ବିଜେଡିର ବିଜୟଧାରାକୁ ବ୍ରେକ୍‌ ଦେବା ପାଇଁ ଭାଜପାର ଜୋରଦାର ପ୍ରୟାସ

କେନ୍ଦୁଝର,୧୯ା୨(ସ୍ବ.ପ୍ର.): କେନ୍ଦୁଝର ଜିଲା ସାହାରପଡ଼ା ବ୍ଲକର ୨୯ ନମ୍ବର ଜୋନ୍‌ ଅଣସଂରକ୍ଷିତ ରହିଛି। ଏହି ସିଟ୍‌ରେ ଅନ୍ତିମ ତଥା ପଞ୍ଚମ ପର୍ଯ୍ୟାୟ ଫେବୃୟାରୀ ୨୪ରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ଜୋନ୍‌ରେ ମୋଟ୍‌ ୫ ଜଣ ପ୍ରାର୍ଥୀ ମଇଦାନକୁ ଓହ୍ଲାଇଥିବା ବେଳେ ମୁଖ୍ୟତଃ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେଉଛି। ଭାଜପା ଏବଂ ବିଜେଡି ମଧ୍ୟରେ କଡ଼ା ଟକ୍କର ଚାଲିଛି। ଭାଜପାରୁ ଜିଲା ସଭାପତି ଅଂଶୁମାନ ସବୁଜ ମହାନ୍ତ ବର୍ମା ଏବଂ ବିଜେଡିରୁ ବୁଦ୍ଧଦେବ ମହାକୁଡ଼ଙ୍କ ମଧ୍ୟରେ ଲଢେଇ ହେବ। ଗତ ନିର୍ବାଚନରେ ୩୦ ନଂ ଜୋନ୍‌ରେ ଜିଲା ପରିଷଦ ସଦସ୍ୟ ଥିବା ଭାଜପାର ଜିଲା ସଭାପତିଙ୍କ ପାଇଁ ଏହି ନିର୍ବାଚନ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚଳିତ ଥର ଭାଜପା ତାଙ୍କୁ ପ୍ରାର୍ଥୀ କରି ବିଜେଡିର ବିଜୟ ଧାରାରେ ବ୍ରେକ୍‌ ଦେବାକୁ ପ୍ରୟାସ ଜାରି ରଖିଛି। ଭାଜପାର ଗଡ଼ କୁହାଯାଉଥିବା ଏହି ଜୋନ୍‌ରେ ଗତ ନିର୍ବାଚନରେ ବିଜେଡିର କୌଶଲ୍ୟା ନାୟକ, ଭାଜପା ପ୍ରାର୍ଥିନୀ ପଦ୍ମିନୀ ନାୟକଙ୍କ ଠାରୁ ୪୯୬ ଖଣ୍ଡ ଭୋଟ ବ୍ୟବଧାନରେ ବିଜୟ ହୋଇଥିଲେ। ବହୁ କମ୍‌ ଭୋଟ ବ୍ୟବଧାନରେ ଭାଜପା ହାରି ଥିବାରୁ ଚଳିତ ଥର ଏହି ସିଟ୍‌କୁ ଭାଜପା ନିଜ ଅକ୍ତିଆରକୁ ନେବା ପାଇଁ ଜୋରଦାର ଉଦ୍ୟମ କରୁଛି। ପ୍ରାର୍ଥୀମାନେ ବିଭିନ୍ନ ସ୍ଥାନରେ ପଥପ୍ରାନ୍ତ ସଭା କରି ନିଜ ସପକ୍ଷରେ ଭୋଟ୍‌ ଭିକ୍ଷା କରୁଛନ୍ତି। ୨୯ ନଂ ଜୋନ୍‌ ଉଦୟପୁର, କପୁଣ୍ଡି, ଖଜୁରିଆପାଟ,ଖୁଣ୍ଟାପଡ଼ା, ଗଣ୍ଡବେଡ଼ା, ତେଣ୍ଡରା, ବଡ଼ବିଲ, ବାଇକଳା, ମହ୍ଲାରପଦା ଏବଂ ସିଲପଦା ପଞ୍ଚାୟତକୁ ନେଇ ଗଠିତ। ଏହି ୧୦ ପଞ୍ଚାୟତରେ ୧୮ ହଜାର ୪୨୫ ପୁରୁଷ ଏବଂ ୧୭ ହଜାର ୮୯୯ ଜଣ ମହିଳା ଭୋଟରଙ୍କୁ ମିଶାଇ ମୋଟ୍‌ ୩୬ ହଜାର ୩୨୪ ଜଣ ଭୋଟର ମତଦାନ ସାବ୍ୟସ୍ତ କରିବେ। ବିଜୁ ଜନତା ଦଳ ପକ୍ଷରୁ ପାଟଣା ବିଧାୟକ ତଥା ଜିଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଜଗନ୍ନାଥ ନାୟକ ପ୍ରଚାରର ମଙ୍ଗ ଧରିଛନ୍ତି। ଭାଜପା ଜିଲା ସଭାପତି ତଥା ଏହି ଜୋନ୍‌ରୁ ପ୍ରାର୍ଥୀ ହୋଇଥିବା ଅଂଶୁମାନ ସବୁଜ ମହାନ୍ତ ବର୍ମା ନିଜ ସମର୍ଥକଙ୍କ ସହ ପ୍ରଚାର କରୁଛନ୍ତି। ଗତ ୫ ବର୍ଷରେ ସରକାରଙ୍କ ଅନେକ ଜନକଲ୍ୟାଣକାରୀ ଯୋଜନାର ସଫଳ ରୂପାୟନ ହୋଇ ନ ଥିବାରୁ ଶାସକ ଦଳ ବିରୋଧରେ ଜନଅସନ୍ତୋଷ ରହିଛି। ଉକ୍ତ ଅଞ୍ଚଳରେ ଚାଷୀମାନଙ୍କ ସମସ୍ୟା, ଉନ୍ନୟନ ଉନ୍ନୟନମୂଳକ କାର୍ଯ୍ୟରେ ବ୍ୟାପକ ଅନିୟମିତତା, ସରକାରୀ ଯୋଜନାରେ ଅବ୍ୟବସ୍ଥା ନେଇ ଜନଅସନ୍ତୋଷ ଭାଜପାକୁ ସୁହାଇବ। ଏହାର ଫାଇଦା ନେବାକୁ ଭାଜପା ଉଦ୍ୟମ କରୁଛି। ପାଟଣା ନିର୍ବାଚନମଣ୍ଡଳୀର ୨୯ ନଂ. ଜୋନ୍‌କୁ ଏକ ବିକଶିତ ଜୋନ୍‌ରେ ଗଢ଼ି ତୋଳିବା ତାଙ୍କର ଲକ୍ଷ୍ୟ ବୋଲି ଭାଜପା ପ୍ରାର୍ଥୀ ଭୋଟରଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ଜୋନ୍‌ରେ ନିର୍ବାଚନ ପ୍ରଚାର ଜୋର୍‌ ଧରିଥିବାବେଳେ ଆଉ ଦିନ କେଇଟା ପରେ ପ୍ରଚାର ଶେଷ ହେବ। ନିର୍ବାଚନ ଯେତିକି ପାଖେଇ ଆସୁଛି ପ୍ରଚାରର ଉଷ୍ମତା ସେତିକି ଜମୁଛି। ପ୍ରଚାର ବର୍ତ୍ତମାନ ଅତ୍ୟନ୍ତ ରୋଚକ ସ୍ଥିତିରେ ପହଞ୍ଚିଛି। ଗାଁ ଗାଁରେ ଡେରା ପକାଇବା ସହ ଭୋଟରଙ୍କୁ ହାତେଇବା ପାଇଁ ବିଭିନ୍ନ ପ୍ରକାର ରଣନୀତି ଚାଲିଛି। କିଏ କିପରି ଭୋଟରଙ୍କୁ ନିଜ ପଟକୁ ଟାଣିବେ ସେ ନେଇ ରାଜନୈତିକ ଦଳରେ ଅଙ୍କକଷା ଆରମ୍ଭ ହୋଇଛି। ଫୋକସରେ ଥିବା ୨୯ ନମ୍ବର ଜୋନ୍‌ରେ କିଏ ବାଜି ମାରିବ ଫଳାଫଳକୁ ଅପେକ୍ଷା।


Enter your email to get our daily news in your inbox.

All Right Reserved By Dharitri.Com

ଭଦ୍ରକରେ ୨୦୯୯ ଛୁଇଁଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ଚିହ୍ନଟ ୯୨ ପଜିଟିଭ୍‌ ସମସ୍ତେ ସ୍ଥାନୀୟ ସଂକ୍ରମଣ

ଭଦ୍ରକ ଅଫିସ,୨୩ା୮: ଭଦ୍ରକ ଜିଲାରେ ରବିବାର ୯୨ ଜଣ କରୋନା ଆକ୍ରାନ୍ତ ଚି଼ହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲାରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨୦୯୯ ଛୁଇଁଛି।...

୧୦ ଜିଲାରେ ପ୍ରବଳ ବର୍ଷିବ, ୧୩ରୁ ପାଗରେ ପରିବର୍ତ୍ତନ

ଭୁବନେଶ୍ୱର,୧୧।୫(ବ୍ୟୁରୋ): ଆଗାମୀ ୨୪ ଘଣ୍ଟା ମଧ୍ୟରେ ୧୦ ଜିଲାର ଗୋଟିଏ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏ ନେଇ ଆଞ୍ଚଳିକ ପାଣିପାଗ ବିଭାଗ...

କଲରାପତରିଆ ବାଘ, ଚିତା ହରିଣ ଛାଲ ଜବତ ଘଟଣା: ଅଭିଯୁକ୍ତ ଗଲେ ଜେଲ୍‌

ଭୁବନେଶ୍ୱର/ନୟାଗଡ଼ ଅଫିସ,୮।୬(ବ୍ୟୁରୋ): ବାଘ ଓ ହରିଣ ଛାଲ ର଼୍ୟାକେଟର ଦୁଇ ବ୍ୟବସାୟୀଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ ନୟାଗଡ଼ ଜିଲା ଦଶପଲ୍ଲା ଥାନା...

ମାର୍ଚ୍ଚ ୫ରୁ ଭୁବନେଶ୍ୱରରୁ ସିଧାସଳଖ ଦୁବାଇ ଉଡ଼ିବ ବିମାନ

ଭୁବନେଶ୍ୱର, ୧୧ା୨(ବ୍ୟୁରୋ): ଭୁବନେଶ୍ୱରରୁ ଦୁବାଇକୁ ସିଧାସଳଖ ବିମାନ ଚଳାଚଳ କରିବ। ଇଣ୍ଡିଗୋ ଏୟାରଲାଇନ୍ସ ଏହି ସେବା ଯୋଗାଇ ଦେବ। ଇଣ୍ଡିଗୋର ୬ଇ୦୦୨୭ ବିମାନଟି ସନ୍ଧ୍ୟା ୬ଟା...

ଦରଦି ଚେହେରା ଜଗନ୍ନାଥ ବେହେରା: ଅନ୍ୟ ପାଇଁ ଲେଖୁଛନ୍ତି ଅଭିଯୋଗପତ୍ର

ବଅଁରପାଳ, ୨୮।୮-ପେଶାରେ ବ୍ୟବସାୟୀ ହେଲେ ବି ଗରିବ, ଅସହାୟ ମଣିଷଙ୍କ ପ୍ରତି ତାଙ୍କ ମଧ୍ୟରେ ଅଛି ଦରଦି ଭାବ। ଥାନା, କୋର୍ଟ, ବ୍ଲକ, ତହସିଲ ସମେତ...

ଡାଇଭର୍ସନ ଯୋଗୁ ବିଚ୍ଛିନ୍ନ ହେବ ଝୁମ୍ପୁରା-ଉଖୁଣ୍ଡା ରାସ୍ତା

ଝୁମ୍ପୁରା,୨ା୯(ଡି.ଏନ.ଏ.)- କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ କାର୍ଯ୍ୟାଳୟ ନିକଟରେ କାନପୁର ବୃହତ ଜଳସେଚନ ପ୍ରକଳ୍ପର ଗୋଟିଏ ପାର୍ଶ୍ୱର ମୁଖ୍ୟ କେନାଲ ଅତିକ୍ରମ କରୁଛି। ଏହି ସ୍ଥାନରେ...

ଗ୍ରାହକଙ୍କ ଅଜାଣତରେ ୭୦ ଲକ୍ଷ ଋଣ ଉଠାଣ

ବ୍ରହ୍ମପୁର ଅଫିସ,୧୯ ।୬: ବ୍ୟାଙ୍କର ଜଣେ ଗ୍ରାହକଙ୍କ ଅଜାଣତରେ ତାଙ୍କ ନାଁରେ ୭୦ ଲକ୍ଷ ଟଙ୍କାର ଋଣ ଉଠାଣ ହୋଇଛି। ବ୍ରହ୍ମପୁର ନୀଳକଣ୍ଠନଗର ସ୍ଥିତ ଆନ୍ଧ୍ର...

ନବ କଳେବର ହେଉଛି ନୟାଗଡ଼ ଖେଳପଡ଼ିଆ

ନୟାଗଡ଼ ଅଫିସ,୩୦।୫: ନୟାଗଡ଼ ଟାଉନ ଥାନା ପାଖ ନୟାଗଡ଼ ଖେଳପଡ଼ିଆର ନବକଳେବର ଚାଲିଛି। ଖେଳ ପଡ଼ିଆ ପାର୍ଶ୍ୱରେ ରହିଥିବା ପେଣ୍ଡାଲକୁ ଆଧୁନିକ ଯନ୍ତ୍ରପାତି ଦ୍ୱାରା ୫...

Advertisement
Archives

Model This Week