‘ଇନ୍‌ସ୍ପାୟାର୍‌.. ଏମ୍‌ପାୱାର’ ଲୋକାର୍ପିତ

ଭୁବନେଶ୍ୱର,୭।୯(ବ୍ୟୁରୋ): ଓଡ଼ିଶାର କେତେଜଣ ଦିବ୍ୟାଙ୍ଗଙ୍କ ଅସାଧାରଣ ସଫଳତାର କାହାଣୀ ସମ୍ବଳିତ ଏକ କଫିଟେବୁଲ ବହି ‘ଇନ୍‌ସ୍ପାୟାର୍‌.. ଏମ୍‌ପାୱାର’ ସୋମବାର ଲୋକାର୍ପିତ ହୋଇଛି। ରାଜ୍ୟ ଭିନ୍ନକ୍ଷମ ଆୟୋଗ ପକ୍ଷରୁ ପ୍ରସ୍ତୁତ ଏହି ବହିକୁ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଏବଂ ଆୟୋଗ ଅଧ୍ୟକ୍ଷା ସୁଲୋଚନା ଦାସ ଉନ୍ମୋଚନ କରିଛନ୍ତି। ପ୍ରତିକୂଳତା ଓ ପ୍ରତିବନ୍ଧକକୁ ଅତିକ୍ରମ କରି ଇଚ୍ଛାଶକ୍ତି, ଅଭ୍ୟାସ ଓ ଅଧ୍ୟବସାୟ ବଳରେ ଓଡ଼ିଶାର ଅନେକ ଦିବ୍ୟାଙ୍ଗ ଯେଉଁ ସଫଳତା ଅର୍ଜନ କରିଛନ୍ତି ତାହା ଅନ୍ୟମାନଙ୍କ ପାଇଁ ପ୍ରେରଣାଦାୟକ। ଓଡ଼ିଆ କ୍ରୀଡ଼ାବିତ୍‌ ପ୍ରମୋଦ ଭଗତଙ୍କ କୃତିତ୍ୱ ଆଜି ବିଶ୍ୱବିଦିତ ହୋଇଛି ଓ ଦିବ୍ୟାଙ୍ଗଙ୍କ ସଫଳତାକୁ ଶୀର୍ଷରେ ପହଞ୍ଚାଇଛି ବୋଲି ମନ୍ତ୍ରୀ ପଣ୍ଡା ପ୍ରକାଶ କରିଛନ୍ତି। ରାଜ୍ୟର ପ୍ରତିଭାବାନ୍‌ ତଥା ସଫଳ ଦିବ୍ୟାଙ୍ଗ ବ୍ୟକ୍ତିତ୍ୱମାନଙ୍କୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି କଫିଟେବୁଲ ବହି ଏକ ପ୍ରୟାସ। ଆୟୋଗ ପକ୍ଷରୁ ଦିବ୍ୟାଙ୍ଗ ବ୍ୟକ୍ତିତ୍ୱଙ୍କ ଦକ୍ଷତା, ସାମର୍ଥ୍ୟ ଓ ସଫଳତାକୁ ଆଧାର କରି ଏହା ପ୍ରସ୍ତୁତ କରାଯାଇଛି ବୋଲି ବୋଲି ସୁଲୋଚନା ଦାସ କହିଛନ୍ତି।
ଏହି ବହିରେ ଟୋକିଓ-୨୦୨୦ ପାରାଲିମ୍ପିକ୍ସରେ ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବା ବ୍ୟାଡ୍‌ମିଣ୍ଟନ ଖେଳାଳି ତଥା ଅର୍ଜୁନ ପୁରସ୍କାର ବିଜେତା ପ୍ରମୋଦ ଭଗତ, ଚିତ୍ରଶିଳ୍ପୀ ଶ୍ରୀହର୍ଷ ଓ ସୁଦ୍ଧାର୍ଥ ଶୁକ୍ଳା, ଆନ୍ତର୍ଜାତିକ ଚେସ୍‌ ଖେଳାଳି ପ୍ରାଚୁର୍ଯ୍ୟ କୁମାର ଓ ସୌନ୍ଦର୍ଯ୍ୟ କୁମାର ପ୍ରଧାନ, ଅସୀଚାଳକ(wheelchair encers) ଭି. ରମେଶ ରାଓ ଏବଂ ରାଖାଲ କୁମାର ସେଠୀ, ଓଡ଼ିଶୀ ନୃତ୍ୟଶିଳ୍ପୀ ରଶ୍ମିରେଖା ସାହୁ, ଓଡ଼ିଶା ବନସେବା ଅଧିକାରୀ ତପସ୍ବିନୀ ଦାସ, ମେଧାବୀ ଛାତ୍ର ବରଜ ଦାସ, ନିଷ୍ଠାପର ଆଶାକର୍ମୀ ସବିତା ରଣା, ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ବିଜୟିନୀ ଧାବିକା ଜୟନ୍ତୀ ବେହେରା, କ୍ରିକେଟ୍‌ ଖେଳାଳି ପଙ୍କଜ ଭୁଏ ଏବଂ ସୁଖରାମ ମାଝୀ, ସୁଗାୟକ ଶ୍ରୀନିବାସ ରାଓ ଏବଂ ଦିଲୀପ ସାହୁ, ଉଦ୍ୟୋଗ ଅଧିକାରୀ ଅଭିଜିତ କୁଣ୍ଡୁ, ଭିନ୍ନକ୍ଷମ ଅଧିକାର ପ୍ରବକ୍ତା ନିରଞ୍ଜନ ବେହେରାଙ୍କ ସଫଳ କାହାଣୀ ସନ୍ନିବିଷ୍ଟ ହୋଇଛି। ଏହାସହିତ ଓଡ଼ିଶାର ଦୃଷ୍ଟିବାଧିତ ମହିଳା କ୍ରିକ୍ରେଟ ଦଳଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସମ୍ପତ୍ତି ପାଇଁ ସୈତାନ ସାଜିଲେ ଝିଅ: ନିଜ ମାଆକୁ ହତ୍ୟା କରିବା ପାଇଁ ରଚିଥିଲେ ଭୟଙ୍କର ଷଡ଼ଯନ୍ତ୍ର, ପୂରା ଘଟଣା କରିଦେବ ସ୍ତବ୍ଧ

ଜୟପୁର,୧୦।୭: ରାଜସ୍ଥାନରୁ ଏକ ଏଭଳି ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି, ଯାହା ମାଆ-ଝିଅର ପବିତ୍ର ସମ୍ପର୍କକୁ କଳଙ୍କିତ କରିଦେଇଛି। ଜୟପୁରର ପ୍ରତାପ ନଗର ଅଞ୍ଚଳରେ ଜଣେ ୨୩…

ପାଟପୁର ଶନି ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ଦାନ ହୁଣ୍ଡି ଭାଙ୍ଗି ଲୁଟିନେଲେ…

ଦିଗପହଣ୍ଡି,୧୦ା୭(ଅଶେଷ ନାଥ ମିଶ୍ର): ମନ୍ଦିରର ଦାନବାକ୍ସ ଭାଙ୍ଗି ଚୋରି କରିନେଲେ ଦୁର୍ବୃତ୍ତ । ଏଭଳି ଘଟଣା ଘଟିଛି ଗଞ୍ଜାମ ଜିଲା ପାଟପୁର ଥାନା ଠାରୁ ମାତ୍ର ଶହେ…

୪ ବର୍ଷର ଶିଶୁ କନ୍ୟାଙ୍କୁ ନିର୍ଜନ ସ୍ଥାନକୁ ଡାକିନେଲେ ନାବାଳକ: ବଳାତ୍କାର ପରେ ଘଟିଲା…

ଡାବୁଗାଁ,୧୦।୭(ସବିତା ମହାନ୍ତି):ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳର ଜଣେ ୪ବର୍ଷର ଶିଶୁକନ୍ୟାଙ୍କୁ ବଳାତ୍କାର କରାଯାଇଥିବା ନେଇ ଅଭିଯୋଗ ହୋଇଛି। ଏହି ଘଟଣାରେ ସମ୍ପୃକ୍ତ ଜଣେ ନାବାଳକଙ୍କୁ ପୋଲିସ…

ରାଶନ କାର୍ଡ ଅଛି, ଚାଉଳ ମିଳୁନାହିଁ: ୫ ମାସ ଧରି ଅପେକ୍ଷାରେ ହିତାଧିକାରୀ

ଅମରପାଲି, ୧୦ା୭ (ପୀତାମ୍ବର ସାହୁ): ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ଖାଦ୍ୟ ସୁରକ୍ଷା ଯୋଜନାରେ ବୀରମହାରାଜପୁର ବ୍ଲକରେ ଗୁରୁତର ଅବ୍ୟବସ୍ଥା ଅଭିଯୋଗ ସାମ୍ନାକୁ ଆସିଛି।…

ଅଦିନିଆ ରଥଯାତ୍ରା: ଗଜପତିଙ୍କ ଅନୁରୋଧ, ଇସ୍କନର ଜିଦ୍‌

ବାରମ୍ବାର ଅନୁରୋଧ ଓ ତାଗିଦ୍‌ ସତ୍ତ୍ୱେ ନିଜ ଜିଦ୍‌ରେ ଅଟଳ ରହିଛି ଇସ୍କନ। ଏପରିକି ଗଜପତି ମହାରାଜ ଦିବ୍ୟସିଂହଦେବଙ୍କ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତି…

ମଦ ଦୋକାନ ଉଦ୍‌ଘାଟନ କଲେ ଭାଜପା ନେତା: ପ୍ରତିଶ୍ରୁତି ଭୁଲିଗଲା ଦଳ

ସମ୍ବଲପୁର,୧୦ା୭(ବି.ଶଙ୍କର): ସାଧାରଣ ନିର୍ବାଚନ ପୂର୍ବରୁ ଭାଜପା କ୍ଷମତାକୁ ଆସିଲେ ରାଜ୍ୟକୁ ନିଶାମୁକ୍ତ କରାଯିବ ଏବଂ ମଦ ବନ୍ଦ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା। ଅଥଚ ସରକାର ଗଠନ…

ଇଂଲଣ୍ଡ ବିପକ୍ଷରେ ପରାଜୟ ପରେ ବଡ଼ ବୟାନ ଦେଲେ ଅଧିନାୟକ, ପରିବର୍ତ୍ତନର ସମୟ….

ନୂଆଦିଲ୍ଲୀ,୧୦।୭: ଶ୍ରେୟାସ ଆୟରଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ଲଗାତାର ଦ୍ୱିତୀୟ ଟି-୨୦ ଅନ୍ତର୍ଜାତୀୟ ସିରିଜ ହାରିଛି । ଇଂଲଣ୍ଡ ବିପକ୍ଷରେ ଚାଲିଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦…

ଫକିର ମୋହନ ବିଶ୍ୱବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କ ଆନ୍ଦୋଳନ, ପରୀକ୍ଷା ବିଳମ୍ବକୁ ନେଇ…

ବାଲେଶ୍ୱର,୧୦।୭( ବାଞ୍ଛାନିଧି ଦେ): ବାଲେଶ୍ଵର ଫକୀର ମୋହନ ବିଶ୍ୱବିଦ୍ୟାଳୟ ସମ୍ମୁଖରେ ଗୁରୁବାର ବିଳମ୍ବିତ ରାତିରେ ଉତ୍ତେଜନା ଦେଖାଦେଇଛି । ନ୍ୟାୟ ଦାବିରେ ଧାରଣାରେ ବସିଛନ୍ତି ଶତାଧିକ ନର୍ସିଂ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri