ନମୁନା ପରୀକ୍ଷାର ଦିନକ ପରେ ମିଳୁଛି ରୋଗୀ ସେବା

ଜଗତ୍‌ସିଂହପୁର ଅଫିସ, ୨୫ା୪: ଜଗତ୍‌ସିଂହପୁର ଜିଲା ପ୍ରାଣୀଧନ ଚିକିତ୍ସାଳୟକୁ ପ୍ରାଣୀଙ୍କ ଚିକିତ୍ସା ଓ ନମୁନା ପରୀକ୍ଷା ପାଇଁ ପ୍ରତ୍ୟହ ବହୁସଂଖ୍ୟକ ଲୋକ ଆସୁଛନ୍ତି। କିନ୍ତୁ ସେମାନଙ୍କୁ ଆବଶ୍ୟକ ସେବା ମିଳିପାରୁନାହିଁ। ବିଶେଷକରି ଗୋବର, ପରିସ୍ରା ଆଦି ପରୀକ୍ଷା ପାଇଁ ନମୁନା ଦେବାକୁ ହେଲେ ସକାଳ ୧୦ରୁ ଅପରାହ୍ନ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ୁଛି। ଏହି ପରିସରରେ ଥିବା ଡିସ୍‌ପେନ୍ସାରୀ କିନ୍ତୁ ସକାଳ ୭ରୁ ଅପରାହ୍ନ ୧୧ଟା ଯାଏ ଖୋଲା ରହୁଛି। ଏଥିଯୋଗୁ ନମୁନା ପରୀକ୍ଷା ରିପୋର୍ଟ ଆଣି ଡିସ୍‌ପେନ୍ସାରୀରେ ଡାକ୍ତରଙ୍କୁ ଦେଖାଇ ଚିକିତ୍ସା ପାଇବା ଗୋଟିଏ ଦିନରେ ସମ୍ଭବ ହେଉନି। ଏନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି।
ପ୍ରବଳ ଗ୍ରୀଷ୍ମପ୍ରବାହ ଯୋଗୁ ସାଧାରଣ ଜୀବନଯାତ୍ରା ବ୍ୟାହତ ହେଉଛି। ସରକାର ମଧ୍ୟ ସରକାରୀ କାର୍ଯ୍ୟାଳୟଗୁଡିକ ସକାଳ ୭ରୁ ଅପରାହ୍ନ ୧ଟା ପର୍ଯ୍ୟନ୍ତ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ପରିସ୍ଥିତିରେ ପ୍ରାଣୀଧନ ଚିକିତ୍ସାଳୟ ପରିସର ଜିଲା ପ୍ରାଣୀ ରୋଗ ନିରୂପଣ କେନ୍ଦ୍ର ଦିନ ୧୦ଟାରୁ ଚାଲିଥିବାରୁ ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଏ ସମ୍ପର୍କରେ ଜଣେ ଲୋକ କହିଛନ୍ତି, ସେମାନଙ୍କ ଗାଈ ଦେହ ଖରାପ ହେବାରୁ ଚିକିତ୍ସା ପାଇଁ ଜିଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସାଳୟ ଡିସ୍‌ପେନ୍ସାରୀରେ ଭିଏଏସ୍‌ଙ୍କୁ ଦେଖାଇଥିଲେ। ଭିଏଏସ୍‌ ଗୋବର ପରୀକ୍ଷା ପାଇଁ ଲେଖିଦେଲେ। ଗୋବର ନେଇ ସେମାନେ ଏହି ପରିସରରେ ଥିବା ନମୁନା ପରୀକ୍ଷା କେନ୍ଦ୍ରରେ ଦେବାକୁ ଗଲାବେଳକୁ ଏହା ଖୋଲା ନ ଥିଲା। ଜାଣିବାକୁ ମିଳିଥିଲା ସକାଳ ୧୦ଟା ପରେ ପରୀକ୍ଷା କେନ୍ଦ୍ର ଖୋଲିବ। ତେଣୁ ବାଧ୍ୟ ହୋଇ ଅପେକ୍ଷା କରିଥିଲେ। କେନ୍ଦ୍ର ଖୋଲିଲା ପରେ ନମୁନା ଦେଇଥିଲେ। କିନ୍ତୁ ବସିବାକୁ ସୁବିଧା ନ ଥିବାରୁ ବାହାରେ ଖରାରେ ଗୋଡ ଭାଙ୍ଗି ଦୀର୍ଘ ସମୟ ଛିଡା ହେବାକୁ ପଡିଥିଲା। ରିପୋର୍ଟ ପାଇଲା ବେଳକୁ ଡିସ୍‌ପେନ୍ସାରୀ ବନ୍ଦ ହୋଇ ଯାଇଥିଲା। ଏ ପରିସ୍ଥିତିରେ ସେ ବାଧ୍ୟ ହୋଇ ସେ ଘରକୁ ଫେରିଯାଇଥିଲେ। ପରଦିନ ପୁଣି ଡିସ୍‌ପେନ୍ସାରୀରେ ପହଞ୍ଚତ୍ ଭିଏଏସ୍‌ଙ୍କୁ ରିପୋର୍ଟ ଦେଖାଇ ଡାକ୍ତରଙ୍କ ପରାମର୍ଶକ୍ରମେ ଔଷଧ କିଣିଥିଲେ। ଏଭଳି ଜିଲାର ଦୂର ଦୂରାନ୍ତରୁ ଆସୁଥିବା ବହୁ ସଂଖ୍ୟକ ଲୋକ ଏହି ପରୀକ୍ଷା କେନ୍ଦ୍ରକୁ ନମୁନା ପରୀକ୍ଷା ପାଇଁ ନମୁନା ନେଇ ଆସୁଛନ୍ତି। କିନ୍ତୁ ନମୁନା ପରୀକ୍ଷା କେନ୍ଦ୍ର ଓ ଡିସ୍‌ପେନ୍ସାରୀ କାର୍ଯ୍ୟ ସମୟ ଅଲଗା ଥିବାରୁ ସେମାନେ ଅସୁବିଧାରେ ପଡୁଛନ୍ତି। ଏଥିସହ ସେଠାରେ କୌଣସି ସ୍ଥାୟୀ ଭିଏଏସ୍‌ ନ ଥିବା ଜଣାପଡ଼ିଛି।
ଏ ସମ୍ପର୍କରେ ପରୀକ୍ଷା କେନ୍ଦ୍ର ଦାୟିତ୍ୱରେ ଥିବା ବାଲିକୁଦା ଅତିରିକ୍ତ ଭିଏଏସ୍‌ ସୌମ୍ୟଜିତ ରାଉତ କହିଛନ୍ତି, ତାଙ୍କୁ ଗୁରୁବାରରୁ ଶନିବାର ପର୍ଯ୍ୟନ୍ତ ଲାବରେଟୋରି ଦାୟିତ୍ୱ ତୁଲାଇବାକୁ ପଡୁଛି। ସୋମବାରଠାରୁ ବୁଧବାର ପର୍ଯ୍ୟନ୍ତ ଚାନ୍ଦପୁର ଭିଏଏସ୍‌ ଦାୟିତ୍ୱରେ ରହୁଛନ୍ତି। ପ୍ରତ୍ୟହ ରକ୍ତ, ପରିସ୍ରା, କ୍ଷୀର ଆଦି ପାଖାପାଖି ୩୦ରୁ ଅଧିକ ନମୁନା ପରୀକ୍ଷା ହେଉଛି। ଏସବୁ ପରୀକ୍ଷା ରିପୋର୍ଟ ବାହାର କରିବାକୁ ଅପରାହ୍ନ ହୋଇଯାଉଛି। କଲଚର୍‌ ପରୀକ୍ଷାର ଆବଶ୍ୟକତା ଥିଲେ ସୁଦ୍ଧା ସେ ସୁବିଧା ଏ ପର୍ଯ୍ୟନ୍ତ ଉପଲବ୍ଧ ହୋଇପାରିନାହିଁ। ତେବେ ଯାହା ସୁବିଧା ଅଛି ସେ ଅନୁଯାୟୀ ଆବଶ୍ୟକ ସେବା ଯୋଗାଇ ଦିଆଯାଉଛି। କିନ୍ତୁ ଡିସ୍‌ପେନ୍ସାରୀ ସକାଳୁଆ ଓ ପରୀକ୍ଷାଗାର ସମୟ ଦିନବେଳା ହେବାରୁ ଅସୁବିଧା ହେଉଛି । ଏ ସମ୍ପର୍କରେ ରାଉତ ଏଡିଭିଓ (ଡିସି)ଙ୍କୁ ଲିଖିତ ଭାବେ ଜଣାଇ ପ୍ରତିକାର ପାଇଁ ଅନୁରୋଧ କରିଛନ୍ତି। ଲୋକଙ୍କ ଅସୁବିଧାକୁ ଦୃଷ୍ଟିରେ ରଖି ସେ ପରୀକ୍ଷା କେନ୍ଦ୍ରକୁ ସକାଳ ୮ ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଖୋଲିବାକୁ ପ୍ରସ୍ତାବ ଦେଇଥିବା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?