ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛାଡିବାକୁ ଦାବି

ପଟ୍ଟାମୁଣ୍ଡାଇ,୨୫ା୪(ସ୍ବ.ପ୍ର.): ପଟ୍ଟାମୁଣ୍ଡାଇ ଅଞ୍ଚଳରେ ଅସହାୟ ଗୁଳଗୁଳି ସାଙ୍ଗକୁ ପ୍ରଚଣ୍ଡ ରୌଦ୍ରତାପରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛନ୍ତି। ସପ୍ତାହେ ହେଲା କ୍ରମାଗତ ଭାବେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଦିନ ୧୦ଟା ପରେ ଘରୁ ପଦାକୁ ଗୋଡ କାଢି ହେଉନାହିଁ। ଏଥିସହ ଅସହୟ ଗୁଳଗୁଳି ପରିସ୍ଥିତିକୁ ଅଧିକ ସଙ୍ଗୀନ କରୁଛି। ଦିନର ତାପମାତ୍ରା ୪୦ ଡିଗ୍ରୀ ଛୁଇଁଛି। ଶ୍ରମିକ ଶ୍ରେଣୀର ଲୋକମାନେ କାମଧନ୍ଦା କରିବାକୁ ପଦାକୁ ଯିବା ପାଇଁ ସାହାସ ଜୁଟାଇ ପାରୁନାହାନ୍ତି। ଫଳରେ ସେମାନଙ୍କ ତେଲଲୁଣ ସଂସାର ଚଳାଇବା କଷ୍ଟକର ହୋଇପଡୁଛି। ଅନ୍ୟପକ୍ଷରେ ଗ୍ରୀଷ୍ମଋତୁ ଆରମ୍ଭରୁ ବାରମ୍ବାର ଅଘୋଷିତ ବିଦ୍ୟୁତ୍‌ କାଟ ପରିସ୍ଥିତକୁ ଅଣାୟତ କରୁଛି। ବିଦ୍ୟୁତ୍‌ କାଟର କାରଣକୁ ନେଇ ବିଭାଗୀୟ କର୍ତ୍ତୃପକ୍ଷ ନୀରବ ଥିବାବେଳେ ଏହାର ଠିକ୍‌ କାରଣ ସାଧାରଣ ଲୋକେ ଖୋଜି ପାଉନାହାନ୍ତି। ଅନ୍ୟପକ୍ଷରେ ଅତ୍ୟନ୍ତ ଗୁଳଗୁଳି ସାଙ୍ଗକୁ ତାପମାତ୍ରା ବୃଦ୍ଧି ଓ ଟାଣ ଖରା ପାଇଁ ବିଲରେ ପନିପରିବା ଫସଲ ଜଳି ମରି ଯାଇଥିବା ଦେଖିବାକୁ ମିଳୁଛି। ପଟ୍ଟାମୁଣ୍ଡାଇର କଷଣଅଣ୍ଟା, ତଳବାଲମିପଡା, ବାଲିପଡା, ନନ୍ଦିନୀନଗର, ସିଦ୍ଧପାଟଣା, ତନୁପୁର, ବାଛରା, ମଣ୍ଡପଡା, କାକୁଡିପଲ୍ଲୀ, ନୂଆଗାଁ, ବାଲିପାଟଣା, ଷଣ୍ଢପଲ୍ଲୀ, ନିମପୁର, ଅଳଭା, ଶ୍ରୀରାମପୁର, ପାଳପାଟଣା, କଦମ୍ବଦାଣ୍ଡି, ଡାମରପୁର, ବଳଭଦ୍ରପୁର, ଅଠରବାଟିଆ, ଛେଦରା, ଗୁଣୁପୁର, ହଳଧରପୁର, ଶିମିଳିଆ, ଡିହାପଡା, ଅଇନିପଡା, ବଡପଡା, ବଡମୋହନପୁର, ଦିହୁଡିପୁର, ଆମ୍ବେର, ଖଡିଅଣ୍ଟା ଆଦି ଅଞ୍ଚଳରେ ବ୍ୟାପକ ଭାବେ ପନିପରିବା ଫସଲ ଚାଷ ହୋଇଛି। ସେଗୁଡିକ ଟାଣ ଖରା ଓ ପାଣି ଅଭାବରୁ ବିଲରେ ମରି ନଷ୍ଟ ହେଇଯାଉଥିବା ଦେଖିବାକୁ ମିଳିଛି। ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲ ଓ ଏଥିରୁ ବାହାରି ଥିବା ଶାଖା କେନାଲଗୁଡିକ ବର୍ଷା ଦିନ ପରଠାରୁ ଶୁଖିଲା ପଡିଛି। ଅନ୍ତତଃ ପକ୍ଷେ ପଟ୍ଟାମୁଣ୍ଡାଇ ମୁଖ୍ୟ କେନାଲରେ ପାଣି ଛଡା ଗଲେ ଏଥିରୁ ବାହାରିଥିବା ଶାଖା କେନାଲରେ ପାଣି ଗଲେ ବ୍ୟାପକ ଅଞ୍ଚଳରେ ଜଳ ସମସ୍ୟା ସମାଧାନ ହେବା ସହ ଉତାପ ହ୍ରାସ ଦିଗ ପାଆନ୍ତା ବୋଲି ସାଧାରଣରେ ମତପ୍ରକାଶ ପାଇଛି। କେନାଲରେ ପାଣି ଛଡା ଗଲେ ଉଭୟପାର୍ଶ୍ୱରେ ଥିବା ଗ୍ରାମଗୁଡିକର ଜନସାଧାରଣ ଆଶ୍ୱସ୍ତି ଅନୁଭବ କରନ୍ତେ। ଅନ୍ୟପକ୍ଷରେ ଖରାଦିନ ପାଇଁ ଚାରଣଭୂମିଗୁଡିକରେ ଘାସ ଅଭାବରୁ ଓ ଗୃହପାଳିତ ପଶୁମାନଙ୍କୁ ଗୋପାଳକମାନେ ଗୋଠରେ ବାନ୍ଧି ଖାଦ୍ୟ ଦେବା ସମ୍ଭବ ହେଉ ନ ଥିବାରୁ ସେମାନଙ୍କୁ ଖୋଲା ଛାଡି ଦେଉଛନ୍ତି। ବର୍ତ୍ତମାନ ସମସ୍ତ ଗାଡିଆ ପୋଖରୀ ଶୁଖିଲା ପଡିଥିବାରୁ ଗୃହପାଳିତ ପଶୁପକ୍ଷୀମାନେ ତୃଷା ମେଣ୍ଟାଇବା ପାଇଁ ପାଣି ନ ପାଇ ଡହଳବିକଳ ହେଉଛନ୍ତି। ଆସନ୍ତା ଦିନେ ଦୁଇ ଦିନ ମଧ୍ୟରେ ତାପମାତ୍ରା ହ୍ରାସ ନ ହେଲେ ପରିସ୍ଥିତି ଅଧିକ ଜଟିଳ ହୋଇ ପଡିବାର ସମ୍ଭାବନାକୁ ଏଡାଇ ଦିଆଯାଇ ନ ପାରେ।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀଙ୍କ ବଡ଼ ଗୁମର ଖୋଲିଲେ ଆୟର, ସମୟ ଆସିଲେ….

ନୂଆଦିଲ୍ଲୀ,୪।୧୦: ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍‌ ପୂର୍ବରୁ ଭାରତୀୟ ଟି-୨୦ ଦଳର ଅଧିନାୟକ ଶ୍ରେୟସ ଆୟର ଦଳର ଖେଳ ରଣନୀତି ଓ ଯୁବ ଖେଳାଳି ବୈଭବ ସୂର୍ଯ୍ୟବଂଶୀଙ୍କୁ…

ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼, ବୈଠକ ସାରି ବାହାରିଲା ବେଳେ …

ଭୁବନେଶ୍ବର,୪।୧୦: ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ିକୁ ଟେକାମାଡ଼ ହୋଇଛି । ବୈଠକ ସାରି ଫେରୁଥିବା ବେଳେ କିଛି ବ୍ୟକ୍ତି ତାଙ୍କ ଗାଡି ଉପରକୁ ଟେକା ଫିଙ୍ଗିଥିବା…

ବୀରେନ୍ଦ୍ର ସେହୱାଗଙ୍କ ପୁଅଙ୍କୁ ମିଳିଲା ବଡ଼ ଦାୟିତ୍ବ, ଏହି ଦଳର ହେବେ ଅଧିନାୟକ

ନୂଆଦିଲ୍ଲୀ,୪।୧୦: ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବତନ ଓପନର୍‌ ବୀରେନ୍ଦ୍ର ସେହୱାଗଙ୍କ ୧୮ ବର୍ଷୀୟ ପୁଅ ଆର୍ଯ୍ୟବୀର ସେହୱାଗଙ୍କୁ ଘରୋଇ କ୍ରିକେଟ୍‌ରେ ବଡ଼ ଦାୟିତ୍ୱ ମିଳିଛି । ଆଗାମୀ…

FSSAI ର ବଡ଼ କାର୍ଯ୍ୟାନୁଷ୍ଠାନ: ‘କ୍ରିଏଟିଭ୍ ବେକର୍ସ’ର ଲାଇସେନ୍ସ ନିଲମ୍ବିତ, ‘ଏଭରେଷ୍ଟ ଜିରା ପାଉଡର’ ବଜାରରୁ ପ୍ରତ୍ୟାହାର ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୧୦: ଖାଦ୍ୟ ସୁରକ୍ଷା ନିୟମର କଡ଼ା ଉଲ୍ଲଂଘନ ଅଭିଯୋଗରେ ଫୁଡ୍ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ୍ ଇଣ୍ଡିଆ (FSSAI) ଦୁଇଟି ପ୍ରମୁଖ ଖାଦ୍ୟ ପ୍ରସ୍ତୁତକାରୀ କମ୍ପାନୀ…

ମିଳିଲାନି ଷ୍ଟ୍ରେଚର, ଦିବ୍ୟାଙ୍ଗ ଭାଇଙ୍କୁ ପିଠିରେ ବୋହି ୱାର୍ଡକୁ ନେଲେ ଭଉଣୀ, ଭିଡିଓ ଦେଖିଲେ ଥରିଉଠିବ….

ଭୋପାଳ,୪ା୧୦: ସରକାରୀ ହସ୍ପିଟାଲରେ ରୋଗୀଙ୍କୁ ମିଳୁଥିବା ସୁବିଧାକୁ ନେଇ ପୁଣି ପ୍ରଶ୍ନ ଉଠିଛି । ମଧ୍ୟପ୍ରଦେଶର ଗୁନା ଜିଲାରୁ ଏଭଳି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା…

ନୟାପଲ୍ଲୀ ବଳାତ୍କାର ମାମଲା: ମୁଖ୍ୟ ଅଭିଯୁକ୍ତଙ୍କ ୨ ସହଯୋଗୀଙ୍କୁ ଗିରଫ କଲା ପୋଲିସ

ଭୁବନେଶ୍ୱର,୪ା୧୦: ରାଜଧାନୀରେ ଚର୍ଚ୍ଚାର ବିଷୟ ପାଲଟିଥିବା ନୟାପଲ୍ଲୀ ବଳାତ୍କାର ମାମଲାରେ ପୋଲିସକୁ ମିଳିଛି ଆଉ ଏକ ବଡ଼ ସଫଳତା। ବଳାତ୍କାର ମାମଲାର ମୁଖ୍ୟ ଅଭିଯୁକ୍ତ ଶ୍ରୀଧର ପଣ୍ଡାର…

ଦିବ୍ୟାଙ୍ଗ ନାବାଳକଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପାଣ୍ଠିରୁ ମିଳିଲା ସହାୟତା

ଗଞ୍ଜାମ,୪ା୧୦(ବିଦ୍ୟାଧର ସାହୁ): ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ନିଜସ୍ବ ପାଣ୍ଠିରୁ ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଲକ୍ଷ୍ମୀପୁର ଗ୍ରାମର ଦିବ୍ୟାଙ୍ଗ ନାବାଳକ ଏନ ନୀଳାଞ୍ଚଳ…

ଆଦିତ୍ୟଙ୍କ ସହ ମୁମ୍ବାଇ ଛାଡ଼ିଲେ ୟାମି ଗୌତମ? କାହିଁକି ଏତେ ବଡ଼ ନିଷ୍ପତ୍ତି ନେଲେ ଏହି ଦମ୍ପତ୍ତି? ଜାଣନ୍ତୁ…

ମୁମ୍ବାଇ: ଆଦିତ୍ୟ ଧର ହେଉଛନ୍ତି ବଲିଉଡର ଜଣେ ପ୍ରତିଷ୍ଠିତ ନିର୍ଦ୍ଦେଶକ, ଯିଏ ‘ଉରି: ଦ ସର୍ଜିକାଲ ଷ୍ଟ୍ରାଇକ’ (Uri: The Surgical Strike) ଭଳି ଲୋକପ୍ରିୟ ଚଳଚ୍ଚିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?