ରାଜ୍ୟ

ପିଲାଙ୍କ ପାଇଁ ବିପଦ ବଢୁଛି: ଆଜି ୧୦୨ ପିଲା କରୋନା ଆକ୍ରାନ୍ତ

ଭୁବନେଶ୍ୱର,୮।୯(ବ୍ୟୁରୋ): ରାଜ୍ୟରେ ଗତ ୨୪ ଘଣ୍ଟାରେ ୭୬୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ୧୮ ବର୍ଷରୁ କମ ବର୍ଗର ୧୦୨ ଜଣ ଅଛନ୍ତି। ଏହି ୭୬୨ ଜଣଙ୍କ ମଧ୍ୟରୁ ୪୪୩ ଜଣ କ୍ୱାରେଣ୍ଟାଇନ୍‌ରେ ଥିଲେ। ବାକି...

ଫେକ୍‌ ଆକାଉଣ୍ଟରେ ନାବାଳିକାଙ୍କ ଅଶ୍ଳୀଳ ଫଟୋ, ଯୁବକ ଗିରଫ

ପାଟଣା, ୮।୯(ସ୍ବ. ପ୍ର.): ଫେସବୁକ୍‌ରେ ଫେକ୍‌ ଆକାଉଣ୍ଟ ଖୋଲି କେନ୍ଦ୍ରାପଡା ଟାଉନ ଥାନା ଅଞ୍ଚଳର ଜଣେ ନାବାଳିକା ଓ ତାଙ୍କ ମା’ ବାପାଙ୍କ ଅଶ୍ଲୀଳ ଫଟୋ ପୋଷ୍ଟ କରିବା ସହ ବାରମ୍ବାର ଧମକ ଦେଉଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ...

୧୦ ଦିନ ତଳେ ନେଇଥିଲେ ଘରଭଡ଼ା, ତାଲା ଭାଙ୍ଗିବାରୁ ମିଳିଲା ଯୁବତୀଙ୍କ ମୃତଦେହ

ଭୁବନେଶ୍ୱର,୭।୯ : ଭରତପୁର ଥାନା ରୁଚିକା ମାର୍କେଟ ମହାବୀର ବସ୍ତିର ଏକ ଭଡାଘରୁ ମଙ୍ଗଳବାର ମିଳିଛି ଜଣେ ଯୁବତୀଙ୍କ ମୃତଦେହ। ପାରିପାର୍ଶ୍ୱିକ ସ୍ଥିତିରୁ ଏହା ଏକ ହତ୍ୟାକାଣ୍ଡ ବୋଲି ପୋଲିସ ସ୍ପଷ୍ଟ କରିଛି। ଅପରାହ୍ନରେ ଘର ମାଲିକଙ୍କଠୁ ଖବର ପାଇ...

ବିଶାଖାପାଟଣାରୁ ଗିରଫ ପରେ ଚୌଦ୍ୱାର ଜେଲ ଗଲେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ୍‌.ଭି. ପ୍ରସାଦ

କଟକ ଅଫିସ,୭।୯: ଅନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ୍‌.ଭି. ପ୍ରସାଦଙ୍କୁ ମଙ୍ଗଳବାର ଚୌଦ୍ୱାର ଜେଲ ପଠାଇ ଦିଆଯାଇଛି। ଚିଟ୍‌ଫଣ୍ଡ ଠକେଇ ମାମଲାରେ ତାଙ୍କୁ ସୋମବାର ବିଶାଖାପାଟଣାରୁ ଗିରଫ କରାଯାଇଥିଲା। କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଶାଖା ପକ୍ଷରୁ ତାଙ୍କୁ ସ୍ବତନ୍ତ୍ର ଚିଟ୍‌ଫଣ୍ଡ କୋର୍ଟରେ ହାଜର...

ରାସ୍ତାରେ ଓଲଟିଲା ଆଳୁ ବୋଝେଇ ଟ୍ରକ୍‌, ବୋହି ନେଇଗଲେ ଲୋକେ

ଛତିଆ,୭ା୯(ଡି.ଏନ.ଏ.): ଯାଜପୁର ଜିଲା ବଡ଼ଚଣା ବ୍ଲକ ଅଧୀନ ୧୬ ନଂ. ଜାତୀୟ ରାଜପଥର ଛତିଆ ହନୁମାନ ଢାବା ନିକଟରେ ମଙ୍ଗଳବାର ସକାଳେ ଏକ ଆଳୁ ବୋଝେଇ ଟ୍ରକ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିଲା। କୋଲକାତାରୁ ଆଳୁ ବୋଝେଇ କରି କଟକ...

୧୧ରେ ଆଉ ଏକ ଲଘୁଚାପ

ଭୁବନେଶ୍ୱର,୭।୯(ବ୍ୟୁରୋ): ରାଜ୍ୟରେ ୱେଲମାର୍କ ଲୋ ପ୍ରେସରରେ ପ୍ରଭାବରେ ବର୍ଷା ଜାରି ରହିଥିବା ବେଳେ ଆଉ ଏକ ଲଘୁଚାପ ଆସୁଛି । ଉତ୍ତର ଓ କେନ୍ଦ୍ରୀୟ ବଙ୍ଗୋପସାଗରରେ ଆସନ୍ତା ୧୧ ତାରିଖ ବେଳକୁ ଆଉ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା...

