ଆସନ୍ତାକାଲି ତୃତୀୟ ପର୍ଯ୍ୟାୟ ମତଦାନ: ୨୬୨ ବୁଥ୍‌କୁ ଗଲେ ନିର୍ବାଚନ କର୍ମଚାରୀ

କୋକସରା,୧୯ା୨(ଡି.ଏନ୍‌.): ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଗ୍ରହଣ ଶେଷ ହୋଇଛି। ରବିବାର କଳାହାଣ୍ଡି ଜିଲା କୋକସରା ବ୍ଲକରେ ତୃତୀୟ ପର୍ଯ୍ୟାୟ ମତଦାନ ଅନୁଷ୍ଠିତ ହେବ। ଏଥିପାଇଁ ବ୍ଲକ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ବ୍ଲକର ୨୨ ପଞ୍ଚାୟତରେ ୮୭ ହଜାର ୮୩୯ ଭୋଟର ରହିଛନ୍ତି। ସେମାନଙ୍କ ମଧ୍ୟରୁ ୪୪ ହଜାର ୧୯୬ ପୁରୁଷ ଭୋଟର ଓ ୪୩ ହଜାର ୬୪୧ ମହିଳା ଭୋଟର ରହିଛନ୍ତି। ତେବେ ୨୬୨ ବୁଥ୍‌ରେ ମତାଦାନ ଅନୁଷ୍ଠିତ ହେବ। ନିର୍ବାଚନ ପାଇଁ ୨୨ ପଞ୍ଚାୟତରେ ୩ ଜିଲା ପରିଷଦ ଆସନ ପାଇଁ ୧୨ଜଣ ଦଳୀୟ ପ୍ରାର୍ଥୀ ଓ ଜଣେ ସ୍ବାଧୀନ ପ୍ରାର୍ଥୀ ରହିଛନ୍ତି । ସେହିପରି ସମିତିସଭ୍ୟ ପ୍ରାର୍ଥୀ ପାଇଁ ୯୬ ଜଣ, ସରପଞ୍ଚ ପାଇଁ ୧୨୩ ଓ ଓ୍ବାର୍ଡ ମେମ୍ବର ପାଇଁ ୨୮୩ ପ୍ରାର୍ଥୀ ନିର୍ବାଚନ ଲଢୁଛନ୍ତି । ମୋଟ୍‌ ୫୧୫ ଜଣ ପ୍ରାର୍ଥୀ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ସୂଚନା ମିଳିଛି। ତେବେ ୨୬୨ ବୁଥ୍‌ ମଧ୍ୟରୁ ୫ ବୁଥ୍‌ ଅତି ସମ୍ବେଦନଶୀଳ ଭାବେ ଚିହ୍ନଟ କରାଯାଇଛି। ସେଗୁଡିକ ହେଲା ଆମପାଣି ପଞ୍ଚାୟତର କୁଟୁରୁ ଓ୍ବାର୍ଡ ୬ ଓ ବିରିମୁହାଣ ଓ୍ବାର୍ଡ ୭, ଡୁଡୁକାଠେଙ୍ଗା ପଞ୍ଚାୟର ଖଳିଗଡ଼ ବୁଥର ୮ ଓ ୯ ନମ୍ବର ୱାର୍ଡ, ବରାଡଙ୍ଗା ପଞ୍ଚାୟତର ଝୁଲେନବର ବୁଥ୍‌ରେ ଓ୍ବାର୍ଡ ୧୧ ରହିଛି। ପିଙ୍କ୍‌ ବୁଥ୍‌ ଭାବେ କୋକସରା ପଞ୍ଚାୟତର ୫ ଓ ୭ ନମ୍ବର ଓ୍ବାର୍ଡ ରହିଥିବା ବେଳେ ଏହି ବୁଥ୍‌ରେ ମହିଳା କର୍ମଚାରୀମାନେ ନିର୍ବାଚନ ପରିଚାଳନା କରିବେ। ଶନିବାର ବ୍ଲକର ୨୨ ପଞ୍ଚାୟତର ୨୬୨ ପୋଲିଂ ବୁଥ୍‌ ପାଇଁ ନିୟୋଜିତ କର୍ମଚାରୀଙ୍କୁ ରିଲିଫ କରାଯାଇଛ। ବିଭିନ୍ନ ଷ୍ଟଲ୍‌ କରି ନିର୍ବାଚନ ପାଇଁ ଆସିଥିବା କର୍ମଚାରୀଙ୍କୁ ଆବଶ୍ୟକ ସମସ୍ତ ଉପକରଣ ସହ ବୁଥ୍‌କୁ ପଠାଯାଇଛି। ବ୍ଲକ ପ୍ରଶାସନର ସମସ୍ତ ପଞ୍ଚାୟତ କର୍ମଚାରୀ, ଶିକ୍ଷକ, ପୋଲିସ କର୍ମଚାରୀ ନିୟୋଜିତ ରହି ପୋଲିଂ ବୁଥ୍‌କୁ ଯିବାପାଇଁ ସମସ୍ତ ଆନୁସଙ୍ଗିକ ସୂଚାରୁ ରୂପେ ହୋଇଥିବା ନେଇ କୋକସରା ବିଡିଓ ତଥା ନିର୍ବାଚନ ଅଧିକାରୀ ମନୀଷା ଦାସ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ

ସମ୍ବଲପୁର,୧୯ା୪(ପ୍ରମୋଦ ବହିଦାର): ରେଳବାଇ ସୁରକ୍ଷା ଜନିତ ରକ୍ଷଣାବେକ୍ଷଣ କାର୍ଯ୍ୟ ପାଇଁ ସମ୍ବଲପୁର ରେଳମଣ୍ଡଳ ଅଧୀନସ୍ଥ କେତେକ ଟ୍ରେନ୍‌ ଚଳାଚଳରେ ପରିବର୍ତ୍ତନ କରାଯାଇଥିବା ନେଇ ସମ୍ବଲପୁର ରେଳ...

ତାପମାତ୍ରାରେ ଭୁବନେଶ୍ୱକୁ ଟପିଲା କଟକ

ଭୁବନେଶ୍ୱର,୧୯।୪: ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ତାତି। ସକାଳ ୮ଟା ପରେ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି। ରାଜ୍ୟରେ ଏ ବର୍ଷ ପ୍ରଥମ ଥର ପାଇଁ...

ମହାନଦୀରେ ଡଙ୍ଗାବୁଡି ଘଟଣା: ସହାୟତା ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୯।୪: ମହାନଦୀରେ ଡଙ୍ଗା ବୁଡିବା ଘଟଣାରେ ମୃତକଙ୍କ ପରିବାରକୁ ଅନୁକମ୍ପା ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା...

୨୦୧୯ରେ ପୁରୀ ବିଧାନସଭାରେ କାହିଁକି ହାରିଥିଲା ବିଜେଡି, କାରଣ କହିଲେ ସଭାପତି…

ପୁରୀ,୧୯।୪: ୨୦୧୯ରେ ପୁରୀ ବିଧାନସଭା ଆସନରେ କାହିଁକି ହାରିଲା ବିଜେଡି । ଏନେଇ କାରଣ କହିଛନ୍ତି ଖୋଦ ଜିଲା ବିଜେଡି ସଭାପତି । ସଭାପତି ଦିବାକର...

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତ ନେଲା ଜଣଙ୍କ ଜୀବନ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri