ବଢୁଛି ବାଲି, ମାଟି, ପଥର ଲୁଟ୍‌: ଅସୁରକ୍ଷିତ ସାମାଜିକ କର୍ମୀ, ଗଣମାଧ୍ୟମ ପ୍ରତିନିଧି

ଯାଜପୁର ଅଫିସ,୨୫ା୪: ଯାଜପୁର ଜିଲାରେ ଗ୍ରାନାଇଟ ପଥର, ବାଲି, ମୋରମ, ମାଟି, ମାଙ୍କଡାପଥର ଲୁଟ ଉପରେ ସ୍ବର ଉତ୍ତୋଳନ କରୁଥିବା ସାମାଜିକ କର୍ମୀ କିମ୍ବା ଗଣମାଧ୍ୟମ ପ୍ରତିନିଧି ସୁରକ୍ଷିତ ମଣୁ ନାହାନ୍ତି। ବାଲି ଖାଦାନକୁ ନେଇ ବିଞ୍ଝାରପୁରରେ ବୋମା ପକାଇ ହତ୍ୟା ଘଟଣା ହେଉ ଅବା ଗ୍ରାନାଇଟ ପଥର ଲୁଟ ଅଭିଯୋଗ ଉପରେ ସାମାଜିକ କର୍ମୀ ସର୍ବେଶ୍ୱର ବେହୁରାଙ୍କୁ ହତ୍ୟା ଉଦ୍ୟମ ଭଳି ଘଟଣା ନିୟମିତ ବ୍ୟବଧାନରେ ଲାଗି ରହିଛି। ଶନିବାର ବଡ଼ଚଣା ବ୍ଲକ ବନ୍ଦାଳୋ ଗ୍ରାମର ବଡ଼ପୋଖରୀରୁ ଖୋଲାଖୋଲି ଭାବେ ବାହାରକୁ ମାଟି ଚାଲାଣ ହେଉଥିବା ସମ୍ପର୍କରେ ଖବର ସଂଗ୍ରହ କରିବାକୁ ଯାଇଥିବା ବୈଦ୍ୟୁତିକ ଗଣମାଧ୍ୟମ ‘ଅର୍ଗସ୍‌’ର ପ୍ରତିନିଧି ପବିତ୍ର କୁମାର ସାମଲ ଏବଂ ଓ୍ବେବ୍‌ ନ୍ୟୁଜ୍‌ ଚ୍ୟାନେଲ ‘ନ୍ୟୁଜ୍‌-୬’ର ପ୍ରତିନିଧି ବିମଳ ବେହେରାଙ୍କୁ ସଂଘବଦ୍ଧ ଆକ୍ରମଣ ଘଟଣାକୁ ଜିଲାସାରା ନିନ୍ଦା କରାଯାଇଛି। ସୂଚନାଯୋଗ୍ୟ ଯେ, ଜେସିବି ମେଶିନରେ ଦିନ ଦ୍ୱିପ୍ରହରରେ ସେହି ପୋଖରୀରୁ ମାଟି ଖନନ କରି ଏକାଧିକ ଟ୍ରାକ୍ଟର ଯୋଗେ ବିଭିନ୍ନ ଅଞ୍ଚଳକୁ ଚାଲାଣ କରି ଟ୍ରିପ ପିଛା ୫ଶହ ଟଙ୍କା ରୋଜଗାର କରାଯାଉଛି। ଇତିମଧ୍ୟରେ ପ୍ରାୟ ୨୦୦ ଟ୍ରିପ ମାଟି ଉଠାଣ କରାଇ ନେଇ ସାରିଲେଣି। ସ୍ଥାନୀୟ ଲୋକେ ପଚାରିଲେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆର୍‌ଇଜିଏସ୍‌)ରେ କାର୍ଯ୍ୟାଦେଶ ଆଣି ପୋଖରୀ ପୁନରୁଦ୍ଧାର କରୁଛୁ ବୋଲି ସଫେଇ ଦିଆଯାଉଛି। କିନ୍ତୁ ସେଠାରେ ସେମାନେ ଉନ୍ନୟନ କାର୍ଯ୍ୟ ସମ୍ପର୍କିତ କୌଣସି ସୂଚନା ଫଳକ ମାରି ନାହାନ୍ତି। ଅନ୍ୟପକ୍ଷରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ ବାହାନା ଦେଖାଯାଉଥିବା ବେଳେ ଶ୍ରମିକ ବଦଳରେ ମେଶିନ କାମ କରୁଛି। ସେଠାରେ ଉତ୍ତୋଳନ ହେଉଥିବା ମାଟିକୁ ପୋଖରୀ ବନ୍ଧରେ ନ ପକାଇ ବାହାରକୁ ଚାଲାଣ କରାଯାଉଛି। ଏହାକୁ ସନ୍ଦେହ କରି ସ୍ଥାନୀୟ ବାସିନ୍ଦା ଗତ ଗୁରୁବାର ଦର୍ପଣ ତହସିଲଦାର ଏବଂ ବଡ଼ଚଣା ବିଡିଓଙ୍କୁ ଲିଖିତ ଭାବେ ଜଣାଇ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ। କିନ୍ତୁ ତାହା ସମ୍ପୃକ୍ତ ମାଫିଆଙ୍କ ଉପରେ ପ୍ରଭାବ ପକାଇ ନ ଥିଲା। ଫଳରେ ସ୍ଥାନୀୟ ବାସିନ୍ଦା ଏହା ଉପରେ ଖବର ପ୍ରକାଶ କରିବାକୁ କେତେଜଣ ଗଣମାଧ୍ୟମ ପ୍ରତିନିଧିଙ୍କୁ ଜଣାଇଥିଲେ। ଗ୍ରାମବାସୀଙ୍କ ଅଭିଯୋଗ ଆଧାରରେ ଉପରୋକ୍ତ ଦୁଇ ଗଣମାଧ୍ୟମ ପ୍ରତିନିଧି ସେଠାକୁ ଯାଇ ଫଟୋ ଓ ଭିଡିଓ ଉତ୍ତୋଳନ କରିଥିଲେ। ତାହା ଦେଖି ସେହି ମାଫିଆ ଗୋଷ୍ଠୀ ଗଣମାଧ୍ୟମ ପ୍ରତିନିଧିଙ୍କ ଉପରେ ଅତର୍କିତ ଆକ୍ରମଣ କରିଥିଲେ। ସେମାନଙ୍କୁ ଠେଲାପେଲା ଓ ଗାଳିଗୁଲଜ କରିବା ସହିତ ମୋବାଇଲ ଫୋନ ଓ ଟଙ୍କା ଛଡ଼ାଇ ନେଇଥିବା ନେଇ ବଡଚଣା ଥାନାରେ ଲିଖିତ ଅଭିଯୋଗ ହୋଇଛି। କେବଳ ଏହି ଗୋଟିଏ ସ୍ଥାନ ନୁହେଁ, ଦର୍ପଣ ତହସିଲ ଅନ୍ତର୍ଗତ ଚଣ୍ଡିତଳ, ବନ୍ତଳା, ଖଏରା, ବଡ଼ଚଣା, ପାରିଆ ଓ ବୈରୀ ଆଦି ପଞ୍ଚାୟତର ବିଭିନ୍ନ ସ୍ଥାନରୁ ଇତିମଧ୍ୟରେ ବହୁ ହଜାର ଟ୍ରିପ ମାଟି ଓ ବାଲି ମେଶିନ ଲଗାଇ ଖୋଳି ରେଳ ଓ ରାସ୍ତା ସମ୍ପ୍ରସାରଣ କାମ ସହ ଅନ୍ୟାନ୍ୟ ଅଞ୍ଚଳକୁ ଚାଲାଣ କରାଯାଉଛି। ରାଜସ୍ବ ପ୍ରଶାସନର କୋହଳ ମନୋଭାବ ସେମାନଙ୍କୁ ଏଥିପାଇଁ ପ୍ରୋତ୍ସାହନ ଯୋଗାଉଛି ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?