ଓଡ଼ିଶାର ‘ମନ୍ଦା’ ମଇଁଷିକୁ ଜାତୀୟ ମାନ୍ୟତା

ଭୁବନେଶ୍ୱର, ୭।୯(ବ୍ୟୁରୋ): ପ୍ରାଣୀ ପ୍ରଜନନ ପଞ୍ଜୀକରଣ କ୍ଷେତ୍ରରେ ଓଡ଼ିଶା ଆଉଏକ ସଫଳତା ହାସଲ କରିଛି। ଓଡ଼ିଶାର ନୂଆ ପ୍ରଜାତି ‘ମନ୍ଦା’ ମଇଁଷିକୁ ଜାତୀୟ ମାନ୍ୟତା ମିଳିଛି। ଏନେଇ ଦି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ ରିସର୍ଚ୍ଚ (ଆଇସିଏଆର)-ନ୍ୟାଶନାଲ ବ୍ୟୁରୋ ଅଫ୍‌...

‘ଇନ୍‌ସ୍ପାୟାର୍‌.. ଏମ୍‌ପାୱାର’ ଲୋକାର୍ପିତ

ଭୁବନେଶ୍ୱର,୭।୯(ବ୍ୟୁରୋ): ଓଡ଼ିଶାର କେତେଜଣ ଦିବ୍ୟାଙ୍ଗଙ୍କ ଅସାଧାରଣ ସଫଳତାର କାହାଣୀ ସମ୍ବଳିତ ଏକ କଫିଟେବୁଲ ବହି ‘ଇନ୍‌ସ୍ପାୟାର୍‌.. ଏମ୍‌ପାୱାର’ ସୋମବାର ଲୋକାର୍ପିତ ହୋଇଛି। ରାଜ୍ୟ ଭିନ୍ନକ୍ଷମ ଆୟୋଗ ପକ୍ଷରୁ ପ୍ରସ୍ତୁତ ଏହି ବହିକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ...

ନୃତ୍ୟରେ ମହାଦେବଙ୍କୁ ପ୍ରଣତି ଜଣାଇଲେ ଅନିତା

ଭୁବନେଶ୍ୱର, ୭।୯ (ବ୍ୟୁରୋ): ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଚାଲିଥିବା ୨୭ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ମହୋତ୍ସବର ସୋମବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ପ୍ରସିଦ୍ଧ ଭାରତନାଟ୍ୟମ୍‌ ନୃତ୍ୟଶିଳ୍ପୀ, କୋରିଓଗ୍ରାଫର ତଥା ସାରସ୍ବତ ସଂସ୍କୃତି କେନ୍ଦ୍ରର ପ୍ରତିଷ୍ଠାତା ଅନିତା ମଲ୍ଲିକଙ୍କ...

‘ଖୁବ୍‌ଶୀଘ୍ର ଓଡ଼ିଶାର ଜଳବିବାଦ ସମାଧାନ ହେବ’

ଭୁବନେଶ୍ୱର, ୭।୯(ବ୍ୟୁରୋ): ଦୀର୍ଘଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦ ସମେତ ବିଭିନ୍ନ ଜଳ ସମସ୍ୟା ଯୋଗୁ ରାଜ୍ୟବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟ୍ରିବୁନାଲରେ ରହିଥିବା ସମସ୍ତ ମାମଲାକୁ ଏବେ ଅନୁଧ୍ୟାନ କରାଯାଉଛି। ଖୁବ୍‌ଶୀଘ୍ର ଓଡ଼ିଶାରେ ଜଳବିବାଦର...

ସାରା ରାଜ୍ୟରେ ଲଘୁଚାପ ବର୍ଷା

ଭୁବନେଶ୍ୱର, ୭।୯(ବ୍ୟୁରୋ): ଦକ୍ଷିଣ ପଶ୍ଚିମ ଓ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପକୂଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଓଡ଼ିଶା ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ୭.୬ କି.ମି. ପର୍ଯ୍ୟନ୍ତ ବିସ୍ତାରିତ ହୋଇଛି। ଫଳରେ ସୋମବାର ସାରା ରାଜ୍ୟରେ ବର୍ଷା...

ମୁଣ୍ଡପିଛା ଋଣ ୯ ବର୍ଷରେ ଅଢ଼େଇ ଗୁଣ ବୃଦ୍ଧି

ଭୁବନେଶ୍ୱର,୭।୯(ବ୍ୟୁରେ): ଗତ ୯ବର୍ଷ ମଧ୍ୟରେ ରାଜ୍ୟରେ ମୁଣ୍ଡପିଛା ଋଣ ଭାର ବୃଦ୍ଧି ପାଇଛି। ୨୦୧୧-୧୨ରୁ ୨୦୨୦-୨୧ ଆର୍ଥିକ ବର୍ଷ ମଧ୍ୟରେ ରାଜ୍ୟର ପ୍ରତ୍ୟେକ ବ୍ୟକ୍ତିଙ୍କ ମୁଣ୍ଡରେ ଋଣବୋଝ ଅଢ଼େଇ ଗୁଣ ବଢିଛି। ୨୦୧୦-୧୧ ଆର୍ଥିକ ବର୍ଷରେ ମୁଣ୍ଡପିଛା ଋଣଭାର ପରିମାଣ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri