ନୃତ୍ୟରେ ମହାଦେବଙ୍କୁ ପ୍ରଣତି ଜଣାଇଲେ ଅନିତା

ଭୁବନେଶ୍ୱର, ୭।୯ (ବ୍ୟୁରୋ): ନୃତ୍ୟାନୁଷ୍ଠାନ ‘ସୃଜନ’ ପକ୍ଷରୁ ଚାଲିଥିବା ୨୭ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ମହୋତ୍ସବର ସୋମବାର ଥିଲା ଦ୍ୱିତୀୟ ସନ୍ଧ୍ୟା। ପ୍ରସିଦ୍ଧ ଭାରତନାଟ୍ୟମ୍‌ ନୃତ୍ୟଶିଳ୍ପୀ, କୋରିଓଗ୍ରାଫର ତଥା ସାରସ୍ବତ ସଂସ୍କୃତି କେନ୍ଦ୍ରର ପ୍ରତିଷ୍ଠାତା ଅନିତା ମଲ୍ଲିକଙ୍କ ନୃତ୍ୟରୁ ମହୋତ୍ସବର ସନ୍ଧ୍ୟା ଆରମ୍ଭ ହୋଇଥିଲା। ଗୁରୁ ଥାଙ୍କମଣି କୁଟ୍ଟୀଙ୍କ ଶିଷ୍ୟା ଅନିତାଙ୍କ ପ୍ରଥମ ପରିବେଷଣ ଥିଲା ଲଲିଥା ଶହସ୍ରନାମମ୍‌ରୁ ଆଧାରିତ ‘ଅମ୍ବିକା ପଲ୍ଲବୀ’। ଶିଳ୍ପୀ ନିଜର ନୃତ୍ୟ ମାଧ୍ୟମରେ ଦେବୀ ଅମ୍ବିକାଙ୍କ ଐଶ୍ୱର୍ଯ୍ୟ, ଶକ୍ତିର ପ୍ରଶଂସା କରିଥିଲେ। ଏହା ପରେ ରାଗ ମାଳିକା ଏବଂ ଆଦି ତାଳରେ ‘କୃଷ୍ଣ ଅନୁଭବମ୍‌’ ପରିବେଷଣ କରିଥିଲେ। ଏଥିରେ ଭଗବାନ କୃଷ୍ଣଙ୍କର ମହିମା ଏବଂ ଆକର୍ଷଣୀୟ ପ୍ରକୃତିର ପ୍ରତିଫଳନକୁ ବେଶ୍‌ ଚମତ୍କାର ଢଙ୍ଗରେ ଉପସ୍ଥାପନ କରିଥିଲେ। ତୃତୀୟ ଉପସ୍ଥାପନାରେ ‘କୀର୍ତ୍ତନମ’ ପ୍ରଦର୍ଶିତ ହୋଇଥିଲା। ଏହି ନୃତ୍ୟରେ ସେ ଜୀବନର ଅନନ୍ତ ଚକ୍ର ଯଥା ସୃଷ୍ଟି, ବିବର୍ତ୍ତନ ଓ ବିନାଶର ନିୟନ୍ତ୍ରକ ମହାଦେବଙ୍କୁ ପ୍ରଣତି ଜଣାଇଥିଲେ। ଶେଷରେ ସନ୍ଥ ତୁଳସୀ ଦାସଙ୍କ ରଚିତ ପ୍ରସିଦ୍ଧ ରାମ ଭଜନ ‘ଠୁମକ ଚଲତ ରାମ ଚନ୍ଦ୍ର’ରେ ଭକ୍ତିପୂତ ପ୍ରଣାମ ଜଣାଇଥିଲେ। ବାଦ୍ୟ ସଙ୍ଗୀତରେ ଓଏସ୍‌ ଅରୁଣ ଓ ବସୁଧା ରବି, ମୃଦଙ୍ଗରେ ଏମ୍‌ଏସ୍‌ ସୁଖୀ ଓ ଏନ୍‌କେ କେଶବନ, ବଂଶୀରେ ନବୀନ କୁମାର ଓ ପାଲଘାଟ ସାଇରାମ, ବେହେଲାରେ ଟି. ଶିବଗଣେଶନ୍‌ ଓ ଶ୍ରୀଲକ୍ଷ୍ମୀ ଭେଙ୍କଟ ରମଣୀ, ନଟ୍ଟୁଭଙ୍ଗମ୍‌ରେ ଏମ୍‌ଏସ୍‌ ସୁଖୀ ଓ ସୁଧାରାଣୀ ରଘୁପତି ସହାୟତା କରିଥିଲେ।
ଆକର୍ଷଣ ଥିଲେ କଣ୍ଠଶିଳ୍ପୀ ରୂପକ କୁମାର ପରିଡ଼ା। ତାଙ୍କର ପ୍ରଥମ ପରିବେଷଣ ଥିଲା ମେଡ୍‌ଲୀ। କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ସଂଯୋଜିତ ଏହି ଗୀତରୁ ତାଙ୍କ ସଙ୍ଗୀତର ସୁର ଆରମ୍ଭ ହୋଇଥିଲା। ପରେ ଜୟଦେବଙ୍କ ଗୀତଗୋବିନ୍ଦ ଅଷ୍ଟପଦୀରୁ ‘ବିରଚିତ ଚାଟୁ ବଚନ’ ଗାନ କରିଥିଲେ। ଏଥିସହ ଶଳ୍ପୀ କିଛି ଓଡ଼ିଆ ଗୀତ ଓ ଭଜନ ପରିବେଷଣ କରିଥିଲେ। ‘ସତେ କି ଭାଙ୍ଗି କଳା’, ‘ଲାଜରେ ସରିଗଲି ଆଜ’, ‘ବରିଜାଖି ମନରୁ ମାନ’, ‘ମୋହନ ମୂରତି’ ଏବଂ ଶେଷରେ ସ’ଚମ୍ପୂ ପରିବେଷଣ କରି ମଞ୍ଚରୁ ବିଦାୟ ନେଇଥିଲେ। ସଙ୍ଗୀତ କାର୍ଯ୍ୟକ୍ରମର ନିର୍ଦ୍ଦେଶନା ଦେଇଥିଲେ ଡ. ବିଜୟ କୁମାର ଜେନା। ଶିଳ୍ପୀଙ୍କୁ ମର୍ଦ୍ଦଳରେ ଗୁରୁ ସଚ୍ଚିଦାନନ୍ଦ ଦାସ, ହାର୍‌ମୋନିୟମ୍‌ରେ ମୁରଲୀଧର ସ୍ବାଇଁ, ତାନପୁରାରେ ପ୍ରିୟଙ୍କା ରଥ ଏବଂ ଶ୍ରୀତତ୍ତ୍ୱା ମିଶ୍ର ସହାୟତା କରିଥିଲେ।
ସଂସ୍କୃତି ନିର୍ଦ୍ଦେଶକ ରଞ୍ଜନ କୁମାର ଦାସ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରି ଭର୍ଚ୍ଚୁଆଲରେ ବାର୍ତ୍ତା ରଖିବା ସହ ଶିଳ୍ପୀଙ୍କୁ ଉତ୍ସାହିତ କରିଥିଲେ। ‘ସୃଜନ’ର ନିର୍ଦ୍ଦେଶକ ଗୁରୁ ରତିକାନ୍ତ ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା, ସଦସ୍ୟା ମାୟା କ୍ରିଷ୍ଣାମୂର୍ତ୍ତି ସଂଯୋଜନା ଓ ଦେବୀପ୍ରସାଦ ମିଶ୍ର ଆଲୋକ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ‘ସୃଜନ’ର ଫେସ୍‌ବୁକ୍‌ ଓ ୟୁଟ୍ୟୁବ୍‌ରେ ସନ୍ଧ୍ୟା ୭ଟା ୩୦ରେ ଲାଇଭ୍‌ ପ୍ରଦର୍ଶିତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରେ ପଶି ମା’ ଝିଅଙ୍କୁ ହାଣିଲେ

ଭୁବନେଶ୍ୱର,୧ା୧୧(ବ୍ୟୁରୋ): ରାଜଧାନୀ ଚନ୍ଦ୍ରଶେଖରପୁର ଥାନା ଶୈଳେଶ୍ରୀ ବିହାର ଅଞ୍ଚଳରେ ସୋମବାର ଜଣେ ଯୁବକ ଲେଡିସ୍‌ ପୋଷାକ ପିନ୍ଧି ପଡୋଶୀଙ୍କ ଘରେ ପଶି ମା’-ଝିଅଙ୍କୁ ଛୁରା ମାଡ...

ନନ୍ଦନକାନନରେ ନୀଳଗିରି ବାନର ଅସୁସ୍ଥ, ଚିନ୍ତାରେ କର୍ତ୍ତୃପକ୍ଷ

ବାରଙ୍ଗ,୨୨।୯(ଡି.ଏନ୍‌.ଏ.): ନନ୍ଦନକାନନରେ ଗତ ସପ୍ତାହ ମଧ୍ୟରେ ହର୍ପିସ ଭାଇରସ ଯୋଗୁ ହାତୀଙ୍କ ମୃତ୍ୟୁ ଖବରକୁ ନେଇ କର୍ତ୍ତୃପକ୍ଷ ଚିନ୍ତାରେ ଥିବାବେଳେ ଶନିବାର ଅନ୍ୟତମ ଆକର୍ଷକ ନୀଳଗିରି...

୨ ମାସରେ ୨୮ଶହ ଲୋକ ସୀମା ଡେଇଁ ବାଲେଶ୍ୱରରେ ପଶିଛନ୍ତି: ଆର୍‌ଡିସି

ଭୁବନେଶ୍ୱର, ୨୧।୪(ବ୍ୟୁରୋ): ବାଲେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ କେନ୍ଦ୍ରାଞ୍ଚଳ ଆର୍‌ଡିସି ଅନୀଲ ସାମଲ ମଙ୍ଗଳବାର ବାଲେଶ୍ୱରରେ ପହଞ୍ଚି କରୋନା ସ୍ଥିତି ତଦାରଖ କରିଛନ୍ତି।...

ପ୍ରତାରଣାରେ ବୁଝିଲାନି ମନ ଜୀବନ ନେଇଗଲେ

ଦେଓଗାଁ,୨୬ା୮(ଡି.ଏନ.ଏ.): ବଲାଙ୍ଗୀର ଜିଲା ଦେଓଗାଁ ଥାନା ଅଧୀନ ଅପାମରା ଗାଁର ଜଣେ ୧୯ବର୍ଷୀୟା ଯୁବତୀଙ୍କୁ ତାଙ୍କ ପ୍ରେମିକ ପ୍ରତାରଣା ଦେବାପରେ ହତ୍ୟା କରିଥିବା ଅଭିଯୋଗ ହୋଇଛି।...

ଲାଭ ଦେଇଛି ଲଘୁଚାପ

ଅନୁଗୋଳ ଅଫିସ,୨୩ା୯: ଅଗଷ୍ଟରେ ଫାଟି ଆଁ କରିଥିଲା ଜମି। ବର୍ଷାକୁ ଚାହିଁ ଚାହିଁ ଗଡ଼ି ଯାଇଥିଲା ଚାଷ ସମୟ। ଫଳରେ ଧାନ ଫସଲକୁ ନେଇ ପୂରଣ...

୩୫ ଓଏଏସ୍‌ ଅଫିସରଙ୍କୁ ବଦଳି କଲେ ସରକାର

ଭୁବନେଶ୍ବର,୧୫ା୧୦(ବ୍ୟୁରୋ): ୧୩୯ଜଣ ଓଏଏସ୍‌ ଅଫିସରଙ୍କୁ ଗୁରୁବାର ବଦଳି କରିବା ପରେ ଶୁକ୍ରବାର ପୁଣି ୩୫ଜଣ ଓଏଏସ୍‌ ଅଫିସରଙ୍କ ବଦଳି ତାଲିକା ପ୍ରକାଶ ପାଇଛି। ତହସିଲଦାର ଓ...

ଧବଳେଶ୍ୱର ପୀଠରେ ୧୪୪ ଧାରା

କଟକ ଅଫିସ,୧୩।୧: ମକର ସଂକ୍ରାନ୍ତି ପାଇଁ ଧବଳେଶ୍ୱର ପୀଠରେ ୧୪୪ ଧାରା ଜାରି ହୋଇଛି। ପ୍ରଶାସନ ପକ୍ଷରୁ ଶୁକ୍ରବାର ସକାଳ ୬ଟାରୁ ରାତି ୧୦ଟା ପର୍ଯ୍ୟନ୍ତ...

ମାଟିଆଗୁଣ୍ଡି ପୋକ ଫସଲ ଉଜାଡ଼ିଲା:ଧାନ କ୍ଷେତରେ ନିଆଁ ଲଗାଇଲେ ଚାଷୀ

କର୍ଲାମୁଣ୍ଡା,୧୩।୧୧(ଡି.ଏନ.ଏ.):ବର୍ଷକର ଧାନ ଅମଳ ହେବା ପୂର୍ବରୁ ଲାଗିଲା ରୋଗ ପୋକ। ବିପିଏଚ୍‌ ରୋଗ ଲାଗି ପ୍ରାୟ ୧ ଏକର ସ୍ବର୍ଣ୍ଣ ଧାନ ଚାଷ ସମ୍ପୂର୍ଣ୍ଣ ଉଜୁଡିଗଲା।...

Advertisement
Archives

Model This Week