ଲେଫ୍ଟ ଫ୍ରି’ ନିୟମ କଡ଼ାକଡ଼ି ନିର୍ଦ୍ଦେଶ
ଭୁବନେଶ୍ୱର,୮।୧(ବ୍ୟୁରୋ): କଟକ-ଭୁବନେଶ୍ୱର କମିଶନରେଟ ପୋଲିସରେ ନୂଆ ଟ୍ରାଫିକ ଡିସିପି ଭାବେ ଏସ୍. ସୁଶ୍ରୀ ଯୋଗଦେଇଛନ୍ତି। ଦାୟିତ୍ୱ ଗ୍ରହଣ ପରେ ସୁଶ୍ରୀ ସହରର ଟ୍ରାଫିକ୍ ସମସ୍ୟାର ସମାଧାନ କରିବା ପାଇଁ ନିଜେ ରାସ୍ତାକୁ ଓହ୍ଲାଇବା ସହ ନୂଆ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ସେ…
‘ନିର୍ବାଚନ ପାଇଁ ଲୋକଦେଖାଣିଆ ସ୍ବାସ୍ଥ୍ୟ ସ୍ମାର୍ଟକାର୍ଡ ବଣ୍ଟନ’
ଭୁବନେଶ୍ୱର,୮।୧(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟକାର୍ଡ ସାରା ରାଜ୍ୟରେ ବଣ୍ଟନ କରାଯାଉଛି। ଏଥିପାଇଁ ମୁଖ୍ୟମନ୍ତ୍ରୀ ବିଭିନ୍ନ ଜିଲାକୁ ଗସ୍ତ କରି ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଗସ୍ତ ତଥା ସ୍ବାସ୍ଥ୍ୟ କାର୍ଡ ବଣ୍ଟନ…
ବୋହୂ ଆସିଲେ, ଶ୍ୱଶୁର ଘର ଛାଡ଼ିଲେ
ବ୍ରହ୍ମପୁର ଅଫିସ,୮ା୧: ଡାକ୍ତର ସୁମିତ ସାହୁ-ତପସ୍ବିନୀ ଦାଶ ପାରିବାରିକ ବିବାଦ ନୂଆମୋଡ଼ ନେଇଛି। ଜିଲାଜଜ୍ଙ୍କ ନିର୍ଦ୍ଦେଶକ୍ରମେ ଗୁରୁବାର ରାତିରେ ତପସ୍ବିନୀ ବ୍ରହ୍ମାନଗର ଦ୍ୱିତୀୟ ଲାଇନ୍ସ୍ଥିତ ଶାଶୁଘରେ ପ୍ରବେଶ କରିଥିଲେ। ଏହାର କିଛି ସମୟ ପରେ ଶ୍ୱଶୁର ପ୍ରମୋଦ ସାହୁ ଘର ଛାଡ଼ିଛନ୍ତି।…
ଗଡ଼ିଲା ବାଲେଶ୍ୱର-ଭୁବନେଶ୍ୱର ମେମୁ ଟ୍ରେନ୍
ବାଲେଶ୍ୱର ଅଫିସ/ସଜନାଗଡ/ ବସ୍ତା/ଜଳେଶ୍ୱର, ୮।୧(ଡି.ଏନ.ଏ.): ବାଲେଶ୍ୱରୁ ଭୁବନେଶ୍ୱରକୁ ଗଡିଛି ମେମୁ ଟ୍ରେନ। କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଏହାର ଶୁଭାରମ୍ଭ କରିଛନ୍ତି। ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବାଲେଶ୍ୱର ଜିଲା ଗସ୍ତରେ ଆସି ସ୍ଥାନୀୟ ଷ୍ଟେଶନରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ପତାକା…
୩ ମହାନଗରର ସଂରକ୍ଷଣ ଚିଠା ବିଜ୍ଞପ୍ତି ପ୍ରକାଶିତ
ଭୁବନେଶ୍ୱର,୮ା୧(ବ୍ୟୁରୋ): ପୌର ନିର୍ବାଚନ ପାଇଁ ଓ୍ବାର୍ଡ ପୁନର୍ଗଠନ ଓ ଆସନ ସଂରକ୍ଷଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଶୁକ୍ରବାର ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଭୁବନେଶ୍ୱର ମହାନଗର ନିଗମର ୬୭, କଟକର ୫୯ ଏବଂ ବ୍ରହ୍ମପୁର ମହାନଗର ନିଗମର ୪୨ଟି…
ଫଳକ ଲାଗିଲା, କଢ଼ାଗଲା
କେନ୍ଦ୍ରାପଡ଼ା ଅଫିସ,୮ା୧: କେନ୍ଦ୍ରାପଡ଼ା ସହରର ଶାମଗୁଡ଼ିଆସ୍ଥିତ ଜିଲା ମାତୃ ଓ ଶିଶୁ ମଙ୍ଗଳ ହସ୍ପିଟାଲ ଉଦ୍ଘାଟିତ ହେବାର ଫଳକ ଲଗାଯିବା, ପୁଣି ହଟାଯିବା ଭଳି ଘଟଣା ଶୁକ୍ରବାର ଚର୍ଚ୍ଚାର ବିଷୟ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗତ ଡିସେମ୍ବର ୧୫ରେ ବିଜୁ…
ଜିଲାରୁ ୧୧,୭୩,୫୨୯ କୁଇଣ୍ଟାଲ ଧାନ ସଂଗ୍ରହ ଲକ୍ଷ୍ୟ
ଜଗତ୍ସିଂହପୁର ଅଫିସ, ୮ା୧: ଚଳିତ ଖରିଫ ଋତୁ ପାଇଁ ଜିଲାର ପ୍ରଥମ ଧାନମଣ୍ଡି ରଘୁନାଥପୁର ବ୍ଲକର ତରିକୁନ୍ଦଠାରେ ଶୁଭାରମ୍ଭ ହୋଇଯାଇଛି। ଜିଲାପାଳ ପାରୁଲ ପଟୱାରୀ ଏହାକୁ ଉଦ୍ଘାଟନ କରିଥିଲେ। ଏହାପରେ ୧୫ରେ ଜଗତ୍ସିଂହପୁର, ନାଉଗାଁ, ବିରିଡ଼ି, ବାଲିକୁଦା, ଏରସମା ଓ କୁଜଙ୍ଗ…
ଭାଜପା ସଫଳତାରେ ବ୍ରେକ୍ ଲାଗିପାରେ
ଯାଜପୁର ଅଫିସ,୮ା୧: ଯାଜପୁର ଜିଲାରେ ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଏବଂ ୨୦୧୯ ସାଧାରଣ ନିର୍ବାଚନକୁ ଦେଖିଲେ ଭାଜପା ଯେଭଳି ସଫଳତା ପାଇଥିଲା ତାହା ଆଗାମୀ ପଞ୍ଚାୟତ ନିର୍ବାଚନରେ ବଜାୟ ରହି ନ ପାରେ। କାରଣ ଜିଲାରେ ଇତିମଧ୍ୟରେ ଭାଜପାର କେତେଜଣ…
ବ୍ଲୁଇସ୍କୁ ଜାତୀୟ ଇ-ଗଭର୍ନାନ୍ସ ସ୍ବର୍ଣ୍ଣ ପୁରସ୍କାର
ଭୁବନେଶ୍ୱର,୮ା୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ୨୦୨୦ ଜୁଲାଇରେ ଲୋକାର୍ପଣ ହୋଇଥିବା ଭୁବନେଶ୍ୱର ଲ୍ୟାଣ୍ଡ ୟୁଜ୍ ଇଣ୍ଟେଲିଜେନ୍ସ ସିଷ୍ଟମ୍ (ବ୍ଲୁଇସ୍) ଜାତୀୟ ଇ-ଗଭର୍ନାନ୍ସ ସ୍ବର୍ଣ୍ଣ ପୁରସ୍କାର ହାତେଇଛି। ଶୁକ୍ରବାର ହାଇଦ୍ରାବାଦରେ ଅନୁଷ୍ଠିତ ୨୪ତମ ଜାତୀୟ ଇ-ଗଭର୍ନାନ୍ସ ସମ୍ମିଳନୀରେ କେନ୍ଦ୍ରୀୟ କାର୍ମିକ ଓ…
୫୦୦୦ ଦେଇ ଭୁଆଁ ବୁଲାଉଛନ୍ତି ସରକାର: ଭାଜପା
ଭୁବନେଶ୍ୱର, ୮।୧(ବ୍ୟୁରୋ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗରିବ ଲୋକଙ୍କୁ ଘର କରିବା ଲାଗି ୧ ଲକ୍ଷ ୭୦ ହଜାର ଟଙ୍କା ପଠାଉଛନ୍ତି। ଓଡ଼ିଶାରେ ଏହି ଟଙ୍କା ବାଟମାରଣା କରାଯାଇଛି। ଶାସକ ବିଜେଡି ଗରିବ ଲୋକଙ୍କୁ ୫ ହଜାର ଟଙ୍କା ଦେଇ ଭୁଆଁ…
ପୋଲିସ ଗ୍ରାମବାସୀଙ୍କ ମଧ୍ୟରେ ଛକାପଞ୍ଝା ଜାରି
କୁଜଙ୍ଗ,୮ା୧ (ଡି.ଏନ୍.ଏ.): ଜଗତ୍ସିଂହପୁର ଜିଲା ଏରସମା ତହସିଲ ଅନ୍ତର୍ଗତ ଢିଙ୍କିଆ ଚାରିଦେଶରେ ପୋଲିସ ଓ ବିରୋଧୀଙ୍କ ମଧ୍ୟରେ ଛକାପଞ୍ଝା ଲାଗି ରହିଛି। ଗତ ୪ ତାରିଖରେ ଢିଙ୍କିଆ ଗାଁରେ ପୋଲିସକୁ ଆକ୍ରମଣ ଘଟଣାରେ ସସ୍ମିତା ଓ ଲକ୍ଷ୍ମୀ ମଲ୍ଲିକଙ୍କୁ ଶୁକ୍ରବାର ପୋଲିସ…
ଆକଳନ ସରିନି, ଆଶଙ୍କାରେ କ୍ଷତିପୂରଣ
ବରଗଡ଼ ଅଫିସ୍,୮।୧: ବରଗଡ଼ ଜିଲାରେ ବର୍ଷା ସାଙ୍ଗକୁ କୁଆପଥର ମାଡ଼ ଚାଷୀଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି। ଏଥିରେ ବ୍ୟାପକ ଫସଲକ୍ଷତି ହୋଇଥିବା ସତ୍ତ୍ୱେ କୌଣସି ଅଧିକାରୀ କ୍ଷତିଗ୍ରସ୍ତ ଫସଲ ପରିଦର୍ଶନ କରିନାହାନ୍ତି। ଏଭଳି ଅଭିଯୋଗ ନେଇ ଶୁକ୍ରବାର ଜିଲାର ସୋହେଲା…
Archives


