ଟଙ୍କା ଭର୍ତ୍ତି ଏଟିଏମ୍‌ ଗାଡ଼ି ନେଇ ଡ୍ରାଇଭର ଛୁ’

ଖଡ଼ିଆଳ,୬।୭(ଡି.ଏନ.ଏ.): ନୂଆପଡା ଜିଲା ଖଡ଼ିଆଳ ଷ୍ଟେଟ ବ୍ୟାଙ୍କ ଶାଖାରୁ ବିଭିନ୍ନ ଏଟିଏମ୍‌ରେ ଟଙ୍କା ଭରିବାକୁ ଯାଉଥିବା ଟଙ୍କା ଭର୍ତ୍ତି ଏଟିଏମ୍‌ ଗାଡ଼ିକୁ ନେଇ ଡ୍ରାଇଭର ଫେରାର ହୋଇଛନ୍ତି। ଏଟିଏମ୍‌ରେ ୫୭ ଲକ୍ଷ ୧୨ ହଜାର ଟଙ୍କା ରହିଥିବା ବ୍ୟାଙ୍କ ପକ୍ଷରୁ ସୂଚନା ମିଳିଛି। ଏ ନେଇ ଖଡ଼ିଆଳ ଥାନାରେ ଅଭିଯୋଗ ପରେ ନୂଆପଡା ଓ ବଲାଙ୍ଗୀର ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଖଡ଼ିଆଳ ଷ୍ଟେଟ ବ୍ୟାଙ୍କରେ ସିଏମ୍‌ଏଫ୍‌ କମ୍ପାନୀର (ଏଟିଏମ୍‌) ଗାଡି ନିୟୋଜିତ ହୋଇଛି। ବୁଧବାର ଅପରାହ୍ନ ସାଢ଼େ ୧ଟାରେ ୫୭ ଲକ୍ଷ ୧୨ ହଜାର ଟଙ୍କା ବାହାର କରି ବୋଡ଼େନ ଓ ସିନାପାଲି ବ୍ଲକର ବିଭିନ୍ନ ଏଟିଏମ୍‌ରେ ଟଙ୍କା ଭରିବାର ଥିଲା। ଏଟିଏମ୍‌ ଗାଡ଼ି (ନଂ.ଓଆରବିକ୍ୟୁ-୬୧୯୦)ରେ ଟଙ୍କା ଭରିବା ପରେ ଦୁଇଜଣ କର୍ମଚାରୀ ବ୍ୟାଙ୍କ ଭିତରକୁ କୌଣସି କାର୍ଯ୍ୟ ପାଇଁ ଯାଇଥିଲେ। ଏଟିଏମ୍‌ ଗାଡିର ଗାର୍ଡ ପରିସ୍ରା କରିଯିବା ବେଳେ ଡ୍ରାଇଭର ଟଙ୍କା ଭର୍ତ୍ତି ଥିବା ଏଟିଏମ୍‌ ଗାଡିକୁ ନେଇ ଫେରାର ହୋଇଯାଇଥିଲେ। ବ୍ୟାଙ୍କ କର୍ମଚାରୀ ଫେରି ଆସି ବ୍ୟାଙ୍କ ସାମ୍‌ନାରେ ଗାଡି ନ ଥିବା ଦେଖିବାକୁ ପାଇଥିଲେ। ଏ ନେଇ ୨ କର୍ମଚାରୀ ଓ ଗାର୍ଡ ଆସି ଖଡ଼ିଆଳ ଥାନାରେ ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ନୂଆପଡା-ବଲାଙ୍ଗୀର ଜିଲା ସୀମାନ୍ତ ସନ୍ଧିବାହାଳି ଓ ଭରୁଆକାନି ମଝିରେ କେବଳ ଗାଡ଼ିକୁ ଜବତ କରିଥିବା ବେଳେ ଡ୍ରାଇଭର ଟଙ୍କା ଧରି ଫେରାର ହୋଇଥିବା ଜଣାପଡ଼ିଛି। ଘଟଣାସ୍ଥଳରେ ପୋଲିସ ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ସନ୍ଧାନୀ କୁକୁର ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି। ଖବର ଲେଖା ହେବା ପର୍ଯ୍ୟନ୍ତ ଏହି ଘଟଣାରେ ୨ଜଣଙ୍କୁ ପୋଲିସ ଅଟକ ରଖି ପଚରାଉଚରା ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

କୋଟିଆ ଜଙ୍ଗଲରେ ଆନ୍ଧ୍ର ପୋଲିସର ଅଚାନକ ଚଢ଼ାଉ: ବିପୁଳ ରନ୍ଧା ମଦ ଓ ଗୁଡ଼ ଜବତ ପରେ ନଷ୍ଟ, ଖସିଗଲେ…

ପଟ୍ଟାଙ୍ଗି,୧୦ା୧୦(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ୍‌ ଅଧୀନ ବିବାଦୀୟ କୋଟିଆ ପଞ୍ଚାୟତର ଜଙ୍ଗଲରେ ପଡ଼ୋଶୀ ଆନ୍ଧ୍ର ପ୍ରଦେଶ ପୋଲିସ ପକ୍ଷରୁ ଅଚାନକ ଚଢ଼ାଉ କରାଯାଇଛି।…

ବୋଲେରୋରେ ଚାଲାଣ ହେଉଥିଲା କଫ୍‌ ସିରପ୍‌: ବରଗଡ଼ରେ ପୋଲିସର ଚଢ଼ାଉ, ୧୨୦୦ ବୋତଲ ସହ ଧରାପଡ଼ିଲେ…

ବରଗଡ଼,୧୦ା୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ପୋଲିସକୁ କଫ୍‌ ସିରପ୍‌ ଚୋରା କାରବାର ବିରୋଧରେ ଶନିବାର ସକାଳେ ଏକ ବଡ଼ ସଫଳତା ମିଳିଛି। ବେଆଇନ କଫ୍‌ ସିରପ୍‌…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପାଟପୁର କଲେଜରେ ସରଗରମ ଛାତ୍ର ରାଜନୀତି: ବୟସାଧିକ କାରଣରୁ ୨ ପ୍ରାର୍ଥିପତ୍ର ନାକଚ, ମଇଦାନରେ ୧୪ ପ୍ରାର୍ଥୀ

ଦିଗପହଣ୍ଡି,୧୦ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ସ୍ଥିତ ବିଶ୍ୱାସରାୟ କଲେଜର ଛାତ୍ର ସଂସଦ ନିର୍ବାଚନ ପାଇଁ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି।…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଜମି ପାଣି ବିବାଦରୁ ସାଂଘାତିକ ଆକ୍ରମଣ: ସରପଞ୍ଚଙ୍କ ସ୍ୱାମୀଙ୍କୁ ହାଣିଥିବା ୩ ଦୁର୍ବୃତ୍ତଙ୍କୁ କୋର୍ଟଚାଲାଣ କଲା ଦିଗପହଣ୍ଡି ପୋଲିସ

ଦିଗପହଣ୍ଡି,୧୦।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ବନ୍ଥପଲ୍ଲୀ ପଞ୍ଚାୟତ ସରପଞ୍ଚ କାମିନୀ ନାୟକଙ୍କ ସ୍ୱାମୀ ଟୁନା ନାୟକଙ୍କୁ ଯୋଜନାବଦ୍ଧ ଭାବେ ଖଣ୍ଡାରେ ହାଣି ହତ୍ୟା…

ସ୍ୱାମପାଟଣା ଅଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ସରଗରମ: ସଭାପତି ପଦ ପାଇଁ ଚତୁର୍ମୁଖୀ ଲଢ଼େଇ, ୨୧ ପ୍ରାର୍ଥିପତ୍ର କାଏମ

ପାଟଣା,୧୦।୧୦ (ବୀର କିଶୋର ଦାଶ): ସ୍ୱାମପାଟଣା ସ୍ଥିତ ଅଞ୍ଚଳିକ ମହାବିଦ୍ୟାଳୟରେ ୨୦୨୬-୨୭ ଶିକ୍ଷାବର୍ଷର ଛାତ୍ର ସଂସଦ ନିର୍ବାଚନ ପାଇଁ ପାରଦ ବଢ଼ିବାରେ ଲାଗିଛି। ଯାଞ୍ଚ ପରେ ମୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?