‘ଖୁବ୍‌ଶୀଘ୍ର ଓଡ଼ିଶାର ଜଳବିବାଦ ସମାଧାନ ହେବ’

ଭୁବନେଶ୍ୱର, ୭।୯(ବ୍ୟୁରୋ): ଦୀର୍ଘଦିନ ଧରି ଲାଗି ରହିଥିବା ମହାନଦୀ ଜଳ ବିବାଦ ସମେତ ବିଭିନ୍ନ ଜଳ ସମସ୍ୟା ଯୋଗୁ ରାଜ୍ୟବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଟ୍ରିବୁନାଲରେ ରହିଥିବା ସମସ୍ତ ମାମଲାକୁ ଏବେ ଅନୁଧ୍ୟାନ କରାଯାଉଛି। ଖୁବ୍‌ଶୀଘ୍ର ଓଡ଼ିଶାରେ ଜଳବିବାଦର ସମାଧାନ ହେବ ବୋଲି କେନ୍ଦ୍ର ଜଳଶକ୍ତି ଓ ଆଦିବାସୀ କଲ୍ୟାଣ ବିଭାଗ ରାଷ୍ଟ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ ପ୍ରକାଶ କରିଛନ୍ତି। ସୋମବାର ୬ ଦିନିଆ ଓଡିଶା ଗସ୍ତରେ ଆସି ସେ କହିଛନ୍ତି, ଓଡିଶାରେ ସଂଘୀୟ ବ୍ୟବସ୍ଥାରେ ବହୁ ବ୍ୟତିକ୍ରମ ହେଉଛି। ସ୍ବାସ୍ଥ୍ୟ ସେବା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ଜଳଜୀବନ ମିଶନ, ଆଦିବାସୀ କଲ୍ୟାଣକାରୀ ଯୋଜନାର ଠିକ କାର୍ଯ୍ୟକାରୀ ହେବାରେ ସମସ୍ୟା ଦେଖାଦେଉଛି। ଆଦିବାସୀଙ୍କ କଲ୍ୟାଣ ପାଇଁ ବିଭାଗ ତରଫରୁ ଅନେକ ବ୍ୟବସ୍ଥା ରହିଛି। କେନ୍ଦ୍ର ସରକାର ରାଜ୍ୟବାସୀଙ୍କ ପାଇଁ ପ୍ରଚୁର ଅର୍ଥ ପଠାଉଛନ୍ତି। ରାଜ୍ୟବାସୀଙ୍କ ସ୍ବାର୍ଥରେ ଏହାକୁ କାର୍ଯ୍ୟକାରୀ କରିବା ସରକାରଙ୍କ ଦାୟିତ୍ୱ। ରାଜ୍ୟ ସରକାରଙ୍କ ଆନ୍ତରିକତା ଏବଂ ଦୁରଦୃଷ୍ଟି ଅଭାବରୁ ସରଳ ଓ ଗରିବ ଲୋକେ ସେମାନଙ୍କ ନାର୍ଯ୍ୟ ହକ୍‌ ପାଇବାରୁ ବଞ୍ଚିତ ହେଉଛନ୍ତି ବୋଲି ଟୁଡୁ କହିଛନ୍ତି। ସେ ଆହୁରି କହିଛନ୍ତି, ସଂଘୀୟ ବ୍ୟବସ୍ଥାରେ କେନ୍ଦ୍ର ଟଙ୍କା ଦିଏ ଏବଂ ରାଜ୍ୟ ସରକାର ତାକୁ କାର୍ଯ୍ୟକାରୀ କରନ୍ତି। ଦିଆଯାଉଥିବା କେନ୍ଦ୍ରୀୟ ଅନୁଦାନକୁ ରାଜ୍ୟ ସରକାର ଖର୍ଚ୍ଚ କରି ନ ପାରିବାରୁ ତାହା ପୁଣି କେନ୍ଦ୍ରକୁ ଫେରିଯାଉଛି। ‘ହର୍‌ ଘର୍‌ ଜଲ୍‌’ ଯୋଜନାରେ ଓଡିଶାକୁ ୩୨୩୨ କୋଟି ଟଙ୍କା ପ୍ରଦାନ କରାଯାଇଛି। ପଞ୍ଚଦଶ ଅର୍ଥ କମିଶନଙ୍କ ସୁପାରିଶ ଆଧାରରେ ୧ ଲକ୍ଷ ୪୨ କୋଟି ଟଙ୍କା ରାଜ୍ୟ ସରାକାର ପାଇଛନ୍ତି। ବିଶେଷ ଭାବେ ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ରରୁ ବ୍ୟାପକ ଅର୍ଥ ଆସୁଛି। ରାଜ୍ୟ ସରକାର ୟୁସି ଦେବାରେ ବିଫଳ ହେଉଛନ୍ତି। ଅନ୍ୟପଟେ ନିଜ ନାଁ ରେ ବ୍ରାଣ୍ଡିଂ କରି କେନ୍ଦ୍ରୀୟ ଯୋଜନାକୁ ହଡପ୍‌ କରିବାରେ ରାଜ୍ୟ ସରକାର ବ୍ୟସ୍ତ ବୋଲି ଟୁଡୁ କହିଛନ୍ତି। ଟୁଡୁ ଲିଙ୍ଗରାଜଙ୍କୁ ଦର୍ଶନ କରିବା ପରେ ପୁରୀ ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି। ପୁରୀ ଗସ୍ତ ଅବସରରେ ତାଙ୍କୁ ବିଭିନ୍ନ ସ୍ଥାନରେ ବିପୁଳ ସ୍ବାଗତ ଓ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେ ମଙ୍ଗଳବାର ବାରିପଦାରେ ରାତ୍ରିଯାପନ କରିବେ। ଆସନ୍ତା ୮, ୯, ୧୦ ଓ ୧୧ରେ ମୟୁରଭଞ୍ଜ ସଂସଦୀୟ କ୍ଷେତ୍ରରେ ବିଭିନ୍ନ ସ୍ଥାନ ଗସ୍ତ କରି ଦଳୀୟ ଏବଂ ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ଫୁଟୁଛି ଓଡିଶା, ଅନୁଗୁଳ ସର୍ବୋଚ୍ଚ ଉତ୍ତପ୍ତ ସହର

ଭୁବନେଶ୍ୱର,୨୬।୪(ଅସମାପିକା ସାହୁ): ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଭାଜପାରେ ମିଶିବା ପରେ ଏମିତି କହିଲେ ପର୍ଶୁରାମ ଧଡ଼ା

ଭୁବନେଶ୍ବର, ୨୬।୪: ଭାଜପାରେ ସାମିଲ ହେବା ପରେ ସୋର ବିଧାୟକ ପର୍ଶୁରାମ ଧଡ଼ା ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ମୋଦିଙ୍କ ନେତୃତ୍ୱରେ ଭାରତ ବିକଶିତ ରାଷ୍ଟ୍ର...

ଆହୁରି ୫ଦିନ ଅଣାୟତ ହେବ ତାତି, ଘରୁ ବାହାରିଲେ…

ଭୁବନେଶ୍ୱର,୨୬।୪: ସାରା ରାଜ୍ୟରେ ଜାରି ରହିଛି ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ । ପ୍ରବଳ ଗରମ ଓ ଗୁଳୁଗୁଳିରେ ସାରା ରାଜ୍ୟ ସନ୍ତୁଳି ହେଉଥିବା ବେଳେ ଆହୁରି...

VIDEO: ଅଟୋ ଚଳାଇ, ଆଖୁ ପେଡ଼ି ପ୍ରଚାର କଲେ ବିଜେଡି ଏମ୍‌ପି ପ୍ରାର୍ଥୀ ମନ୍ମଥ

ଭୁବନେଶ୍ବର, ୨୬।୪: ବିଜେଡି ଟିକେଟ୍‌ରେ ଭୁବନେଶ୍ବର ଲୋକ ସଭା ଆସନରୁ ପ୍ରାର୍ଥୀ ହୋଇଥିବା ମନ୍ମଥ ରାଉତରାୟ ନିର୍ବାଚନ ପାଇଁ ଜେରଦାର ପ୍ରଚାର କରୁଛନ୍ତି। ଏହି ସମୟରେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri