ଉଦ୍‌ଘାଟନ ପୂର୍ବରୁ ଦୁର୍ବୃତ୍ତ ଭାଙ୍ଗିଲେ ଫଳକ

ନୂଆଗାଁ, ୨୫।୪ (ଡି.ଏନ୍‌.ଏ.): ନୟାଗଡ଼ ଜିଲା ଦଶପଲ୍ଲା ନିର୍ବାଚନମଣ୍ଡଳୀ ନୂଆଗାଁ ବ୍ଲକରେ ଶାସକ ଦଳର ଗୋଷ୍ଠୀକନ୍ଦଳ ଦିନକୁଦିନ ବଢ଼ିବାରେ ଲାଗିଛି। ଏହାର ପରିଣାମ ସ୍ବରୂପ ଉଦ୍‌ଘାଟନ ପୂର୍ବରୁ ଶାସକ ଦଳର ଅସନ୍ତୁଷ୍ଟ ଗୋଷ୍ଠୀର ଲୋକ ପ୍ରତିନିଧିଙ୍କ ନାମ ଲେଖା ଯାଇଥିବା ଫଳକକୁ ବିଭିନ୍ନ ସ୍ଥାନରେ ଭଙ୍ଗା ଯାଉଥିବା ଦେଖିବାକୁ ମିଳୁଛି।
ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ପୁରୁଣା ଦଳୀୟ କର୍ମୀଙ୍କୁ ବାଦ୍‌ ଦେଇ ନୂଆ ମୁହଁକୁ ସମର୍ଥନ କରିବା ଦଳକୁ ମହଙ୍ଗା ପଡିଲାଣି। ଦିନକୁଦିନ ରାଜନୈତିକ ଉଷ୍ମତା ବଢିବା ସହ ବିବାଦ ଘନେଇବାରେ ଲାଗିଛି। ନିର୍ବାଚନରେ ଦଳୀୟ ସମର୍ଥନ ନ ପାଇ ବାଦ୍‌ ପଡିଥିବା ପୁରୁଣା କର୍ମୀଙ୍କ ମଧ୍ୟରେ ଅସନ୍ତୋଷ ଯୋଗୁ ଦଳୀୟ ସମର୍ଥତ୍ତ ପ୍ରାର୍ଥୀଙ୍କୁ ଜିତାଇବାରେ ବହୁ କଷ୍ଟ କରିବାକୁ ପଡିଥିଲା। ନୂଆଗାଁ ବ୍ଲକରେ ଭାଜପାରେ ବଳିଷ୍ଠ ବିରୋଧୀ ନ ଥିବା ବେଳେ ଅସନ୍ତୁଷ୍ଟ ବିଜେଡିର କର୍ମୀ ବହୁ ଗୋଷ୍ଠୀରେ ବିଭକ୍ତ ହୋଇଛନ୍ତି। ତେବେ ଅସନ୍ତୁଷ୍ଟ ଗୋଷ୍ଠୀ ବିଜେଡିକୁ ସମର୍ଥନ କରୁଥିବା ବେଳେ ଶାସକ ଦଳର ଦଶପଲ୍ଲା ବିଧାୟକଙ୍କ ବିରୋଧରେ ସ୍ବର ଉଠାଉଛନ୍ତି। ଦଶପଲ୍ଲା ବିଧାୟକଙ୍କୁ ବିରୋଧ କରି ନିର୍ବାଚନ ପୂର୍ବରୁ ତାଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଥିବା ଫଳକକୁ ଭାଙ୍ଗି ଦିଆଯାଉଛି। ନିର୍ବାଚନ ପରେ ଉଦ୍‌ଘାଟନ ପୂର୍ବରୁ ବିଭିନ୍ନ ସ୍ଥାନରେ ଫଳକକୁ ଭାଙ୍ଗି ଦେଉଛନ୍ତି ଦଳୀୟ ଅସନ୍ତୁଷ୍ଟ ଗୋଷ୍ଠୀ। ୨୧ ତାରିଖରେ ନୂଆଗାଁ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ବିଧାୟକଙ୍କ ଦ୍ୱାରା ଉଦ୍‌ଘାଟନ ହେବାକୁ ଥିବା ବିଶୁଦ୍ଧ ପାନୀୟ ଜଳର ଫଳକକୁ ଭାଙ୍ଗି ଦିଆଯାଇଥିଲା। ରବିବାର ପାରାଢିପି ପଞ୍ଚାୟତରେ ଏକ ଫଳକକୁ ଭାଙ୍ଗି ଦିଆଯାଇଛି। ସିମିଳିସାହି ପିଡବ୍ଲ୍ୟୁଡି ରାସ୍ତାଠାରୁ ବାଲଣ୍ଡା ଆରଡି ରାସ୍ତା ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଫେଜ୍‌-୩ର ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ ପାଇଁ ଏକ ଫଳକ ଲଗାଯାଇଥିଲା। ତାହା ରବିବାର ସକାଳ ୧୦ଟାରେ ଦଶପଲ୍ଲା ବିଧାୟକ ରମେଶ ଚନ୍ଦ୍ର ବେହେରାଙ୍କ ଦ୍ୱାରା ଉଦ୍‌ଘାଟିତ ହେବାର ସମସ୍ତ ଆୟୋଜନ ସରିଥିଲା। କିନ୍ତୁ ସକାଳୁ କେହି ଦୁର୍ବୃତ୍ତ ତାହାକୁ ଭାଙ୍ଗି ଦେଇଛନ୍ତି। ଦୁର୍ବୃତ୍ତ ଭାଙ୍ଗିବା ସମୟରେ ବିଧାୟକଙ୍କ ନାମ କାହିଁକି ରହିଲା କହି ଭାଙ୍ଗିଥିବା ଆଲୋଚନା ହେଉଛି। ପଂଚାୟତ ନିର୍ବାଚନ ସରିବାର କିଛି ମାସ ନ ଯାଉଣୁ ବିଭିନ୍ନ ସ୍ଥାନରେ ଫଳକ ଭାଙ୍ଗି ବିଧାୟକଙ୍କୁ ବିରୋଧ କରିବା କାର୍ଯ୍ୟରୁ ଦଳୀୟ କର୍ମୀଙ୍କ ଅସନ୍ତୋଷର ମାତ୍ରା ସ୍ପଷ୍ଟ ବାରି ହୋଇପଡୁଛି।


Enter your email to get our daily news in your inbox.

All Right Reserved By Dharitri.Com

ଠିକାଦାରଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ: ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

ମାଲକାନଗିରି,୧୭।୧୧(ଡି.ଏନ୍‌.ଏ.): ମାଲକାନଗିରି ଜିଲା ଠିକାଦାର ସଂଘ ପକ୍ଷରୁ ଗତ ୧୦ ତାରିଖରୁ କାର୍ଯ୍ୟବନ୍ଦ ଆନ୍ଦୋଳନ ହୋଇଛି। ଏ ନେଇ ଜିଲାର ଉନ୍ନୟନ କାର୍ଯ୍ୟ ବାଧାପ୍ରାପ୍ତ ହୋଉଛି...

ଜାଲ୍‌ ପ୍ରମାଣପତ୍ର ଦେଇ ଚାକିରି, ୩ ଶିକ୍ଷକ ଫେରାର

ଛତ୍ରପୁର,୧୧ା୨(ଡି.ଏନ.ଏ)-ସ୍କୁଲ ଓ ଗଣଶିକ୍ଷା ବିଭାଗ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାରେ ୨୦୧୧ ପରଠାରୁ ନିଯୁକ୍ତି ପାଇଥିବା ସମସ୍ତ ଜୁନିୟର ଟିଚର, ଶିକ୍ଷା ସହାୟକମାନଙ୍କ ଶିକ୍ଷାଗତ ଓ ତାଲିମ...

‘ଲକ୍ଷ୍ୟ’ ଦୌଡ଼ରେ ଜିଲା ମୁଖ୍ୟ ଚିକିତ୍ସାଳୟ

ଜଗତ୍‌ସିଂହପୁର ଅଫିସ,୨୬।୭: ଭାରତ ସରକାରଙ୍କ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ୱାରା ଜାତୀୟ ଗୁଣାବତ୍ତା ଉନ୍ନତି କାର୍ଯ୍ୟକ୍ରମ ଚାଲିଛି। ଏନେଇ ନ୍ୟାସନାଲ କ୍ବାଲିଟି ଆସୁରାନ୍ସ...

ଆରମ୍ଭ ହେଲା ଓଡ଼ିଶା ଟ୍ରାଭେଲ ବଜାର:ପର୍ଯ୍ୟଟନ ରାଜଧାନୀ ହେବ ଓଡ଼ିଶା

ଭୁବନେଶ୍ୱର, ୧୫ା୧୦(ବ୍ୟୁରୋ): ଦେଶର ‘ବେଷ୍ଟ କେପ୍ଟ ସିକ୍ରେଟ୍‌’ ଭାବେ ପରିଚିତ ଓଡ଼ିଶା ବିଗତ ୧୫ବର୍ଷ ଧରି ଭାରତର ଶ୍ରେଷ୍ଠ ୩ ଇନ୍‌ଭେଷ୍ଟମେଣ୍ଟ ଡେଷ୍ଟିନେଶନ ଭାବେ ପ୍ରତିଷ୍ଠିତ ହୋଇପାରିଛି।...

ହେଲମେଟ୍‌ ନ ପିନ୍ଧିଲେ ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ମନା

ଭଞ୍ଜନଗର,୪।୮(ଡି.ଏନ.ଏ.) -ବାଇକ୍‌ ଓ କାର ଚାଳକଙ୍କ ଉପରେ ଏଣିକି କଡ଼ା ନଜର ରଖିବ ପ୍ରଶାସନ। ଯେଉଁମାନେ ବିନା ହେଲମେଟ୍‌ରେ ବାଇକ୍‌ ଚଳାଉଥିବେ ସେମାନଙ୍କ ବିରୁଦ୍ଧରେ ଜରିମାନା...

ପଞ୍ଚଭୂତରେ ବିଲୀନ ହେଲେ ଶାନ୍ତି ଦେବୀ

ଗୁଣପୁର,(ଡି.ଏନ୍‌.ଏ.)/ରାୟଗଡ଼ା ଅଫିସ, ୧୮।୧: ଭୂଦାନ ଆନ୍ଦୋଳନର ଅନ୍ୟତମ ପୁରୋଧା ତଥା ପଦ୍ମଶ୍ରୀ ଶାନ୍ତି ଦେବୀଙ୍କ ରବିବାର ବିଳମ୍ବିତ ରାତିରେ ହୃଦ୍‌ଘାତରେ ପରଲୋକ ଘଟିଛି। ତାଙ୍କୁ ୮୮ବର୍ଷ...

ଝାରସୁଗୁଡା ଗୁଳିକାଣ୍ଡ ଘଟଣାରେ ୪ ଫେରାର ଅଭିଯୁକ୍ତ ଗିରଫ

ଝାରସୁଗୁଡା ଅଫିସ,୧୩।୧୨: ଝାରସୁଗୁଡା ସହରରେ ଗତ ୪ ତାରିଖରେ ଗୁଳିକାଣ୍ଡ ଘଟାଇ ଅଭିଯୁକ୍ତମାନେ ଫେରାର ହୋଇଯାଇଥିଲେ। ଏହି ଘଟଣାର ପର୍ଦ୍ଦାଫାସ କରି ପୋଲିସ ୧ ସପ୍ତାହ...

କରୋନା ଗୀତକୁ ନେଇ କମେଣ୍ଟ, ପେଟ୍ରୋଲ ପମ୍ପରେ ମାରପିଟ୍‌

କଟକ ରୋଡ,୧୯।୩ (ଡି.ଏନ୍‌.ଏ.): କରୋନା ଗୀତକୁ କେନ୍ଦ୍ରକରି ମଙ୍ଗଳବାର ରାଜଧାନୀର ଏକ ପେଟ୍ରୋଲ ପମ୍ପରେ ଯୁବତୀ ଓ ଯୁବକମାନଙ୍କ ମଧ୍ୟରେ ମାରପିଟ୍‌ ହୋଇଛି। ଏହି ଘଟଣାରେ...

Advertisement
Archives

Model This Week