ନମୁନା ପରୀକ୍ଷାର ଦିନକ ପରେ ମିଳୁଛି ରୋଗୀ ସେବା

ଜଗତ୍‌ସିଂହପୁର ଅଫିସ, ୨୫ା୪: ଜଗତ୍‌ସିଂହପୁର ଜିଲା ପ୍ରାଣୀଧନ ଚିକିତ୍ସାଳୟକୁ ପ୍ରାଣୀଙ୍କ ଚିକିତ୍ସା ଓ ନମୁନା ପରୀକ୍ଷା ପାଇଁ ପ୍ରତ୍ୟହ ବହୁସଂଖ୍ୟକ ଲୋକ ଆସୁଛନ୍ତି। କିନ୍ତୁ ସେମାନଙ୍କୁ ଆବଶ୍ୟକ ସେବା ମିଳିପାରୁନାହିଁ। ବିଶେଷକରି ଗୋବର, ପରିସ୍ରା ଆଦି ପରୀକ୍ଷା ପାଇଁ ନମୁନା ଦେବାକୁ ହେଲେ ସକାଳ ୧୦ରୁ ଅପରାହ୍ନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଏହି ପରିସରରେ ଥିବା ଡିସ୍‌ପେନ୍ସାରୀ କିନ୍ତୁ ସକାଳ ୭ରୁ ଅପରାହ୍ନ ୧୧ଟା ଯାଏ ଖୋଲା ରହୁଛି। ଏଥିଯୋଗୁ ନମୁନା ପରୀକ୍ଷା ରିପୋର୍ଟ ଆଣି ଡିସ୍‌ପେନ୍ସାରୀରେ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା ପାଇବା ଗୋଟିଏ ଦିନରେ ସମ୍ଭବ ହେଉନି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହେଉଛି। ସରକାର ମଧ୍ୟ ସରକାରୀ କାର୍ଯ୍ୟାଳୟଗୁଡିକ ସକାଳ ୭ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ପରିସ୍ଥିତିରେ ପ୍ରାଣୀଧନ ଚିକିତ୍ସାଳୟ ପରିସର ଜିଲା ପ୍ରାଣୀ ରୋଗ ନିରୂପଣ କେନ୍ଦ୍ର ଦିନ ୧୦ଟାରୁ ଚାଲିଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଜଣେ ଲୋକ କହିଛନ୍ତି, ସେମାନଙ୍କ ଗାଈ ଦେହ ଖରାପ ହେବାରୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଳୟ ଡିସ୍‌ପେନ୍ସାରୀରେ ଭିଏଏସ୍‌ଙ୍କୁ ଦେଖାଇଥିଲେ। ଭିଏଏସ୍‌ ଗୋବର ପରୀକ୍ଷା ପାଇଁ ଲେଖିଦେଲେ। ଗୋବର ନେଇ ସେମାନେ ଏହି ପରିସରରେ ଥିବା ନମୁନା ପରୀକ୍ଷା କେନ୍ଦ୍ରରେ ଦେବାକୁ ଗଲାବେଳକୁ ଏହା ଖୋଲା ନ ଥିଲା। ଜାଣିବାକୁ ମିଳିଥିଲା ସକାଳ ୧୦ଟା ପରେ ପରୀକ୍ଷା କେନ୍ଦ୍ର ଖୋଲିବ। ତେଣୁ ବାଧ୍ୟ ହୋଇ ଅପେକ୍ଷା କରିଥିଲେ। କେନ୍ଦ୍ର ଖୋଲିଲା ପରେ ନମୁନା ଦେଇଥିଲେ। କିନ୍ତୁ ବସିବାକୁ ସୁବିଧା ନ ଥିବାରୁ ବାହାରେ ଖରାରେ ଗୋଡ ଭାଙ୍ଗି ଦୀର୍ଘ ସମୟ ଛିଡା ହେବାକୁ ପଡିଥିଲା। ରିପୋର୍ଟ ପାଇଲା ବେଳକୁ ଡିସ୍‌ପେନ୍ସାରୀ ବନ୍ଦ ହୋଇ ଯାଇଥିଲା। ଏ ପରିସ୍ଥିତିରେ ସେ ବାଧ୍ୟ ହୋଇ ସେ ଘରକୁ ଫେରିଯାଇଥିଲେ। ପରଦିନ ପୁଣି ଡିସ୍‌ପେନ୍ସାରୀରେ ପହଞ୍ଚତ୍ ଭିଏଏସ୍‌ଙ୍କୁ ରିପୋର୍ଟ ଦେଖାଇ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ କିଣିଥିଲେ। ଏଭଳି ଜିଲାର ଦୂର ଦୂରାନ୍ତରୁ ଆସୁଥିବା ବହୁ ସଂଖ୍ୟକ ଲୋକ ଏହି ପରୀକ୍ଷା କେନ୍ଦ୍ରକୁ ନମୁନା ପରୀକ୍ଷା ପାଇଁ ନମୁନା ନେଇ ଆସୁଛନ୍ତି। କିନ୍ତୁ ନମୁନା ପରୀକ୍ଷା କେନ୍ଦ୍ର ଓ ଡିସ୍‌ପେନ୍ସାରୀ କାର୍ଯ୍ୟ ସମୟ ଅଲଗା ଥିବାରୁ ସେମାନେ ଅସୁବିଧାରେ ପଡୁଛନ୍ତି। ଏଥିସହ ସେଠାରେ କୌଣସି ସ୍ଥାୟୀ ଭିଏଏସ୍‌ ନ ଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ପରୀକ୍ଷା କେନ୍ଦ୍ର ଦାୟିତ୍ୱରେ ଥିବା ବାଲିକୁଦା ଅତିରିକ୍ତ ଭିଏଏସ୍‌ ସୌମ୍ୟଜିତ ରାଉତ କହିଛନ୍ତି, ତାଙ୍କୁ ଗୁରୁବାରରୁ ଶନିବାର ପର୍ଯ୍ୟନ୍ତ ଲାବରେଟୋରି ଦାୟିତ୍ୱ ତୁଲାଇବାକୁ ପଡୁଛି। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଚାନ୍ଦପୁର ଭିଏଏସ୍‌ ଦାୟିତ୍ୱରେ ରହୁଛନ୍ତି। ପ୍ରତ୍ୟହ ରକ୍ତ, ପରିସ୍ରା, କ୍ଷୀର ଆଦି ପାଖାପାଖି ୩୦ରୁ ଅଧିକ ନମୁନା ପରୀକ୍ଷା ହେଉଛି। ଏସବୁ ପରୀକ୍ଷା ରିପୋର୍ଟ ବାହାର କରିବାକୁ ଅପରାହ୍ନ ହୋଇଯାଉଛି। କଲଚର୍‌ ପରୀକ୍ଷାର ଆବଶ୍ୟକତା ଥିଲେ ସୁଦ୍ଧା ସେ ସୁବିଧା ଏ ପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିନାହିଁ। ତେବେ ଯାହା ସୁବିଧା ଅଛି ସେ ଅନୁଯାୟୀ ଆବଶ୍ୟକ ସେବା ଯୋଗାଇ ଦିଆଯାଉଛି। କିନ୍ତୁ ଡିସ୍‌ପେନ୍ସାରୀ ସକାଳୁଆ ଓ ପରୀକ୍ଷାଗାର ସମୟ ଦିନବେଳା ହେବାରୁ ଅସୁବିଧା ହେଉଛି । ଏ ସମ୍ପର୍କରେ ରାଉତ ଏଡିଭିଓ (ଡିସି)ଙ୍କୁ ଲିଖିତ ଭାବେ ଜଣାଇ ପ୍ରତିକାର ପାଇଁ ଅନୁରୋଧ କରିଛନ୍ତି। ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସେ ପରୀକ୍ଷା କେନ୍ଦ୍ରକୁ ସକାଳ ୮ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ଟିକେଟ ଫେରାଇଲେ କଂଗ୍ରେସ ପ୍ରାର୍ଥୀ

କଟକ,୩୦।୪: ଟିକେଟ ଫେରାଇଲେ ଆଠଗଡ଼ ବିଧାନସଭା କଂଗ୍ରେସ ପ୍ରାର୍ଥୀ। କଂଗ୍ରେସ ପ୍ରାର୍ଥୀ ମେହବୁବ ଅହମ୍ମଦ ଖାଁ ମଙ୍ଗଳବାର ଟିକେଟ ଫେରାଇଛନ୍ତି। କଟକ ଲୋକ ସଭା ପ୍ରାର୍ଥୀ...

ଘସିପୁରାରୁ ଲଢିବେ ସୌମ୍ୟ! କହିଲେ ଏହି ଦଳ ଦେଇଛି ଅଫର…

ଭୁବନେଶ୍ୱର,୩୦।୪: ନିର୍ବାଚନ ଲଢିବା ନେଇ ବଡ଼ ସଙ୍କେତ ଦେଲେ ସୌମ୍ୟରଞ୍ଜନ ପଟ୍ଟନାୟକ। ୨ଦିନ ପୂର୍ବରୁ ନିର୍ବାଚନ ଲଢିବେନି ବୋଲି କହିଥିଲେ ସୌମ୍ୟ। ସେ କହିଥିଲେ, ‘ମୋର...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

Featured Video Play Icon

ଭାଜପା ଛାଡ଼ିଲେ ଅମୀୟ ଦାଶ

ଭୁବନେଶ୍ୱର,୩୦।୪: ଭୁବନେଶ୍ୱର ଏକାମ୍ରର ଭାଜପା ନେତା ଅମୀୟ ଦାଶ ଦଳରୁ ଇସ୍ତଫା ଦେଇଛନ୍ତି। ସେ ନିଜର ଇସ୍ତଫାପତ୍ର ରାଜ୍ୟ ସଭାପତିଙ୍କ ପାଖକୁ ପଠାଇଛନ୍ତି। ଅମୀୟ ଭାଜପା...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri