ ଜାରି ରହିଛି। ଆର୍‌ଆର୍‌ଟି ଟିମ୍‌ ଗ୍ରାମାଞ୍ଚଳକୁ ଯାଇ ଲୋକଙ୍କ କରୋନା ପରୀକ୍ଷା କରୁଛନ୍ତି। ତେବେ ରାୟଗଡ଼ା ବ୍ଲକ କେରେଡ଼ା ପଞ୍ଚାୟତର ଅଣିଜା ଗ୍ରାମକୁ ରାସ୍ତା ନ ଥିବାବେଳେ ବ୍ରିଜ୍‌ ନିର୍ମାଣ କାର୍ଯ୍ୟ…

ସ୍ତ୍ରୀହନ୍ତାଙ୍କୁ ରାତିସାରା ଜଗିଲେ ଗାଁ ଲୋକେ

ଅମ୍ବାଦୋଳା,୨୨ା୧୦(ଡି.ଏନ୍‌.ଏ.): ସ୍ବାମୀ ଟାଙ୍ଗିଆ ଚୋଟରେ ସ୍ତ୍ରୀଙ୍କ ଜୀବନ ଚାଲିଗଲା। ରାୟଗଡ଼ା ଜିଲା ଅମ୍ବାଦୋଳା ଥାନା ଅଧୀନ ଶୁକ୍ଳାଭଟ୍ଟା ଗ୍ରାମରେ ଗୁରୁବାର ରାତିରେ ଏଭଳି ଘଟଣା ଘଟିଛି। ମୃତ ମହିଳା ହେଲେ ଗାଁର ସୁରେନ୍ଦ୍ର ବଚା(୩୨)ଙ୍କ ସ୍ତ୍ରୀ ଝରଣା(୩୦)। ସୂଚନା ଅନୁଯାୟୀ, ରାତିରେ…

ତେଲ ଟ୍ୟାଙ୍କରରୁ ଜବତ ହେଲା ୨.୫ କୁଇଣ୍ଟାଲ ଗଞ୍ଜେଇ

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ତେଲ ଟ୍ୟାଙ୍କରରେ ଚାଲାଣ ହେଉଥିଲା ଗଞ୍ଜେଇ। ସ୍ବତନ୍ତ୍ର ଭାବେ ପ୍ୟାକିଂ କରାଯାଇ ଟାଙ୍କି ଭିତରେ ରଖାଯାଇଥିଲା। ପୋଲିସ ନଜରରୁ ବର୍ତ୍ତିବା ପାଇଁ ଏଭଳି ଅଭିନବ କୌଶଳ ଆପଣାଇଥିଲେ ଗଞ୍ଜେଇ ଚାଲାଣକାରୀ। ଏପରି କି କୋରାପୁଟରୁ ଦୀର୍ଘ ୪୫୦ କିମିରୁ ଅଧିକ…

ରାସ୍ତା ନିର୍ମାଣ କର, ନ ହେଲେ ପଞ୍ଚାୟତ ଭୋଟ୍‌ ଦେବୁ ନାହିଁ

ଭଦ୍ରକ ଅଫିସ,୨୨।୧୦: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବ୍ଲକ ଅଧୀନ ନଗୁଅଁା ପଞ୍ଚାୟତର ୯ ନଂ. ୱାର୍ଡ ମହାପୋଖରୀ ଶାସନ ଗ୍ରାମକୁ ସଂଯୋଗ କରୁଥିବା ରାସ୍ତା ଶୋଚନୀୟ ହୋଇପଡ଼ିଛି। ବହୁବାର ଜିଲା ପ୍ରଶାସନଠାରୁ ଆରମ୍ଭ କରି ସ୍ଥାନୀୟ ଅଧିକାରୀଙ୍କୁ ଭେଟିବା ପରେ ମଧ୍ୟ…

ବିନା ଛୁଞ୍ଚିରେ ଶିଶୁଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ବର,୨୨।୧୦(ବ୍ୟୁରୋ): ବିନା ଛୁଞ୍ଚିରେ ଟିକା ନେବେ ଶିଶୁ । କରୋନାର ଜାଇପର ଡି’ ଟିକା ବିନା ଛୁଞ୍ଚିରେ ଶିଶୁମାନଙ୍କୁ ଦେବାକୁ ପରାମର୍ଶ ଦିଆଯାଇଥିବା ନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଶୁକ୍ରବାର ସୂଚନା ଦେଇଛନ୍ତି । ୧୨ ବର୍ଷରୁ ୧୮…

କରୋନାକୁ ନେଇ ସତର୍କ କରାଇଲେ ଡିଏମ୍‌ଇଟି

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ସଂଖ୍ୟା କମିବାରେ ଲାଗିଛି। ତଥାପି କରୋନା ଭୟ ଏଯାଏ ଯାଇନି, ତେଣୁ ସଚେତନ ରହିବା ଆବଶ୍ୟକ ବୋଲି ଡିଏମ୍‌ଇଟି ସିବିକେ ମହାନ୍ତି ସୂଚନା ଦେଇଛନ୍ତି। ସଚେତନ ନହେଲେ ତୃତୀୟ ଲହର ଆସିପାରେ ବୋଲି ସତର୍କ…

ପ୍ରଦୀପ ସେବା ନୁହେଁ, ହେବା ଲାଗି ଦଳ ଛାଡ଼ିଛନ୍ତି: ନିରଞ୍ଜନ

ଭୁବନେଶ୍ୱର,୨୨।୧୦(ବ୍ୟୁରୋ): ନବରଙ୍ଗପୁର ପୂର୍ବତନ ଏମ୍‌ପି ପ୍ରଦୀପ ମାଝୀ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି। ଏହାକୁ ନେଇ ବିଭିନ୍ନ ମହଲରେ ପ୍ରତିକ୍ରିୟା ପ୍ରକାଶ ପାଉଛି। ଏହି କ୍ରମରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଡ଼ା ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ସେବା ନୁହେଁ, ହେବା…

ମନୀଷ ମୃତ୍ୟୁ ମାମଲା: କନଷ୍ଟେବଳ ନିଲମ୍ବିତ

ଭୁବନେଶ୍ୱର,୨୨ା୧୦(ବ୍ୟୁରୋ): ବରିଷ୍ଠ ସାମ୍ବାଦିକ ନବୀନ ଦାସଙ୍କ ପୁଅ ମନୀଷ ଅନୁରାଗ ହତ୍ୟା ମାମଲାରେ ଜଣେ କନଷ୍ଟେବଳ ନିଲମ୍ବିତ ହୋଇଛନ୍ତି। କନଷ୍ଟେବଳ ପ୍ରସନ୍ନ ବେହେରାଙ୍କୁ ନିଲମ୍ବିତ କରିଛନ୍ତି କମିଶନରେଟ ପୋଲିସ। ପ୍ରସନ୍ନ ଭୁବନେଶ୍ୱର ହାବିଲଦାର ଓ କନଷ୍ଟେବଳ ସଂଘର ସମ୍ପାଦକ ଥିବା ସୂଚନା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri