ଓଡ଼ିଶାର ‘ମନ୍ଦା’ ମଇଁଷିକୁ ଜାତୀୟ ମାନ୍ୟତା

ଭୁବନେଶ୍ୱର, ୭।୯(ବ୍ୟୁରୋ): ପ୍ରାଣୀ ପ୍ରଜନନ ପଞ୍ଜୀକରଣ କ୍ଷେତ୍ରରେ ଓଡ଼ିଶା ଆଉଏକ ସଫଳତା ହାସଲ କରିଛି। ଓଡ଼ିଶାର ନୂଆ ପ୍ରଜାତି ‘ମନ୍ଦା’ ମଇଁଷିକୁ ଜାତୀୟ ମାନ୍ୟତା ମିଳିଛି। ଏନେଇ ଦି ଇଣ୍ଡିଆନ୍‌ କାଉନ୍‌ସିଲ୍‌ ଅଫ୍‌ ଏଗ୍ରିକଲ୍‌ଚରାଲ ରିସର୍ଚ୍ଚ (ଆଇସିଏଆର)-ନ୍ୟାଶନାଲ ବ୍ୟୁରୋ ଅଫ୍‌ ଆନିମଲ ଜେନେଟିକ୍‌ ରିସୋର୍ସେସ୍‌ (ଏନ୍‌ବିଏଜିଆର୍‌) ପକ୍ଷରୁ ଘୋଷଣା କରାଯାଇଛି। ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି) ଓ ଓଡ଼ିଶା ପ୍ରାଣୀ ସମ୍ପଦ ବିକାଶ ବିଭାଗର ମିଳିତ ଉଦ୍ୟମରେ ଏହି ମାନ୍ୟତା ମିଳିପାରିଛି। ତତ୍କାଳୀନ ବିଭାଗୀୟ ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ ଓ ଭେଟେରିନାରି କଲେଜର ପ୍ରଫେସର ତଥା ପ୍ରାଣୀ ବଂଶାବଳୀ ବିଶେଷଜ୍ଞ ଡ. ସୁଶାନ୍ତ କୁମାର ଦାଶଙ୍କ ସମେତ ୬ଜଣିଆ ଟିମ୍‌ ଏହା ଉପରେ ଗବେଷଣା କରିଥିଲା। ମନ୍ଦା ମଇଁଷି ଅନନ୍ୟ ଏବଂ ଏହା କେବଳ ଓଡ଼ିଶାରେ ହିଁ ଦେଖାଯାଉଥିବାରୁ ଏହାକୁ ଜାତୀୟ ସ୍ତରରେ ସ୍ବୀକୃତି ଲାଭ ନିମନ୍ତେ ଏନ୍‌ବିଏଜିଆର୍‌ ନିକଟରେ ଆବେଦନ କରାଯାଇଥିଲା। ନିକଟରେ ହୋଇଥିବା ଏକ ବୈଠକରେ ମନ୍ଦା ମଇଁଷିକୁ ସମଗ୍ର ଦେଶରେ ୧୯ତମ ପ୍ରଜାତି(ବ୍ରିଡ୍‌) ଭାବେ ଘୋଷଣା କରାଯାଇଛି।
ସୂଚନାଯୋଗ୍ୟ, ପୂର୍ବରୁ ଓଡ଼ିଶାରୁ ୭ଟି ପ୍ରଜାତିର ମଇଁଷିକୁ ମାନ୍ୟତା ମିଳିଛି। ‘ମନ୍ଦା’ ହେଉଛି ଅଷ୍ଟମ ପ୍ରଜାତି। ଏହି ୮ଟି ପ୍ରଜାତିର ମଇଁଷିକୁ ପ୍ରଫେସର ସୁଶାନ୍ତ କୁମାର ଦାଶ ହିଁ ଚିହ୍ନଟ କରିଛନ୍ତି। ଏ ସମ୍ପର୍କରେ ପ୍ରଫେସର ଦାଶ କହିଛନ୍ତି, ‘ମନ୍ଦା’ ମଇଁଷିକୁ ମାନ୍ୟତା ଦେବା ପାଇଁ ୨୦୦୯ରେ ଆବେଦନ କରାଯାଇଥିଲା। ୧୨ବର୍ଷ ପରେ ଏହାକୁ ମାନ୍ୟତା ମିଳିଛି। ବହୁତ ଖୁସି ଲାଗୁଛି। ଏହା ଆମ ଓଡ଼ିଶା ପାଇଁ ଗର୍ବ ବୋଲି ମୁଁ ଅନୁଭବ କରେ। କେବଳ ଓଡ଼ିଶାରେ ଦେଖାଯାଉଥିବା ଏହି ପ୍ରଜାତି ମଇଁଷିର ଦେହର ରଙ୍ଗ ସାଧାରଣତଃ ଧୂସର ପାଉଁଶିଆ ଓ ଧୂସର। ଆକାରରେ ଛୋଟ ହେଲେ ମଧ୍ୟ ବେଶ୍‌ ହୃଷ୍ଟପୁଷ୍ଟ। ଉଭୟ ଅଣ୍ଡିରା ଏବଂ ମାଈ ମଇଁଷିକୁ କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର ଜିଲାରେ ଚାଷ କାର୍ଯ୍ୟରେ ନିୟୋଜିତ କରାଯାଉଛି। ଏହି ପ୍ରାଣୀମାନଙ୍କୁ ପ୍ରାୟତଃ କୌଣସି ସଂକ୍ରମଣ ହୋଇ ନ ଥାଏ। ବର୍ତ୍ତମାନ ଏହି ପ୍ରଜାତିର ଅନୂ୍ୟନ ୧ଲକ୍ଷ ମଇଁଷି ପାର୍ବତ୍ୟ ମାଳଅଞ୍ଚଳରେ ରହିଛନ୍ତି। ସେଠାରେ ବସବାସ କରୁଥିବା ଅଧିବାସୀ ଏହି ମଇଁଷିଠାରୁ ହିଁ ଦୁଗ୍‌ଧ ଚାହିଦା ମେଣ୍ଟାଇବା ସହିତ ସମସ୍ତ ଚାଷ କାର୍ଯ୍ୟରେ ମଧ୍ୟ ସେମାନଙ୍କୁ ନିୟୋଜିତ କରାଯାଉଛି। ଏମାନଙ୍କ କ୍ଷୀର ଉତ୍ପାଦନ କ୍ଷମତା ପ୍ରତି ଥରରେ ହାରାହାରି ୨ରୁ ୨.୫ ଲିଟର ଥିବାବେଳେ କେତେକ କ୍ଷେତ୍ରରେ ୪ ଲିଟର ପର୍ଯ୍ୟନ୍ତ ହୋଇଥାଏ। ଏଥିରେ ୮ ପ୍ରତିଶତ ଚର୍ବି ଅଂଶ ରହିଥାଏ। ୩ ବର୍ଷରେ ପ୍ରାପ୍ତବୟସ୍କା ହୋଇଥାଏ ଏବଂ ୪ ବର୍ଷରେ ଜନ୍ମ କରିଥାଏ। ୨୦ ବର୍ଷ ପର୍ଯ୍ୟନ୍ତ ଏହି ପ୍ରଜାତିର ମଇଁଷି ପ୍ରତି ଦେଢ଼ରୁ ୨ ବର୍ଷରେ ଛୁଆଁ ଜନ୍ମ ଦିଏ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?